Posted inଜାତୀୟ

ପାକିସ୍ତାନକୁ ପାଣି ବନ୍ଦ ପାଇଁ ଭାରତର ପ୍ରସ୍ତୁତି

ନୂଆଦିଲ୍ଲୀ,୨୨ା୮(ଆଇଏଏନ୍‌ଏସ୍‌): ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଏବେ କେନ୍ଦ୍ର ସରକାର ପାକିସ୍ତାନକୁ ଜମ୍ମୁ-କଶ୍ମୀର ବାଟଦେଇ ଯାଉଥିବା ପାଣି ବନ୍ଦ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସିନ୍ଧୁନଦୀ ଜଳଚୁକ୍ତିକୁ ଉଲ୍ଲଂଘନ ନ କରି କିପରି ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ, ସେନେଇ କେନ୍ଦ୍ର ସରକାର ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି। ଭାରତର ଏଭଳି ପ୍ରୟାସକୁ ପାକିସ୍ତାନ ସମାଲୋଚନା କରିଛି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବତ୍‌ ଭାରତରେ ପ୍ରବାହିତ ନଦୀ ଜଳ ଉପରେ ଆମର ପୂର୍ଣ୍ଣ ଅଧିକାର ରହିଛି ବୋଲି ବୁଧବାର କହିଛନ୍ତି। ଏହି ପାଣି ଆମେ କ’ଣ କରିବୁ ତାହା ଆମର ବ୍ୟକ୍ତିଗତ ଅଧିକାର ବୋଲି ସେ ପ୍ରକାଶ କରିଛନ୍ତି। ପାକିସ୍ତାନଠାରୁ ଏନେଇ ଅନୁମତି ଅଣାଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ ଆକ୍ଷେପ କରି କହିଛନ୍ତି। ପାକିସ୍ତାନକୁ ପାଣି ବନ୍ଦ ନେଇ ଯୋଜନା ପ୍ରସ୍ତୁତି ଚାଲିଛି ଓ କ୍ୟାବିନେଟ ଅନୁମୋଦନ ପରେ ଚୂଡ଼ାନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶେଖାଓ୍ବତ୍‌ ପ୍ରକାଶ କରିଛନ୍ତି।
ନଦୀ ଜଳ ବଣ୍ଟନ ନେଇ ୧୯୬୦ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଚୁକ୍ତି ହୋଇଥିଲା। ଚୁକ୍ତି ମୁତାବକ ଭାରତ ବେଆସ,ରାବି, ସତ୍‌ଲେଜ୍‌ ଏବଂ ପାକିସ୍ତାନ ସିନ୍ଧୁ, ଚେନାବ୍‌, ଝେଲମ୍‌ ନଦୀ ଉପରେ ନିୟନ୍ତ୍ରଣ ରଖିଛି। ଗତ ଫେବୃୟାରୀରେ ପୁଲଓ୍ବାମାରେ ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ଅର୍ଦ୍ଧସାମରିକ ବାହିନୀ ଉପରେ ଆକ୍ରମଣ କରିବା ପରେ କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ପାକିସ୍ତାନ ବିରୋଧରେ ଜଳ ନିୟନ୍ତ୍ରଣ କଥା ଉଠାଇଥିଲେ। ଶେଖାଓ୍ବତ୍‌ କହିଛନ୍ତି, ପାକିସ୍ତାନକୁ ବୋହିଯାଉଥିବା ଅଧିକ ନଦୀ ଜଳକୁ ଭାରତ କାମରେ ଲଗାଇପାରିବ। ଜଳାଭାବ ସମୟରେ ଏହି ସଂରକ୍ଷିତ ଜଳ ବିନିଯୋଗ କରାଯାଇ ପାରିବ। ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ ପରେ ୩୭୦ ଅନୁଚ୍ଛେଦକୁ ଭାରତ ଉଠାଇବାକୁ ନେଇ ପାକିସ୍ତାନ ଷଡ଼ଯନ୍ତ୍ର ରଚୁଛି। ଭାରତ ବିରୋଧରେ ବିଭିନ୍ନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚେଷ୍ଟା କରୁଛି। ତେଣୁ ଭାରତ ପାକିସ୍ତାନକୁ ପାଣି ବନ୍ଦ କରିବା ଲକ୍ଷ୍ୟରେ ରହିଛି।


All Right Reserved By Dharitri.Com

ଯୌତୁକ ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସ୍ବାମୀଙ୍କ ବିବାହ କରାଇଲେ ସ୍ତ୍ରୀ

ପାଟନା, ୧୦।୭: ସ୍ତ୍ରୀ ନିଜ ସ୍ବାମୀଙ୍କ ବିବାହ ପ୍ରସ୍ତାବ ନେଇ ଅନ୍ୟ ଜଣେ ମହିଳାଙ୍କ ଘରକୁ ଯିବା କଥା କେବେ ଶୁଣିଛନ୍ତି କି? ମାତ୍ର ୧୩...

