ରାସ୍ତା ପାରବେଳେ ଜୀବନ ହାରୁଛନ୍ତି ଜୀବଜନ୍ତୁ: ଅଣ୍ଡରପାସ୍‌ ନିର୍ମାଣ ଦାବି

କେନ୍ଦୁଝର, ୨୩ା୮ (ସ୍ବ.ପ୍ର.)-ରାଜ୍ୟ ଏବଂ କେନ୍ଦ୍ର ସରକାର ବନ୍ୟ ପ୍ରାଣୀଙ୍କ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିଲେ ମଧ୍ୟ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଏପରି ହେଲେ ଅମୂଲ୍ୟ ପ୍ରାଣୀ ସମ୍ପଦ ବିଲୁପ୍ତ ହୋଇଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ। କେନ୍ଦୁଝର ଜିଲା ଦେଇ ଯାଇଥିବା ଜାତୀୟ ରାଜପଥ ୨୦ ମଣିଷ ଓ ବନ୍ୟପ୍ରାଣୀଙ୍କ ପାଇଁ ବିପଦର କାରଣ ପାଲଟିଛି ା ଅସମ୍ପୂର୍ଣ୍ଣ ରାସ୍ତା ସାଙ୍ଗକୁ ତ୍ରୁଟିପୂର୍ଣ୍ଣ ରାସ୍ତା ଏହି ବିପଦର କାରଣ ହୋଇଛି ା ରାସ୍ତାରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବା ବେଳେ ରାସ୍ତା ଅତିକ୍ରମ ସମୟରେ ଜଙ୍ଗଲୀ ଜୀବଜନ୍ତୁ ଦୁର୍ଘଟଣାର ଶିକାର ହୋଇ ମୃତ୍ୟୁବରଣ କରୁଛନ୍ତି। ବୁଧବାର ବିଳମ୍ବିତ ରାତିରେ ରାସ୍ତା ରେ ହାତୀ ପଲ ପାର ହେଉଥିବା ବେଳେ ପ୍ରଥମେ ଟ୍ରକ ଓ ତା ପରେ ବସ ଧକ୍କା ଦେବା ଫଳରେ ଏକ ଛୁଆ ହାତୀ ମିଶାଇ ୩ ଟି ମାଈହାତୀର ଶୋଚନୀୟ ମୃତ୍ୟୁ ଘଟିଛି ା ଏହି ଘଟଣା ଘଟିବା ପରେ ସମଗ୍ର ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି। ଏପରି ଅନେକ ବାର ଘଟିଥିଲେ ମଧ୍ୟ ପ୍ରଶାସନ ସଜାଗ ହେଉନାହିଁ। ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର। ଏହା ପ୍ରଥମ ନୁହେଁ ଗତ କିଛି ମାସ ମଧ୍ୟରେ ନରଣପୁର, ପଳାଶପଙ୍ଗା ନିକଟରେ ଭାଲୁ, ବାରହା ଆଦି ଜୀବଜନ୍ତ ଗାଡି ଧକ୍କାରେ ମୃତ୍ୟୁବରଣ କରିଛନ୍ତି। ତ୍ରୂଟିପୂର୍ଣ୍ଣ ଆନିମଲ ଅଣ୍ଡରପାସ ଏବଂ ଅନେକ ସ୍ଥାନରେ ଏହି କାର୍ଯ୍ୟ ଅସମ୍ପୂର୍ଣ୍ଣ ଥିବା ଓ ଠିକ ସ୍ଥାନରେ ନିର୍ମାଣ ହୋଇ ପାରି ନ ଥିବାରୁ ଜଙ୍ଗଲୀ ଜୀବଜନ୍ତୁ ଅକାଳରେ ପ୍ରାଣ ହରାଉଥିବା ବନ୍ୟପ୍ରାଣୀ ପ୍ରେମୀ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।
ଡିଏଫଓ ସନ୍ତୋଷ ଯୋଶୀ କହିଛନ୍ତି ଯେ ପାଖରେ ବନ୍ୟ ପ୍ରାଣୀଙ୍କ ଯାତାୟାତ ପାଇଁ ଅଣ୍ଡରପାଶ ଅଛି କିନ୍ତୁ ହାତୀ ପଲ ଅନ୍ୟ ସ୍ଥାନରେ ରାସ୍ତା ପାର ହେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି। ତେବେ ଜାତୀୟ ରାଜପଥ ନଂ ୨୦ରେ ଜଙ୍ଗଲୀ ଜୀବଜନ୍ତୁଙ୍କ ଯାତାୟତ ପାଇଁ ଅଣ୍ଡର ପାସ ସଂରକ୍ଷିତ ଜଙ୍ଗଲ ନିକଟରେ କରାଯାଇନଥିବାରୁ ବନ୍ୟ ଜନ୍ତୁ ରାସ୍ତା ପାର କରିବାରେ ସମସ୍ୟା ଭୋଗୁଛନ୍ତି। ଅନେକ ସମୟରେ ରାସ୍ତା ପାର ହେଲା ବେଳେ ଗାଡି ଧକ୍କାରେ ମୃତ୍ୟୁବରଣ କରୁଛନ୍ତି। ଏହି ଜାତୀୟ ରାଜପଥ ୨୦, ଜିଲାର ଅଟେଇ ସଂରକ୍ଷିତ ଜଙ୍ଗଲ, ବାଲିବନ୍ଧ ସଂରକ୍ଷିତ ଜଙ୍ଗଲ, ଟାଙ୍ଗରାଣୀ ସଂରକ୍ଷିତ ଜଙ୍ଗଲ, ନରଣପୁର ସଂରକ୍ଷିତ, ବାରବାଙ୍କ, କନ୍ତୋ ଆଦି ଜଙ୍ଗଲ ନିକଟରେ ଯାଇଥିବା ଜଣାପଡିଛି। କେତେକ ରାସ୍ତାରେ ଆନିମଲ ଅଣ୍ଡର ପାସ ନିର୍ମାଣ କରାଯାଇଛି ା ତେବେ କେତେକ ଠିକ ସ୍ଥାନରେ ହୋଇନଥିବା ଏବଂ ନିର୍ମାଣ ଶେଷ ହୋଇନଥିବା ଅଭିଯୋଗ ହୋଇଛି ା ଏହି ଅଣ୍ଡରପାସଗୁଡିକ କରିବାର ମୂଳଲକ୍ଷ୍ୟ ହେଲା ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ସଂରକ୍ଷିତ ଜଙ୍ଗଲରେ ରହୁଥିବା ହାତୀ ଓ ଅନ୍ୟ ଜୀବଜନ୍ତୁ ବିନା ବାଧାରେ ଯାତାୟାତ କରିପାରିବେ। ରାତିରେ ରାସ୍ତା ଫାଙ୍କା ହୋଇଥିବାରୁ ଟ୍ରକ ଏବଂ ବସ ଦ୍ରୁତଗତିର ଯାଉଛନ୍ତି। ଏନେଇ ଦୁର୍ଘଟଣାରେ ଅନେକ ଜୀବଜନ୍ତୁ ପ୍ରାଣ ହରାଉଛନ୍ତି। ଏଣୁ ତୁରନ୍ତ ଅଣ୍ଡରପାସ ନିର୍ମାଣ କରିବା ସହ ବନ୍ୟପ୍ରାଣୀ ଯାତାୟତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଦାବି ହଉଛି ା ଏନେଇ ଗାଡିର ବେଗ ନିୟନ୍ତ୍ରଣ କରିବା ସହ ହର୍ଣ୍ଣ ମାରି ଯିବା ଆସିବା କରିବା ପାଇଁ ନୀତିନିୟମ ଲାଗୁ କରିବାକୁ ଦାବି ହେଉଛି। ସାଧାରଣତଃ ବନ୍ୟପ୍ରାଣୀ ଏକ ନିର୍ଦ୍ଦିଷ୍ଟ ପଥରେ ଯାତାୟତ କରିଥାନ୍ତି। ସେସବୁ ପଥରେ ରାସ୍ତା ନିର୍ମାଣ ହେବା ଫଳରେ ପଥଭ୍ରଷ୍ଟ ହୋଇ ଅନ୍ୟ ରାସ୍ତାରେ ଯିବାଆସିବା କରିବାକୁ ବାଧ୍ୟ ହୋଇଥାନ୍ତି। ଯେଉଁଠିକି ଦୁର୍ଘଟଣାର ଶିକାର ହୋଇଥାନ୍ତି ବୋଲି କେନ୍ଦୁଝର ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରେକୃଷ୍ଣ ମହାନ୍ତ କହିଛନ୍ତି। ଏଣୁ ହାତୀ ମାନଙ୍କ ଗତିପଥକୁ ନୀରିକ୍ଷଣ କରି ଏଭଳି ରାସ୍ତା ବା ରେଳଲାଇନ ପାର ହେବା ସମୟରେ ଗାଡି ଚାଳକଙ୍କୁ ସୂଚନା ଦେବା ବ୍ୟବସ୍ଥା କରିବାକୁ ଦାବି ହେଉଛି ା


All Right Reserved By Dharitri.Com

୭ ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯୋଡ଼ା,୧୪।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ପୌରପାଳିକାର ୭ନଂ. ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଉକ୍ତ ଓ୍ବାର୍ଡର ପୋଷ୍ଟ ଅଫିସ ପଛପାର୍ଶ୍ୱରେ ଅଳିଆ ଆବର୍ଜନା ପଡ଼ି...

