ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ରିଷିଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଶାରଦୀୟ କ୍ରୀଡ଼ା ଉତ୍ସବ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୧୫୧ଜଣ ପ୍ରତିଯୋଗୀ କବାଡି, ଖୋଖୋ ଓ ଫୁଟବଲ ଖେଳରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ମନୋନୀତ ଖେଳାଳି ଆସନ୍ତା ଜିଲାସ୍ତରୀୟ ଶାରଦୀୟ କ୍ରୀଡା ଉତ୍ସବରେ ଅଂଶ ଗ୍ରହଣ କରିବେ । ଆୟୋଜକ ସମ୍ପାଦକ ତଥା ପ୍ରଧାନଶିକ୍ଷକ ଅଶୋକ କୁମାର ବିଶ୍ୱାଳ, ପିଇଟି ବେଣୁଧର ରଣା, ଶିକ୍ଷକ କୁଳେନ୍ଦ୍ର ବୈଠାରୁ, ଶିକ୍ଷୟିତ୍ରୀ ପ୍ରିୟଦର୍ଶିନୀ ପାତ୍ର ପ୍ରମୁଖ ନେତୃତ୍ୱ ନେଇଥିବା ବେଳେ ବ୍ଲକର ୩୦ଜଣ ପିଇଟି ଯୋଗଦେଇଥିଲେ । ସାଗରପାଲି ସିଆରସିସି ବାବାଜୀଚରଣ ରାଉତ, ଅଲାତରା ଉପ୍ରା ବିଦ୍ୟାଳୟ ପ୍ରଧାନଶିକ୍ଷକ ବେଣୁଧର କୁମାରଙ୍କ ସମେତ ଶିକ୍ଷୟିତ୍ରୀ, ଶିକ୍ଷକମାନେ ଯୋଗଦେଇଥିଲେ । ଏହି ବ୍ଲକର ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ, ମଦନପୁରର ଛାତ୍ରୀଛାତ୍ରମାନେ ଅଂଶ ଗ୍ରହଣ କରିଥିଲେ । ମ.ରାମପୁର ବିଇଓ ଗଣେଶ କିଷାନ ଓ ଏବିଓ ଗୋବର୍ଦ୍ଧନ ମାଝି କାର୍ଯ୍ୟକ୍ରମ ତଦାରଖ କରିଥିଲେ ।


All Right Reserved By Dharitri.Com

ଡମ୍ପିଂୟାର୍ଡକୁ ବିରୋଧ, ଆବର୍ଜନା ବୋଝେଇ ଗାଡ଼ି ଅଟକ

ଉଦଳା,୬ା୩(ଡ଼ି.ଏନ୍‌.ଏ.)- ଉଦଳା ଏନଏସିରେ ଡମ୍ପିଂୟାର୍ଡକୁ ନେଇ ଦୀର୍ଘ ଦିନରୁ ବିବାଦ ଲାଗି ରହିଛି। ଫଳରେ ୧୨ଟି ୱାର୍ଡର ଆବର୍ଜନା କେଉଁଠି ପଡ଼ିବ ତାହାକୁ ନେଇ ବାରମ୍ବାର...

ସୁନ୍ଦରଗଡ଼ରେ ଜନତା କର୍ଫ୍ୟୁ: ଖୋଲା ରହିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ, ଔଷଧ ଦୋକାନ

ସୁନ୍ଦରଗଡ଼,୨୨।୩(ଡି.ଏନ୍‌.ଏ.): କରୋନା ସଂକ୍ରମଣକୁ ରୋକିବା ନିମନ୍ତେ ଜନତା କର୍ଫୁ ପ୍ରଭାବ ରବିବାର ସୁନ୍ଦରଗଡ଼ରେ ଦେଖିବାକୁ ମିଳିଛି। ଏଠାରେ ସମସ୍ତ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ...

