Posted inଖେଳ

ଫିଟ୍‌ ଇଣ୍ଡିଆ ମୁଭ୍‌ମେଣ୍ଟ ଲାଗି ଉପଦେଷ୍ଟା କମିଟି ଗଠିତ

ନୂଆଦିଲ୍ଲୀ,୨୩।୮(ପି.ଟି.)- ଜାତୀୟ କ୍ରୀଡ଼ା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୯ ତାରିଖରେ ‘ଫିଟ୍‌ ଇଣ୍ଡିଆ ମୁଭମେଣ୍ଟ’ ଆରମ୍ଭ କରିବାକୁ ଯାଉଛନ୍ତି। ଫିଟ୍‌ନେସକୁ ନେଇ ଆରମ୍ଭ ହେବାକୁ ଯାଉଥିବା ଏହି ପ୍ରୟାସରେ ସରକାରଙ୍କୁ ସହାୟତା ତଥା ପରାମର୍ଶ ଦେବା ପାଇଁ ଏକ ୨୮ ସଦସ୍ୟ ବିଶିଷ୍ଟ ଉପେଦଷ୍ଟା କମିଟି ଗଠିତ ହୋଇଛି। ଏହି କମିଟିରେ ସରକାରୀ ଅଧିକାରୀଙ୍କ ସମେତ ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ), ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏନ୍‌ଏସ୍‌ଏଫ୍‌) ସଦସ୍ୟ, ବିଭିନ୍ନ ବେସରକାରୀ ସଂସ୍ଥା ଓ ଫିଟ୍‌ନେସ ପ୍ରମୋଟରମାନେ ସ୍ଥାନ ପାଇଛନ୍ତି।
ଦେଶର ନାଗରିକମାନଙ୍କୁ ଦୈନନ୍ଦିନ ଜୀବନରେ ଶାରୀରିକ ଗତିବିଧି ଓ କ୍ରୀଡ଼ାରେ ପ୍ରୋତ୍ସାହିତ କରିବାକୁ ସଚେତନ କରିବା ପାଇଁ ସରକାରଙ୍କ ତରଫରୁ ଏଭଳି ପଦକ୍ଷେପ ନିଆଯାଉଛି। ଏହି ଉପଦେଷ୍ଟା କମିଟିରେ କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ ଅଧ୍ୟକ୍ଷତା କରିବେ। ଏହି କମିଟିରେ ୧୨ ଜଣ ସରକାରୀ ଅଧିକାରୀ ସଦସ୍ୟ ରହିବେ। କ୍ରୀଡ଼ା, ସେକେଣ୍ଡାରୀ ଏଜୁକେଶନ, ଆୟୁସ, ଯୁବ ବ୍ୟାପାର ଓ ଅନ୍ୟାନ୍ୟ ବିଭାଗର ସଚିବମାନେ ଏଥିରେ ସାମିଲ ରହିବେ। ସେହିପରି ଆଇଓଏ ଅଧ୍ୟକ୍ଷ ଓ ୭ ଏନ୍‌ଏସ୍‌ଏଫ୍‌ ମୁଖ୍ୟ ମଧ୍ୟ ଏହି କମିଟିରେ ସାମିଲ ରହିଛନ୍ତି। ବକ୍ସିଂ, ଆଥଲେଟିକ୍ସ, ଫୁଟବଲ ଓ ସାଇକ୍ଳିଂ ଫେଡେରେଶନର ମୁଖ୍ୟମାନେ ଏମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି। ବେସରକାରୀ ସଂସ୍ଥାଗୁଡିକ ମଧ୍ୟରେ କନଫେଡେରେଶନ ଅଫ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ (ସିଆଇଆଇ), ରିଲାଏନ୍ସ ଫାଉଣ୍ଡେଶନ, ଜେଏସ୍‌ଡବ୍ଳ୍ୟୁ ସିମେଣ୍ଟ ଓ ଜେଏସ୍‌ଡବ୍ଲ୍ୟ ପେଣ୍ଟ୍ସ, ଏସ୍‌ଇ ଟ୍ରାନ୍ସଷ୍ଟାଡିଆ ପ୍ରାଇଭେଟ୍‌ ଲିମିଟେଡ, ଟାଟା ଟ୍ରଷ୍ଟ, ଆସୋଚାମ ଇଣ୍ଡିଆ, ଫେଡେରେଶନ ଅଫ୍‌ ଇଣ୍ଡିଆନ ଚାମ୍ବର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଏଫ୍‌ଆଇସିସିଆଇ) ଏହି କମିଟିରେ ସାମିଲ ରହିଛନ୍ତି। ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ମିଲିନ୍ଦ ସୋମନ ମଧ୍ୟ ଏହାର ସଦସ୍ୟ ରହିଛନ୍ତି। ଗତବର୍ଷ ସେତେବେଳର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର ‘ହମ୍‌ ଫିଟ୍‌ ତୋ ଇଣ୍ଡିଆ ଫିଟ୍‌’ ନାମକ ଏକ ଫିଟିନେସ ଅଭିଯାନ ଆରମ୍ଭ କରିଥିଲେ। କ୍ରୀଡ଼ାବିତ ଓ ଅନ୍ୟମାନଙ୍କୁ ଉତ୍ସାହିତ କରିବା ପାଇଁ ସେ ଟୁଇଟରରେ ଭିଡିଓ ମଧ୍ୟ ପୋଷ୍ଟ କରିଥିଲେ। କିଭଳି ଫିଟ୍‌ ରହିବାକୁ ହେବ ସେ ନେଇ ଏହି ଭିଡିଓରେ ବିଭିନ୍ନ ଟିପ୍ସ ଦିଆଯାଇଥିଲା।


All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ଆୟୋଜନ ନିଷ୍ପତ୍ତି ସରକାର ନେବେ: ରିଜିଜୁ

ମୁମ୍ବାଇ, ୨୪।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ ସଂକ୍ରାନ୍ତରେ ଭାରତ ସରକାର ହିଁ ନିଷ୍ପତ୍ତି ନେବେ ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି।...

