କଳାହାଣ୍ଡି ଏମ୍‌ପିଙ୍କ ଗୋଲାମୁଣ୍ଡା ବ୍ଲକ ଗସ୍ତ

ଗୋଲାମୁଣ୍ଡା,୨୧।୮(ଡି.ଏନ.ଏ.): କଳାହାଣ୍ଡି ଏମ୍‌ପି ତଥା ରାଜ୍ୟ ଭାଜପା ସଭାପତି ବସନ୍ତ ପଣ୍ଡା ବୁଧବାର ଗୋଲାମୁଣ୍ଡା ବ୍ଲକ ଗସ୍ତ କରିଛନ୍ତି । ଏହି ଅବସରରେ ଗୋଲାମୁଣ୍ଡା ସଭା ଗୃହରେ ଭାଜପା କର୍ମୀ ସମ୍ମିଳନି କରି ଗୋଲାମୁଣ୍ଡା ବ୍ଲକର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରି ସମସ୍ୟାର ସମାଧାନ କାରାଯିବ ବୋଲି କହିଥିଲେ। ଏହି ଅବସରେ ଗୋଲାମୁଣ୍ଡ ବ୍ଲକର ବିଭିନ୍ନ ସମସ୍ୟାକୁ ନେଇ ଦଳୀୟ କର୍ମୀମାନେ ନିଜ ଅଞ୍ଚଳର ସମସ୍ୟା ଜଣାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଓବିସି ମୋର୍ଚ୍ଚା ଜିଲା ସଭାପତି ହିମାଶୁଂ ମେହେର, କୃଷକ ମୋର୍ଚ୍ଚା ଜିଲା ସଭାପତି ସୁଧିର ପଟ୍ଟଯୋଷୀ, ଜିଲା ସମ୍ପାଦକ ଅଜୟ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏଥିରେ ଗୋଲାମୁଣ୍ଡା ବ୍ଲକ ଭାଜପା ଯୁବ ନେତା ସବିର କୁମାର ରାଉତ, ଶ୍ୟାମସୁନ୍ଦର ଅଗ୍ରୱାଲ, ପୃଥିରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।


All Right Reserved By Dharitri.Com

ମଦମୁକ୍ତି ଅଭିଯାନରେ କାଳିଞ୍ଜି ସମାଜ ସାମିଲ

ବେଗୁନିଆପଡ଼ା,୧୪ା୬(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ଷଣ୍ଢମୂଳ ପଞ୍ଚାୟତ ଶାଳବଣ ଗ୍ରାମରୁ ଓଡ୍ର ଖଣ୍ଡାୟତ କାଳିଞ୍ଜି ଓଡ଼ିଆ ସମାଜ ପକ୍ଷରୁ ମଦମୁକ୍ତି ଆନ୍ଦୋଳନ ଆରମ୍ଭ ହୋଇଛି। ବ୍ଲକ ଅନ୍ତର୍ଗତ ନୂଆଗଡ଼...

ଅସୁସ୍ଥ କୃଷ୍ଣସାର ଉଦ୍ଧାର

ଦିଗପହଣ୍ଡି,୧୧ା୧୧(ଡି.ଏନ.ଏ.): ଦିଗପହଣ୍ଡି ବନ ବିଭାଗ କର୍ମଚାରୀମାନେ ରବିବାର ଅସୁସ୍ଥ ଅବସ୍ଥାରେ ଏକ ମାଈ କୃଷ୍ଣସାରକୁ ଉଦ୍ଧାର କରି ବନ ବିଭାଗ କାର୍ଯ୍ୟାଳୟରେ ରଖିଛନ୍ତି। ସୋମବାର ତାକୁ...

ଗାଡ଼ି ଧକ୍କାରେ ସ୍କୁଲ ଛାତ୍ରୀ ଆହତ, ରାସ୍ତାରୋକୋ

ଖଲ୍ଲିକୋଟ,୭ା୧୧(ଡି.ଏନ୍‌.ଏ.) -ଖଲ୍ଲିକୋଟ ବ୍ଲକ କେଶପୁର ବଜାର ଫାୟାର ଷ୍ଟେଶନ ନିକଟରେ ବୁଧବାର ଅପରାହ୍ନରେ ଗାଡ଼ି ଧକ୍କାରେ ଜଣେ ସ୍କୁଲ ଛାତ୍ରୀ ଆହତ ହୋଇଛନ୍ତି। ପ୍ରତିବାଦରେ ଲୋକେ...

ଏବିଭିପି ପକ୍ଷରୁ ଭିସୁଟରେ ର଼୍ୟାଗିଂର ପ୍ରତିବାଦ

ଭବାନୀପାଟଣା,୨୫।୮(ଡି.ଏନ.ଏ.) ସମ୍ବଲପୁର ଜିଲା ବୁର୍ଲା ବୀରସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ରେ ର଼୍ୟାଗିଂକୁ ଏବିଭିପି ପକ୍ଷରୁ ଶନିବାର ପ୍ରତିବାଦ କରାଯାଇଛି। ଭବାନୀପାଟଣାସ୍ଥିତ ସ୍ଥାନୀୟ କଲେଜ ଛକ ଏବଂ...

ଆହୁରି ଦୁଇଦିନ ବର୍ଷିବ

ଭୁବନେଶ୍ୱର, ୨।୭(ବ୍ୟୁରୋ): ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିଛି। ରବିବାରଠାରୁ ଆରମ୍ଭ ହୋଇଥିବା ବର୍ଷା କେତେବେଳେ ଛେଚୁଛିି ତ’...

କ୍ୟାବିନ୍‌ ଓଲଟାଇବାକୁ କେନ୍ଦ୍ର କରି ବଚସା: ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର,୬।୧୧(ବ୍ୟୁରୋ): ସ୍ଥାନୀୟ ପାସପୋର୍ଟ ଅଫିସ ନିକଟରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କ୍ୟାବିନ୍‌ ଓଲଟାଇବାକୁ କେନ୍ଦ୍ର କରି ପ୍ରଥମେ ବଚସା ଏବଂ ପରେ...

ମଙ୍ଗଳାଙ୍କୁ ଲାଗିହେଲା ୧ଲକ୍ଷ ୮ ନୀଳକଇଁ

ପୁରୀ ଅଫିସ,୬।୧୦: ଶାରଦୀୟ ଦଶହରା ପାଇଁ ଉତ୍ସବ ମୁଖର ପୁରପଲ୍ଲୀ। ଆନନ୍ଦ ଉଲ୍ଲାସରେ ସମସ୍ତେ ମା’ ଦୁର୍ଗତିନାଶିନୀଙ୍କୁ ଆରାଧନା କରୁଛନ୍ତି। ଶ୍ରୀକ୍ଷେତ୍ରରେ ବିଭିନ୍ନ ଶକ୍ତିପୀଠରେ ଚାଲିଛି...

ସୂଚନା ନ ଦେଇ ଖୋଲିଦେଲେ ଗେଟ୍‌: ଦଣ୍ଡାଧାର ପାଣିରେ ତଳି ଅଞ୍ଚଳ ଉବୁଟୁବୁ

କାମାକ୍ଷାନଗର, ୮।୯(ଡି.ଏନ୍‌.ଏ.) – ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁ ଢେଙ୍କାନାଳ ଜିଲାର ଡମଶାଳ, ରାମିଆଳ ନଦୀରେ ବନ୍ୟା ଆସିଛି। ବିନା ସୂଚନାରେ ଦଣ୍ଡାଧାର ଡ୍ୟାମର ୨ଟି...

Leave a comment

Your email address will not be published. Required fields are marked *