Posted inଜାତୀୟ

ଅନୁଚ୍ଛେଦ ୩୭୦: ଜନ୍ତର ମନ୍ତରରେ ବିରୋଧୀଙ୍କ ବିରୋଧ ପ୍ରଦର୍ଶନ

ନୂଆଦିଲ୍ଲୀ,୨୨।୮: ଜମ୍ମୁ-କଶ୍ମୀରରେ ଗୃହବନ୍ଦୀ ଥିବା ନେତାଙ୍କୁ ମୁକୁଳାଇବାକୁ ନେଇ ଗୁରୁବାର ଦିଲ୍ଲୀର ଜନ୍ତର ମନ୍ତରଠାରେ ବିରୋଧୀ ଦଳ ନେତାମାନେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥିରେ କଂଗ୍ରେସ, ତ୍ରୁଣ ମୂଳ କଂଗ୍ରେସ ଓ ଡିଏମ୍‌କେ ସାମିଲ ହୋଇଛି। କଂଗ୍ରେସ ନେତା ପି.ଚିଦାମବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ, ସିପି(ଆଇ)ଏମ୍‌ ଜେନେରାଲ ସେକ୍ରେଟାରୀ ସୀତାରାମ ୟେଚୁରି, ସିପିଆଇ ଜେନେରାଲ ସେକ୍ରେଟାରୀ ଡି.ରାଜା, ସମାଜବାଦୀ ପାର୍ଟି ନେତା ରାମଗୋପାଳ ଯାଦବ, ଆର୍‌ ଜେଡିର ମନୋଜ ଝା ଓ ତ୍ରୁଣ ମୂଳ କଂଗ୍ରେସର ଦିନେଶ ତ୍ରିବେଦୀ ଏହି ବିରୋଧ ପ୍ରଦର୍ଶନରେ ଯୋଗ ଦେଇଛନ୍ତି। ଏମାନେ କଶ୍ମୀର ଭ୍ୟାଲିରେ ମୋବାଇଲ ସେବା ଯୋଗାଇ ଦେବା ସହ ନଜରବନ୍ଦୀ ଥିବା ସମସ୍ତ ନେତାଙ୍କୁ ମୁକୁଳାଇବାକୁ ଏମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇ ଦିଆଯିବା ପରେ ଏଠାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ସରକାର ମୋବାଇଲ, ଇଣ୍ଟରନେଟ ସେବା ବନ୍ଦ କରି ଦେଇଥିବା ବେଳେ କେତେଜଣ ନେତାଙ୍କୁ ଗୃହବନ୍ଦୀ କରି ରଖିଥିଲେ।


All Right Reserved By Dharitri.Com

୫ ଜୀବନ ବଞ୍ଚାଇ ଭାସିଗଲେ ଗାଇଡ୍‌

ଶ୍ରୀନଗର,୨ା୬(ପି.ଟି.): ଦୁଇ ବିଦେଶୀଙ୍କ ସମେତ ୫ ପର୍ଯ୍ୟଟକଙ୍କ ଜୀବନ ବଞ୍ଚାଇବା ପରେ ଜଣେ ଟୁରିଷ୍ଟ ଗାଇଡ୍‌ ନଦୀରେ ଭାସିଯାଇ ପ୍ରାଣ ହରାଇଛନ୍ତି। ଏଭଳି ଦୁଃଖଦ ଘଟଣା...

ବାଲାକୋଟ୍‌ ଷ୍ଟ୍ରାଇକ୍‌ ପରେ ଭାରତ ସୀମାରେ ପ୍ରବେଶ କରିନି ପାକିସ୍ତାନ ବିମାନ: ଧନୋଓ୍ବା

ନୂଆଦିଲ୍ଲୀ, ୨୪।୬: ବାଲାକୋଟ ଷ୍ଟ୍ରାଇକ୍‌ ପରେ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପାକିସ୍ତାନ ଯୁଦ୍ଧ ବିମାନ ପ୍ରବେଶ କରି ନ ଥିଲା ବୋଲି ଏୟାର ଚିଫ୍‌...

