ଖଣ୍ଡପଡ଼ା ବ୍ଲକର ସାଧୁଆପଲ୍ଲୀ ଗାଁ: ସରକାରୀ ଯୋଜନା ଏଠି ଅପହଞ୍ଚ

ଖଣ୍ଡପଡ଼ା,୧୯ା୫(ସ୍ବ.ପ୍ର.)-ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଗଡିଆସାହି ପଞ୍ଚାୟତର ସାଧୁଆପଲ୍ଲୀ ଗାଁ। ସ୍ବାଧୀନତାର ଦୀର୍ଘ ୭୨ବର୍ଷ ପରେ ବି ଗାଁଟି ଯେପରି ଅନ୍ଧାରୀ ମୂଲକରେ ରହିଯାଇଛି। ଜିଲା କିମ୍ବା ବ୍ଲକ ପ୍ରଶାସନ କାହାରି ବି ନଜର ନାହିଁ । ଗମନାଗମନ, ଶିକ୍ଷା, ସ୍ବାସ୍ଥ୍ୟ ସବୁଥିରେ ଗାଁଟି ପଛରେ ରହିଯାଇଛି। ଏହାର ସମାଧାନ ପାଇଁ ଗ୍ରାମବାସୀ ଆନ୍ଦୋଳନ କରିବାକୁ ସଜବାଜ ହେଉଛନ୍ତି।

ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ୨୨ ପରିବାରରେ ପ୍ରାୟ ଶହେରୁ ଅଧିକ ଲୋକ ବସବାସ କରନ୍ତି। ଆଦିବାସୀ ମାଳୁଆକନ୍ଧ ଭାବରେ ପରିଚିତ ଏହି ଲୋକମାନେ ମୁଖ୍ୟତଃ ପରସ୍ପର ସହିତ କୁଇ ଭାଷାରେ କଥାବାର୍ତ୍ତା କରିଥାନ୍ତି। ସବୁଦିନିଆ ରାସ୍ତାଟିଏ ନ ଥିବାରୁ ଆପତ୍‌କାଳୀନ ସମୟରେ ରୋଗୀ ତଥା ପ୍ରସୂତିମାନଙ୍କୁ ଦୋଳାରେ ନେବାଆଣିବା କରିବାକୁ ହୁଏ । କାରଣ ଏହି ଗାଁକୁ କୌଣସି ଗାଡିମୋଟର କିମ୍ବା ଆମ୍ବୁଲାନ୍ସ ଯିବା ସମ୍ଭବ ନୁହେଁ। ଗାଁରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ କମିଯିବା ଫଳରେ ସରକାରଙ୍କ ଯୋଜନା କ୍ରମେ ଏହାକୁ ଗତ ବର୍ଷଠାରୁ ବନ୍ଦ କରି ଦିଆଯାଇଛି। ଫଳରେ ୫କି.ମି. ଦୂର ଗଡିଆସାହିକୁ ପିଲାମାନେ ଶିକ୍ଷା ଗ୍ରହଣ କରିବା ପାଇଁ ଯାଉଛନ୍ତି। ଗାଁ ଲୋକେ ଜଙ୍ଗଲରୁ ପତ୍ର ସଂଗ୍ରହ କରି ଖଲି ସିଲାଇ ସହ ଅନ୍ୟର ମୂଲ ଲାଗି ଓ ଛେଳି, ମେଣ୍ଢା ଆଦି ପାଳନ କରି ଜୀବିକା ନିର୍ବାହ କରିଥାନ୍ତି ା ପାନୀୟଜଳ ସମସ୍ୟା ଦୀର୍ଘ ବର୍ଷରୁ ଲାଗିରହିଛି। କୂଅ, ପୋଖରୀ ନ ଥିବାବେଳେ ୨ଟି ନଳକୂପ ମଧ୍ୟରୁ ଗୋଟିଏ ଅଚଳ ହୋଇପଡିଛି। ଅନ୍ୟ ଏକ ନଳକୂପରୁ ଫ୍ଲୋରାଇଡ ଯୁକ୍ତ ନାଲିପାଣି ବାହାରୁଛି। ଏଥିରେ ଭାତ, ତରକାରି ରାନ୍ଧିଲେ ତାହା କଳା ପଡିଯାଉଥିବା ବାସିନ୍ଦାଙ୍କ ସହ ୱାର୍ଡ ସଭ୍ୟ ଲକ୍ଷ୍ମୀଧର ପ୍ରଧାନ ପ୍ରକାଶ କରିଥିଲେ । ସଂପ୍ରତି ଗ୍ରୀଷ୍ମ ପ୍ରବାହ ସମୟରେ ପାନୀୟଜଳ ପାଇଁ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ନାନ ଶୌଚାଦି ପାଇଁ ଗାଁ ନିକଟ ମୋଡାନାଳକୁ ଯାଉଛନ୍ତି। ସ୍ବଚ୍ଛ ଭାରତ ମିଶନ ଗାଁ ପାଇଁ ସ୍ବପ୍ନ ପାଲଟିଛି । କୌଣସି ପରିବାର ପକ୍ଷେ ପାଇଖାନା କରିବା ସମ୍ଭବ ହୋଇନାହିଁ । ସରକାରଙ୍କ ଇନ୍ଦିରା ଆବାସ କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମଧ୍ୟ ଏଠି ଅପହଞ୍ଚ। ଏହିସବୁ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ଜିଲା ପ୍ରଶାସନକୁ ବାରମ୍ବାର ଆପତ୍ତି ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ମିଳି ନ ଥିବା କହିଛନ୍ତି ସାବିତ୍ରୀ ବେହେରା, ସାଇବାଣୀ ବେହେରା, ମହେଶ୍ୱର ପ୍ରଧାନ, କରୁଣା ପ୍ରଧାନ, ଭିକାରୀ ପ୍ରଧାନ, ବଳରାମ ପ୍ରଧାନ ପ୍ରମୁଖ ଗ୍ରାମବାସୀ। କ୍ରମାଗତ ଅବହେଳାର ଶିକାର ହୋଇଆସୁଥିବା ଲୋକମାନେ ପ୍ରଶାସନ ବିରୋଧରେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀଙ୍କଠାରୁ ସୂଚନା ମିଳିଛି । ରାଜ୍ୟ ସରକାର ଆମ ଗାଁ, ଆମ ବିକାଶଠାରୁ ଆରମ୍ଭ କରି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଥିବାବେଳେ ସାଧୁଆପଲ୍ଲୀ ଗ୍ରାମବାସୀଙ୍କ ମୌଳିକ ସମସ୍ୟା ପ୍ରତି ଦୃଷ୍ଟି ଦିଆ ନ ଯିବା ପରିତାପର ବିଷୟ ା ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ବିପିନ ବିହାରୀ ସାମଲଙ୍କୁ ପଚାରିବାରୁ ସେ କହିଥିଲେ, ଉକ୍ତ ଗ୍ରାମକୁ ରାସ୍ତା ସଂଯୋଗ ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ଘରୋଇ ଜାଗା ରହିଥିବାରୁ ଏହା କରିବା ସମ୍ଭବ ହୋଇପାରୁନି। ପାନୀୟ ଜଳ ସମସ୍ୟା ସମାଧାନ ନିମନ୍ତେ ସୋଲାର ସିଷ୍ଟମରେ ଜଳ ଯୋଗାଣ ବ୍ୟବସ୍ଥା କରାଯିବାକୁ ପ୍ରସ୍ତାବ ରହିଛି। ସରକାରଙ୍କ ପକ୍ଷରୁ ଗ୍ରାମରେ ଏକ ସୋଲାର ସିଷ୍ଟମ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ସେ ଦାବି କରିଥିବା ସୂଚନା ଦେଇଥିଲେ।


All Right Reserved By

ରାମେଶ୍ୱର ହାଇସ୍କୁଲ ପ୍ରତିଷ୍ଠା ଦିବସ

ନିରାକାରପୁର,୩ା୭(ଡି.ଏନ୍‌.ଏ.)-ଖୋର୍ଦ୍ଧା ଜିଲା ରାମେଶ୍ୱର ପଞ୍ଚାୟତସ୍ଥିତ ରାମେଶ୍ୱର ହାଇସ୍କୁଲର ୫୫ ତମ ପ୍ରତିଷ୍ଠା ଦିବସ ସ୍କୁଲ ପରିସରରେ ମଙ୍ଗଳବାର ପାଳିତ ହୋଇଯାଇଛି ା ପ୍ରଧାନ ଶିକ୍ଷକ ହିମାଂଶୁ...

ଗୋଛା ସଂରକ୍ଷିତ ଜଙ୍ଗଲରେ ଦନ୍ତାହାତୀର ମୃତ୍ୟୁଶିକାରୀ କାଟି ନେଇଛନ୍ତି ଦାନ୍ତ

ନୟାଗଡ଼ ଅଫିସ,୨୮।୫-ନୟାଗଡ଼ ଜିଲା ପଞ୍ଚରିଡ଼ା ବନାଞ୍ଚଳ ଗୋଛା ସଂରକ୍ଷିତ ଜଙ୍ଗଲରେ ଗୋଟିଏ ଦନ୍ତାହାତୀର ମୃତ୍ୟୁ ହୋଇଛି। ସୋମବାର ରାତିରେ ବନ ବିଭାଗ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍...

ମହାନଦୀ କୂଳ ବାସିନ୍ଦା ପାଣି ପାଇଁ ହନ୍ତସନ୍ତ : ବିଦ୍ୟୁତ୍‌ ଲୋ ଭୋଲଟେଜ୍‌ ସମସ୍ୟା

ଖଣ୍ଡପଡ଼ା,୨୦ା୫(ସ୍ବ.ପ୍ର) : ସମ୍ପ୍ରତି ଗ୍ରୀଷ୍ମ ପ୍ରବାହ ବଢୁଛି। ଏ ସମୟରେ ବିଦ୍ୟୁତ୍‌ କାଟ ଓ ଲୋ ଭୋଲ୍‌ଟେଜ୍‌ ଲୋକଙ୍କ ପାଇଁ ମୁଖ୍ୟ ସମସ୍ୟା ପାଲଟିଛି। ଲୋ...

ବାଟବଣା ଜନସେବା ଅଧିକାର ଆଇନ: ୩ମାସ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌

ରସୁଲପୁର,୫।୬(ଡି.ଏନ୍‌.ଏ.)- ଯାଜପୁର ଜିଲା ରସୁଲପୁର ତହସିଲରେ ବାଟବଣା ହୋଇଛି ଜନସେବା ଅଧିକାର ଆଇନ। ଏଠାରେ ୩ମାସ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଠପ୍‌ ହୋଇଯାଇଛି। ଏଭଳି ଅବ୍ୟବସ୍ଥା...

ତହସିଲ ପକ୍ଷରୁ ଚଢାଉ: ୭ଟି ଗାଡ଼ି ଜବତ

ଧର୍ମଶାଳା,୪।୬(ଡି.ଏନ୍‌.ଏ.)- ଧର୍ମଶାଳା ତହସିଲଦାର ଓ ଅତିରିକ୍ତ ତହସିଲଦାର ରବିବାର ଓ ସୋମବାର ରାସ୍ତାକାମ ପାଇଁ ବେଆଇନଭାବେ ମାଟି ଆଣୁଥିବା ୬ଟି ହାଇୱା, ଗୋଟିଏ ଟ୍ରାକ୍ଟର ଓ...

ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ କୃଷ୍ଣପ୍ରସାଦ ଗସ୍ତ

କୃଷ୍ଣପ୍ରସାଦ,୧୧ା୬(ଡି.ଏନ୍‌.ଏ.)-ପୁରୀ ଜିଲା ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକକୁ ସୋମବାର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ବାଇଁ ଗସ୍ତ କରିଛନ୍ତି ା କୃଷ୍ଣପ୍ରସାଦ ବିଡିଓ ଅଭିମନ୍ୟୁ ମାଝି,...

ସିଙ୍ଗପୁରରେ କାଳବୈଶାଖୀର ତାଣ୍ଡବ: ସରକାରୀ ସହାୟତା ଦାବି

ନୂଆଗାଁ,୩୦।୫ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତସ୍ଥ ସିଙ୍ଗପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ଲୀଳା ଘଟିଛି। ଏହା ଏକ ଆଦିବାସୀ...

ଜଗତ୍‌ସିଂହପୁରରେ କାୟାମେଲୁଛି ବ୍ରାଉନ ସୁଗାର ର଼୍ୟାକେଟ: ୩ ଗିରଫ, ୪.୭୩ ଗ୍ରାମ ବ୍ରାଉନ ସୁଗାର ଜବତ

ଜଗତ୍‌ସିଂହପୁର ଅଫିସ,୧୯ା୬: ଜଗତ୍‌ସିଂହପୁର ଜିଲାରେ ଏବେ ବ୍ରାଉନ ସୁଗାର ର଼୍ୟାକେଟ୍‌ କାୟା ମେଲିବାରେ ଲାଗିଛି। ବିଶେଷକରି କମ୍‌ ବୟସର ଯୁବକମାନେ ଅଳ୍ପ ପରିଶ୍ରମରେ ଅଧିକ ଟଙ୍କା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *