ଗୁଜରାଟ ହୀରା କାରବାର ମାନ୍ଦା, ୧୫% ନିଯୁକ୍ତି ହ୍ରାସ

ନୂଆଦିଲ୍ଲୀ,୨୨।୮: ଆମେରିକା ଓ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟ୍ରେଡ୍‌ ଓ୍ବାର୍‌ ପ୍ରଭାବ ଏବେ ଧୀରେ ଧୀରେ ଦୁଇଦେଶର ସୀମାସରହଦ ଅତିକ୍ରମ କରି ଅନ୍ୟ ଦେଶର ବାଣିଜ୍ୟକୁ ପ୍ରଭାବିତ କରିବା ଆରମ୍ଭ କରିଛି। ଭାରତ ମଧ୍ୟ ଏଥିରୁ ଅଛୁଅଁା ରହିନାହିଁ। ଗୁଜରାଟର ହୀରା କାରବାର ଉପରେ ଟ୍ରେଡଖ ଓ୍ବାର୍‌ର ବେଶ୍‌ ପ୍ରଭାବ ପଡିଛି। ଫଳରେ ଚାଇନା ଓ ପଶ୍ଚିମ ଏସିଆ ଦେଶଗୁଡ଼ିକରେ ହୀର ଚାହିଦା ହ୍ରାସ ପାଇଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସ ମଧ୍ୟରେ ଗୁଜରାଟର ଡାଏମଣ୍ଡ କଟିଂ ଓ ପଲିସିଂ କାରବାରରେ ୧୦ରୁ ୧୫ ପ୍ରତିଶତ ନିଯୁକ୍ତି ହ୍ରାସ ପାଇଛି। ଚାହିଦା କମିବା କାରଣରୁ ପରିଷ୍କୃତ ହୀରା ମୂଲ୍ୟ ୬ରୁ୧୦ ପ୍ରତିଶତ କମିଯାଇଛି। ଆଗାମୀ ଦିନରେ ଚାହିଦା ବଢ଼ିବାର କୌଣସି ସମ୍ଭାବନା ନାହିଁ ବୋଲି ହୀରା ଉଦ୍ୟୋଗ ଜଗତରେ ମତପ୍ରକାଶ ପାଇଛି।
ଜେମ୍ସ ଆଣ୍ଡ ଜୁଏଲେରୀ କାଉନସିଲ ଉପାଧ୍ୟକ୍ଷ କଲିନ ଶାହ କହିଛନ୍ତି ଯେ, ହୀରା ଉଦ୍ୟୋଗରେ ନିଯୁକ୍ତି ୧୫% ହ୍ରାସ ପାଇସାରିଲାଣି। ଏହାର ପ୍ରଭାବ ସୁରଟ, ଅମରୋଲିର ଛୋଟ କେନ୍ଦ୍ର ଓ ଭାବନଗରରେ ଦେଖିବାକୁ ମିଳୁଛି। ବିଶ୍ୱରେ ଚାହିଦାର ଅଭାବ କାରଣରୁ ନଗଦ ସଙ୍କଟ ଦେଖାଦେଇଛି। ଆମେରିକା ଓ ୟୁରୋପରେ ଚାହିଦା କମିଥିବା ବେଳେ ଚାଇନାରେ ଏହା ୧୫ରୁ ୨୦ ପ୍ରତିଶତ କମିଛି। ଗଲ୍ଫ ଦେଶରେ ମଧ୍ୟ ଚାହିଦା ବଢ଼ୁନାହିଁ। ଟ୍ରେଡ ଓ୍ବାର କାରଣରୁ ଜୁଲାଇରେ କଟ ଆଣ୍ଡ ପଲିସଡ ହୀରା ରପ୍ତାନି ଗତବର୍ଷ ତୁଳନାରେ ୧୮.୧୫ ପ୍ରତିଶତ କମିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ରପ୍ତାନୀ ୧୫.୧୧ ପ୍ରତିଶତ ହ୍ରାସ ପାଇଛି। ଏହି ଅବଧିରେ ଜେମ୍ସ ଆଣ୍ଡ ଜୁଏଲେରି ରପ୍ତାନି ୬.୬୭ ପ୍ରତିଶତ କମିଛି।


All Right Reserved By Dharitri.Com

୨୫ ଲକ୍ଷ ପର୍ଯ୍ୟନ୍ତ ଟିଡିଏସ୍‌ ଦାଖଲ ନ କଲେ;ହେବ ନାହିଁ ଫୌଜଦାରୀ ମାମଲା

ନୂଆଦିଲ୍ଲୀ,୧୩-୯: ଟିକସ ପ୍ରଦାନକାରୀଙ୍କୁ ଆଶ୍ୱସ୍ତ କରି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ଏକ ସର୍କୁଲାର ଜାରି କରିଛି। ଏଣିକି ଜାଣିଶୁଣି ଟିକସ ଫାଙ୍କିବାର ପ୍ରୟାସ, ଆୟକର...

