Posted inଖେଳ

ଟିଭି ଉପସ୍ଥାପକ ହେଲେ କୋହଲି

ଆଣ୍ଟିଗୁଆ, ୨୨।୮: ଏକ ଭିନ୍ନ ଅନ୍ଦାଜ୍‌ରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। କ୍ରିକେଟ ଛାଡି ତାଙ୍କୁ ଏବେ ଟିଭି ଉପସ୍ଥାପକ ଭୂମିକାରେ ଦେଖିବାକୁ ମିଳିଛି। ଓ୍ବେଷ୍ଟଇଣ୍ଡିଜ ଗସ୍ତରେ ଥିବା ଭାରତୀୟ ଦଳ ପ୍ରଥମ ଟେଷ୍ଟ ଖେଳିବା ପୂର୍ବରୁ କୋହଲି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଭିଭିଆନ୍‌ ରିଚାର୍ଡସଙ୍କ ସାକ୍ଷାତକାର ନେଇଛନ୍ତି। ବିସିସିଆଇ ଟିଭି ପକ୍ଷରୁ କରାଯାଇଥିବା ଏହି ସାକ୍ଷାତକାରରେ କୋହଲି ରିଚାର୍ଡସଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ସେ ବିନା ଦ୍ୱିଧାରେ ଦେଇଚାଲିଥିଲେ। ୮୦ ଦଶକରେ କ୍ରିକେଟରେ କେଉଁ ଭଳି ସଂଘର୍ଷର ସାମ୍ନା କରିବାକୁ ପଡୁଥିଲା ବୋଲି କୋହଲି ରିଚାର୍ଡସଙ୍କୁ ପଚାରିଥିଲେ। ଏହାର ଉତ୍ତରରେ ସେ କହିଥିଲେ, ମୁଁ ସବୁବେଳେ ନିଜକୁ ସର୍ବଶ୍ରେଷ୍ଠ ଭାବେ ଦେଖିବାକୁ ଚାହୁଁଥିଲି। ତେଣୁ ଯେତେ ସଂଘର୍ଷ ଆସିଲେ ବି ମୁଁ ନିଜ ଖେଳ ଉପରେ ଧ୍ୟାନ ଦେଉଥିଲି ବୋଲି ସେ କହିଛନ୍ତି।


All Right Reserved By

Posted inଖେଳ

ପ୍ରଥମ ଟେଷ୍ଟ: ମୟଙ୍କଙ୍କ ଦ୍ୱିଶତକ: ଭାରତ ସ୍ଥିତି ଦୃଢ଼

ବିଶାଖାପାଟଣା,୩।୧୦(ପି.ଟି.)- ଓପନର ରୋହିତ ଶର୍ମାଙ୍କ ଶତକ ଓ ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ପରେ ସ୍ପିନରମାନେ ଦମ୍‌ଦାର ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ...

ଅଷ୍ଟ୍ରେଲିଆ ଟୁର୍‌:ପରାଜୟ ସହ ଭାରତର ଅଭିଯାନ ଶେଷ

ପର୍ଥ, ୧୮।୫-ଅଷ୍ଟ୍ରେଲିଆ ଟୁର୍‌ରେ ପ୍ରାରମ୍ଭିକ ସଫଳତା ହାସଲ କରିଥିବା ଭାରତୀୟ ହକି ଦଳ ପରାଜୟ ସହ ଏହାର ଅଭିଯାନ ଶେଷ କରିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ...

ଏସିଆନ୍‌ ବକ୍ସିଂ: ଫାଇନାଲରେ ୬ ଭାରତୀୟ

ବ୍ୟାଙ୍କକ୍‌, ୨୬।୪(ପି.ଟି.)- ଏଠାରେ ଚାଲିଥିବା ଏସିଆନ୍‌ ବକ୍ସଂ ଚାମ୍ପିୟନଶିପ୍‌ରେ ଗୁରୁବାର ୬ଜଣ ଭାରତୀୟ ବକ୍ସର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ଏହି ଚାମ୍ପିୟନଶିପ୍‌ରେ ଭାରତ ପାଇଁ...

ଇସ୍ରୋକୁ ଅଭିନନ୍ଦନ ଜଣାଇଲା ଭାରତୀୟ କ୍ରିକେଟ ଦଳ

ନୂଆଦିଲ୍ଲୀ,୨୩।୭: ଭାରତୀୟ ସ୍ପେସ ଇତିହାସରେ ଯୋଡି ହୋଇଛି ସ୍ବର୍ଣ୍ଣିମ ଅଧ୍ୟାୟ। ଆମେରିକା, ଚାଇନା ଓ ରୁଷ ପରେ ୪ର୍ଥ ଦେଶ ଭାବେ ଭାରତ ତା’ର ଚନ୍ଦ୍ରଯାତ୍ରା...

ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୧୫୦୦ ମିଟର: ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଚିତ୍ରା ବାଦ୍‌

ଦୋହା, ୩।୧୦(ପି.ଟି.)- ଏଠାରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ମହିଳା ୧୫୦୦ ମିଟର ରେସ୍‌ର ହିଟ୍‌ରେ ଭାରତର ପି.ୟୁ. ଚିତ୍ରା ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ...

ସୁଷମାଙ୍କ ବିୟୋଗରେ କୋହଲିଙ୍କ ଶୋକ

ନୂଆଦିଲ୍ଲୀ, ୭।୮: ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତ୍ରୀ ସୁଷମା ସ୍ବରାଜଙ୍କର ମଙ୍ଗଳବାର ରାତିରେ ପରଲୋକ ହୋଇଯାଇଛି। ଏ ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ...

ପାକିସ୍ତାନ ଦଳର ନେତୃତ୍ୱରେ ପରିବର୍ତ୍ତନ ଦରକାର: ଆର୍ଥର

କରାଚୀ,୫।୮(ପି.ଟି.)- ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ପଦରୁ ସର୍ଫରାଜ ଅହମ୍ମଦଙ୍କୁ ହଟାଇବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟ କୋଚ୍‌ ମିକି ଆର୍ଥର। ଏଥିସହିତ ପିସିବି କ୍ରିକେଟ କମିଟିକୁ...

ଭାରତ ବିପକ୍ଷ ଦକ୍ଷିଣ ଆଫ୍ରିକା ଟେଷ୍ଟ, ଟି୨୦ ଦଳ ଘୋଷିତ

ଜୋହାନ୍ସବର୍ଗ,୧୪।୮(ଏଏଫ୍‌ପି)- ଆଗାମୀ ଭାରତ ବିପକ୍ଷ ଟେଷ୍ଟ ଓ ଟି୨୦ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷିତ ହୋଇଛି। ସେପ୍ଟେମ୍ବରରେ ଖେଳାଯିବାକୁ ଥିବା ୩ ମ୍ୟାଚ୍‌...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *