ବର୍ଷା ଆଗମନର ସୂଚନା ଦିଏ ବାଇଚଢ଼େଇ

ଗଣିଆ,୧୯ା୫(ଡି.ଏନ.ଏ.)- ଆଜିର ବିଜ୍ଞାନ ଯୁଗରେ ଲୋକମାନେ ପୂର୍ବରୁ ପ୍ରାକୃତିକ ଜଳବାୟୁ ସମ୍ପର୍କରେ ଜାଣିପାରୁଛନ୍ତି। ହେଲେ ଅତୀତରେ ପ୍ରାକୃତିକ ଜଳବାୟୁ ଓ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟ ସମ୍ପର୍କରେ ପଶୁପକ୍ଷୀଙ୍କଠାରୁ ସୂଚନା ମିଳୁଥିଲା। ଯେପରିକି ଭୂମିକମ୍ପ ପୂର୍ବରୁ ମୂଷାମାନେ ଗାତରୁ ବାହାରି ଏଣେତେଣେ ଦୌଡିଥାନ୍ତି। ବନ୍ୟା ଆସିବା ଆଗରୁ ପିମ୍ପୁଡି ଓ ଜନ୍ଦାମାନେ ନିଚ୍ଚସ୍ଥାନରୁ ବାହାରି ଉଚ୍ଚସ୍ଥାନକୁ ଚାଲିଯାଇଥାନ୍ତି। ଘରଚଟିଆର ଧୂଳିଗାଧୁଆ ଦେଖି ଲୋକମାନେ ହଠାତ୍‌ ବର୍ଷା ହେବାର ପ୍ରାକ୍‌ ସୂଚନା ପାଇଥାନ୍ତି। ସେହିପରି ମୌସୁମୀ ବର୍ଷା ଆଗମନ ପୂର୍ବରୁ ବାଇଚଢେଇ ଉଚ୍ଚ ଗଛରେ ବସା ବାନ୍ଧିବା ଆରମ୍ଭ କରିଦେଇଥାଏ। ସେଥିପାଇଁ ବିଗତ ସମୟରେ ବାଇଚଢେଇକୁ ଚାଷୀକୁଳ ତା’ର ପାଣିପାଗ କେନ୍ଦ୍ର ବୋଲି ଆଖ୍ୟା ଦେଇଆସୁଥିଲା ା ବାଇଚଢେଇର ବସା ବାନ୍ଧିବା ଦେଖି ଚାଷୀମାନେ ଚାଷବାସ ପାଇଁ ପ୍ରସ୍ତୁତ ହୋଇଥାନ୍ତି। ଅନ୍ୟ ପକ୍ଷୀମାନଙ୍କ ତୁଳନାରେ ବାଇଚଢେଇ କ୍ଷୁଦ୍ର ହୋଇଥିଲେ ମଧ୍ୟ ଏହାର କାରିଗରି କୁଶଳୀ ଜ୍ଞାନ ଅତ୍ୟନ୍ତ ନିପୁଣ। ଏଥିପାଇଁ ଏହି ପକ୍ଷୀଟିକୁ କେହି କେହି ଯନ୍ତ୍ରୀ ପକ୍ଷୀର ଆଖ୍ୟା ଦେଇଥାନ୍ତି। ଏହି ପକ୍ଷୀଟି ନିଜ ଥଣ୍ଟ ସାହାଯ୍ୟରେ ଖଜୁରି, ନଡିଆ ଓ ତାଳପତ୍ରକୁ ଚିରି ପାତି କରି ଅତିସୂଷ୍ମ ଭାବରେ ନିଜର ବସା ତିଆରି କରିଥାଏ। ଯେତେ ଝଡତୋଫାନ ଆସିଲେ ମଧ୍ୟ ବସା ମଧ୍ୟକୁ ପାଣି ଭେଦ କରିପାରି ନ ଥାଏ ା ବିଶେଷକରି ନଡିଆ, ତାଳ ପରି ବହୁ ଉଚ୍ଚ ଗଛ ପତ୍ରର ଅଗ୍ରଭାଗରେ ଏହି ଚଢେଇ ନିଜର ବସା ବାନ୍ଧିଥାଏ। ଏହାଦ୍ୱାରା ସେ ଶତ୍ରୁ ଦାଉରୁ ନିଜକୁ ସୁରକ୍ଷିତ ରଖିଥାଏ ା ବାଇଚଢେଇ ଦୁଇପ୍ରକାର ବସା ତିଆରି କରିଥାଏ। ମାଈ ବାଇଚଢେଇଟି ଯେଉଁ ବସାରେ ଡିମ୍ବ ବା ଛୁଆ ଦେଇଥାଏ ତାହାକୁ ସେ ଏକ ସୁରକ୍ଷିତ ଖୋଳପା ଭାବେ ନିର୍ମାଣ କରିଥାଏ। ସେହିପରି ଅଣ୍ଡିରା ବାଇଚଢେଇ ତା’ ବସାକୁ ଏକ ଦୋଳି ସଦୃଶ୍ୟ ତିଆରି କରିଥାଏ। ସୁଲୁସୁଲିଆ ପବନ ବହୁଥିବା ବେଳେ ନଡିଆ, ଖଜୁରି ଓ ତାଳ ଭଳି ଉଚ୍ଚା ଉଚ୍ଚା ଗଛରେ ବାଇଚଢେଇ ବସାରେ ବସି ଦୋହଲୁଥିବା ଦୃଶ୍ୟ ବେଶ୍‌ ମନୋମୁଗ୍ଧକର। ଏହି ପକ୍ଷୀର ବସା ନିର୍ମାଣ ଶୈଳୀ ସମ୍ପର୍କରେ ଯନ୍ତ୍ରୀ ଓ ବିଜ୍ଞାନୀମାନେ ଏବେ ବି ରିସର୍ଚ୍ଚ ଜାରି ରଖିଛନ୍ତି। ଧୂସର ରଙ୍ଗର ଏହି ଚଢେଇର ମୁଣ୍ଡରେ ଟୋପି ସଦୃଶ ଏକ ହଳଦୀ ରଙ୍ଗର ଚିହ୍ନ ରହିଥାଏ। ବସାରେ ବସିଥିବା ବେଳେ ଏହାର କିଚିରିମିଚିରି ଶବ୍ଦ ପ୍ରକୃତିପ୍ରେମୀଙ୍କୁ ବେଶ୍‌ ଆନନ୍ଦ ଦେଇଥାଏ। ତେବେ ଦିନକୁ ଦିନ ତାଳ, ଖଜୁରି ଓ ନଡିଆ ଗଛ ଲୋପ ପାଉଥିବାରୁ ବାଇଚଢେଇଙ୍କୁ ଆଉ ପୂର୍ବଭଳି ବହୁ ପରିମାଣରେ ଦେଖିବାକୁ ମିଳୁନାହିଁ। ଜଙ୍ଗଲ ଓ ପରିବେଶ ବିଭାଗ ତରଫରୁ ଅଧିକ ପରିମାଣର ଖଜୁରି ଓ ତାଳଗଛ ରୋପଣ କରାଯାଇ ଏମାନଙ୍କ ସଂରକ୍ଷଣ ପାଇଁ ଧ୍ୟାନ ଦିଆଗଲେ ଏହି ଚଢେଇ ବଂଶ ବିସ୍ତାର ହୋଇପାରନ୍ତା ବୋଲି ବହୁ ପ୍ରକୃତିପ୍ରେମୀ ମତପ୍ରକାଶ କରିଛନ୍ତି।