ଦେଶରେ ଠିକ୍‌ ଅର୍ଥନୈତିକ ନୀତି ଲାଗୁ ହେଉନି: ସୁବ୍ରମଣ୍ୟନ ସ୍ବାମୀ

ମୁମ୍ବାଇ,୨୯-୯: ଦେଶରେ ଠିକ୍‌ ଅର୍ଥନୈତିକ ନୀତି ଲାଗୁ ହେଉ ନ ଥିବା ଭାଜପା ନେତା ସୁବ୍ରମଣ୍ୟନ ସ୍ବାମୀ ଶନିବାର କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେକ...

ଚାହିଦା ବୃଦ୍ଧି ଉପରେ କେନ୍ଦ୍ରର ଫୋକସ

ନୂଆଦିଲ୍ଲୀ,୧୪-୧୨: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଜିଡ଼ିପି ଅଭିବୃଦ୍ଧି ସେପ୍ଟେମ୍ବର ତ୍ରୈମାସରେ ୬ ବର୍ଷର ସର୍ବନିମ୍ନ ସ୍ତର ୪.୫%କୁ ଖସିଛି। ଏଭଳି ସ୍ଥିତିରେ ଘରୋଇ...

ଅଧିକ ପୁରୁଣା ବିମାନର ଇଞ୍ଜିନ ବଦଳାଇବ ଇଣ୍ଡିଗୋ

ନୂଆଦିଲ୍ଲୀ,୨୪-୧୨: ଏୟାର ବସ୍‌ ଏସିଇ ଏ୩୨୦ ନିଓ ବିମାନ ଇଞ୍ଜିନର ନିରାପତ୍ତାକୁ ନେଇ ସରକାର ଏବେ କାର୍ଯ୍ୟାନୁଷ୍ଠାନ ନେଉଥିବା ଦେଖାଯାଇଛି। ଏହି ଆଧାରରେ ବିମାନ କମ୍ପାନୀଗୁଡିକ...

ଆୟକର ବିଭାଗ ୬୪,୭୦୦ କୋଟି ରିଫଣ୍ଡ ଦେଲେ

ନୂଆଦିଲ୍ଲୀ,୨୫-୬: ଆୟକର ବିଭାଗ ଚଳିତ ଆର୍ଥିକ ବର୍ଷରେ ୬୪,୭୦୦ କୋଟି ଟଙ୍କା ରିଫଣ୍ଡ ପ୍ରଦାନ କରିଛି। ସେହିପରି ୨୦୧୮-୧୯ ଆର୍ଥିକ ବର୍ଷରେ ୧.୬୧ ଲକ୍ଷ କୋଟି...

ଧାର୍ଯ୍ୟ ଲକ୍ଷ୍ୟର ୯୩% ଛୁଇଁଲା ବିତ୍ତୀୟ ନିଅଣ୍ଟ

ନୂଆଦିଲ୍ଲୀ,୧-୧୧: ଦେଶର ବିତ୍ତୀୟ ନିଅଣ୍ଟ ବଜେଟ ହୋଇଥିବା ଧାର୍ଯ୍ୟ ଲକ୍ଷ୍ୟର ୯୩% ଛୁଇଁଛି। ଚଳିତ ଆର୍ଥତ୍କ ବର୍ଷର ସେପ୍ଟେମ୍ବର ମାସ ଶେଷ ସୁଦ୍ଧା ଏହା ୬.୫୨...

ମାନ୍ଦାବସ୍ଥାରୁ ଘର ବିକ୍ରି ୨୫% କମିଲା

ନୂଆଦିଲ୍ଲୀ,୧୮-୧୦: ମାନ୍ଦାବସ୍ଥା ପ୍ରଭାବରୁ ଦେଶର ୯ ପ୍ରମୁଖ ସହରରେ ଘର ବିକ୍ରି ୨୫% ହ୍ରାସ ଘଟିଛି। ଚଳିତ ଆର୍ଥତ୍କ ବର୍ଷ ଜୁଲାଇ-ସେପ୍ଟେମ୍ବର ସମୟରେ ଏହା ୬୫,୭୯୯...

ପୁଣି ଲାଗୁ ହେଉ ସମ୍ପତ୍ତି ଟିକସ: ଅଭିଜିତ ବାନାର୍ଜୀ

ନୂଆଦିଲ୍ଲୀ, ୨୯- ୧ : ବର୍ତ୍ତମାନ ଲୋକଙ୍କ ମଧ୍ୟରେ ରହିଥିବା ଅସମାନତାକୁ ବିଚାର କରି ଭାରତ ଆଗାମୀ ସାଧାରଣ ବଜେଟରେ ସମ୍ପତ୍ତି ଟିକସ ଲାଗୁ କରିବାର...

Leave a comment

Your email address will not be published. Required fields are marked *