ଶକ୍ତିପ୍ରଦର୍ଶନ କଲା ବିଜେଡି

ଭୁବନ, ୧୭।୪(ଡି.ଏନ୍‌.ଏ.)-ଭୁବନ ଏନ୍‌ଏସିରେ ବୁଧବାର ବିଜେଡି ଶକ୍ତିପ୍ରଦର୍ଶନ କରିଛି। ଶତାଧିକ କର୍ମୀ ଏନ୍‌ଏସିରେ ଶୋଭାଯାତ୍ରା କରି ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ପାଇଁ ଭୋଟଭିକ୍ଷା କରିଥିଲେ। ପ୍ରାରମ୍ଭରେ ବିଜେଡି କାର୍ଯ୍ୟାଳୟରେ ନିର୍ବାଚନୀ ସଭା ହୋଇଥିଲା। ଏହାପରେ କାଳୀବଜାରଠାରୁ ବାହାରିଥିବା ରାଲି ୧୫ ଓ୍ବାର୍ଡ ପରିକ୍ରମା କରିଥିଲା। ଶୋଭାଯାତ୍ରାରେ ସାମିଲ ହୋଇଥିବା ୫୦୦ରୁ ଊର୍ଦ୍ଧ୍ୱ ମହିଳା ଏବଂ ପୁରୁଷ କର୍ମୀ ଘରଘର ବୁଲି ପୁଶିଂ କାର୍ଡ ବାଣ୍ଟିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ। ଜିଲା ଯୁବ ବିଜେଡି ସମ୍ପାଦକ ଅଜୟ କୁମାର ସେଠୀଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜ୍ଞାନରଞ୍ଜନ ସାହୁ, ସୁଶାନ୍ତ ପୃଷ୍ଟି, ପ୍ରଭାକର ସାହୁ, ଚିକୁ ନାୟକ, ସଞ୍ଜୀବ କୁମାର ପୃଷ୍ଟି, ମହିଳା ନେତ୍ରୀ ବାସନ୍ତୀ ପୃଷ୍ଟି, ଜୟନ୍ତୀ ପୃଷ୍ଟିଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।


All Right Reserved By Dharitri.Com

ବୈଜୟନ୍ତଙ୍କୁ ପଛରେ ପକାଇ ଆଗଉଛନ୍ତି ଅନୁଭବ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ବୈଜୟନ୍ତଙ୍କ ପଣ୍ଡାଙ୍କଠାରୁ ୩୫,୯୩୧ ଭୋଟରେ ଆଗରେ ଅଛନ୍ତି ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି।...

ଅନ୍ୟ ଜାତିରେ ବିବାହ କରିଥିବାରୁ ସାମାଜିକ ବାସନ୍ଦ: ଗଛମୂଳେ ଆଶ୍ରୟ ନେଇଛନ୍ତି ବାପା,ଝିଅ

ଢେଙ୍କିକୋଟ,୧୯ା୫(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ମନୋହରପୁର ପଞ୍ଚାୟତ ଖଜୁରି ଜିଆଣି ଗାଁ ା ସେହି ଗାଁର ନାଭ ନାୟକଙ୍କ ସାନପୁଅ ବାଇଧର (୪୨) ଗତ...

ସେକ୍‌ ରାଜାଙ୍କ ସହ ସମ୍ପର୍କ ପଡ଼ିଲା ମହଙ୍ଗା: ନିଲମ୍ବନ ପରେ ହାବିଲଦାର ଗିରଫ

ବାଲେଶ୍ୱର ଅଫିସ, ୨୧।୯: ବାଲେଶ୍ୱର ଜିଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ରାଉନସୁଗାର ବ୍ୟବସାୟ କରି ସାମ୍ରାଜ୍ୟ ବିସ୍ତାର କରିଥିବା ସେକ୍‌ ରାଜାଙ୍କ ସହ ବିଚାରଗଣ୍ଡ...

ଇଭିଏମ୍‌ ଅଚଳ : ଧାଡ଼ିରେ ଠିଆ ହୋଇ ଚେତାଶୂନ୍ୟ ହେଲେ ୨ ଭୋଟର

ଯାଜପୁରରୋଡ୍‌,୨୯ା୪(ନି.ପ୍ର.): ଯାଜପୁର ଜିଲାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ କୋରେଇ ନିର୍ବାଚନମଣ୍ଡଳୀର ଫାଜଲପୁର ଆଦର୍ଶ ଭୋଟ କେନ୍ଦ୍ରରେ ଏସାରୋଲ୍‌ ବିବି(୨୨) ଭୋଟ ଦେବା ପାଇଁ...

ବାଲେଶ୍ୱର ଭିଜିଲାନ୍ସ, ବନବିଭାଗର ଚଢ଼ାଉ: ମୂଲ୍ୟବାନ କାଠ ସହ ଗାଡ଼ି ଜବତ

ସଜନାଗଡ଼, ୨୪।୯(ଡି.ଏନ.ଏ.)-ବାଲେଶ୍ୱର ଭିଜିଲାନ୍ସ ଓ ନୀଳଗିରି ବନବିଭାଗ ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ଏକ ଚୋରା କାଠ ବୋଝେଇ ପିକଅପ୍‌ ଭ୍ୟାନ୍‌ (ନଂ. ଓଆର୍‌୦୧ଏ-୩୨୪୬) ଜବତ...

୨୮୫୦ ଫଟୋ ପୋଷ୍ଟ ଲାଗି ରାଜେନ୍ଦ୍ରଙ୍କୁ ମୋବାଇଲ ଉପହାର

ସିମୁଳିଆ, ୨୭।୭(ଡି.ଏନ.ଏ.)- ଓଡ଼ିଶାର ଗ୍ରାମାଞ୍ଚଳ ସମେତ ବିଭିନ୍ନ ଅଞ୍ଚଳର ଫଟୋ ଉଠାଇ ଇନ୍‌ଷ୍ଟାଗ୍ରାମ ଓ ଫେସ୍‌ବୁକ ପରି ସୋସିଆଲ ମିଡ଼ିଆରେ ପ୍ରଚାର କରିବା ଯୋଗୁ ରାଜେନ୍ଦ୍ର...

ଧଳା ପେଚା ଉଦ୍ଧାର

ବଉଳା, ୨୭।୬(ଡି.ଏନ.ଏ.)-ହାଟଡିହୀ ବ୍ଲକ ହଦଗଡ଼ ବନବିଭାଗ ଏକ ଧଳା ପେଚା ଉଦ୍ଧାର କରିଛି। ଜଳସରପୁର ଗ୍ରାମର ଅନାଦି ସ୍ବାଇଁଙ୍କ ଘର ଭିତରକୁ ଧଳା ପେଚାଟି ପଶିଯିବାରୁ...

ଲକ୍ଷାଧିକ ଟଙ୍କାର ଜିଞ୍ଜର ସହ ପିକଅପ୍‌ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ, ୧୬।୭-ବାଲେଶ୍ୱର ଭ୍ରାମ୍ୟମାଣ ଅବକାରୀ ବିଭାଗ ସୋମବାର ପୂର୍ବାହ୍ନ ସମୟରେ ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଗୋଟିଏ ପିକଅପ୍‌ ଭ୍ୟାନ୍‌ (ନଂ. ଓଡ଼ି୦୧ୟୁ୪୨୨୨)ରେ ଯାଉଥିବା...

Leave a comment

Your email address will not be published. Required fields are marked *