ସେପ୍ଟେମ୍ବର ସୁଦ୍ଧା ବାୟୁସେନାକୁ ମିଳିବ ରାଫାଲ ଯୁଦ୍ଧ ବିମାନ: ଅମ୍ବାଲା ଏୟାର୍‌ ବେସ୍‌ରେ ହେବ ମୁତୟନ

ନୂଆଦିଲ୍ଲୀ,୨।୭: ଭାରତକୁ ଆସନ୍ତା ସେପ୍ଟେମ୍ବର ସୁଦ୍ଧା ରାଫାଲ ଯୁଦ୍ଧ ବିମାନ ମିଳିବାର ସମ୍ଭାବନା ରହିଛି। ଏନେଇ ଫ୍ରାନ୍ସ୍‌ ପକ୍ଷରୁ ସବୁଜ ସଙ୍କେତ ମିଳିଛି। ଭାରତୀୟ ବାୟୁସେନାରେ...

ଭଲ ବର୍ଷା ପାଇଁ ଦେବୀଙ୍କୁ ଲାଗି ହେଲା ୨ ହଜାର କିଗ୍ରା ଫଳ

କୋଏମ୍ବାଟୁର,୩।୮: ତାମିଲନାଡୁର ମହାଳି ଆମନ୍‌ ମନ୍ଦିରରେ ଦେବୀଙ୍କୁ ୨ ହଜାର କିଲୋଗ୍ରାମ୍‌ ଫଳ ଲାଗି ହୋଇଛି। ‘ଆଦି’ ଉତ୍ସବ ଅବସରରେ ଶୁକ୍ରବାର ଶ୍ରଦ୍ଧାଳୁ ଏପରି କରିଛନ୍ତି।...

ଚା’ ପତି କିଲୋ ୫୦ ହଜାର…

ଚା’ ପତି କିଲୋ ପୁଣି ହଜାର ହଜାର ଟଙ୍କା ଶୁଣିଲେ ଯେ କେହି ଚକିତ ହେବେ। ତେବେ ଆସାମରେ ଏଭଳି ଏକ ସ୍ବତନ୍ତ୍ର ଚା’ ପତି...

ସୌନ୍ଦର୍ଯ୍ୟକୁ ଦୀର୍ଘସ୍ଥାୟୀ କରିବା ପାଇଁ ସପ୍ତାହରେ ଥରେ ଏହି ବାଥ୍‌ …

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣର ପ୍ରଭାବ ତ୍ୱଚା ଉପରେ ପଡ଼ିଥାଏ। ଶରୀରର ଲୋମଛିଦ୍ର ଏହା ଦ୍ୱାରା ବନ୍ଦ ହୋଇଯାଇଥାଏ। ତେବେ ସପ୍ତାହରେ ଥରେ ସୋନା ବାଥ୍‌ ନେଲେ...

ମସ୍ତିଷ୍କ ଜ୍ୱରରେ ଗଲାଣି ୧୫୧ ଶିଶୁଙ୍କ ଜୀବନ: ଏବେ ଘାରିଛି ଶିଶୁ ବିକଳାଙ୍ଗ ହେବାର ଡର

ପାଟଣା, ୨୦।୬: ବିହାରର ମୁଜାଫରପୁରରେ ଆକ୍ୟୁଟ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ (ଏଇଏସ) ଏବଂ ଜାପାନିଜ ଏନ୍ସେଫାଲାଇଟିସ (ଜେଇ) ରୋଗର ପ୍ରକୋପ ଜାରି ରହିଛି। ଏହି ରୋଗରେ ଏପର୍ଯ୍ୟନ୍ତ...

ବିଦା ହେବେ କୋଶିୟାରୀ: କଲରାଜ ହେବେ ମହାରାଷ୍ଟ୍ର ରାଜ୍ୟପାଳ

ନୂଆଦିଲ୍ଲୀ,୨୭ା୧୧: ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ବିଦା କରାଯିବ। ତାଙ୍କ ସ୍ଥାନରେ ରାଜସ୍ଥାନ ରାଜ୍ୟପାଳଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡ଼ିଛି। ମହାରାଷ୍ଟ୍ରରେ କ୍ଷମତାଯୁଦ୍ଧ ପରିପ୍ରେକ୍ଷୀରେ...

Leave a comment

Your email address will not be published. Required fields are marked *