ହାତୀ ପାଇଁ ଗୃହବନ୍ଦୀ ଜୀବନ

ଭାପୁର, ୧୯।୫(ଡି.ଏନ.ଏ.)- ଘରୁ ପଦାକୁ ବାହାରିଲେ ଗୋଡ଼ାଉଛି ଭୟ। କେମିତି ପୁଣି ସୁରକ୍ଷିତ ଭାବେ ଫେରିବେ ସେହି ଚିନ୍ତା ଘାରୁଛି। ଢେଙ୍କାନାଳ ସଦର ରେଞ୍ଜ ଭାପୁର ଏବଂ କାଳିକାପ୍ରସାଦ ବିଟ୍‌ ଅନ୍ତର୍ଗତ ୧୦ ଗ୍ରାମରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଥିବାବେଳେ ସମ୍ପୃକ୍ତ ଅଞ୍ଚଳବାସୀ ଏକପ୍ରକାର ଗୃହବନ୍ଦୀ ଜୀବନ ବିତାଉଛନ୍ତି।
ଚନ୍ଦ୍ରଶେଖର ପ୍ରସାଦ, ଫୁଲଝର, ଭରତିଆପାଳ, ଟେଣୁଆଁ, ଭୁବନପୁର, କାଳିକାପ୍ରସାଦ, କରଡ଼ାମଡ଼ା, ଓସ୍ତପାଳ, କରଡସିଂ, ମାଧପୁରରେ ଦୀର୍ଘଦିନ ହେଲା ହାତୀ ପଲ ଆତଙ୍କ ସୃଷ୍ଟି କରିଚାଲିଛନ୍ତି। ହାତୀ ଉପଦ୍ରବରେ ପରିବା ଚାଷ ଉଜୁଡ଼ିଗଲାଣି। ଘିଟିପିରି-କଳାଙ୍ଗ, ବେଗୁନିଆପାଳ-କରଡ଼ାମଡ଼ା, ମହୁଲପୁଞ୍ଜି-କାଳିକାପ୍ରସାଦ, ଭାପୁର-ଚନ୍ଦ୍ରଶେଖରପ୍ରସାଦ ରାସ୍ତାରେ ଦିନରାତି ହାତୀ ଚଳାଚଳ କରୁଛନ୍ତି, ଯାହା ପଥଚାରୀଙ୍କୁ ସମସ୍ୟାରେ ପକାଉଛି।
ଗତ ଏପ୍ରିଲ ୨୭ରେ ହାତୀ ଆକ୍ରମଣରେ ଓସ୍ତପାଳ ଗ୍ରାମର ବେଣୁଧର ନାଏକଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା। ହାତୀଙ୍କୁ ଅଞ୍ଚଳରୁ ଘଉଡ଼ାଇବାକୁ ଉକ୍ତ ସମୟରେ ଦାବି ହୋଇଥିଲା। ସେତେବେଳେ ହାତୀ ଉପଦ୍ରୁତ ରାସ୍ତାରେ ପାଟ୍ରୋଲିଂ କଡ଼ାକଡ଼ି କରାଯିବ ବୋଲି ବନ ବିଭାଗ ପ୍ରତିଶ୍ରୁତି ଦେଇଥିଲା। ହେଲେ ଏହା ସମ୍ଭବ ହୋଇପାରୁନାହିଁ। କାରଣ, ହାତୀ ବିଭିନ୍ନ ପଲରେ ବିଭକ୍ତ ହୋଇ ୪ ପ୍ରମୁଖ ରାସ୍ତାକୁ ଅକ୍ତିଆରକୁ ନେଉଛନ୍ତି। ଏକା ସମୟରେ ବ୍ୟସ୍ତବହୁଳ ରାସ୍ତାକୁ ହାତୀପଲ ଅବରୋଧ କରି ରଖୁଛନ୍ତି। ଫଳରେ ସେମାନଙ୍କୁ ଘଉଡ଼ାଇବା କାଠିକର ପାଠ ହେଉଛି। ଶନିବାର ଭରତିଆପାଳ ଗ୍ରାମ ନିକଟରେ ୨୫ରୁ ୩୦ ହାତୀ ଚଳପ୍ରଚଳ କରୁଥିବାରୁ ବନ ବିଭାଗ ପକ୍ଷରୁ ଜନସାଧାରଣଙ୍କୁ ସତର୍କ ରହିବାକୁ କୁହାଯାଇଛି।
ଏ ନେଇ ରେଞ୍ଜର ମନଓ୍ବର ଖାନ୍‌ କୁହନ୍ତି, ଜଙ୍ଗଲ ବୃଦ୍ଧି ଯୋଗୁ ହାତୀ ଚଳାଚଳ ବୃଦ୍ଧି ପାଇଛି। ବିଳମ୍ବିତ ରାତି ପର୍ଯ୍ୟନ୍ତ ପାଟ୍ରୋଲିଂ ହେଉଛି। ଜନସାଧାରଣ ସଚେତନ ହେବା ଆବଶ୍ୟକ। ହାତୀଙ୍କ ଗତିପଥ ସମ୍ପର୍କରେ ସୂଚନା ଦେଲେ ଅନେକ ପରିମାଣରେ କ୍ଷୟକ୍ଷତି କମ୍‌ କରାଯାଇପାରିବ। ହାତୀ ଉପଦ୍ରବକୁ ନେଇ ଅଭିଯୋଗପତ୍ର ଦାଖଲ କଲେ କ୍ଷତିପୂରଣ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।


All Right Reserved By Dharitri.Com

ବିଭୂତି ପ୍ରଧାନ ୧୬୯୧ ଭୋଟରେ ଆଗୁଆ

କାମାକ୍ଷାନଗର, ୨୩ା୫(ଡି.ଏନ୍‌.ଏ.)-ପରଜଙ୍ଗ ବିଧାନସଭା ଆସନରେ ୧୩ ରାଉଣ୍ଡ ଶେଷ ସୁଦ୍ଧା ଭାଜପା ପ୍ରାର୍ଥୀ ବିଭୂତି ପ୍ରଧାନ ଆଗରେ ରହିଛନ୍ତି। ସେ ୩୦,୩୭୫ ଭୋଟ ପାଇଛନ୍ତି। ତାଙ୍କ...

ଜାତୀୟ ସ୍କୋଏ ମାର୍ଶଲ ଆର୍ଟ: ଅନୁଗୋଳକୁ ୨ ପଦକ

ଅନୁଗୋଳ ଅଫିସ, ୧୨।୭-ଷଷ୍ଠ ତମ ଜାତୀୟ ସ୍କୋଏ ମାର୍ଶଲ ଆର୍ଟ ପ୍ରତିଯୋଗିତା କଶ୍ମୀର ପହଲ ଗ୍ରାମ ଠାରେ ଜୁନ୍‌ ୧୬ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ...

ତାଳଚେରରେ ବ୍ରଜକିଶୋର ୬୧୫୧ ଭୋଟରେ ଆଗୁଆ

ତାଳଚେର, ୨୩ା୫(ନି.ପ୍ର.)- ତାଳଚେର ବିଧାନସଭା ନିର୍ବାଚନମଣ୍ଡଳୀରେ ୮ମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡିର ବ୍ରଜକିଶୋର ପ୍ରଧାନ ୬୧୫୧ ଖଣ୍ଡ ଭୋଟରେ ଆଗରେ ଅଛନ୍ତି। ବ୍ରଜକିଶୋର ମୋଟ୍‌...

ବାତ୍ୟାରେ ଉଜୁଡ଼ିଲା କାଜୁ ବଗିଚା

ଢେଙ୍କାନାଳ ଅଫିସ, ୧୫।୫- ଢେଙ୍କାନାଳ ଜିଲାର କାଜୁ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଛି ସାମୁଦ୍ରିକ ବାତ୍ୟା ‘ଫନୀ’। ଫସଲ ହରାଇ ଚାଷୀମାନେ ଏବେ ମୁଣ୍ଡରେ ହାତଦେଇ ବସିଥିବାବେଳେ...

ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାକୁ ପୂରିଲା ବର୍ଷେ; ଏଯାଏ ଧରାପଡ଼ିନାହାନ୍ତି ୪ ଡକାୟତ

ଅନୁଗୋଳ ଅଫିସ, ୮।୭:  ଗତବର୍ଷ ଅନୁଗୋଳର ଦୁଇଟି ବ୍ୟାଙ୍କରେ କଳାକନା ବୁଲାଇଥିଲେ ଡକାୟତ। ପ୍ରଥମେ ୨୦୧୮ ଏପ୍ରିଲ ୬ରେ ସହରର ଶଙ୍କର ସିନେମା ହଲ ନିକଟ ଆନ୍ଧ୍ର...

ବିଦ୍ୟୁତ୍‌ ଖୁଣ୍ଟପଡି ଜଣେ ଗୁରୁତର: ୧ଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହନ ଚଳାଚଳ ଠପ୍‌

ବଅଁରପାଳ,୨୬।୫(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଅନ୍ତର୍ଗତ ନୂଆହତା ନିକଟର ଜାତୀୟ ରାଜପଥ ପାର୍ଶ୍ୱରେଥିବା ଏକ ବିଦ୍ୟୁତ୍‌ ଖୁଣ୍ଟ ଭାଙ୍ଗିଯିବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।...

ଦୃଷ୍ଟି ଆଢୁଆଳରେ ବନଦୁର୍ଗା ମନ୍ଦିର

ଛେଣ୍ଡିପଦା,୨୩ା୬(ଡି.ଏନ.ଏ.) – ଅନୁଗୋଳ ଜିଲାର କେତେକ ଜଣାଶୁଣା ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲେ ହେଁ ଆଉ କେତେକ ପ୍ରସିଦ୍ଧ ସ୍ଥାନ ରହିଯାଇଛି ସରକାରଙ୍କ ଦୃଷ୍ଟି...

ଅସାଧୁ କର୍ମଚାରୀଙ୍କ ଆଖିରେ ତାମଡା ପାଣ୍ଠି: ଆର୍‌ଏସିପି ଅର୍ଥ ଲୁଟିବାକୁ ଉଦ୍ୟମ

ଅନୁଗୋଳ ଅଫିସ, ୨୭।୪- ତାଳଚେର-ଅନୁଗୋଳ-ମେରାମଣ୍ଡଳୀ ଡେଭଲପମେଣ୍ଟ ଅଥରିଟି (ତାମଡା) ପାଣ୍ଠିରେ ପଡ଼ିଛି କେତେଜଣ ଅସାଧୁ କର୍ମଚାରୀଙ୍କ ନଜର। ଆର୍‌ଏସିପି (ରିଭାଇଜଡ ଆସ୍ୟୁୟର କ୍ୟାରିୟର ପ୍ରୋଗ୍ରେଶନ) ଅର୍ଥ...

Leave a comment

Your email address will not be published. Required fields are marked *