Posted inଖେଳ

ର଼୍ୟାମ୍ପରେ ଚାଲିଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ, ୨୨।୮- ଭାରତୀୟ କ୍ରିକେଟ୍‌ ଦଳ ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଯାଇ ସେଠାରେ ଘରୋଇ ଦଳ ବିପକ୍ଷରେ ଟେଷ୍ଟ ସିରିଜ ଖେଳିବାରେ ବ୍ୟସ୍ତ ରହିଛି। କିନ୍ତୁ ଏହି ସିରିଜରୁ ବିଶ୍ରାମ ପାଇଥିବା ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏକ ର଼୍ୟାମ୍ପ୍‌ ଶୋ’ରେ ଚାଲୁଥିବାର ଦେଖିବାକୁ ମିଳିଛି। ପ୍ରସାଧାନ ସାମଗ୍ରୀ ନିର୍ମାତା କମ୍ପାନୀ ଲାକ୍‌ମି ଫ୍ୟାଶନ ଓ୍ବିକ୍‌ ଅବସରରେ ଅଭିନେତ୍ରୀ ଲିସା ହେଡେନଙ୍କ ସହ ପାଣ୍ଡ୍ୟା ଏକାଠି ର଼୍ୟାମ୍ପ୍‌ରେ ଚାଲୁଥିବାର ନଜରକୁ ଆସିଛନ୍ତି। ଡିଜାଇନର୍‌ ଅମିତ୍‌ ଅଗ୍ରଓ୍ବାଲ ମଧ୍ୟ ଏହି ଅବସରରେ ଷ୍ଟେଜରେ ଉପସ୍ଥିତ ରହିଥିଲେ। ପାଣ୍ଡ୍ୟା ଏକ ମେରୁନ ରଙ୍ଗର ଡ୍ରେସ୍‌ ଓ ଲିସା ମଧ୍ୟ ସେହି ସମାନ ରଙ୍ଗର ଶାଢ଼ୀ ପରିଧାନ କରିଥିଲେ। ‘କଫି ଓ୍ବିଥ୍‌ କରନ୍‌’ର ବିବାଦୀୟ ଶୋ ପରେ ପାଣ୍ଡ୍ୟାଙ୍କୁ କୌଣସି ଇଭେଣ୍ଟରେ ଦେଖିବାକୁ ମିଳି ନ ଥିଲା। ଏହି ର଼୍ୟାମ୍ପ୍‌ ଶୋ’ର ଏକ ଭିଡିଓ ପାଣ୍ଡ୍ୟା ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଏହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


All Right Reserved By Dharitri.Com

Posted inଖେଳ View All

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ଟସ୍‌ ହାରି ଭାରତର ପ୍ରଥମ ବ୍ୟାଟିଂ

ୱେଲିଂଟନ,୨୧।୧: ଟି-୨୦ ଓ ଦିନିକିଆ ପରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ଟେଷ୍ଟ ସିରିଜର ପ୍ରଥମ...

କର୍ନଓ୍ବାଲଙ୍କୁ ୭ ଉଇକେଟ: ଆଫଗାନିସ୍ତାନ ୧୮୭ରେ ଅଲଆଉଟ୍‌

ଲକ୍ଷ୍ନୌ, ୨୭।୧୧(ପି.ଟି.): ଅଫ୍‌ ସ୍ପିନର ରାଖିମ୍‌ କର୍ନଓ୍ବାଲଙ୍କ କ୍ୟାରିୟର ଶ୍ରେଷ୍ଠ ପ୍ରଦର୍ଶନ (୭/୭୫) ବଳରେ ଓ୍ବେଷ୍ଟଇଣ୍ଡିଜ୍‌ ଏଠାରେ ଆରମ୍ଭ ହୋଇଥିବା ଏକମାତ୍ର ଟେଷ୍ଟ ମ୍ୟାଚ୍‌ରେ ଆଫଗାନିସ୍ତାନକୁ...