All Right Reserved By Dharitri.Com

ହେବ ଛେରାପହଁରା: ପାଲିଙ୍କି ପ୍ରସ୍ତୁତ, ଗଜପତିଙ୍କୁ ଅପେକ୍ଷା

ପୁରୀ ଅଫିସ,୪।୭: ଶେଷ ହୋଇଛି ଧାଡ଼ି ପହଣ୍ଡି। ରଥରେ ବିରାଜମାନ ହୋଇଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଏହାପରେ ମଦନମୋହନ ବିଜେ କରିବା ପରେ ଛେରାପହଁରା ନୀତି ଅନୁଷ୍ଠିତ ହେବ।...

ମା’କୁ ଖୋଜୁଛି ଛୁଆ ହାତୀ

କେନ୍ଦୁଝର,୧୯ା୬ (ସ୍ବ.ପ୍ର./ଡି.ଏନ.ଏ.):କେନ୍ଦୁଝର ବନଖଣ୍ଡ ଭୂୟାଁ ଓ ଜୁଆଙ୍ଗ ପୀଢ ବନାଞ୍ଚଳ କାଞ୍ଜିପାଣି ଜଙ୍ଗଲରେ ଗୋଠରେ ଥିବା ମା’ଠାରୁ ଅଲଗା ହୋଇ ବାଟବଣା ହୋଇ ଏଣେତେଣେ ବୁଲୁଥିବା...