ଦୁର୍ଦ୍ଦିନରେ ନଳିତା ଚାଷୀ

ହାଟଡିହୀ,୧୬।୯(ଡି.ଏନ.ଏ.)- କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅକରୁଆ ପଞ୍ଚାୟତ ଅକରୁଆ, ଆମ୍ବଗଡିଆ ଓ ଦଧିବାମନପୁର ଗ୍ରାମର ନଳିତା ଚାଷୀମାନେ ଦୁର୍ଦ୍ଦଶାରେ ଦିନ କାଟୁଥିବାବେଳେ ସରକାରୀ ପ୍ରୋତ୍ସାହନ...

ସମସ୍ୟା ଘେରରେ ଶିଶୁ ଓ୍ବାର୍ଡ

କେନ୍ଦୁଝର, ୮ା୯ (ସ୍ବ.ପ୍ର.)- ଶିଶୁଙ୍କୁ ଉନ୍ନତ ଚିକିତ୍ସା, ସୁବିଧା ଯୋଗାଇ ଦେବା ଲାଗି କେନ୍ଦୁଝର ଜିଲା ମୁଖ୍ୟ ଚିକତ୍ସାଳୟରେ ଥିବା ୩୦ ଶଯ୍ୟା ବିଶିଷ୍ଟ ଶିଶୁ...

କାର୍ଯ୍ୟକାରୀ ହେଉନି ଜିଲାପାଳଙ୍କ ନିର୍ଦ୍ଦେଶ: ଶିଶୁ ପାର୍କରେ ଝୁଲୁଛି ତାଲା

ଆନନ୍ଦପୁର,୨୬। ୮(ସ୍ବ.ପ୍ର.)- ଆନନ୍ଦପୁର ଶିଶୁ ପାର୍କରେ ଝୁଲୁଛି ତାଲା। ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ କରାଯାଇ ନିବନିର୍ମିତ ଶିଶୁ ପାର୍କ ଗତ ସାଧାରଣ ନିର୍ବାଚନର ଠିକ୍‌...

୭ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

ଯୋଡ଼ା, ୧୪।୮(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୭ନଂ ଓ୍ବାର୍ଡରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଥିବା ଅଭିଯୋଗ ହୋଇଛି । ଉକ୍ତ ଓ୍ବାର୍ଡର ପୋଷ୍ଟ ଓଫିସ...

ଶୀତ ଋତୁରେ ପର୍ଯ୍ୟଟକଙ୍କ ମନ ଜିଣୁଛି କେନ୍ଦୁଝରର କଶ୍ମୀର ‘ଦରଗୁଡ଼ିଶିଳା’

କୋଳିମାଟି,୮ା୧୨:(ଡି.ଏନ୍‌.ଏ.): ବଣ ପାହାଡ଼ ଘେରା କେନ୍ଦୁଝର ଜିଲାର ପ୍ରାକୃତିକ ପରିବେଶ ବେଶ ମନୋରମ। ବିଶେଷ କରି ଶୀତ ଋତୁର ଆଗମନରେ ଜିଲାର ପ୍ରମୁଖ ପର୍ଯ୍ୟଟନସ୍ଥଳଗୁଡ଼ିକରେ ପ୍ରାକୃତିର...

ବିଲକୁ ମାଡୁନି ପାଣି: ରେଲୱେ ସାଇଫନ ସାଜିଛି ବାଧକ

କେନ୍ଦୁଝର, ୧୨।୧୦( ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ନଇଗାଁ ଅଞ୍ଚଳର ଚାଷୀ ଜମିକୁ କେନାଲ ପାଣି ମଡାଇ ନ ପାରି ଚିନ୍ତାରେ ପଡିଛନ୍ତି। ବର୍ତ୍ତମାନ ଧାନ...

ଭଙ୍ଗାଚାଳିଆରେ ବିତୁଛି ଦିନ

ରାଇସୁଆଁ, ୨୦।୧(ଡି.ଏନ.ଏ.)-ସରକାର ଗରିବ ନିରାଶ୍ରୟଙ୍କ ଥଇଥାନ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବିଜୁପକ୍କା ଘର ଆଦି ଯୋଜନା କରିଛନ୍ତି। ମାତ୍ର କେନ୍ଦୁଝର ଜିଲା ସଦର ଅଞ୍ଚଳରେ...

Leave a comment

Your email address will not be published. Required fields are marked *