ଏଇ ଭାରତରେ

ଈଶ୍ୱର ଏକ। ତାଙ୍କ ନାମରେ ଯେଉଁଠି ଯେତେ ପ୍ରକାର ରଙ୍ଗ-ରୂପ- ଆକାରର ପୀଠ ହୋଇଥାଉନା କାହିଁକି ତାହା ଶାଶ୍ୱତ ଓ ସମସ୍ତଙ୍କ ପାଇଁ ସମାନ। ଏହି ମର୍ମକୁ ଭଲଭାବେ ଉପଲବ୍ଧି କରିଛନ୍ତି ଝାଡ଼ଖଣ୍ଡ କୋଡରମାର ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଥିବା ରାଜାବର ସିଆର୍‌ପିଏଫ୍‌ କ୍ୟାମ୍ପର କମ୍ପାନୀ କମାଣ୍ଡର ମହମ୍ମଦ ଇଜାଜ ଖାନ୍‌। ସେ ଯେଉଁ ସନ୍ଦେଶ ଦେଇଛନ୍ତି ତାହା ସୁଦୂରପ୍ରସାରୀ। ଇଜାଜ ସର୍ବଧର୍ମ ସଦ୍‌ଭାବର ପ୍ରତୀକ ପାଲଟିଯାଇଛନ୍ତି। ମହମ୍ମଦ ଇଜାଜ ଜଣେ ମୁସଲମାନ ହୋଇ ବି ସେଠାକାର ଗ୍ରାମବାସୀଙ୍କ ସହଯୋଗରେ ସିଆର୍‌ପିଏଫ୍‌ କ୍ୟାମ୍ପସ ମଧ୍ୟରେ ଏକ ଭବ୍ୟ ରାମମନ୍ଦିର ନିର୍ମାଣ କରିଛନ୍ତି। ଏହି ମନ୍ଦିରରେ ଭଗବାନ ରାମ, ରାଧା-କୃଷ୍ଣ ଓ ହନୁମାନଙ୍କ ସହ ଅନ୍ୟ ଦେବଦେବୀଙ୍କୁ ସ୍ଥାପନା କରାଯାଇଛି। ଯଥାବିଧି ଯବାନମାନେ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ନିୟମିତ ପୂଜାର୍ଚ୍ଚନା କରୁଛନ୍ତି। ଇଜାଜ ସିଆର୍‌ପିଏଫ୍‌ କମାଣ୍ଡର ବିଷ୍ଣୁ ଗୌତମଙ୍କ ଅନୁମତି ନେଇ ଏହି ମନ୍ଦିର ନିର୍ମାଣ କରିଥିବାରୁ ମନ୍ଦିର କାନ୍ଥରେ ବିଷ୍ଣୁ ଗୌତମଙ୍କ ସହ ମହମ୍ମଦ ଇଜାଜଙ୍କ ନାମ ବି ଲେଖାଯାଇଛି। ଏହି ମନ୍ଦିରରେ ସବୁ ଧର୍ମର ଯବାନ ପୂଜା କରିଥାନ୍ତି। ଇଜାଜ ଅବସର ନେଇ ବିହାରର ସାସାରାମରେ ରହୁଥିଲେ ବି ସେ ହିନ୍ଦୁ ମୁସଲମାନ ଏକତାର ଯେଉଁ ମଶାଲ ଜଳାଇଦେଇଛନ୍ତି ତାହା ଜ୍ଞାନାଲୋକ ବାଣ୍ଟି ଚାଲିବ,ଏଥିରେ ସନ୍ଦେହନାହିଁ। ଏହି ମନ୍ଦିରକୁ ପୂଜାକରିବା ପାଇଁ ଯାଉଥିବା ଶ୍ରଦ୍ଧାଳୁମାନେ ସର୍ବଧର୍ମ ସମନ୍ବୟର ଶିକ୍ଷା କରିବା ସହ ଇଜାଜଙ୍କୁ ମନେପକାଉଛନ୍ତି।


All Right Reserved By

ଖଣିରେ ମୃତ୍ୟୁ

ବେଆଇନ ଖଣି ଖନନ ଭାରତରେ ଏକ ଦୀର୍ଘସ୍ଥାୟୀ ସମସ୍ୟା ଭାବେ ରହିଆସିଛି। ଏ ନେଇ ଯେତେ ପଦକ୍ଷେପ ନିଆଗଲେ ମଧ୍ୟ ସ୍ଥାନୀୟ ପ୍ରଶାସନର ଅପାରଗତା ବେଆଇନ...

