ନିଜ ଗଧକୁ ଦେଖ

ଅଞ୍ଜନ ଚାନ୍ଦ
ବେପାରୀ କେତୋଟି ଗଧ ନେଇ ହାଟକୁ ବିକିବା ପାଇଁ ଯାଉଥିଲା। ଚାଲି ଚାଲି ଥକିଯିବାରୁ ସେ ଗୋଟେ ଗଧ ଉପରେ ବସିଲା। କିଛି ସମୟ ପରେ ଭାବିଲା ସବୁ ଗଧ ଅଛନ୍ତି ନା କିଏ କେଉଁଠି ରହିଗଲା। ସେ ଗଧଗୁଡ଼ିକୁ ଗଣିଲା। ଗୋଟେ ଗଧ କମ୍‌ ହେଲା। ବେପାରୀ ଛାନିଆରେ ଗଧ ପିଠିରୁ ଓହ୍ଲାଇ ପଡ଼ିଲା। ପୁଣିଥରେ ଗଣିଲା। ଗଧ ସଂଖ୍ୟା ଠିକ୍‌ ହେଲା। ସେ ଖୁସିରେ ଗଧ ପିଠିରେ ବସି ଆଗକୁ ଚାଲିଲା। କିଛିବାଟ ଯିବାପରେ ଗଧଗୁଡ଼ିକୁ ଗଣିବାରୁ ପୁଣି ଗୋଟେ କମ୍‌ ହେଲା। ଓହ୍ଲାଇ ପଡ଼ିବାରୁ ସମାନ ହୋଇଗଲା।
ଇଏ ଗୋଟିଏ ଅଦ୍ଭୁତ ରହସ୍ୟ ଏବଂ ଆଶ୍ଚର୍ଯ୍ୟ ଯେ ଏହା ମଣିଷ ଚରିତ୍ର ସହିତ ସମ୍ପର୍କିତ।
ଏବେ ରାଜ୍ୟରେ ସରକାରୀ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। ଗୁଣାତ୍ମକ ମାନ କ୍ରମଶଃ ହ୍ରାସ ପାଇ ବର୍ତ୍ତମାନ ଅବସ୍ଥା ଦୟନୀୟ ହୋଇପଡ଼ିଛି। ଏ ବାବଦରେ ସରକାର କହୁଛନ୍ତି, ସ୍କୁଲରେ ଶିକ୍ଷକମାନେ ଠିକ୍‌ ଭାବରେ ପାଠ ପଢ଼ାଉନାହାନ୍ତି। ଶିକ୍ଷକମାନଙ୍କର ଅଭିଯୋଗ ପିଲାମାନେ ଦୁଷ୍ଟ ଓ ଅଭିଭାବକମାନେ ସଚେତନ ନୁହନ୍ତି। ଅଭିଭାବକମାନେ ଶିକ୍ଷକ ଓ ସରକାର ଉଭୟଙ୍କୁ ଦୋଷ ଦେଉଛନ୍ତି। ଅଥଚ କେହି ନିଜ ପାଖରେ ଥିବା ଦୋଷକୁ ଦେଖୁନାହାନ୍ତି। ଗଧ ବେପାରୀ ପରି ନିଜ ଗଧକୁ ଛାଡ଼ି କେବଳ ଆଗରେ ଥିବା ଗଧଗୁଡ଼ିକୁ ଗଣୁଛନ୍ତି।
ଗତ ଦୁଇ ଦଶନ୍ଧି ଭିତରେ ଶିକ୍ଷାନୀତିରେ ବାରମ୍ବାର ପରୀକ୍ଷା ନିରୀକ୍ଷା ଓ ତଦନୁଯାୟୀ ବିପୁଳ ପରିବର୍ତ୍ତନ ହୋଇଛି। ସବୁ ପିଲାଙ୍କୁ ସ୍କୁଲକୁ ଆଣିବାକୁ ଚେଷ୍ଟା ହୋଇଛି। ସେଥିପାଇଁ ପ୍ରାଥମିକ ଶିକ୍ଷାକୁ ନିଃଶୁଳ୍କ କରାଯାଇଛି। ସ୍କୁଲର ପୂଜାଚାନ୍ଦା ମଧ୍ୟ ସେମାନଙ୍କଠାରୁ ଆଦାୟ କରାଯାଉ ନାହିଁ। ବହିପତ୍ର ମାଗଣା ଦିଆଯାଉଛି। ସ୍କୁଲରେ ପୁଷ୍ଟିକର ମଧ୍ୟାହ୍ନଭୋଜନର ବ୍ୟବସ୍ଥା ହୋଇଛି। ସ୍କୁଲ ପୋଷାକ, ନେକ୍‌ଟାଇ, ଜୋତା, ପରବର୍ତ୍ତୀ ପର୍ଯ୍ୟାୟରେ ସାଇକେଲ ଦିଆଯାଉଛି। ଛାତ୍ରବୃତ୍ତିର ବ୍ୟବସ୍ଥା ଅଛି। ସ୍କୁଲକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ଅଥଚ ଆଶ୍ଚର୍ଯ୍ୟ, ଏସବୁ ସତ୍ତ୍ୱେ କିଛି ପିଲା ତଥାପି ଘରେ ରହିଯାଉଛନ୍ତି। ଅଧାରୁ ବହୁ ପିଲା ପାଠପଢ଼ା ଛାଡ଼ୁଛନ୍ତି। ଯେଉଁମାନେ ରହୁଛନ୍ତି ସେମାନଙ୍କ ଅଭିଭାବକମାନେ ସ୍କୁଲରୁ ମିଳୁଥିବା ସୁବିଧାଗୁଡ଼ିକୁ ପାଇବା ପାଇଁ ଆଧାରକାର୍ଡ, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ବ୍ୟାଙ୍କ୍‌ ପାସ୍‌ବୁକ ଇତ୍ୟାଦି ଚକ୍କରରେ ଘୂରିବୁଲି ନୟାନ୍ତ ହେଉଛନ୍ତି।
ସରକାର ଦେଉଥିବା ସାହାଯ୍ୟଗୁଡ଼ିକୁ ଜଣେ ପିଲା ଗୋଟିଏ ଶ୍ରେଣୀ ପାଇଁ ବର୍ଷଟିଏ ପାଇବ। ଏଇ ଉଦ୍ଦେଶ୍ୟରେ ବୋଧହୁଏ ପ୍ରାଥମିକ ପରୀକ୍ଷାରୁ ଫେଲ୍‌ ବ୍ୟବସ୍ଥା ଉଠାଇ ଦିଆଯାଇଛି। କୁହାଯାଉଛି ଏହାଦ୍ୱାରା ପରୀକ୍ଷା ପ୍ରତି ପିଲାମାନଙ୍କର ଭୟ ରହିବ ନାହିଁ। ଏବଂ ସେମାନେ ପରୀକ୍ଷାରେ ଭଲ କରିବେ। କିନ୍ତୁ ଫଳ ହେଲା ଓଲଟା। ବହୁ ନିରକ୍ଷର ପିଲା ଦଶମଶ୍ରେଣୀ ବୋର୍ଡପରୀକ୍ଷାର ପରୀକ୍ଷାର୍ଥୀ ହୋଇଗଲେ। ଯେଉଁଥିପାଇଁ ପରୀକ୍ଷାରେ ପୂର୍ବପରି ଫେଲ୍‌ ବ୍ୟବସ୍ଥା ରଖିବାକୁ ଦାବି ହେଲା। ସରକାରୀ ମୁଣ୍ଡମାନେ ବହୁ ଚିନ୍ତା କରି ଯେକୌଣସି ପ୍ରକାରେ ସବୁପିଲାଙ୍କୁ ପାସ୍‌ କରାଇବା ପାଇଁ ଯୋଜନା କଲେ। ଫଳସ୍ବରୂପ ଏବେ ଉଜ୍ଜ୍ୱଳା, ଉତ୍‌ଥାନ ଓ ଉତ୍କର୍ଷ ତିନୋଟି କାର୍ଯ୍ୟକ୍ରମ ସ୍କୁଲଗୁଡ଼ିକରେ ଜୋରସୋରରେ ଚାଲିଛି। ଶିକ୍ଷକମାନଙ୍କୁ ନୂଆ ପ୍ରଶିକ୍ଷଣ ଦିଆଯାଉଛି। ନୂଆ ବହି ଛପା ହୋଇ ପିଲାମାନଙ୍କୁ ବଣ୍ଟା ହେଉଛି। ତଦନୁସାରେ ଶିକ୍ଷକମାନେ ପିଲାମାନଙ୍କୁ ପଢ଼ାଉଛନ୍ତି କି ନାହିଁ ତାହାର ତଦାରଖ କରିବାକୁ ଦଳ ଗଢ଼ାଯାଇଛି। କାର୍ଯ୍ୟକ୍ରମଗୁଡ଼ିକ ସଫଳ ହେଉଛି ବୋଲି ଶିକ୍ଷାବିଭାଗ ଡିଣ୍ଡିମ ପିଟୁଥିବାବେଳେ ନବମଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରର ଅଭିଭାବକ ସ୍କୁଲରେ ଅଭିଯୋଗ କରୁଛନ୍ତି- ମୋ ପୁଅ କାହିଁକି ମକା, ମଟର, ଚୋର, ସର ପଢ଼ୁଛି? ଯେତେବେଳେ ସେ ପାଠ ପଢ଼ିବା କଥା ସେତେବେଳେ ମାଷ୍ଟରମାନେ କ’ଣ କରୁଥିଲେ? ଯଦି ଅଷ୍ଟମ ଶ୍ରେଣୀ ପାସ୍‌ କରିବା ପରେ ସେ ଚକ, ଅଖ ଶିଖିବ ତେବେ ନବମ ଶ୍ରେଣୀର ପାଠ ପଢ଼ିବ କେବେ?
ଶିକ୍ଷକ କହୁଛନ୍ତି, ଆମେ କ’ଣ କରିବୁ? ଆମେ ଆଦେଶର ଦାସ। ଉପରୁ ଯାହା ନିର୍ଦ୍ଦେଶ ଆସୁଛି ତାହା କରୁଛୁ। ଆପଣ ସରକାରଙ୍କୁ କୁହନ୍ତୁ।
ଅଭିଭାବକ ସରକାରଙ୍କୁ ଖୋଜୁଛନ୍ତି।
କିଛିଦିନ ତଳେ କେତେଜଣ ଏକାଠି ହୋଇ ଏହି କାର୍ଯ୍ୟକ୍ରମ ବିରୋଧରେ ସ୍ବର ଉଠାଇଥିଲେ। ଗଣମାଧ୍ୟମରେ ବି ଖବର ବାହାରିଥିଲା। ସରକାରଙ୍କ କାନରେ ପଡ଼ିଲା କି ନାହିଁ ଏବେ ପୁଣି ସବୁ ଚୁପ୍‌ଚାପ୍‌।
ବୁଦ୍ଧିଜୀବୀ ଜଣେ କହୁଥିଲେ, ସରକାରୀ ଶିକ୍ଷା କେବଳ ସାକ୍ଷରତା ଅଭିଯାନ। ସବୁ ପିଲାଙ୍କୁ ଗଁାରୁ ଧରିଆଣି ସ୍କୁଲରେ ଦଶବର୍ଷ ବାନ୍ଧିରଖି ଅକ୍ଷର ଶିଖାଇ ବାହାରକୁ ଛାଡ଼ିଦେବେ। ଆପଣ ଯଦି ନିଜ ପିଲାକୁ ଶିକ୍ଷିତ କରାଇବାକୁ ଚାହାନ୍ତି ସରକାରୀ ଅନୁଷ୍ଠାନରୁ ଦୂରେଇ ରୁହନ୍ତୁ। ଚମତ୍କାରୀ ଶବ୍ଦ ଓ ବହୁ ଆଡ଼ମ୍ବର ଭିତରେ ସାଧାରଣ ଲୋକଙ୍କୁ ବଶୀଭୂତ କରି ଶିକ୍ଷାକୁ ଘରୋଇକରଣ ଆଡ଼କୁ ଟାଣିନେଇଯିବା ହିଁ ଏବର ଶିକ୍ଷାନୀତିର ଅସଲ ଉଦ୍ଦେଶ୍ୟ।
ଅଙ୍ଗାରଗାଡ଼ିଆ, ବାଲେଶ୍ୱର, ମୋ:୯୪୩୭୨୯୬୮୬୪


All Right Reserved By Dharitri.Com

ବାପାଙ୍କ ସାଙ୍ଗ ଓ ମୁଁ

ଡା. ସୁରେନ୍ଦ୍ର ନାଥ ପତି ପ୍ରାତଃଭ୍ରମଣ ସମୟରେ ମୋ ବାପାଙ୍କର ସାଙ୍ଗ ଦିନେ କହିଲେ, ”ବାବା, ତମ ବାପା ୪୫ ବର୍ଷ ବୟସରେ ବୁଢ଼ା ପରି...

ବିଦ୍ୟୁତ୍‌ଚାଳିତ ଗାଡ଼ି-ଆବଶ୍ୟକତା ଓ ସମସ୍ୟା

ଇଂ. ମାୟାଧର ସ୍ବାଇଁ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ବାୟୁ ପ୍ରଦୂଷଣ ହେଉଛି ଗୋଟିଏ ମୁଖ୍ୟ ସମସ୍ୟା। ବିଶେଷକରି ସହରାଞ୍ଚଳରେ ଏହା ଅତି ସାଂଘାତିକ ହେଲାଣି।...

ସମାଧାନ ନିଷେଧରେ ନାହିଁ

ସମ୍ପାଦକୀୟ/ତଥାଗତ ସତପଥୀ ଶ୍ରୀଲଙ୍କାରେ ୨୧ ଏପ୍ରିଲ ୨୦୧୯ରେ ଘଟିଥିବା ବିସ୍ଫୋରଣରେ ପାଖାପାଖି ୩୨୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ...

ନିଖିଳର କବି କାଳିନ୍ଦୀଚରଣ

ଡ. ହୃଷୀକେଶ ମଲ୍ଲିକ ଗତ ଶତାବ୍ଦୀର ଓଡ଼ିଆ ଗଦ୍ୟ ଓ କବିତାରେ କାଳିନ୍ଦୀଚରଣ ହେଉଛନ୍ତି ଏକ ସଶକ୍ତ ଉଚ୍ଚାରଣ। ୧୯୨୦ ମସିହା ପରେ, ଅର୍ଥାତ୍‌ ସତ୍ୟବାଦୀ...

ଏଇ ଭାରତରେ

ଉତ୍ତରପ୍ରଦେଶ ମିର୍ଜାପୁରର ଅହୋରାହ ଥାନା ଅନ୍ତର୍ଗତ ବରାହୀ ଗାଁରେ ଦେଖିବାକୁ ମିଳେ ଏକ ଅଜବ ମେଳା। ଏହାକୁ ୩୫୦ ବର୍ଷର ପୁରୁଣା ମେଳା ବୋଲି କୁହାଯାଏ।...

ସମ୍ପାrଦକୀୟ/ପିଆଜ ଲୁହ

ପାକିସ୍ତାନରେ ଗତ ମାସ ପିଆଜ ଦର ୩୦୦ ଟଙ୍କା ଉପରକୁ ଚାଲିଯାଇଥିଲା। ସେତେବେଳେ ଭାରତରେ ଆଲୋଚନା ହେଲା ଯେ, ସେଠାକାର ଖାଉଟି ହନ୍ତସନ୍ତ ହୋଇଯାଉଥିବେ। କେତେକେ...

ମନୁଷ୍ୟକୃତ ଆଲୋକ ପ୍ରଦୂଷଣ

ଡ. ନିଖିଳାନନ୍ଦ ପାଣିଗ୍ରାହୀ ପିଲା କାନ୍ଦିଲେ ତାକୁ ତୁନେଇବାକୁ ହେଉ ଅଥବା ସେ ନ ଶୋଇ ମା’କୁ ହଇରାଣ କରିବା ବିଷୟରେ ହେଉ, ମା’ମାନେ ଏହି...

ଜୀବନର ନକ୍ସା

ମନ-ମାନଚିତ୍ର/ଡ. ନରହରି ବେହେରା ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି- ଆବଶ୍ୟକତାଠାରୁ ଶୀତଳ ଓ ଉଷ୍ମତାର ମାତ୍ରା କମ୍‌ ବା ବେଶି ହେଲେ ଆମ ଶରୀରକୁ ସୁଖ...

Leave a comment

Your email address will not be published. Required fields are marked *