ଜିପ୍‌ରେ ପରୀକ୍ଷାର୍ଥୀଙ୍କୁ ଘରେ ଛାଡ଼ିଲେ ତହସିଲଦାର

ଦିଗପହଣ୍ଡି,୨୫ା୨(ଡି.ଏନ.ଏ.)-ଦିଗପହଣ୍ଡି ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ ସୋମବାର ମଧ୍ୟାହ୍ନରେ ଫାଶିଗୁଡା ଗ୍ରାମ ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିଦର୍ଶନ କରି ଫେରୁଥିବା ବେଳେ ଭୀଷ୍ମଗିରି-ନିମଖଣ୍ଡି ପେଣ୍ଠ ମୁଖ୍ୟ...

ଢେଙ୍କାନାଳ କଲେଜରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ: ‘ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦିଆଯିବ’

ଢେଙ୍କାନାଳ ଅଫିସ, ୧୦।୧୧  – ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର ଶନିବାର ଢେଙ୍କାନାଳ କଲେଜ ପରିଦର୍ଶନ କରିଛନ୍ତି। ପୂର୍ବାହ୍ନ ସାଢ଼େ ୧୧ଟାରୁ ଅପରାହ୍ନ...

କାରକୁ ଧକ୍କା ଦେଲା ଟ୍ରକ୍‌: ଜଣେ ମୃତ

ସିମୁଳିଆ,୨୦।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନାଠାରୁ ୧କି.ମି. ଦୂର ଜାତୀୟ ରାଜପଥ ମାଟିପଡା ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ଦୁର୍ଘଟଣା ଘଟିଛି। ଏଥିରେ ନବକିଶୋର ଦାସଶର୍ମା(୪୫)...

୧୪୪ ଧାରା ସତ୍ତ୍ବେ ଚାଲିଛି ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମ

ପୁରୁଷୋତ୍ତମପୁର, ୧୮ା୩ (ଡି.ଏନ.ଏ.) – ଗଞ୍ଜାମ ଜିଲାରେ ମାରାତ୍ମକ କରୋନା ଭାଇରସକୁ ନେଇ ଜିଲାପାଳ ୧୪୪ ଧାରା ଜାରିକରି ପାଞ୍ଚ ଜଣରୁ ଅଧିକା ଲୋକ ଗୋଟିଏ...

ଷ୍ଟାଡିୟମରେ ମହିଳାଙ୍କ ପ୍ରବେଶ ନେଇ ଇରାନକୁ ଫିଫାର ନିର୍ଦ୍ଦେଶ

ପ୍ୟାରିସ୍‌,୨୩।୯(ଏଏଫ୍‌ପି)- ଫୁଟବଲ୍‌ ଷ୍ଟାଡିୟମରେ ମହିଳା ପ୍ରଶଂସିକାଙ୍କ ପ୍ରବେଶ ନେଇ ଅନୁମତି ଦେବାକୁ ଫିଫା ଇରାନ୍‌କୁ ନିର୍ଦ୍ଦେଶ ଦେଇଛି। ବହୁ ଚର୍ଚ୍ଚିତ ‘ବ୍ଲୁ ଗର୍ଲ’ ଘଟଣାରେ ଜଣେ...

ଖରିଆରରୋଡରେ ଆବାସ ଯୋଜନା ବାଟବଣା: ହିତାଧିକାରୀ ଜିଲାପାଳଙ୍କ ଦ୍ୱାରସ୍ଥ; କାର୍ଯ୍ୟାଦେଶ ପରେ ବି ଟଙ୍କା ମିଳୁନି

ନୂଆପଡା ଅଫିସ,୧୧ା୯-ରାଜ୍ୟରେ ଜଣେ ହେଲେ କୁଡିଆ ଘରେ ରହିବେ ନାହିଁ। ୨୦୨୦ ସୁଦ୍ଧା ସମସ୍ତଙ୍କୁ ପକ୍କା ଘର ଯୋଗାଦେବାର ସଂକଳ୍ପ ନେଇଛନ୍ତି ସରକାର। ହେଲେ ବିଭାଗୀୟ...

Leave a comment

Your email address will not be published. Required fields are marked *