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଲଗାଇଲେ ନିଆଁ: ମାଛପଡ଼ା ଗ୍ରାମରେ ୨୧ ବଖରା ଭସ୍ମ; ୨ ଅଟକ, ପୋଲିସ ଆହତ

ଡେଲାଙ୍ଗ,୧୨ା୧୧(ଡି.ଏନ.ଏ.)- ଡେଲାଙ୍ଗ ଥାନା ଅଧୀନସ୍ଥ ଗୁଆଳିପଡା ପଞ୍ଚାୟତର ମାଛପଡା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏକ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୧୦...

ବରପଦା-ଆଗରପଡ଼ା ରାସ୍ତା ପୁନଃନିର୍ମାଣ ନ ହେଲେ ଆନ୍ଦୋଳନ

ବନ୍ତ,୨୮।୮(ସ୍ବ.ପ୍ର.): ଭଦ୍ରକ ଜିଲା ବରପଦା-ଆଗରପଡ଼ା ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଆଗାମୀ ୧୫ ଦିନ ମଧ୍ୟରେ ଏହି ରାସ୍ତା ପୁନଃନିର୍ମାଣ କରାଯିବାକୁ ଭାରତର କମ୍ୟୁନିଷ୍ଟ...

ପାଟକୁରାରେ ୭୩.୨% ମତଦାନ

ଭୁବନେଶ୍ୱର/କେନ୍ଦ୍ରାପଡ଼ା ଅଫିସ,୨୧ା୭(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଶନିବାର ମତଦାନ ଶେଷ ହୋଇଛି। ୨,୪୪,୭୪୭ ଭୋଟରଙ୍କ ମଧ୍ୟରୁ ୭୩.୨% ମତାଧିକାର ସାବ୍ୟସ୍ତ କରିଛନ୍ତି।...

ସରୋଦରେ ଶରତ…

ଭୁବନେଶ୍ୱର ୧୦।୯(ବ୍ୟୁରୋ): ସରୋଦରେ ଲୁଚିଥିଲା ଶରତର କଥା। ସରୋଦ ବାଦନରେ ଶରତର ସୌନ୍ଦର୍ଯ୍ୟକୁ ଉପସ୍ଥାପନା କରିଥିଲେ ଶିଳ୍ପୀ। ମା’ ଦୁର୍ଗତିନାଶିନୀଙ୍କ ଆଗମନ ଏହି ଋତୁକୁ ସ୍ବତନ୍ତ୍ର...

ଧାରଣାରେ ନ ବସି ଗାଡ଼ି ଚଳାଇବାରୁ ଆକ୍ରୋଶର ଶିକାର ହେଲେ ‘ଓଲା’ ଚାଳକ: ମହିଳା ଯାତ୍ରୀ ଥିବା ସତ୍ତ୍ୱେ ଗାଡ଼ି ଭଙ୍ଗାରୁଜା, ମାଡ଼ ମାରିବା ଅଭିଯୋଗ

ଭୁବନେଶ୍ୱର,୩।୭(ବ୍ୟୁରୋ): ବିଭିନ୍ନ ଦାବି ନେଇ ଗତ ୬ ଦିନ ଧରି ‘ଓଲା’ ଚାଳକମାନେ ଧାରଣାରେ ବସିଛନ୍ତି। ହେଲେ ଜଣେ ଚାଳକ ଏହାକୁ ସମର୍ଥନ ନ କରି...

ଓଲଟିଲା ମାଛ ବୋଝେଇ ଟ୍ରକ୍‌

ଟାଙ୍ଗୀ(ଖୋର୍ଦ୍ଧା),୨୨ା୫(ଡି.ଏନ.ଏ.)-୧୬ ନଂ ଜାତୀୟ ରାଜପଥ ଚମ୍ପାଗଡ଼ଠାରେ ମଙ୍ଗଳବାର ଏକ ମାଛ ବୋଝେଇ ଟ୍ରକ୍‌ ଓଲଟି ପଡ଼ିଛି । ତେବେ ଦୁର୍ଘଟଣାରେ କେହି ମୃତାହତ ହୋଇ ନ...

Leave a comment

Your email address will not be published. Required fields are marked *