ଋଷିକୁଲ୍ୟା ସହ ସଂଯୋଗୀକରଣ ହେଉନି ମହାନଦୀ : କେନ୍ଦ୍ର ଅବହେଳାକୁ ଦାୟୀ

ବ୍ରହ୍ମପୁର ଅଫିସ,୧୯ା୫-କୃଷି ପ୍ରଧାନ ଗଞ୍ଜାମ ଜିଲାର ବହୁବର୍ଷର ଦାବି ଋଷିକୁଲ୍ୟା ଓ ମହାନଦୀ ସଂଯୋଗୀକରଣ ହୋଇପାରିଲା ନାହିଁ। ବିଜେଡି ଓ ଭାଜପା ମେଣ୍ଟ ସରକାର ଅମଳରୁ ଏହି ପ୍ରସଙ୍ଗ ଉଠିଛି ା ଦାବିପୂରଣ ଦିଗରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଖି ବୁଜି ଦିଆଯାଇଛି। ବିରୋଧୀ ଭାଜପାରେ ଥିବା ବେଳେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନଦୀ ସଂଯୋଗୀକରଣ ଲାଗି ତୀବ୍ର ସ୍ବର ଉତ୍ତୋଳନ କରିଥିଲେ ଏବଂ କାର୍ଯ୍ୟକାରୀ ହେଉ ନ ଥିବାରୁ ବିଜେଡି ସରକାର ଉପରେ ବର୍ଷୁଥିଲେ। ଘଟଣାଚକ୍ରରେ ଦଳ ବଦଳ କରି ପଣ୍ଡା ବିଜେଡିରେ ଯୋଗ ଦେଇ ରାଜ୍ୟ ଯୋଜନା ବୋର୍ଡର ସଦସ୍ୟ ହେବା ସହ ରାଷ୍ଟ୍ରମନ୍ତ୍ରୀ ପାହ୍ୟା ପାଇଛନ୍ତି । ଏବେ ଦୁଇ ନଦୀ ସଂଯୋଗୀକରଣ ପାଇଁ କେନ୍ଦ୍ର ଅବହେଳାକୁ ସେ ଦାୟୀ କରିଛନ୍ତି। ଧରିତ୍ରୀ ସହ ଆଲୋଚନା ପ୍ରସଙ୍ଗରେ ପଣ୍ଡା ଏହା କହିଛନ୍ତି ।
ସୂଚନାଯୋଗ୍ୟ, ଏହି ଜିଲାର ସମୁଦାୟ ଜନସଂଖ୍ୟା ମଧ୍ୟରୁ ୭୦ ରୁ ୮୦ ପ୍ରତିଶତ କୃଷି କାର୍ଯ୍ୟକ୍ରମ ଉପରେ ନିର୍ଭର କରନ୍ତି । ୪.୧୧ ଲକ୍ଷ ହେକ୍ଟର ଚାଷ ଜମି ମଧ୍ୟରୁ ଏକ ଚତୁର୍ଥାଂଶକୁ ସେଚ ବ୍ୟବସ୍ଥା ହୋଇଛି ଏବଂ ଅବଶିଷ୍ଟ ଜମିକୁ ସଙ୍କଟ ଲାଗି ରହିଛି। ଶୀତ ଓ ଗ୍ରୀଷ୍ମ ଋତୁରେ ଋଷିକୁଲ୍ୟା ଶୁଷ୍କ ହୋଇଯାଉଛି ଏବଂ ବର୍ଷା ଋତୁରେ ବନ୍ୟାଜଳ ବଙ୍ଗୋପସାଗରକୁ ଯାଉଛି। ତେଣୁ ମହାନଦୀ ସହ ସଂଯୋଗୀକରଣ ହେଲେ ଋଷିକୂଲ୍ୟା ଚିରସ୍ରୋତା ହେବ ଓ କୃଷି ପାଇଁ ସେଚ ସୁବିଧା ସାଙ୍ଗକୁ ପିଇବା ପାଣି ସଙ୍କଟର ସ୍ଥାୟୀ ସମାଧାନ ହୋଇପାରିବ । କେବଳ ସେତିକି ନୁହେଁ ନଦୀ ସଂଯୋଗୀକରଣ ଦ୍ୱାରା ବନ୍ୟାଜଳ ମଧ୍ୟ ନିୟନ୍ତ୍ରଣ ହୋଇପାରିବ। ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲାର ଜୀବନ ରେଖା ହୋଇଥିବାରୁ ଏହାର ବିକାଶ ପାଇଁ ରାମ ପଣ୍ଡା ଗର୍ଜନ କରୁଥିଲେ।
ନଦୀ ସଂଯୋଗୀକରଣ ଦାବି ନେଇ ୨୦୦୭ ନଭେମ୍ବର ୩ରେ ଭାଜପା କୃଷକ ମୋର୍ଚ୍ଚା ବ୍ୟାନରରେ ଜିଲାର ସଦର ମହକୁମା ଛତ୍ରପୁରରେ ରାମ ପଣ୍ଡାଙ୍କ ନେତୃତ୍ୱରେ ବିଶାଳ କୃଷକ ରାଲି ଅନୁଷ୍ଠିତ ହୋଇଥିଲା। ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇଥିଲେ। ଦ୍ୱିତୀୟ ମେଣ୍ଟ ସରକାରର କେତେକ ଭାଜପା ମନ୍ତ୍ରୀ ଓ ନେତା ବସ୍‌ଷ୍ଟାଣ୍ଡରେ ହୋଇଥିବା ସମାବେଶରେ ଉପସ୍ଥିତ ଥିଲେ। ଋଷିକୁଲ୍ୟା ସହ ମହାନଦୀ ସଂଯୋଗୀକରଣ ତୁରନ୍ତ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସେହି ସମାବେଶରେ ସମୁଦ୍ରକୁ ଯାଉଥିବା ଋଷିକୁଲ୍ୟା ବନ୍ୟା ଜଳ ରୋକିବା ନିମନ୍ତେ ଉପନଦୀ ଖରଖରିରେ ଆନିକଟ ନିର୍ମାଣ ଲାଗି ଦାବି ହୋଇଥିଲା। ଏହାଦ୍ୱାରା ସବୁ ବର୍ଷର ମରୁଡ଼ି ଦାଉରୁ ରକ୍ଷା ମିଳିବାର ଦର୍ଶାଯାଇଥିଲା । କୃଷକ ସ୍ବାର୍ଥ ସମ୍ବଳିତ ସମସ୍ୟା ପ୍ରତି ରାଜ୍ୟ ସରକାର ଅଣଦେଖା କରୁଥିବା କଟାକ୍ଷ ମଧ୍ୟ କରାଯାଇଥିଲା। ମେଣ୍ଟ ସରକାରର ଭାଜପା ମନ୍ତ୍ରୀ ଓ ନେତାଙ୍କ ଏହି ଅଭିଯୋଗ ବେଶ୍‌ ରୋଚକ ହୋଇଥିଲା।
ବର୍ତ୍ତମାନର ଯୋଜନା ବୋର୍ଡ ସଦସ୍ୟ ପଣ୍ଡା ୨୦୦୦ ନିର୍ବାଚନରେ ଛତ୍ରପୁର ସେଗମେଣ୍ଟରୁ ଭାଜପା ପ୍ରାର୍ଥୀ ଭାବେ ଲଢ଼ି ବିଧାୟକ ହୋଇଥିଲେ। ଭାଗୁଆଳି ଶାସନ ଯୋଗୁ ବିଜେଡିରୁ ବାଚସ୍ପତି ଏବଂ ଉପବାଚସ୍ପତି ପଦ ଭାଜପା ଭାଗରେ ପଡ଼ିବାରୁ ସେ ପାଇଥିଲେ। ଦୁଇ ନଦୀ ସଂଯୋଗୀକରଣ ଲାଗି ସେ ବିଧାସଭାରେ ପ୍ରସଙ୍ଗ ଉଠାଇଥିଲେ। କେବଳ ସେତିକି ନୁହେଁ ସେତେବେଳର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଦରବାର ପର୍ଯ୍ୟନ୍ତ ପଣ୍ଡା ଯାଇଥିଲେ। ତତ୍କାଳୀନ ରାଜ୍ୟ ଜଳ ସମ୍ପଦ ମନ୍ତ୍ରୀ ମଙ୍ଗଳା କିଷାନ ସଂଯୋଗୀକରଣ କରାଯିବା ସପକ୍ଷରେ ବିଧାନସଭାରେ ୨୦୦୩ ମାର୍ଚ୍ଚ ୨୫ରେ ଉତ୍ତର ରଖିଥିଲେ। ଏହାର ୧୫ ବର୍ଷ ବିତିଛି ଏବଂ ଯୋଜନାର ନଁା ଗନ୍ଧ ନ ଥିବାରୁ ଅନିଶ୍ଚିତ ହୋଇଯାଇଛି। ରାମ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ହୋଇଥିବାରୁ ସଂଯୋଗୀକରଣ ବାଟ ଫିଟିବାର ଆଶା କରାଯାଇଥିଲା। ତେବେ କେନ୍ଦ୍ରକୁ ଦୋଷ ଦେଇ ଏବେ ଚୁପ୍‌ ହୋଇଯାଇଥିବା ଚର୍ଚ୍ଚାର ବିଷୟ ପାଲଟିଛି ।


All Right Reserved By

ବାପା ପୁଅଙ୍କୁ ଟାଙ୍ଗିଆରେ ଆକ୍ରମଣ, ଦାଦା ଗିରଫ

ବୁଗୁଡ଼ା,୨୪ା୮(ଡି.ଏନ.ଏ.)- ବୁଗୁଡ଼ା ଥାନା ବେତାରସିଙ୍ଗି ଗ୍ରାମରେ ଶୁକ୍ରବାର ବାପା ଓ ପୁଅଙ୍କୁ ଟାଙ୍ଗିଆରେ ଆକ୍ରମଣ ଅଭିଯୋଗରେ ବୁଗୁଡ଼ା ପୋଲିସ ଶନିବାର ପୁଅଙ୍କ ଦାଦାଙ୍କୁ ଗିରଫ କରି...

୮୦ ବିସ୍ଥାପିତ ଶ୍ରମିକଙ୍କୁ ଉଠାଇନେଲା ପୋଲିସ

ଛତ୍ରପୁର, ୩୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ଟାଟା ପ୍ରକଳ୍ପ କାର୍ଯ୍ୟାଳୟରେ ସ୍ଥାୟୀ ନିଯୁକ୍ତି ଦାବିରେ ଗତ ଶନିବାରଠାରୁ ୮୦ ଶ୍ରମିକ ଧାରଣାରେ ବସିଥିଲେ।...

ପୋଖରୀରେ ବୁଡ଼ିଗଲେ ଦିବ୍ୟାଙ୍ଗ

ପୁରୁଷୋତ୍ତମପୁର,୧୯ା୭(ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ବାଳକେଶ୍ୱରପୁର ଗ୍ରାମରେ ବୁଧବାର ପୋଖରୀରେ ଗାଧୋଇବାବେଳେ ବୁଡିଯାଇ ଜଣେ ଦିବ୍ୟାଙ୍ଗଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଏମ୍‌. ହରିକୃଷ୍ଣ ରେଡ୍ଡୀ(୫୫)। ହରିକୃଷ୍ଣ...

ପାହାଡ଼ରେ ବେଆଇନ ବିସ୍ଫୋରଣ, ୧୨ ଜେଲ ଗଲେ

ଦିଗପହଣ୍ଡି,୧୦ା୮(ଡି.ଏନ.ଏ.)-ଦିଗପହଣ୍ଡି ପୋଲିସ କୁକୁଡ଼ାଖଣ୍ଡି ବ୍ଲକ ମହୁଡ଼ା ପାହାଡ଼ର ୨ଟି ପଥର ଖାଦାନରେ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି। ଦୀର୍ଘଦିନ ଧରି...

ପାହାଡ଼ରେ ସିଡ୍‌ବଲ୍‌ ମାଧ୍ୟମରେ ହେବ ମଞ୍ଜି ରୋପଣ

ବ୍ରହ୍ମପୁର ଅଫିସ,୧୦ା୭-ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ଗଞ୍ଜାମ ଜିଲା। କିନ୍ତୁ ଏବେ ଏହାର ସୌନ୍ଦର୍ଯ୍ୟ କ୍ରମଶଃ ହ୍ରାସ ପାଇବାକୁ ବସିଲାଣି। ପଥର, ମାଟି ସଂଗ୍ରହ ସମେତ ଅନ୍ୟାନ୍ୟ...

ଅଟୋ ଦୁର୍ଘଟଣାଗ୍ରସ୍ତ : ୧୦ ଆହତ

ଦାରିଙ୍ଗବାଡ଼ି,୧୫ା୬(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଆମ୍ବଖାଲିଆ ଘାଟିରେ ଏକ ଯାତ୍ରୀବାହୀ ଅଟୋ (ଓଡି ୨୫ ଏ-୭୩୮୩) ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଯାତ୍ରା କରୁଥିବା ୧୦...

କମେଣ୍ଟମରାକୁ କେନ୍ଦ୍ରକରି ହତ୍ୟାକାଣ୍ଡ: କାତି ସହ ଥାନାରେ ହତ୍ୟାକାରୀଙ୍କ ଆତ୍ମସମର୍ପଣ

ପୁରୁଷୋତ୍ତମପୁର,୧୭ା୬(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ପ୍ରତାପୁର ଛକଠାରେ ରବିବାର ଅପରାହ୍ନରେ ଜଣେ ଯୁବକଙ୍କୁ କାତିରେ ହାଣି ହତ୍ୟା କରାଯାଇଛି। ହତ୍ୟାର ଶିକାର ହୋଇଛନ୍ତି ଗୋଠିଆଳି...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ହିଜବୁଲ୍‌ ଆତଙ୍କବାଦୀ ନିହତ

ଶ୍ରୀନଗର,୨୮।୩: ଜମ୍ମୁ-କଶ୍ମୀର ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଗୁରୁବାର ୩ ହିଜ୍‌ବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ମୃତ ଆତଙ୍କବାଦୀମାନେ ହେଉଛନ୍ତି ଆକିବ୍‌ ଅହମ୍ମଦ, ବଶରତ୍‌ ଅହମ୍ମଦ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *