ରାଜ୍ୟରେ ପ୍ରଥମ: ଟ୍ରକ ଧକ୍କାରେ ୩ହାତୀଙ୍କ ମୃତ୍ୟୁ

ଢେଙ୍କିକୋଟ/କେନ୍ଦୁଝର,୨୨।୮(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଉପରଡିହା ଗ୍ରାମପଞ୍ଚାୟତର ବାଲିଯୋଡି ଗ୍ରାମ ନିକଟ ୨୦ନଂ ଜାତୀୟ ରାଜପଥରେ ବୁଧବାର ବିଳମ୍ବିତ ରାତିରେ ଲୁହାପଥର ବୋଝେଇ ଟ୍ରକ ଧକ୍କାରେ ଦୁଇଟି ହାତୀର ମୃତ୍ୟୁ ହୋଇଥିବା ବେଳେ ଗୁରୁବାର ଆହତ ହାତୀର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ବୁଧବାର ରାତିରେ ଯାଜପୁର ରୋଡରୁ ଆସୁଥିବା ଏକ ୧୪ ଚକିଆ ଟ୍ରକ ୩ଟି ହାତୀକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ୨ହାତୀର ମୃତ୍ୟୁ ହୋଇଥିବା ବେଳେ ଆଉ ଗୋଟିଏ ହାତୀ ଗୁରୁତର ଆହତ ହୋଇଥିଲା। ଘଟଣାସ୍ଥଳରେ ବନବିଭାଗ କର୍ମଚାରୀ, ପୋଲିସ ପହଞ୍ଚି ଆହତ ହାତୀଟିର ଚିକିତ୍ସା ବ୍ୟବସ୍ଥା କରାଇଥିଲେ। ତେବେ ଘଟଗାଁ ପ୍ରାଣୀଚିକିତ୍ସକ ଆହତ ହାତୀକୁ ଚିକିତ୍ସା କରୁଥିବା ବେଳେ ସେଠାରେ ତା’ର ମୃତ୍ୟୁ ଘଟିଥିବା ନେଇ ବନବିଭାଗ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ବୁଧବାରରୁ ମୃତ ହାତୀମାନେ ରାସ୍ତା ଉପରେ ପଡ଼ିରହିଥିବାରୁ ଗୁରୁବାର ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା। ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ୱରାନିତ କରାଯିବା ପରେ ଯାତାୟାତ ସ୍ବାଭାବିକ ହୋଇଥିଲା। ତେବେ ଜାତୀୟ ରାଜପଥ ପାର ହେବା ସମୟରେ ଟ୍ରକ ଧକ୍କା ଦେବାରୁ ହାତୀଙ୍କ ମୃତ୍ୟୁ ଘଟଣା ଓଡ଼ିଶାରେ ପ୍ରଥମ ଏବଂ ର୍ଦୁଭାଗ୍ୟଜନକ ବୋଲି ଡିଏଫ୍‌ଓ ସନ୍ତୋ ଯୋଶୀ କହିଛନ୍ତି। ହାତୀଙ୍କ ସୁରକ୍ଷା ନେଇ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଫାଙ୍କା ସ୍ଥାନରେ ଏହି ଦୁର୍ଘଟଣାରେ ୩ହାତୀଙ୍କ ଜୀବନ ଯିବାକୁ ନେଇ ନିନ୍ଦା କରାଯିବା ସହ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପଟେ ଘଟଗଁାରେ ପାଟ୍ରୋଲିଂ କରାଯାଉ ନ ଥିବାରୁ ଏହି ଦୁର୍ଘଟଣା ଘଟିଥିବା ନେଇ କୁହାଯାଉଥିବା ବେଳେ ଏହାକୁ ଘଟଗାଁ ରେଞ୍ଜର ଅଶୋକ ନାୟକ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ପାଟ୍ରୋଲିଂ କରିବାର ଘଣ୍ଟାଏ ସମୟ ପରେ ଏହି ଦୁର୍ଘଟଣା ଘଟିଥିଲା।


All Right Reserved By Dharitri.Com

ଦନ୍ତା ଆକ୍ରମଣରେ ବୃଦ୍ଧାଙ୍କ ଜୀବନଗଲା

ବାରିପଦା ଅଫିସ,୨୫।୧୨: ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବନାଞ୍ଚଳ ଅଧୀନ ଗୋଶାଣିପାଳ ଗାଁରେ ଦନ୍ତା ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ...

୨୬ ଯାଏ ହାଲୁକା ବର୍ଷା

ଭୁବନେଶ୍ୱର,୨୧ା୯(ବ୍ୟୁରୋ): ରାଜ୍ୟରେ ମୌସୁମୀ ଦୁର୍ବଳ ରହିଛି। ତେବେ ଘୂର୍ଣ୍ଣିବଳୟ ଯୋଗୁ କେତେକ ସ୍ଥାନରେ ଅସରାଏ କିମ୍ବା ଦି ଅସରା ବର୍ଷା ହୋଇଯାଉଛି। ଆସନ୍ତା ୨୭ ତାରିଖ...

