ସାମଗ୍ରୀ ଦର ବଢ଼ାଇବ ବ୍ରିଟାନିଆ

କୋଲକାତା,୨୩-୮: ଏଫ୍‌ଏମ୍‌ସିଜି କମ୍ପାନୀ ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ ବିକ୍ରି ହ୍ରାସ ପାଉଥିବାରୁ ଅଧିକ କ୍ଷତିରୁ ମୁକ୍ତି ପାଇବା ଲାଗି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରୁ ନିଜର ସମସ୍ତ ଉତ୍ପାଦର ଦର ବଢ଼ାଇବ ବୋଲି ଘୋଷଣା କରିଛି। କମ୍ପାନୀ ମୁଖ୍ୟ(ବିପଣନ) ବିନୟ ସୁବ୍ରମଣ୍ୟମ ଗୁରୁବାର କହିଛନ୍ତି ଯେ, ଗତ ୫-୬ ମାସ ହେବ କମ୍ପାନୀ ଉତ୍ପାଦଗୁଡ଼ିକର ବିକ୍ରି ହ୍ରାସ ପାଇଚାଲିଛି। ଆସନ୍ତାବର୍ଷ ଜାନୁୟାରୀ ପର୍ଯ୍ୟନ୍ତ ଏହି ସ୍ଥିତିରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ଏହି କାରଣରୁ ତୃତୀୟ ତ୍ରୈମାସରୁ ଉତ୍ପାଦର ମୂଲ୍ୟ ବଢ଼ାଯିବ। ମୂଲ୍ୟ ଦୃଷ୍ଟିରୁ ଦେଖିଲେ କମ୍ପାନୀ ଉତ୍ପାଦ ବିକ୍ରି ପ୍ରାୟ ଅଧା ହୋଇଗଲାଣି। କମ୍ପାନୀ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖିଛି। ଦର ବଢ଼ାଇବା ସହିତ କମ୍ପାନୀ ଖର୍ଚ୍ଚ କାଟ ପ୍ରତି ଗୁରୁତ୍ୱ ଦେଉଛି ବୋଲି ସେ କହିଛନ୍ତି।


All Right Reserved By Dharitri.Com

ଆଇଟି ସେକ୍ଟରରେ ଦରମା ତାରତମ୍ୟ;କର୍ମଚାରୀଙ୍କଠୁ ୪୫୫ ଗୁଣା ଅଧିକ ପାଆନ୍ତି ଓ୍ବିପ୍ରୋ ସିଇଓ

ନୂଆଦିଲ୍ଲୀ,୨୭-୭: ଦେଶର ସୂଚନା ପ୍ରଯୁକ୍ତି(ଆଇଟି) କ୍ଷେତ୍ରରେ ଶୀର୍ଷ କମ୍ପାନୀଗୁଡ଼ିକର ସିଇଓ ତଥା କର୍ମଚାରୀଙ୍କ ମଧ୍ୟରେ ବେତନ ତାରତମ୍ୟ କ୍ରମାଗତ ବଢ଼ିଚାଲିଛି। ଆର୍ଥିକ ବର୍ଷ ୨୦୧୮-୧୯ରେ ଏହି...

ଘନଉଛି ଇଣ୍ଡିଗୋ ପ୍ରମୋଟରଙ୍କ ବିବାଦ

ନୂଆଦିଲ୍ଲୀ,୧୫-୭: ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଇଣ୍ଡିଗୋର ଦୁଇ ପ୍ରମୋଟର ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗଓ୍ବାଲଙ୍କ ମଧ୍ୟରେ ବିବାଦ ଘନଉଛି। ଦୁଇ...

ଏକାଧିକ ରାଜ୍ୟରେ ଅଫିସ୍‌ ଥିଲେ ଦେବାକୁ ହେବ ଜିଏସ୍‌ଟି

ନୂଆଦିଲ୍ଲୀ,୨୬-୬: କୌଣସି କମ୍ପାନୀର ଏକାଧିକ ରାଜ୍ୟରେ ଅଫିସ ଥିଲେ ତାହା ଜିଏସ୍‌ଟି ଅଧୀନକୁ ଆସିବ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଅର୍ଥାତ୍‌ ଗୋଟିଏ ରାଜ୍ୟର...

ନୀରବ ମୋଦିଙ୍କ ହାଜତ ମିଆଦ ବୃଦ୍ଧି

ଲଣ୍ଡନ,୨୦-୯: ପଳାତକ ହୀରା ବ୍ୟବସାୟୀ ନୀରବ ମୋଦିଙ୍କ ହାଜତ ମିଆଦକୁ ସ୍ଥାନୀୟ ଅଦାଲତ ଗୁରୁବାର ଅକ୍ଟୋବର ୧୭ ଯାଏ ବୃଦ୍ଧି କରିଛନ୍ତି। ଗୁରୁବାର ତାଙ୍କର ହାଜତ...

ପ୍ରତ୍ୟକ୍ଷ କରରେ ବଡ଼ ଧରଣର ସଂସ୍କାର ପ୍ରସ୍ତୁତି;ସର୍ବାଧିକ ଆୟକର୨୦% ସୁପାରିସ

ନୂଆଦିଲ୍ଲୀ,୨୧-୮: କେନ୍ଦ୍ର ସରକାର ପରୋକ୍ଷ ଟିକସ ବ୍ୟବସ୍ଥାରେ ସଂସ୍କାର ଆଣି ଦେଶରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଲାଗୁ କଲେ। ଏହାଦ୍ୱାରା ପ୍ରାୟ ଏକ ଡଜନରୁ...

ଅର୍ଥନୀତିରେ ମାନ୍ଦାବସ୍ଥା

ଭାରତୀୟ ଅର୍ଥନୀତି ସଙ୍କଟ ଦେଇ ଗତି କରୁଥିବା ଆଲୋଚନା ହେଉଛି। ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ଏ ନେଇ ନିକଟରେ ମତ ରଖିଛନ୍ତି। ଅଗଷ୍ଟ...

କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦରୁ ଓହରିବେ ଆନନ୍ଦ ମହିନ୍ଦ୍ରା

ମୁମ୍ବାଇ,୨୧-୧୨: ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପଦବୀରୁ ଆନନ୍ଦ ମହିନ୍ଦ୍ରା ଏପ୍ରିଲ ପହିଲାରୁ ଓହରିବେ ବୋଲି ଗ୍ରୁପ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି।...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୫୭.୩%

ଭୁବନେଶ୍ୱର,୧-୧(ବ୍ୟୁରୋ): ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟ ସୂଚୀ ଅକ୍ଟୋବରରେ ୩୨୫ ପଏଣ୍ଟ ଥିଲା। ନଭେମ୍ବରରେ ଏଥିରେ ୩ ପଏଣ୍ଟ ବଢି...

Leave a comment

Your email address will not be published. Required fields are marked *