Posted inUncategorized

ଆହାର କେନ୍ଦ୍ରରେ ଟିକେଟ କାଟି ମଧ୍ୟାହ୍ନଭୋଜନ କଲେ ମନ୍ତ୍ରୀ ସୁଶାନ୍ତ ସିଂହ

ବରଗଡ଼ ଅଫିସ,୨୨।୮- ବରଗଡ଼ ସହରସ୍ଥିତ ଆହାର କେନ୍ଦ୍ରରେ ଗୁରୁବାର ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ମଧ୍ୟାହ୍ନଭୋଜନ କରିବା ଏଠାରେ ଚର୍ଚ୍ଚାର ବିଷୟ ପାଲଟିଛି। ମନ୍ତ୍ରୀ ସିଂ ଦିନ ପ୍ରାୟ ଦେଢ଼ଟା ସମୟରେ ଆହାର କେନ୍ଦ୍ର ବୁଲି ଦେଖିଥିଲେ। ପରେ ମଧ୍ୟାହ୍ନଭୋଜନ କରୁଥିବା ଲୋକଙ୍କୁ ଭେଟି ଖାଦ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ସେହିପରି ପାଖରେ ରହିଥିବା ଅନ୍ୟ ଏକ ବୃଦ୍ଧଙ୍କୁ ନିଜ ପାଖକୁ ଡାକି ମନ୍ତ୍ରୀ ସିଂ ତାଙ୍କ ସହିତ ମଧ୍ୟାହ୍ନଭୋଜନ କରିଥିଲେ । ଏପରିକି ପ୍ରତି ମିଲ୍‌ ପିଛା ୫ଟଙ୍କା ହାରରେ ଟିକେଟ୍‌ କାଟି ଆହାର କେନ୍ଦ୍ରରେ ପୈଠ ମଧ୍ୟ କରିଥିଲେ। ଆହାର କେନ୍ଦ୍ରର ଭୋଜନ ବହୁତ ଭଲ ଥିଲା ବୋଲି ଖାଇବା ପରେ ମନ୍ତ୍ରୀ ସିଂ କହିଥିଲେ । ମନ୍ତ୍ରୀଙ୍କ ସହିତ ବିଜୁ ଛାତ୍ର ଜନତାର ଜିଲା ସଭାପତି କରନ ସିକନ୍ଦର, କମଳ ତାଣ୍ଡି, ଛବିଲାଲ ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।


All Right Reserved By Dharitri.Com

Posted inUncategorized View All

୪ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର: ସିଆଇଏସ୍‌ଏଫ୍‌ କନଷ୍ଟେବଳ ଗିରଫ

ପାରାଦୀପ,୧୯ା୧(ସ୍ବ.ପ୍ର.): ପାରାଦୀପ ଅଞ୍ଚଳରେ ଶନିବାର ୪ ବର୍ଷୀୟା ନାବାଳିକାଙ୍କୁ ଜଣେ ସିଆଇଏସ୍‌ଏଫ୍‌ (ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ)ର କନଷ୍ଟେବଳ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହି...

ବଢି ବଢି ଚାଲିଛି କରୋନା ପଜିଟିଭ: ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪

ଭୁବନେଶ୍ୱର,୯।୫ (ବ୍ୟୁରୋ)- ରାଜ୍ୟରେ ପୁଣି ୧୪ ଜଣକରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪ରେ ପହଁଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ୧୨,...

ମଞ୍ଜି ବିକାଳିଙ୍କ ବଡ଼ ହୃଦୟ: -ସ୍ବତନ୍ତ୍ର ଦିନରେ ବଡ଼ଦାଣ୍ଡରେ ବୁଲି ବାଣ୍ଟନ୍ତି ଚା, ପାନ

ପୁରୀ ଅଫିସ, ୧୪।୧୧- କଥାରେ ଅଛି ମାନବ ସେବା ହିଁ ମାଧବ ସେବା। ଏହାକୁ ଯିଏ ଭଲ ଭାବେ ବୁଝିଛି ତା’ ପାଇଁ ବୟସ କି...

ବିବାହରେ ଗାଈ ରହିବ ସାକ୍ଷୀ

ସୁରଟ,୨୮।୧: ଭାରତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ବିବାହ ପରମ୍ପରା ଦେଖିବାକୁ ମିଳିଥାଏ। ହିନ୍ଦୁ ବିବାହରେ ସାଧାରଣତଃ ଅଗ୍ନିକୁ ସାକ୍ଷୀ ରଖି ବିବାହ ହୋଇଥାଏ। ସମ୍ପ୍ରତି...

ସମବାୟ ବ୍ୟାଙ୍କ ସମ୍ମୁଖରେ ବୀମାରୁ ବଞ୍ଚିତ ଚାଷୀଙ୍କ ଧାରଣା

ତିହିଡ଼ିି,୬।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାଁପଡା ପଞ୍ଚାୟତ ଅଧୀନ ଦପା ଗ୍ରାମର ଶତାଧିକ ଚାଷୀ ଶୁକ୍ରବାର ପୂର୍ବାହ୍ନରେ ତିହିଡ଼ିସ୍ଥିତ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ...

ଏଟିଏମ୍‌ ନେଣଦେଣ କଟକଣା କୋହଳ କଲା ଏସ୍‌ବିଆଇ

ନୂଆଦିଲ୍ଲୀ,୧୮।୪: ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଏଟିଏମ୍‌ ନେଣଦେଣ କ୍ଷେତ୍ରରେ କଟକଣାକୁ କୋହଳ କରାଯାଇଛି। ଏସ୍‌ବିଆଇ ଗ୍ରାହକମାନେ ଜୁନ ୩୦ ଯାଏ ଶୁଳ୍କମୁକ୍ତ...

ଅନ୍ୟ ଆଖିରେ ବଞ୍ଚିବା

ଡ. ସୁବାସ ଚନ୍ଦ୍ର ପାତ୍ର ମଣିଷ ନିଜ ଆଖିରେ ଦେଖେ, କିନ୍ତୁ ଅନ୍ୟ ଆଖିରେ ବଞ୍ଚେ। ନିଜ ଆଖିରେ ସେ ତା’ର ଦୈହିକ ପ୍ରତିଫଳନ ଦେଖିପାରେ,...

Leave a comment

Your email address will not be published. Required fields are marked *