ଓଡ଼ିଶା ସୀମାନ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ନିଜେ ଚା’ ପ୍ରସ୍ତୁତ କରି ପିଆଇଲେ

ଭୋଗରାଇ, ୨୩।୮(ଡି.ଏନ.ଏ.)-ଓଡ଼ିଶା ସୀମାନ୍ତ ଦୀଘା ସୈକତ ସହରକୁ ୪ ଦିନିଆ ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସି ଗୁରୁବାର ପୂର୍ବାହ୍ନରେ ଫେରିଛନ୍ତି। ସେ ଦୀଘାରେ ୪ଦିନ ରହଣି କାଳରେ ୭୪ ଶିଳାନ୍ୟାସ ଓ ୪୭ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ସେଥିମଧ୍ୟରୁ ଓଡ଼ିଶା ସୀମାନ୍ତ ୫ଶହ ମିଟର ବ୍ୟବଧାନରେ ୭୦କୋଟି ୬୩ଲକ୍ଷ ଟଙ୍କା ବ୍ୟୟରେ ଆନ୍ତର୍ଜାତିକ କନଭେନ୍‌ସନ୍‌ ସେଣ୍ଟର ଉଦ୍‌ଘାଟନ କରିବା ସହିତ ବୁଧବାର ଓଲ୍ଡ ଦୀଘାରେ ଉଚ୍ଚସ୍ତରୀୟ ପ୍ରଶାସନିକ ବୈଠକ କରିଛନ୍ତି। ଜନ ସଂଯୋଗ ପାଇଁ ଆସିଥିବା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେଭ ଡ୍ରାଇଭ୍‌-ସେଭ୍‌ ଲାଇଫ୍‌ ନାମ ଧରି ପଶ୍ଚିମବଙ୍ଗ ପୋଲିସ ରାସ୍ତାରେ ବ୍ୟାପକ ଚାନ୍ଦା ଆଦାୟ କରୁଥିବାରୁ ପଶ୍ଚିମବଙ୍ଗ ବଦନାମ୍‌ ହେଉଛି ବୋଲି କ୍ଷୋଭ ପ୍ରକାଶ କରିଥିଲେ। ଅସାଧୁ ପୋଲିସ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ରାଜ୍ୟ ଉଚ୍ଚପଦାଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ।
ବୁଧବାର ମୁଖ୍ୟମନ୍ତ୍ରୀ ଓଡ଼ିଶା ସୀମାନ୍ତ ଉଦୟପୁରସ୍ଥିତ ପଶ୍ଚିମବଙ୍ଗ ଅଧୀନ ବିତ୍ତପୁର ଗାଁକୁ ଆକସ୍ମିକ ଭାବେ ପରିଦର୍ଶନ କରି ଏହି ଗାଁର ଆଦିବାସୀ ପରିବାରଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। ସେଠାରେ ରହି ଓଡ଼ିଶାର ଗାଁ ଓ ଉଦୟପୁର ବେଳାଭୂମି ସମ୍ପର୍କରେ ଦୀଘା-ଶଙ୍କରପୁର ଉନ୍ନୟନ ପରିଷଦର କର୍ମକର୍ତ୍ତା, ପ୍ରଶାସନ ଓ ରାଜ୍ୟସ୍ତରୀୟ ନେତା, ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ସେହି ଗାଁରେ ରହି ପିଲାମାନଙ୍କୁ ବସ୍ତ୍ର ବଣ୍ଟନ କରିବା ସହିତ ଛୋଟ ପିଲାଙ୍କୁ ଧରି ସ୍ନେହ କରିବା ସହ ଚକୋଲେଟ୍‌ ବାଣ୍ଟିଥିଲେ। ମମତା ସୀମାନ୍ତ ଗାଁକୁ ଯାଉଥିବାବେଳେ ହଠାତ୍‌ ଗାଡ଼ି ଅଟକାଇ ରାସ୍ତାରେ ଓହ୍ଲାଇ ଏକ ଚା’ ଦୋକାନ ବେଞ୍ଚରେ ବସି ପଡ଼ିଥିଲେ। ସେଠାରେ ଚା’ ବିକାଳିଙ୍କୁ ଉଠାଇ ସେ ନିଜେ ଚା’ ପ୍ରସ୍ତୁତ କରିଥିଲେ। ମୁଖ୍ୟମନ୍ତ୍ରୀ ଦୋକାନରେ ଚା’ ପ୍ରସ୍ତୁତ କରି ନିଜେ ପିଇବା ସହିତ ତାଙ୍କ ସହିତ ଆଗତ ସମସ୍ତ ଭିଆଇପିମାନଙ୍କୁ ଚା’ ପିଆଇଥିଲେ। ଏହି ଚା’ପାନ ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ପୂର୍ବରୁ ଚା’ ଦୋକାନରେ ବସୁଥିଲି। ସେଠାରେ ସମସ୍ତ କଥା ଶୁଣୁଥିଲି ଓ ବହୁ କଥା ଜାଣୁଥିଲି। ମୁଖ୍ୟମନ୍ତ୍ରୀଙ୍କ ଏଭଳି ଅଭିନବ କାର୍ଯ୍ୟକୁ ସୀମାନ୍ତବାସୀ ପ୍ରଶଂସା କରିଛନ୍ତି।


All Right Reserved By Dharitri.Com

ଟ୍ରକ୍‌ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ: କାର୍ଯ୍ୟାଳୟରେ ଉତ୍ତେଜନା

ବଡ଼ବିଲ,୧୭।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ମାଇନିଂ ଏରିଆ ଟ୍ରକ ଓନର୍ସ ଆସୋସିଏଶନର ୨ ଗୋଷ୍ଠୀ ବୁଧବାର କୌଣସି କାରଣକୁ ନେଇ ମୁହାଁମୁହିଁ ହୋଇଛନ୍ତି। ଏ ନେଇ...

ବଜ୍ରପାତରେ ଚାଷୀଙ୍କ ପ୍ରାଣ ଗଲା

ଭୋଗରାଇ, ୫।୮(ଡି.ଏନ.ଏ.)-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁ ସୋମବାର ଅପରାହ୍ନରୁ ଉତ୍ତର ବାଲେଶ୍ୱରରେ ମଧ୍ୟମ ଧରଣର ବର୍ଷା ହୋଇଛି। ଭୋଗରାଇ ବ୍ଲକ କଲ୍ୟାଣପୁର ଗ୍ରାମରେ ବଜ୍ରପାତ ହେବାରୁ...

ଜୁନ ୧୫ରୁ ବନ୍ଦ ରହିବ ଶିମିଳିପାଳ

ବାରିପଦା ଅଫିସ,୨୮।୫- ପ୍ରତିବର୍ଷ ଭଳି ଏଥର ବର୍ଷା ଋତୁକୁ ଦୃଷ୍ଟିରେ ରଖି ଆସନ୍ତା ୧୫ରୁ ନଭେମ୍ବର ପହିଲା ପର୍ଯ୍ୟନ୍ତ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ...

ଦୁର୍ବୃତ୍ତ ଝାମ୍ପିନେଲେ ୪ ଲକ୍ଷ

ସଜନାଗଡ଼, ୪।୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଥାନା ମିତ୍ରପୁର ବଜାରରୁ ଦୁର୍ବୃତ୍ତମାନେ ଶନିବାର ଅପରାହ୍ନ ସାଢ଼େ ୩ଟାରେ ୪ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି। ମିତ୍ରପୁର ଟ୍ରକ୍‌ ଆସୋସିଏଶନ...

ଐତିହ୍ୟର ସ୍ମୃତି ଏଠି ଅଲୋଡ଼ା

ଚାନ୍ଦବାଲି,୧୬।୫(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରାଚୀନ ବନ୍ଦର ନଗରୀ ଚାନ୍ଦବାଲିରେ ଇଂରେଜ ଅମଳର ଅନେକ ସ୍ମାରକୀ ରହିଛି। ଏଭଳି ଐତିହ୍ୟକୁ ନେଇ ଅଞ୍ଚଳବାସୀ ଗର୍ବ ଅନୁଭବ କରୁଥିଲେ ମଧ୍ୟ...

ବୃତ୍ତି ପରୀକ୍ଷା ପାଇଁ ୪ ଛାତ୍ର ମନୋନୀତ

ହାଟଡ଼ିହୀ,୮।୬(ଡି.ଏନ୍‌.ଏ.): ନରେନ୍ଦ୍ରନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ପରିଚାଳିିତ କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଚଣ୍ଡିଆବିରଞ୍ଚିପୁରସ୍ଥିତ ସେଣ୍ଟ୍‌ ଜାଭିୟର୍ସ ହାଇସ୍କୁଲର ୪ ଜଣ ଛାତ୍ର ବୃତ୍ତି ପରୀକ୍ଷା...

୨୦୨୦ ମାର୍ଚ୍ଚ ସୁଦ୍ଧା ସବୁ ପୌରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ

ଭୁବନେଶ୍ୱର, ୧୯ା୯(ବ୍ୟୁରୋ)- ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟର ୧୧୪ ପୌରାଞ୍ଚଳର ପ୍ରତ୍ୟେକ ଘରକୁ ବିଶୁଦ୍ଧ ପାନୀୟ ଜଳ ପାଇପ ଯୋଗେ ଯୋଗାଇ ଦିଆଯିବ। ଲୋକସେବା ଭବନରେ...

ସୀମା ଟପିଲା ମାଙ୍କଡ଼ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ବସ୍ତା,୨୭।୭(ସ୍ବ.ପ୍ର.)-ବସ୍ତା ବ୍ଲକ କୁଳିଦା ପଞ୍ଚାୟତର କୁଳିଦା, ଆଗ୍ରଡ଼ା, ତେନ୍ତୁଳିଆ ଆଦି ଗ୍ରାମରେ ଗତ କିଛିଦିନ ହେଲା ମାଙ୍କଡ଼ ଉପଦ୍ରବ ଚରମ ସୀମାରେ ପହଞ୍ଚତ୍ଛି। ମାଙ୍କଡ଼ ଗାଁରେ...

Leave a comment

Your email address will not be published. Required fields are marked *