ଖାଦ୍ୟ ନଷ୍ଟ ନ କଲେ ମିଳୁଛି ୫ ଟଙ୍କିଆ କଏନ୍‌

କୋଏମ୍ବାଟୁର,୩୦।୮: ହୋଟେଲରେ ଖାଇବା ପରେ ଗ୍ରାହକଙ୍କୁ ମିଳୁଛି ଏକ ୫ ଟଙ୍କିଆ କଏନ୍‌। ହଁ ତାମିଲନାଡୁ କୋଏମ୍ବାଟୁରର ଏକ ପୁରୁଣା ହୋଟେଲ ଖାଦ୍ୟ ନଷ୍ଟ ନ...

ଇନ୍‌ଫୋସିସ୍‌ ସିଇଓଙ୍କ ବିରୋଧରେ ଅଭିଯୋଗ

ବେଙ୍ଗାଲୁରୁ, ୧୩ା୧୧(ପି.ଟି.): ଗ୍ଲୋବାଲ ସଫ୍ଟଓ୍ବେର୍‌ ମେଜର ଇନ୍‌ଫୋସିସ୍‌ ଲିମିଟେଡ୍‌ର ସମସ୍ୟା ବଢ଼ିବାରେ ଲାଗିଛି। ପ୍ରଥମ ହ୍ବିସିଲ୍‌ବ୍ଲୋୟରଙ୍କ ଅଭିଯୋଗ ଗତ ଅକ୍ଟୋବର ମାସରେ ସାର୍ବଜନୀନ ହେବା ପରେ...

ରାଜନାଥ-ଶାହ ନେଲେ ଦାୟିତ୍ୱ

ନୂଆଦିଲ୍ଲୀ,୧।୬: ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ସିଂ ଶନିବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ତାଙ୍କୁ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଛନ୍ତି। ସେହିପରି...

ଗୁଜରାଟ ଉପକୂଳରେ ୫ ପାକିସ୍ତାନୀ ବୋଟ୍‌ ଜବତ

ଗାନ୍ଧିନଗର,୧୨।୧୦: ଗୁଜରାଟ କଚ୍ଛ ଉପକୂଳରେ ୫ଟି ପାକିସ୍ତାନୀ ବୋଟ୍‌ ଜବତ କରାଯାଇଥିବା ସୂଚନା ମିଳିଛି। ବିଏସ୍‌ଏଫ୍‌ ଦ୍ୱାରା ଚାଲିଥିବା ସର୍ଚ୍ଚ ଅପରେଶନରେ ଏହି ସଫଳତା ମିଳିଛି।...

ମନ୍ଦିରରେ ଦଳାଚକଟା: ୪ ମୃତ

କୋଲକାତା, ୨୩।୮: ଜନ୍ମାଷ୍ଟମୀ ଅବସରରେ ପଶ୍ଚିମବଙ୍ଗରେ ଏକ ଅଘଟଣ ଘଟିଛି। ୨୪ ପରଗଣା ଜିଲାରେ ଥିବା ଲୋକନାଥ ବାବା ମନ୍ଦିରରେ ଜନ୍ମାଷ୍ଟମୀରେ ଭକ୍ତଙ୍କ ପ୍ରବଳ ଭିଡ...

ମୋଦିଙ୍କୁ ଏଥର ବି ରାଖୀ ବାନ୍ଧିବେ ପାକିସ୍ତାନ ଭଉଣୀ

ନୂଆଦିଲ୍ଲୀ,୧୪।୮: ସାରା ଦେଶରେ ରାଖୀ ପୂର୍ଣ୍ଣିମା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଭାଇ ହାତରେ ରାଖୀ ବାନ୍ଧିବା ପାଇଁ ଭଉଣୀ ସଜବାଜ ଆରମ୍ଭ କରିଦେଲେଣି। ରାଖୀ...

ମମତାଙ୍କୁ ମୋଦିଙ୍କ ଚ୍ୟାଲେଞ୍ଜ୍‌: ଆଜି ପଶ୍ଚିମବଙ୍ଗ ଯିବି, ଦେଖିବା କ’ଣ ହେଉଛି

ଲକ୍ଷ୍ନୌ, ୧୬।୫: ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ କୋଲକାତାରେ ସୃଷ୍ଟି ହୋଇଥିବା ବ୍ୟାପକ ହିଂସାକାଣ୍ଡକୁ ନେଇ ଏବେ ସମଗ୍ର ଦେଶରେ ଏକ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି...

Leave a comment

Your email address will not be published. Required fields are marked *