ବିସ୍ଥାପିତଙ୍କ ବିରୋଧ, ଅଟକିଛି କାମ

ବାରିପଦା ଅଫିସ,୩୧ା୭- ମୟୂରଭଞ୍ଜ ଜିଲା ବାରିପଦା ସହରବାସୀ ସବୁବେଳେ ଜଳ କଷ୍ଟ ଭୋଗୁଛନ୍ତି। ଭୂତଳ ଜଳ କ୍ରମଶଃ ହ୍ରାସ ପାଉଥିବାରୁ ଏଭଳି ସମସ୍ୟା ଦେଖାଦେଇଛି। ଭୌଗୋଳିକ...

ପୋଖରୀ ଭିତରେ ବୁଡ଼ିଗଲା କାର୍‌ : ଚାଳକ ଫେରାର

ପାଟଣା,୨୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚମ୍ପୁଆ ତୁରୁମୁଙ୍ଗା ରାସ୍ତାର ବୁଢ଼ିକାପୁଡି ପଞ୍ଚାୟତ ଲକ୍ଷ୍ମୀପଶି ରାସ୍ତାପାର୍ଶ୍ୱରେ ଥିବା ଏକ ପୋଖରୀ ଭିତରେ ରବିବାର ବିଳମ୍ବିତ ରାତିରେ...

ବାଣ ଫୁଟାଇବାକୁ କେନ୍ଦ୍ରକରି ଦୁଇଗୋଷ୍ଠୀ ମୁହାଁମୁହିଁ ଯୁବକଙ୍କୁ ଭୁଜାଲିରେ ହାଣି ମୁଣ୍ଡକୁ ଛେଚି ହତ୍ୟା

ଭୁବନେଶ୍ୱର,୨୯ା୧୦(ବ୍ୟୁରୋ)/ ପୁରୁଣା ଭୁବନେଶ୍ୱର(ଡି.ଏନ୍‌.ଏ.): ଏୟାରଫିଲ୍ଡ ଥାନାଠାରୁ ମାତ୍ର ଶହେ ମିଟର ଦୂର ଭୀମଟାଙ୍ଗୀସ୍ଥିତ ଏକାମ୍ର କଲେଜ ପଛପାର୍ଶ୍ୱରେ ରବିବାର ଘଟିଛି ଏକ ବୀଭତ୍ସ ହତ୍ୟାକାଣ୍ଡ। ବାଣଫୁଟାକୁ...

ଶିକ୍ଷକ ଦାବିରେ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ,ଅବିଭାବକ: ପ୍ରତିଶ୍ରୁତି ପରେ ହଟିଲା ଆନ୍ଦୋଳନ

ଭବାନୀପାଟଣା,୧୮।୯(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଧନଶୁଲି ପଞ୍ଚାୟତ ଶାସ୍ତୁଗୁଡ଼ା ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଖାଲିଥିବା ଶିକ୍ଷକ ପଦବୀ ପୂରଣ ଦାବିରେ ମଙ୍ଗଳବାର ଛାତ୍ରଛାତ୍ରୀ...

ଡକାୟତି ଘଟଣା ପର୍ଦ୍ଦାଫାଶ; ୬ ଗିରଫ: ଚୋରି ସାମଗ୍ରୀ ଉଦ୍ଧାର

ଦେବଗଡ଼/ବାରକୋଟ, ୧୫।୧୧ (ଡି.ଏନ.ଏ)- ଦେବଗଡ ଜିଲା ବାରକୋଟ ଥାନା ସିଂହସାଲ ଗ୍ରାମର କ୍ଷେତ୍ରବାସୀ ଦଳବେହେରାଙ୍କ ଘରୁ ୨୪ ଅକ୍ଟୋବରରେ ଚୋରି ହୋଇଥିବା ସୁନା, ରୂପା, ଟଙ୍କା...

ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ:୨୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ସହ ଜଳିଗଲା ନଗଦ ୨ ଲକ୍ଷ

ଟେନ୍‌ସା,୧।୯ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା କୋଇଡ଼ା ଥାନା ଅନ୍ତର୍ଗତ କୋଇଡ଼ା ଛକରେ ଶନିବାର ବିଳମ୍ବିତ ରାତିରେ ଏକ ଇଲେକ୍ଟ୍ରି ଦୋକାନରେ ଅଗ୍ନିକାଣ୍ଡ ଘଟିଛି। ତେବେ ଏଥିରେ...

Leave a comment

Your email address will not be published. Required fields are marked *