ଆଦର୍ଶ ବିଦ୍ୟାଳୟ ରାସ୍ତା ମରଣଯନ୍ତା :ଆକ୍‌ଶନ ପ୍ଲାନ ସରିଛି

ଆନନ୍ଦପୁର, ୨୩। ୮(ସ୍ବ.ପ୍ର.)- ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଆନନ୍ଦପୁରର ଭିତ୍ତିଭୂମି ବିକାଶ ପାଇଁ ୧୭ କୋଟି ୬୪ ଲକ୍ଷର ଆକ୍‌ଶନ ପ୍ଲାନ୍‌ ଆପ୍ରୁଭ ସରିଛି, ବାକି ରହିଛି ଟେଣ୍ଡର ପ୍ରକ୍ରିୟା। ଏହି ଅନୁଦାନରେ ବିଦ୍ୟାଳୟର ପାଚେରି, ମୁଖ୍ୟ ଗେଟ୍‌, ଆପ୍ରୋଚ ରୋଡ, ସାଇକେଲ ଷ୍ଟାଣ୍ଡ, ବାଳିକା ଫୁଟବଲ, ବାଳକ ଫୁଟବଲ, ଭଲିବଲ୍‌ ଆଦି ଖେଳପଡିଆ, ଛାତ୍ରୀ ନିବାସ, ଛାତ୍ରାବାସ ସହିତ ଅନ୍ୟ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ ହେବ। ହେଲେ ବିଦ୍ୟାଳୟକୁ ଯାଇଥିବା ରାସ୍ତାର ଦୁରବସ୍ଥା ପ୍ରତି କାହାର ଦୃଷ୍ଟି ନାହିଁ। ଆନନ୍ଦପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାସ୍ତାର ମରାମତି ପାଇଁ ତା ୧।୧୧।୨୦୧୮ରିଖରେ ଜିଲାପାଳଙ୍କ ଅନୁମୋଦନ ପାଇଁ ପଠାଯାଇଥିଲା। ଅଦ୍ୟାବଧି ଏହି ରାସ୍ତା ନିର୍ମାଣ ପାଇଁ ଜିଲାପାଳଙ୍କ ସ୍ତରରୁ ଅନୁମୋଦନ ମିଳି ନ ଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ସୂତ୍ରରୁ ଜଣାପଡିଛି। ଆନନ୍ଦପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ଯାଇଥିବା ଏହି ରାସ୍ତା ମରଣଯନ୍ତାରେ ପରିଣତ ହେଲାଣି। ୨୦ ନଂ ଜାତୀୟ ରାଜପଥ ଠାରୁ ଆଦର୍ଶ ବିଦ୍ୟାଳୟକୁ ପ୍ରାୟ ୧ କି.ମି. ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଏହି ରାସ୍ତା ଉପରେ ଉପଖଣ୍ଡର ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାଳୟ ଯଥା ଜଳସମ୍ପଦ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, କ୍ଷୁଦ୍ର ଜଳସେଚନ ବିଭାଗ କାର୍ଯ୍ୟାଳୟ, ଗ୍ରାମ୍ୟ ଉନ୍ନୟନ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ, ଘସିପୁରା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ, ଡିଏଫଓଙ୍କ କାର୍ଯ୍ୟାଳୟ , ପୌରପରିଷଦ ଡମ୍ପିଂୟାର୍ଡ, ଉଦ୍ୟାନ ବିଭାଗ କାର୍ଯ୍ୟାଳୟ ନିର୍ଭର କରିଥାଏ। ଏହି ଦୃଷ୍ଟିରୁ ରାସ୍ତାର ଗୁରୁତ୍ୱ ଅଧିକ ରହିଥିବା ସତ୍ତ୍ୱେ ଜିଲା ପ୍ରଶାସନ ବୈମାତୃକ ମନୋଭାବ ପୋଷଣ କରିବା ପରିତାପର ବିଷୟ ସାଜିଛି। ଏହି ରାସ୍ତା ଦୀର୍ଘ ବର୍ଷ ବର୍ଷ ଧରି ମରାମତି କିମ୍ବା ନୂତନ ଭାବେ ନିର୍ମାଣ କରାଯାଉ ନ ଥିବାରୁ ବଡ ବଡ ଖାଲଖମା ସୃଷ୍ଟି ହୋଇ ବିଭିନ୍ନ ସମୟରେ ଦୁର୍ଘଟଣା ମଧ୍ୟ ଘଟୁଛି। ଏତଦ୍‌ବ୍ୟତୀତ ଛାତ୍ରୀଛାତ୍ରମାନେ ଘରୋଇ ଯାନବାହନ, ସାଇକେଲ ଯୋଗେ ଏହି ରାସ୍ତା ଦେଇ ଆଦର୍ଶ ବିଦ୍ୟାଳୟକୁ ଯାଇଥାନ୍ତି। ବିଦ୍ୟାଳୟକୁ ଯାତାୟାତ ସମୟରେ ଛାତ୍ରୀଛାତ୍ର ରାସ୍ତାର ଦୁରବସ୍ଥା ପାଇଁ ନାନା ହଇରାଣ ହରକତ ହେଉଛନ୍ତି। ସଂପୃକ୍ତ ରାସ୍ତାଟି ପୌରପରିଷଦ ଅଧୀନରେ ରହିଥିବାରୁ ଅନ୍ୟ କୌଣସି ବିଭାଗ ଏହି ରାସ୍ତା ନିର୍ମାଣ କାର୍ଯ୍ୟ କ୍ଷେତ୍ରରେ ଗୁରୁତ୍ୱ ଦିଅନ୍ତି ନାହିଁ କିମ୍ବା ନିଜ ଅଧୀନକୁ ନେଇ ନିର୍ମାଣ କରିପାରନ୍ତି ନାହିଁ। ଫଳରେ ରାସ୍ତାର ଦୁରବସ୍ଥା ସୁଧୁରିବା ନାଁ ଧରୁନାହିଁ। ନିକଟରେ ପୌରପରିଷଦ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ କରିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅବଗତ କରାଯାଇଥିଲା। ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗ ଏହାକୁ ପ୍ରତ୍ୟାଖାନ କରିଥିଲା। ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା ନିର୍ମାଣ କରିବା ପାଇଁ ପ୍ରସ୍ତାବ ପ୍ରତ୍ୟାଖାନ କରିବା ପରେ ବିଭାଗ ପକ୍ଷରୁ ଓଡିଶା ମିନେରାଲ ବିଅରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ୍‌(ଓଏମବିଏଡିସି) ଫଣ୍ଡରେ ନିର୍ମାଣ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା।


All Right Reserved By Dharitri.Com

ଆଧାର ଦେଇଛି ଦୁଃଖ

ରାଇସୁଆଁ,୨୯।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ମହାଦେଇଯୋଡା ପଞ୍ଚାୟତର ସଲରାପେଣ୍ଠ ଗ୍ରାମର ମା’ ବାପା ଛେଉଣ୍ଡ ୧୧ ବର୍ଷର ଝିଅ ସୀମା । ଜନ୍ମ...

ଶିକ୍ଷକ ବିଳମ୍ବରେ ପହଞ୍ଚିବାରୁ ପ୍ରତିବାଦ: ବିଦ୍ୟାଳୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ

ପାଟଣା,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଶ୍ୟାମ ସୁନ୍ଦରପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ମୁଖ୍ୟ ଫାଟକରେ ଗୁରୁବାର ସକାଳୁ ଅଭିଭାବକ ଓ ଗ୍ରାମବାସୀ ମିଶି ତାଲା...

କୃଷ୍ଣପୁର-କରମଙ୍ଗୀ ରାସ୍ତା ଶୋଚନୀୟ

ତେଲକୋଇ, ୬।୧୦(ଡି.ଏନ.ଏ.)-ତେଲକୋଇ ବ୍ଲକ ଅନ୍ତର୍ଗତ ପଡାଙ୍ଗ ପଞ୍ଚାୟତର କୃଷ୍ଣପୁର ଦେଇ କରମଙ୍ଗୀ ପଞ୍ଚାୟତ ମୁଖ୍ୟାଳୟର ରାସ୍ତା ଶୋଚନୀୟ ହୋଇପଡିଛି । କୃଷ୍ଣପୁର ଗ୍ରାମଠାରୁ କରମଙ୍ଗୀ ପର୍ଯ୍ୟନ୍ତ...

ନିଆରା ଢଙ୍ଗରେ ଦୀପାବଳି: ବାଣ ଫୁଟା ନ ଯାଇ ବାଳାଶ୍ରମ, ବୃଦ୍ଧାଶ୍ରମ ଅନ୍ତେବାସୀଙ୍କ ଉନ୍ନତିରେ ଖର୍ଚ୍ଚ ପାଇଁ ଦିଆଗଲା ଅର୍ଥ

ହାଟଡ଼ିହୀ,୨୮।୧୦(ସ୍ବ.ପ୍ର./ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକର ବିଶିଷ୍ଟ ସାମାଜିକ ସଂଗଠନ ‘ସର୍ଭ ଫର ଫିପୁଲ’ ତରଫରୁ ଦୀପାବଳି ଉତ୍ସବ ନିଆରା ଢଙ୍ଗରେ ପଳିତ ହୋଇଯାଇଛି। ଏହି...

ପାଟ୍ରୋଲିଂ ବେଳେ ପୋଲିସ ବୋଲେରୋକୁ ଧକ୍କା ଦେଲା ଡମ୍ପର: ଡ୍ରାଇଭର ଆହତ, ଅଳ୍ପକେ ବର୍ତ୍ତିଲେ ୪ ସୁରକ୍ଷା କର୍ମୀ

ଯୋଡ଼ା,୬।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବନେଇକଳା ଖଣି ଉପନିର୍ଦ୍ଦେଶାଳୟ ନିକଟ ତଥା ୫୨୦ ନଂ. ରାଜପଥରେ ପାଟ୍ରୋଲିଂ କରୁଥିବା ବୋଲେରୋକୁ ଏକ ଡମ୍ପର...

ହଦଗଡ ଜବାହର ନବୋଦୟ ବିଦ୍ୟାଳୟ: ହେଉନି ଭିତ୍ତିଭୂମିର ବିକାଶ

ହାଟଡିହୀ,୧୬ା୧୨(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ହଦଗଡ ପଞ୍ଚାୟତ ବଣପାହାଡ ଘେରାରେ ଜବାହର ନବୋଦୟ ବିଦ୍ୟାଳୟ ୧୯୮୬ରେ ଆରମ୍ଭ ହେବାପରଠାରୁ ବିଭିନ୍ନ ସମସ୍ୟା ନେଇ ଗତି କରିଚାଲିଛି।...

ରେଳ ଲାଇନ୍‌ରୁ ଯୁବକଙ୍କ ମୃତଦେହ ଉଦ୍ଧାର

ଯୋଡ଼ା,୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ଅନ୍ତର୍ଗତ ନମିରା ଗ୍ରାମ ନିକଟ ରେଳ ଲାଇନ୍‌ରୁ ଜଣେ ଯୁବକଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ସେ ହେଲେ...

ମୁଦାଲା ଫେରାର ଘଟଣା: ଜଣେ ଏସଆଇ, ୩ କନେଷ୍ଟବଳ ନିଲମ୍ବିତ

କେନ୍ଦୁଝର,୧୫।୧୦ (ସ୍ବ.ପ୍ର.): କେନ୍ଦୁଝର ଜିଲା କୋର୍ଟ ପରିସରରୁ ଦୁଇଜଣ ମୁଦାଲା ଫେରାର ଘଟଣାରେ ପୋଲିସ କୋର୍ଟର ଜଣେ ସିଏସଆଇ ଓ ତିନି ଜଣ କନେଷ୍ଟବଳଙ୍କୁ ଏସପି...

Leave a comment

Your email address will not be published. Required fields are marked *