ଏଇ ଭାରତରେ

ଭାରତରେ ପୁଣି ତାଲିବାନୀ ନିଷ୍ପତ୍ତି- ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ପୂରା ସତ। ବିହାରର ମଧୁବନୀ ଜିଲାର ହତ୍ଥାପୁର ପରସା ପଞ୍ଚାୟତର ପୂର୍ବତନ ସରପଞ୍ଚଙ୍କ ନେତୃତ୍ୱରେ ଓ ଏବକାର ସରପଞ୍ଚଙ୍କ ଅଧ୍ୟକ୍ଷତାରେ ପରସା ଗାଁରେ ଅନୁଷ୍ଠିତ ବୈଠକରେ ଅଜବ ନିଷ୍ପତ୍ତି ନିଆଯାଇଛି। ପଞ୍ଚାୟତ ଲଗାଇଛି ତୋଗଲକୀ କଟକଣା। ଗାଁର କୌଣସି ଝିଅ ଏକୁଟିଆ ମୋବାଇଲରେ କଥା ହୋଇପାରିବେ ନାହିଁ। ଯଦି ଚାହିଁବେ ଅଭିଭାବକଙ୍କ ସମ୍ମୁଖରେ କଥା ହୋଇପାରିବେ। ଝିଅମାନେ ବାହାରକୁ ଯାଇଥିତ୍ଲେ ସନ୍ଧ୍ୟା ପୂର୍ବରୁ ଘରକୁ ଫେରିବାକୁ ବାଧ୍ୟ। କଟକଣାରୁ ଶୌଚ ବି ବାଦ୍‌ ପଡିନି। ସନ୍ଧ୍ୟା ପରେ ଓ ସକାଳ ହେବା ପୂର୍ବରୁ ପରସା ଗାଁର କୌଣସି ଝିଅ ପଦାକୁ ଶୌଚ ପାଇଁ ଯାଇପାରିବେ ନାହିଁ ବୋଲି ପଞ୍ଚାୟତର ବୈଠକରେ ନିଷ୍ପତ୍ତି ନିଆଯାଇଛି। କେହି ଗାଁରେ ଅଶ୍ଳୀଳ ଭୋଜପୁରୀ ସଙ୍ଗୀତ ବଜାଇପାରିବେ ନାହିଁ। ଗାଁର କୌଣସି ବ୍ୟକ୍ତି ବି ନିଶାସେବନ କରିପାରିବେ ନାହିଁ। କେହି ରାସ୍ତାକଡରେ ଖୋଲାରେ ଶୌଚ କରିପାରିବେ ନାହିଁ। ରାତି ସାଢେ ୮ଟା ପରେ ଦଳ ଦଳ ହୋଇ ରାସ୍ତାରେ ବୁଲିବା ଉପରେ କଟକଣା ଲଗାଯାଇଛି। ଗାଁର ସବୁ ଉତ୍ସବରେ ବାଜା ବନ୍ଦ। ବିବାହ ଉତ୍ସବରେ ରାସ୍ତାରେ ଝିଅ-ପୁଅ ନାଚିବା ମନା। ଯଦି ନାଚିବେ ତେବେ ଘର ଭିତରେ ନାଚିପାରିବେ। ପରିବେଶ ଦୂଷିତ ନ ହେବା, ସାମାଜିକ ଶାନ୍ତି କେମିତି ବଜାୟ ରହିବ ସେଥିପାଇଁ ଏହି ନିଷ୍ପତ୍ତି ଗ୍ରାମବାସୀଙ୍କ ସହ ବିଚାରବିମର୍ଶ କରାଯାଇ ନିଆଯାଇଥିବା ସରପଞ୍ଚ କହିଛନ୍ତି।


All Right Reserved By Dharitri.Com

ଆଜିର ଅର୍ଥନୀତି/ ସତ କହିବେ ତ

ଭାରତ ଏବେ ସବୁଠୁ ଖରାପ ଆର୍ଥିକ ଅବସ୍ଥା ଦେଇ ଗତି କରୁଛି, ଯାହା ଅନେକ ଦଶନ୍ଧି ଭିତରେ ଦେଖାଯାଇ ନ ଥିଲା। ଏହିପରି ସ୍ଥିତିରେ ବାର୍ଷିକ...