ଏଇ ଭାରତରେ

ଭାରତରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ର ଓ ଶିକ୍ଷକ ଅନୁପାତ ନୈରାଶ୍ୟଜନକ ଥିବାବେଳେ ଏକ ବିଶ୍ୱବିଦ୍ୟାଳୟର ଗୋଟିଏ ବିଭାଗରେ ଜଣେ ଛାତ୍ରକୁ ୭ ଜଣ ପ୍ରାଧ୍ୟାପକ ରହିଥିବା...

ଶୀତତାପ ନିୟନ୍ତ୍ରଣ ଓ ପରିବେଶ ତାତି

ସହଦେବ ସାହୁ ଜୁନ୍‌ ୨୩ରେ ଖବର ବାହାରିଲା ଯେ ଏସି ମେଶିନ ତିଆରି କରୁଥିବା କମ୍ପାନୀଗୁଡ଼ିକୁ ସରକାର କହିଛନ୍ତ,ି ମେଶିନରେ ୨୪ ଡିଗ୍ରୀ ସେଲ୍‌ସିୟସ୍‌ ଡିଫଲ୍ଟ...

ନାରୀ ନିର୍ଯାତନା

ଡା. ସୁରେନ୍ଦ୍ରନାଥ ପତି ଆମ ଦେଶରେ ମହିଳାମାନଙ୍କ ପ୍ରତି ବଳାତ୍କାର ଦିନକୁ ଦିନ ବଢ଼ିବା ଲକ୍ଷ୍ୟ କରାଯାଉଛି। ଏଣିକି ଗଣମାଧ୍ୟମର ଏହା ପ୍ରମୁଖ ସମାଚାର ପାଲଟିଲାଣି।...

ମରିଯାଉଥିବା ନଦୀ

ରୁଦ୍ର ପ୍ରସନ୍ନ ରଥ କାହିଁ କେଉଁ ଅନାଦି କାଳରେ ନଦୀକୂଳରେ ରୂପ ନେଇଥିଲା ମଣିଷ ସଭ୍ୟତା। ବାରଆଡେ ବୁଲୁଥିବା ମଣିଷ ନଦୀକୁ ହିଁ ସାଥିକରି ନେଇଥିଲା...

ବିପର୍ଯ୍ୟୟମୁଖୀ ଉଚ୍ଚଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର କେହି କେହି କହନ୍ତି ସରକାରଙ୍କ ବଡ଼ ଶତ୍ରୁ ସରକାର। ଉପକୂଳ ରାଜପଥରୁ ସରକାରୀ ବସ୍‌ର ଉଭାନ, ଓଡ଼ିଶା ଏବଂ ଓଡ଼ିଶା...

ଏଇ ଭାରତରେ

ଜନ୍ମରୁ ଯେଉଁ କନ୍ୟା ସନ୍ତାନକୁ ମୃତ ଘୋଷଣା କରାଯାଇଥିଲା ସେ କେବିସିରେ ଭାଗନେଇ ୧୨.୫ ଲକ୍ଷ ଟଙ୍କା ଜିତିଛନ୍ତି। ଏହା ଅସମ୍ଭବ ଲାଗୁଥିଲେ ବି ସତ।...

ରୋଗ ଉପଶମରେ ଯୋଗର ପ୍ରୟୋଗ

ଇଂ. ହାଡ଼ିବନ୍ଧୁ ଖଣ୍ଡୁଆଳ ଋତୁ ପରିବର୍ତ୍ତନ ତଥା ଜଳବାୟୁ ପରିବର୍ତ୍ତନ ଫଳରେ ଆମେ ଅନେକ ପ୍ରକାର ପୀଡ଼ାର ସମ୍ମୁଖୀନ ହେଉ। ଆମ ମୁଣ୍ଡଠାରୁ ଆରମ୍ଭ କରି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *