Posted inUncategorized

୨୮ କୁଇଣ୍ଟାଲ ପଲିଥିନ ଜବତ, ହଜାରେ ଟଙ୍କା ଜରିମାନା

ଅନୁଗୋଳ ଅଫିସ, ୨୨।୮ – ଅନୁଗୋଳ ସହର ହରିମହୁରୀ ଛକରୁ ବୁଧବାର ପୌର କର୍ମଚାରୀମାନେ ୨୮ କୁଇଣ୍ଟାଲ ପଲିଥିନ ଜବତ କରିବା ସହ ୧ ହଜାର ଟଙ୍କା ଜରିମାନା ଆଦାୟ କରିଛନ୍ତି। ତେବେ ଏତେ ପରିମାଣର ପଲିଥିନ ଜବତ ହୋଇଥିଲେ ବି ମାତ୍ର ୧ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାରୁ ଏହାକୁ ନେଇ ଅନେକ ବ୍ୟବସାୟୀ ପ୍ରଶ୍ନ ଉଠାଇଛନ୍ତି। ସେମାନଙ୍କ ନିକଟରୁ ଏକ କୁଇଣ୍ଟାଲ ପଲିଥିନ ଜବତ ହେଲେ ୫ରୁ ୧୦ ହଜାର ଟଙ୍କା ଜରିମାନା ନିଆଯାଉଥିବା ବେଳେ ଏ କ୍ଷେତ୍ରରେ ମାତ୍ର ୧ ହଜାର କାହିଁକି ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ପ୍ରକାଶ ଯେ, ବରଗଡ଼ରୁ ଏକ ପିକ୍‌ଅପ ଭ୍ୟାନ ନଂ. (ଓଡି୧୫ଏଲ୍‌-୮୫୦୧)ରେ ୨୮ କୁଇଣ୍ଟାଲ ପଲିଥିନ ଅନୁଗୋଳ ଆସୁଥିବା ପୌରସଂସ୍ଥା ନିକଟରେ ଖବର ପହଞ୍ଚିଥିଲା। ତେଣୁ ପୌରକର୍ମଚାରୀମାନେ ହରିମହୁରୀ ଛକରେ ଚଢ଼ାଉ କରି ପଲିଥିନ ସହ ଗାଡ଼ିକୁ ପୌରକାର୍ଯ୍ୟାଳୟକୁ ଆଣିଥିଲେ। ଗାଡ଼ିରେ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କାର ପଲିଥିନ ଥିବା ଜଣାପଡ଼ିବା ପରେ ଜୋରିମାନା ବାବଦକୁ ୧ ହଜାର ଟଙ୍କା କଟାଯିବା ସହ ଉକ୍ତ ପଲିଥିନକୁ ଜବତ କରାଯାଇଥିବା ପୌରନିର୍ବାହୀ ଅଧିକାରୀ ଶୁଭେନ୍ଦୁ ଜେନା ସୂଚନା ଦେଇଛନ୍ତି। ତେବେ ସହରର ବ୍ୟବସାୟୀମାନେ ଉଠାଇଥିବା ପ୍ରଶ୍ନ ଉପରେ ଜେନା ଆଦୌ ମୁହଁା ଖୋଲି ନାହାନ୍ତି।


All Right Reserved By Dharitri.Com

Posted inUncategorized View All

ଟ୍ରେନ୍‌ରୁ ପଡି ଯୁବକ ଗୁରୁତର

ଯାଜପୁର ରୋଡ,୧୪ା୧୦(ନି.ପ୍ର.):  ଯାଜପୁର ରୋଡ ଷ୍ଟେଶନ ନିକଟରେ ରବିବାର ଜଣେ ଯୁବକ ଟ୍ରେନ୍‌ରୁ ଖସି ପଡି ଗୁୁରୁତର ହୋଇଛନ୍ତି। ଯୁବକ ଜଣଙ୍କ ବିହାର ରାଜ୍ୟର ଶୁମନ୍ତ...

Pratikshya

Pratikshya

ମ୍ୟାଚ୍‌ ପରେ କୋହଲିଙ୍କୁ ଆଶୀର୍ବାଦ ଦେଉଥିବା ଏହି ମହିଳା ଜଣଙ୍କ କିଏ ଜାଣନ୍ତୁ

ବର୍ମିଂହାମ,୩।୭: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଚଳିତ ବିଶ୍ୱକପରେ ଦ୍ୱିତୀୟ ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି। ଏଜବାଷ୍ଟନ ଗ୍ରାଉଣ୍ଡରେ ମଙ୍ଗଳବାର ଖେଳାଯାଇଥିବା ରୋମାଞ୍ଚକ...

ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କ ଘର ଉପରେ ଚଢ଼ାଉ

ବାଲେଶ୍ୱର ଅଫିସ,୧୮।୯: ବାଲେଶ୍ୱରର ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜା କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ହାତରେ ଧରାପଡିବା ପରେ ଅନେକ ଗୁମର ଫିଟିବାରେ ଲାଗିଛି।...

ଲିଭୁଥିବା ଲଣ୍ଠନ ପାଇଁ ମାନସ ମନ୍ଥନ କରିବେ ରାବ୍ରୀ

ପାଟନା,୨୬।୫: ଲୋକ ସଭା ନିର୍ବାଚନରେ ବିହାରରେ ଲାଲୁ ଯାଦବଙ୍କ ଆରଜେଡି ସମ୍ପୂର୍ଣ୍ଣ ଧରାଶାୟୀ ହୋଇଛି। ରାଜ୍ୟର ୪୦ଟି ଲୋକ ସଭା ଆସନ ମଧ୍ୟରୁ ୩୯ଟି ଏନଡିଏ...

ବୟସ ଜାଲିଆତି: ଫସିବେ ୩ ଖେଳାଳି; ବିସିସିଆଇ, ସିବିଆଇରେ ଅଭିଯୋଗ

କଟକ ଅଫିସ, ୨୭ା୧୨- ରାଜ୍ୟର ତିନିଜଣ କ୍ରିକେଟ ଖେଳାଳି ବୟସ ଜାଲିଆତି କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ନେଇ ଅଖିଳ ଭାରତ ଭ୍ରଷ୍ଟାଚାର ବିରୋଧୀ...

ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ପଡିଗଲେ ଦୁଇ କୃଷକ

ହାଇଦ୍ରାବାଦ୍‌,୨।୯: ଜମି କାଗଜପତ୍ର ପାଇଁ ସରକାରୀ ଅଧିକାରୀଙ୍କ ପାଦ ତଳେ ଦୁଇ କୃଷକ ପଡୁଥିବାର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଛି। ନିଜ ପୈତୃକ...

ଶରୀର ପାଇଁ ଲାଭଦାୟକ ମଞ୍ଜି ଜାତୀୟ ଖାଦ୍ୟ

ଆଧୁନିକ ଜୀବନଶୈଳୀ ଅନେକ ମାରାତ୍ମକ ରୋଗର କାରଣ ପାଲଟିଛି। ହେଲେ ଆମ ପରିବେଶରେ ଏମିତି କିଛି ଜିନିଷ ଅଛି ଯାହାର ବ୍ୟବହାର କରି ଆମେ ଏହି...

Leave a comment

Your email address will not be published. Required fields are marked *