ଅସମୟରେ ଲାଭ

କରୋନା ଭାଇରସ୍‌ ବିଶ୍ୱର ୧୯୩ ଦେଶରେ କାୟା ବିସ୍ତାର କରି ଲୋକଙ୍କ ଜୀବନକୁ ବିପନ୍ନ କରିଦେଇଛି। ଭାରତରେ ଏହା କେଉଁ ଷ୍ଟେଜ୍‌ରେ ଅଛି ତାହା ଅଦ୍ୟାବଧି...

ଅନ୍ଧବିଶ୍ୱାସ ଅନ୍ତରାଳେ

ଅନ୍ନପୂର୍ଣ୍ଣା ପାଣ୍ଡେ ଆପଣମାନେ ପ୍ରତିଦିନ ଖବରକାଗଜରେ ଡାହାଣୀ ପ୍ରଥା ଉପରେ ପଢୁଥିବେ। ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି, ଅନୁଗୋଳ, ଢେଙ୍କାନାଳ ଆଦି ଅଞ୍ଚଳରେ କେତେ ଯେ ଡାହାଣୀ...

ଏଇ ଭାରତରେ

ହେଲ୍‌ମେଟ ପିନ୍ଧି ବୁଲେଟ ଚଢି ଉଦୟପୁର ସହରରେ ସ୍ବଚ୍ଛତା ପାଇଁ ଲୋକଙ୍କୁ ସଚେତନ କରୁଥିବା ଝିଅ ଜଣଙ୍କୁ ଦେଖିଲେ ଜାଣିବେ ଯେ ସେ ହେଉଛନ୍ତି ଡ....

ଭାରତର ଟାଇକୋ ବ୍ରାହେ

ବିଭୁ ପ୍ରସାଦ ମହାପାତ୍ର ‘No man ever was glorious, who was not labourious.’ ଯୁକ୍ତରାଷ୍ଟ୍ର ଆମେରିକାର ‘ଫିଲୋସଫିକାଲ ସୋସାଇଟି’ର ପ୍ରଥମ ସଭାପତି ତଥା...

ବ୍ରିଟେନ ସ୍ବରାଷ୍ଟ୍ର ସଚିବ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ୟୁରୋପୀୟ ସଂଘରୁ ବ୍ରିଟେନ୍‌ ଓହରିଯିବା ବା ବ୍ରେକ୍‌ଜିଟ ପ୍ରସଙ୍ଗ ଇଂଲିଶମାନଙ୍କ ପାଇଁ ଦୀର୍ଘଦିନ ହେବ ଅସ୍ପଷ୍ଟ ରହିଆସିଛି। ବ୍ରେକ୍‌ଜିଟ ସପକ୍ଷ ଓ...

କେନ୍ଦ୍ର ବଜେଟ ଓ ଗାଁ ଲୋକଙ୍କ ଆୟ ବୃଦ୍ଧି

ନଟବର ଖୁଣ୍ଟିଆ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ୨୦୨୦-୨୧ ବଜେଟରେ ଗ୍ରାମାଞ୍ଚଳ ବିକାଶ ପ୍ରତି ଗୁରୁତ୍ୱ ଦେଇଛନ୍ତି। ୨୦୧୯ ଶେଷ ଭାଗରେ ରିପୋର୍ଟ ପ୍ରକାଶ ପାଇଲା...

ଏଇ ଭାରତରେ

କନ୍ୟାକୁ ଦେଖି ବେଦି ଉପରେ ନିଜର ଡ୍ରେସ୍‌ ଚିରି ନାକ ଘଷିଲେ ବର। ବିହାରର ଫୁଲଓ୍ବାରି ଥାନା ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଦେଖିବାକୁ ମିଳିଛି ଏପରି...

Leave a comment

Your email address will not be published. Required fields are marked *