ବିଶ୍ୱ ର଼୍ୟାଙ୍କିଙ୍ଗ୍‌ରେ ଭାରତ ୪ ନମ୍ବରକୁ ଉନ୍ନୀତ

ଭୁବନେଶ୍ୱର, ୯।୨(କ୍ରୀଡ଼ା ପ୍ରତିନିଧି)- ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ବିଶ୍ୱର ନମ୍ବରଓ୍ବାନ ବେଲଜିୟମ ବିପକ୍ଷ ମ୍ୟାଚ ଜିତିବାପରେ ଭାରତ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୪ ନମ୍ବର ସ୍ଥାନକୁ...

କେନିନ୍‌ଙ୍କୁ ପ୍ରଥମ ଗ୍ରାଣ୍ଡସ୍ଲାମ ଟାଇଟଲ

ମେଲବୋର୍ନ,୧।୨(ଏଏଫ୍‌ପି)-୨୧ବର୍ଷୀୟା ଆମେରିକୀୟ ମହିଳା ଟେନିସ ଖେଳାଳି ସୋଫିଆ କେନିନ୍‌ ଏଥର ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି।...

ଜାତୀୟ ସିନିୟର ୫-ଏ-ସାଇଡ୍‌ ହକି: ହରିୟାଣା ଚାମ୍ପିୟନ

ଭୁବନେଶ୍ୱର, ୨୭।୯(କ୍ରୀଡ଼ା ପ୍ରତିନିଧି)- କାନପୁରର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଗୁରୁବାର ଅନୁଷ୍ଠିତ ୫-ଏ-ସାଇଡ୍‌ ହକି (ମିଳିତ ମହିଳା-ପୁରୁଷ) ପ୍ରଦର୍ଶନୀ ଟୁର୍ନାମେଣ୍ଟର ସେମିଫାଇନାଲରେ ଓଡ଼ିଶା ପରାଜିତ ହୋଇଛି।...

କପିଳଦେବଙ୍କ ଅଧ୍ୟକ୍ଷତାରେ ସିଏସି କୋଚ୍‌ ଚୟନ କରିବ

ନୂଆଦିଲ୍ଲୀ,୨୭।୭(ପି.ଟି.)- ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଅଧ୍ୟକ୍ଷତାରେ କ୍ରିକେଟ ଉପଦେଷ୍ଟା କମିଟି (ସିଏସି) ଭାରତୀୟ କ୍ରିକେଟ ଦଳର ପରବର୍ତ୍ତୀ କୋଚ୍‌ ଚୟନ କରିବ। କୋଚ୍‌ ଚୟନ...

ରୁଷିଆ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ,୨୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରେଡିଓ ପ୍ରୋଗ୍ରାମ ‘ମନ କି ବାତ୍‌’ରେ ରବିବାର ରୁଷିଆ ଟେନିସ ଖେଳାଳି ଡାନିଏଲ ମେଡ୍‌ଭେଡେଭଙ୍କୁ ପ୍ରଶଂସା କରିଛନ୍ତି। ନିକଟରେ ଶେଷ...

ଲାଞ୍ଚ ଦେଇ ମ୍ୟାଚ୍‌ ଦେଖିଥିଲେ ବାଂଲାଦେଶ ଟାଇଗର

ଢାକା,୩୦।୫(ଏଏଫ୍‌ପି)- ବାଂଲାଦେଶ କ୍ରିକେଟ ଦଳର ସୁପରଫ୍ୟାନ ଭାବେ ପରିଚିତ ଶୋୟାବ ଅଲି ବିଶ୍ୱର ବିଭିନ୍ନ ଦେଶ ଭ୍ରମଣ କରି ଜାତୀୟ ଦଳକୁ ସମର୍ଥନ କରନ୍ତି। ଦେହ...

Leave a comment

Your email address will not be published. Required fields are marked *