Posted inUncategorized

ଭଙ୍ଗା ଘରେ ଚାଲିଛି ପାଠ ପଢ଼ା

ତେଲକୋଇ, ୨୨।୮(ଡି.ଏନ.ଏ.)-ତେଲକୋଇ ମୁଖ୍ୟାଳୟରେ ରହିଛି ସର୍ବ ପୂରାତନ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ । ଏହି ବିଦ୍ୟାଳୟ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହୁଥିବା ବେଳେ ଶ୍ରେଣୀ ଗୃହରେ ପାଣି ଓ ଅଫିସ ଗୃହରେ ପାଣି ଯୋଗୁ ଆସବାବ ପତ୍ର ନଷ୍ଟ ହେବାରେ ଲାଗିଛି। ଉକ୍ତ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀ ଠାରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ୩୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଧ୍ୟୟନ କରନ୍ତି। ଶତପ୍ରତିଶତ ପିଲା ଜନଜାତି ଓ ଅନୁସୂଚିତ ଜନଜାତି ଶ୍ରେଣୀର। ତେବେ ବିଦ୍ୟାଳୟର ରକ୍ଷଣାବେକ୍ଷଣ ଦାୟିତ୍ୱ ଗ୍ରାମ୍ୟ ଓ ଗୃହ ନିର୍ମାଣ ବିଭାଗ ଅଧୀନରେ ରହିଥିଲେ ହେଁ ଏହାକୁ ଗୁରୁତ୍ୱ ଦିଆଯାଉ ନ ଥିବା ଯୋଗୁ ଏବେ ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏପରିକି ବର୍ଷା ହେଲେ ପାଠପଢା ବନ୍ଦ କରାଯାଉଥିବା ଅଭିଭାବକ ମାନେ ଅଭିଯୋଗ କରିଛନ୍ତି। ଏପରିସ୍ଥଳେ ଏହି ବିଦ୍ୟାଳୟ ପାଇଁ ୧୧୦ ଶଯ୍ୟା ବିଶିଷ୍ଟ ଏକ ଛାତ୍ରୀନିବାସ ରହିଛି। କେବଳ ଜନଜାତି ଓ ଅନୁସୂଚିତ ଜନଜାତି ଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଏହା ୨୦୧୫ ମସିହାରେ ସମ୍ପୂର୍ଣ୍ଣ କରାଯାଇଥିବା ବେଳେ ଅଦ୍ୟାବଧି ରହିବାର ସୁଯୋଗ ମିଳି ନଥିବା ଯୋଗୁଁ ଏହା ଅବହେଳିତ ହୋଇ ପଡିରହିଛି। ଏସମ୍ପର୍କରେ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ସାହୁଙ୍କୁ ପଚାରିବାରୁ ମୂଖ୍ୟ ଅଫିସ ସହିତ କ୍ଲାସ ରୁମରେ ସାମାନ୍ୟ ବର୍ଷା ହେଲେ ପାଠପଢା ବନ୍ଦ କରାଯାଉଛି । ଏନେଇ ଜିଲା ପ୍ରଶାସନଙ୍କୁ ଲିଖିତ ଅଭିଯୋଗ ହୋଇଛି। ଏଦିଗରେ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ସେହିପରି ଛାତ୍ରୀ ନିବାସ ନିର୍ମାଣ ହୋଇଥିଲେ ହେଁ ପାନୀୟଜଳ ଓ ପାଚେରୀ ସହିତ ବିଦ୍ୟୁତ ସଂଯୋଗ ନ ଥିବା ଯୋଗୁଁ ଏହା କାର୍ଯ୍ୟକ୍ଷମ କରାଯାଇପାରି ନାହିଁ ।


All Right Reserved By Dharitri.Com

Posted inUncategorized View All

ବୟଫ୍ରେଣ୍ଡ ସହ ହଲିଡେ ଏନଜୟ କରୁଛନ୍ତି ହିନା

ମୁମ୍ବାଇ,୧।୬: ଛୋଟ ପରଦାର ପପୁଲାର ଅଭିନେତ୍ରୀ ହିନା ଖାନ ଟ୍ରାଭେଲର ସଉକ ରଖୁଥିବା ବେଳେ ସ୍ବିଜରଲ୍ୟାଣ୍ଡ ପରେ ଏବେ ପ୍ୟାରିସରେ ହଲିଡେ ଏନଜୟ କରୁଛନ୍ତି। ନିଜ...

ଧୋଇଗଲା ରାସ୍ତା: ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡ଼ି,୨୭।୭(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ରାଇକିଆ ପୂର୍ତ୍ତ ବିଭାଗର ଗଦଡ଼ିପୋଲ ଧୋଇ ହୋଇଯିବାରୁ ଗର୍ତ୍ତ ସୃଷ୍ଟିହୋଇଛି। ଏ ନେଇ ସିମନବାଡ଼ି-ରାଇକିଆକୁ ଯାତାୟାତ ବାଧାପ୍ରାପ୍ତ...

ଇତିହାସ ପାଲଟିବ ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି

ମୁମ୍ବାଇ,୧୩।୧୦: ଦିନେ ଲୋକପ୍ରିୟ ଥିବା ପ୍ରିମିୟର ପଦ୍ମିନୀ ଟ୍ୟାକ୍ସି ଆଉ ଗୋଟିଏ ବର୍ଷ ପରେ ଇତିହାସ ପାଲଟିବ। ଆସନ୍ତା ୨୦୨୦ ଜୁନ୍‌ଠାରୁ ମାୟାନଗରୀ ମୁମ୍ବାଇରେ ପ୍ରିମିୟର...

ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ

ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍‌ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍‌ଓଜି...

ଏନ୍‌ପିସିଡିସିଏସ୍‌ର ପ୍ରଥମ ଟାସ୍କଫୋର୍ସ ବୈଠକ:  ୨୦୨୧ ସୁଦ୍ଧା ସବୁ ଜିଲାରେ ଆଇସିୟୁ ସେବା

ଭୁବନେଶ୍ୱର, ୩୧ା୭(ବ୍ୟୁରୋ): କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଏବଂ ହୃଦ୍‌ଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଜାତୀୟ ଯୋଜନା (ଏନ୍‌ପିସିଡିସିଏସ୍‌) ଟାସ୍କଫୋର୍ସର ପ୍ରଥମ...

ଅତ୍ୟଧିକ ପାଣି ପିଇବା କ୍ଷତିକାରକ

ଦୈନିକ ଠିକ୍‌ ଅନୁପାତରେ ପାଣି ପିଇବା ଜରୁରୀ। ଏହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ମାତ୍ର ଆବଶ୍ୟକତାଠାରୁ ଅଧିକ ପାଣି ପିଇବା ଫଳରେ ଶରୀର ଉପରେ...

Leave a comment

Your email address will not be published. Required fields are marked *