ଚେତନ ଶର୍ମାଙ୍କ ପରେ ସାମିଙ୍କ ହ୍ୟାଟ୍ରିକ

ସାଉଥାମ୍ପ୍‌ଟନ, ୨୩।୬ (ପି.ଟି.)- ବିଶ୍ୱକପ୍‌ରେ ହ୍ୟାଟ୍ରିକ ଉଇକେଟ ହାସଲ କରିବାରେ ମହମ୍ମଦ ସାମି ଭାରତର ଦ୍ୱିତୀୟ ବୋଲର ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ଚେତନ ଶର୍ମା ୧୯୮୭...

ଡଚ୍‌ ଇଣ୍ଟରନ୍ୟାଶନାଲ ବ୍ୟାଡ୍‌ମିଣ୍ଟନ ମୀର, ମାନସୀଙ୍କୁ ବ୍ରୋଞ୍ଜ ପଦକ

ନୂଆଦିଲ୍ଲୀ, ୨ା୩ (ପି.ଟି.)-ଭାରତୀୟ ବାଳିକା ବ୍ୟାଡ୍‌ମିଣ୍ଟନ ଖେଳାଳି ତସନିମ ମୀର ଏବଂ ମାନସୀ ସିଂ ନେଦରଲାଣ୍ଡ୍ସର ହାର୍ଲେମ୍‌ଠାରେ ଅନୁଷ୍ଠିତ ୟୋନେକ୍ସ ଡଚ୍‌ ଜୁନିୟର ଇଣ୍ଟରନ୍ୟାଶନାଲ ୨୦୨୦...

କୋହଲିଙ୍କୁ ଆଲିଙ୍ଗନ କଲେ ରଣବୀର

ଲଣ୍ଡନ, ୧୭।୬: ଇଂଲଣ୍ଡରେ ଚାଲିଥିବା କ୍ରିକେଟ ବିଶ୍ୱକପର ଏକ ମ୍ୟାଚ୍‌ରେ ଭାରତ ପାକିସ୍ତାନକୁ ୮୯ ରନ୍‌ରେ ପରାସ୍ତ କରିଛି। ରବିବାର ଅନୁଷ୍ଠିତ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌...

ଜଣଙ୍କ ସହ ୪ ବର୍ଷ ଲିଭ୍‌-ଇନ୍‌ ରିଲେସନ୍‌ଶିପରେ ରହି ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ ଏହି କ୍ରିକେଟର

ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଆଜି ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୮୧ ମସିହା ଡିସେମ୍ବର ୧୨ରେ ଚଣ୍ଡିଗଡରେ ଜନ୍ମଗ୍ରହଣ କରିଥିବା ଯୁବରାଜ...

ଦୁଇ ଘଣ୍ଟାରୁ କମ୍‌ ସମୟରେ ମାରାଥନ ଦୌଡ଼ିଲେ କିପଚୋଗେ

ଭିଏନା,୧୩।୧୦(ଏଏଫ୍‌ପି)- କେନିଆର ଅଭିଜ୍ଞ ଧାବକ ଇଲିଉଡ କିପଚୋଗେ ଇତିହାସ ସୃଷ୍ଟି କରିଛନ୍ତି। ଶନିବାର ଦୁଇ ଘଣ୍ଟାରୁ କମ୍‌ ସମୟ ନେଇ ସେ ମାରାଥନ (୪୨.୨ କି.ମି.)...

କ୍ରିକେଟରରୁ ବିସିସିଆଇ ଅଧ୍ୟକ୍ଷ

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବିସିସିଆଇ ଅଧ୍ୟକ୍ଷ ହେବା ନିଶ୍ଚିତ ହୋଇଛି। ଜଣେ କ୍ରିକେଟରରୁ ଏହି ହାଇପ୍ରୋଫାଇଲ ପଦ ପର୍ଯ୍ୟନ୍ତ ତାଙ୍କର ଯାତ୍ରା ବେଶ୍‌ ସଂଘର୍ଷପୂର୍ଣ୍ଣ…...

ପ୍ରଶଂସକଙ୍କ ବିବାହ ଭୋଜିରେ ଯୋଗଦେଇପାରନ୍ତି ରୋନାଲ୍ଡୋ

ଜାକର୍ତ୍ତା,୩।୧- ସକର ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ଇଣ୍ଡୋନେସିଆନ ବିବାହରେ ଯୋଗଦେଇପାରନ୍ତି। ଏ ନେଇ ଜୁଭେଣ୍ଟସ ଫରଓ୍ବାର୍ଡଙ୍କ ଜଣେ ବିଶେଷ ପ୍ରଶଂସକ ସୂଚନା ଦେଇଛନ୍ତି। ପ୍ରଳୟଙ୍କରୀ ସୁନାମିରୁ...

Leave a comment

Your email address will not be published. Required fields are marked *