ଦୂଷିତ ଜଳ ଯୋଗୁ ବ୍ୟାପୁଛି ଝାଡ଼ାବାନ୍ତି: ୩ ମୃତ, ୨୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବାଲେଶ୍ୱର ଅଫିସ/ବସ୍ତା,୨୧।୮(ସ୍ବ.ପ୍ର.): ଲଗାଣବର୍ଷା ପରେ ବାଲେଶ୍ୱର ଜିଲାର ବସ୍ତା ଏବଂ ରେମୁଣା ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବାରେ ଲାଗିଛି। ନାଳ ପୋଖରୀରୁ ଲୋକେ ଦୂଷିତ ଜଳକୁ ପାନୀୟ ଭାବେ ବ୍ୟବହାର କରୁଥିବାରୁ ରୋଗ ବ୍ୟାପୁଥିବା ଆଶଙ୍କା କରାଯାଉଛି। ବସ୍ତା ବ୍ଲକ ବାହାବଳପୁର ଅଞ୍ଚଳରେ ସମୁଦ୍ରକୁ ମାଛ ଧରିବାକୁ ଯାଇ ଝାଡାବାନ୍ତିରେ ଆକ୍ରାନ୍ତ ଧୀବରଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁଘଟିଛି। ସେହି ଅଞ୍ଚଳରେ ଅନ୍ୟ ୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ରେମୁଣା ବ୍ଲକ ଚଷାଖଣ୍ଡ ପଞ୍ଚାୟତ ମହେଶପୁର, କୁଲୁକୁଣ୍ଡା ଗ୍ରାମରେ ୧୫ରୁ ଊର୍ଦ୍ଧ୍ୱ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ଝାଡାବାନ୍ତି ଘରକୁ ଘର ଓ ଗାଁକୁ ଗଁା ବ୍ୟାପୁଥିବାରୁ ଲୋକେ ଆତଙ୍କିତ ହୋଇପଡିଛନ୍ତି। ଏହା ମହାମାରୀ ରୂପ ନେବା ଆଗରୁ ଲୋକଙ୍କୁ ବିଶୁଦ୍ଧ ପାନୀୟଜଳ ଏବଂ ପ୍ରତିଷେଧକ ଚିକତ୍ସାସେବା ଯୋଗାଇ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ବାହାବଳପୁର ସାମୁଦ୍ରିକ ଥାନା ଅନ୍ତର୍ଗତ ବାହାବଳପୁର ଜେଟିରୁ ମାଛ ଧରିବାକୁ ଯାଇଥିବା ବୋଟ୍‌ଗୁଡ଼ିକରେ କାର୍ଯ୍ୟରତ ଧୀବର ଅଧିକ ସଂଖ୍ୟାରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ମତ୍ସ୍ୟଜୀବୀ ଆସୋସିଏଶନ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ ଜେଟିରୁ ସମୁଦ୍ରକୁ ଯାଇଥିବା ୧୦ରୁ ଊର୍ଦ୍ଧ୍ୱ ବୋଟ୍‌ରେ ଥିବା ମତ୍ସ୍ୟଜୀବୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସେମାନେ ସମୁଦ୍ର ଭିତରେ ଥିବାରୁ ଫେରିବାରେ ବିଳମ୍ବ ଘଟିଥିଲା। ସାଗରକନ୍ୟା ବୋଟରେ କାର୍ଯ୍ୟରତ ମତ୍ସ୍ୟଜୀବୀ ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ନୟାବସନ୍ତପୁର ଗ୍ରାମର ଚୈତନ୍ୟ ସିଂ(୨୬)ଙ୍କର ପ୍ରଥମେ ମୃତ୍ୟୁ ହୋଇଥିଲା ା କୂଳକୁ ଫେରିଥିବା ଅନ୍ୟ ୭ଟି ବୋଟ୍‌ରେ ୧୩ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ପରେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ଘଟିଛି। ସେମାନେ ହେଲେ ତାରାତାରିଣୀ ବୋଟ୍‌ର ବାରିପଦା ଅଞ୍ଚଳର ଦେବେନ ହେମ୍ରମ(୩୦) ଓ ଦେବୀଦଳନ ଦୁର୍ଗା ବୋଟ୍‌ର ବାଲେଶ୍ୱର ସଦରଥାନା ଦିଗଦା ବଡ଼ବୁଗରା ଗ୍ରାମର ଚନ୍ଦ୍ରକାନ୍ତ ମାଝି(୪୫)। ଅନ୍ୟ ୧୧ଜଣ ଆକ୍ରାନ୍ତ ମତ୍ସ୍ୟଜୀବୀ ଏବେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଖବର ପାଇ ବାଲେଶ୍ୱର ଅତିରିକ୍ତ ଜିଲା ଚିକିତ୍ସାଧିକାରୀ (ପବ୍ଲିକ୍‌ ହେଲ୍‌ଥ) ସନ୍ଧ୍ୟାରାଣୀ ପଟ୍ଟନାୟକ ବାହାବଳପୁରରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିବା ସହିତ ଜେଟିକୁ ଯାଉଥିବା ଜଳର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ମତ୍ସ୍ୟଜୀବୀ ସଂଘର ସଭାପତି ବିକାଶ ଦାସ କହିଛନ୍ତି, ମତ୍ସ୍ୟଜୀବୀମାନେ ଯେଉଁଠାରୁ ପିଇବା ପାଣି ନେଇ ସମୁଦ୍ରକୁ ଯାଆନ୍ତି ବୋଧେ ତାହା ଦୂଷିତ ହୋଇଥିବା କାରଣରୁ ଏଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି। ୧୫ରୁ ଊର୍ଦ୍ଧ୍ୱ ବୋଟ୍‌ରେ ଜଣେ ଦୁଇଜଣ କରି ମତ୍ସ୍ୟଜୀବୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଖବର ମିଳିଛି। ବାହାବଳପୁର ଡାକ୍ତରଖାନାରେ ଡାକ୍ତର ନ ଥିବା ଯୋଗୁ ଏଠାରେ ରୋଗୀଙ୍କୁ ତତ୍କାଳ ଚିକିତ୍ସା ମିଳୁ ନାହିଁ ା ଏଥିଲାଗି ଗୁରୁତର ରୋଗୀଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କିରବାକୁ ପଡୁଛି।
ରେମୁଣା ବ୍ଲକର ଦୁଇଟି ଗ୍ରାମରେ ପୋଖରୀର ଦୂଷିତ ଜଳ ବ୍ୟବହାର ଯୋଗୁ ଝାଡାବାନ୍ତି ବ୍ୟାପୁଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଅନୁଧ୍ୟାନ କରି ତୁରନ୍ତ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. କମଳାକାନ୍ତ ନାୟକଙ୍କୁ ପଚାରିବାରୁ କହିଛନ୍ତି, ବର୍ଷା ହେବା କାରଣରୁ ଜଳ କେତେକାଂଶରେ ପ୍ରଦୂଷିତ ହୋଇଛି। ମାଛିମଶାଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଦୂଷିତ ଜଳ ବ୍ୟବହାର ସାଙ୍ଗକୁ ବାସି ଖାଦ୍ୟ ଖାଇବା ଯୋଗୁ ଝାଡ଼ାବାନ୍ତି ରୋଗ ଉଭୟ ଅଞ୍ଚଳରେ ବ୍ୟାପିିଛି। ଏଥିଲାଗି ଲୋକେ ସଚେତନ ରହିବା ଦରକାର। ଏଣୁ ସମ୍ପୃକ୍ତ ଅଞ୍ଚଳକୁ ଡାକ୍ତରୀ ଟିମ୍‌ ପଠାଯାଇ ଲୋକମାନଙ୍କୁ ମାଗଣା ଔଷଧ ବଣ୍ଟନ କରାଯିବା ସହ ଚିକିତ୍ସା କରାଯାଉଛି। ଚିକିତ୍ସକ ଦଳ ଓ ସ୍ବାସ୍ଥ୍ୟ କର୍ମୀ ଲୋକଙ୍କୁ ମଧ୍ୟ ସଚେତନ କରାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ଅଭିଯୋଗ

ପଟ୍ଟାମୁଣ୍ଡାଇ,୧୯।୪(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରପରିଷଦ ପକ୍ଷରୁ କରାଯାଇଥିବା ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହେଉଥିବା ନେଇ ଅଭିଯୋଗ ଆସୁଥିଲେ...

ଭିଟାମାଟି ଛାଡ଼ି ଅନୁତପ୍ତ ବୁଡ଼ଇଞ୍ଚଳ ବିସ୍ଥାପିତ

ବଲାଙ୍ଗୀର, ୧୯ା୪(ବୀରେନ୍ଦ୍ର କୁମାର ଝାଙ୍କର):ଲୋୟର ସୁକ୍‌ତେଲ ଡ୍ୟାମ୍‌ ହେଲେ ଚିର ମରୁଡି ପ୍ରପୀଡିତ ବଲାଙ୍ଗୀର ଜିଲା ଜଳପ୍ଳାବିତ ହେବ। ହଜାର ଏକର କୃଷିକ୍ଷେତ୍ରକୁ ପାଣି ମାଡ଼ିବ।...

ଭାଜପାରେ ବଢୁଛି ଗୋଷ୍ଠୀ କନ୍ଦଳ

ପାଟଣା,୧୯ା୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବିଧାନସଭା କ୍ଷେତ୍ର ପାଇଁ ମଙ୍ଗଳବାର ଭାଜପା ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ଅଖିଳ ଚନ୍ଦ୍ର ନାୟକଙ୍କ ନାମ ଘୋଷଣା କରିଛି।...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri