ଫିଜିରେ ଭାରତୀୟ ବିଚାରପତି

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ
ବିଚାର ବ୍ୟବସ୍ଥାରେ ଉତ୍କର୍ଷ ପ୍ରତିପାଦନ କରୁଥିବା ବ୍ୟକ୍ତିଙ୍କ ଚାହିଦା ସର୍ବଦା ରହିଥାଏ। ବାସ୍ତବଧର୍ମୀ ରାୟ ଦେଉଥିବା ବିଚାରପତିଙ୍କୁ ଅନ୍ୟମାନେ ଅନୁସରଣ କରିଥାଆନ୍ତି। ଭାରତରେ ବହୁ ବିଚାରପତି ଅଛନ୍ତି, ଯେଉଁମାନଙ୍କ ରାୟ ଐତିହାସିକ ହୋଇପାରିଛି। ଏବର ସମୟର ସେଭଳି ଜଣେ ବ୍ୟକ୍ତି ହେଉଛନ୍ତି ଜଷ୍ଟିସ ମଦନ ଭୀମରାଓ ଲୋକୁର। ୨୦୧୮ ଡିସେମ୍ବର ୩୧ରେ ସେ ସୁପ୍ରିମକୋର୍ଟ ବିଚାରପତି ପଦରୁ ଅବସର ଗ୍ରହଣ କରିଛନ୍ତି। ହେଲେ ତାଙ୍କ ନ୍ୟାୟିକ ପ୍ରଜ୍ଞା ଫିଜି ସୁପ୍ରିମକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିଛି। ଫଳରେ ସେଠାକାର ସୁପ୍ରିମକୋର୍ଟ ତାଙ୍କୁ ଅଣଆବାସିକ ପ୍ୟାନେଲରେ ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି। ସେ ଆସନ୍ତା ଅଗଷ୍ଟ ୧୫ରେ ନୂତନ ଦାୟିତ୍ୱ ଗ୍ରହଣ କରିବେ। ଭାରତୀୟ ଭାବେ ବିଦେଶର ଏକ ସୁପ୍ରିମକୋର୍ଟରେ ବିଚାରପତି ହେବା ଲାଗି ତାଙ୍କୁ ସୁଯୋଗ ମିଳିବା ନିଶ୍ଚିତ ପ୍ରଶଂସାଯୋଗ୍ୟ କଥା।
ଜଷ୍ଟିସ ମଦନ ବି. ଲୋକୁର ୩୧ ଡିସେମ୍ବର ୧୯୫୩ରେ ଜନ୍ମଗ୍ରହଣ କରିଥିଲେ। ନୂଆଦିଲ୍ଲୀର ମଡର୍ନ ସ୍କୁଲରେ ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରି ଆଲ୍ଲାହାବାଦସ୍ଥିତ ସେଣ୍ଟ ଯୋଶେଫ୍‌ କଲେଜରୁ ଆଇଏସ୍‌ସିରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନ ସେଣ୍ଟ ଯୋଶେଫ୍‌ କଲେଜରୁ ଇତିହାସରେ ସ୍ନାତକ ଡିଗ୍ରୀ ଅର୍ଜନ କରିଥିଲେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଆଇନରେ ସ୍ନାତକ ଡିଗ୍ରୀ ପାଇବା ପରେ ସେ ଆଇନ ବ୍ୟବସାୟରେ ନିଜକୁ ନିୟୋଜିତ କରିଥିଲେ। ୧୯୭୭ରେ ଲୋକୁର ବାର୍‌ରେ ନାମ ପଞ୍ଜୀକରଣ କରି ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟରେ ପ୍ରାକ୍ଟିସ କରିଥିଲେ। ଆଡ୍‌ଭୋକେଟ-ଅନ୍‌-ରେକର୍ଡ (ଏଓଆର୍‌) ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ୧୯୮୧ରେ ସୁପ୍ରିମକୋର୍ଟରେ ତାଙ୍କ ନାମ ଏଓଆର୍‌ ଭାବେ ତାଲିକାଭୁକ୍ତ ହୋଇଥିଲା। ଆଇନ ଭଳି କ୍ଳିଷ୍ଟ ବିଷୟରେ ବିଶେଷ ଜ୍ଞାନ ଲାଭ କରିବା ପରେ ୧୯୮୩ରେ ଇଣ୍ଡିଆନ୍‌ ଲ’ ରିଭ୍ୟୁ (ଡେଲି ସିରିଜ୍‌)ର ସମ୍ପାଦକ ହୋଇଥିଲେ। ୧୯ ଫେବୃୟାରୀ ୧୯୯୯ରେ ସେ ଦିଲ୍ଲୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଯୋଗ ଦେଇଥିଲେ। ୫ ଜୁଲାଇ ୧୯୯୯ରେ ଲୋକୁର ସେଠାରେ ସ୍ଥାୟୀ ବିଚାରପତି ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ପରେ ସେ ଦିଲ୍ଲୀ ହାଇକୋର୍ଟର କାର୍ଯ୍ୟକାରୀ ବିଚାରପତି, ଗୁଆହାଟୀ ଏବଂ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ହୋଇଥିଲେ। ୪ ଜୁନ୍‌ ୨୦୧୨ରେ ଲୋକୁର ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଭାବେ ଉନ୍ନୀତ ହୋଇଥିଲେ। ଜୁଭେନାଇଲ ଜଷ୍ଟିସରେ ତାଙ୍କର ଅଧିକ ଆଗ୍ରହ ରହିଥିବାରୁ ସେ ଏ ଦିଗରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି। ସେ ଦିଲ୍ଲୀ ହାଇକୋର୍ଟର ଜୁଭେନାଇଲ ଜଷ୍ଟିସ କମିଟିର ଅଧ୍ୟକ୍ଷ ରହିଥିଲେ। ଏପରି କି ସୁପ୍ରିମକୋର୍ଟର ଜୁଭେନାଇଲ ଜଷ୍ଟିସ କମିଟି ସହ ଲୋକୁର ଜଡ଼ିତ ଅଛନ୍ତି।
ଲୋକୁରଙ୍କ ନ୍ୟାୟିକ କ୍ୟାରିୟର ଦେଖିଲେ ସଂଖ୍ୟାଲଘୁଙ୍କ ସବ୍‌-କୋଟା ଏବଂ ଆନ୍ଧ୍ରପ୍ରଦେଶରେ ବେଆଇନ ମାଇନିଂ ମାମଲାରେ ଦେଇଥିବା ରାୟ ଉଲ୍ଲେଖଯୋଗ୍ୟ। ପଛୁଆବର୍ଗଙ୍କ ଲାଗି ଉଦ୍ଦିଷ୍ଟ ୨୭ ପ୍ରତିଶତ ସଂରକ୍ଷଣ ମଧ୍ୟରେ ସଂଖ୍ୟାଲଘୁଙ୍କ ପାଇଁ ୪.୫ ପ୍ରତିଶତ ସବ୍‌-କୋଟା ଦେବା ଲାଗି ସରକାର ନେଇଥିବା ନିଷ୍ପତ୍ତିକୁ ଲୋକୁରଙ୍କୁ ନେଇ ଗଠିତ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଡିଭିଜନ ବେଞ୍ଚ ୨୦୧୨ ମେ’ରେ ପ୍ରତ୍ୟାଖ୍ୟାନ କରିଦେଇଥିଲା। ଅନୁରୂପ ଭାବେ ରେଡ୍ଡୀ ଭ୍ରାତାଙ୍କ ଖଣି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ସ୍ବତନ୍ତ୍ର ସିବିଆଇ ଜଜ୍‌ ଟି. ପଟ୍ଟାଭିରାମା ରାଓଙ୍କୁ ଜଷ୍ଟିସ ଲୋକୁର ନିଲମ୍ବିତ କରିବା ଘଟଣା ସେତେବେଳେ ଚର୍ଚ୍ଚାର ବିଷୟ ହୋଇଥିଲା। ଅନ୍ୟାନ୍ୟ ଶୁଣାଣି ସହ ଉପରଲିଖିତ ଦୁଇଟି ରାୟ ତାଙ୍କ ବିଚାରପତି କ୍ୟାରିୟରକୁ ଅଧିକ ମଜଭୁତ କରିଥିଲା। ଆଗାମୀ ଦିନରେ ତାଙ୍କ ନ୍ୟାୟିକ ଅଭିଜ୍ଞତା ଫିଜି ସୁପ୍ରିମକୋର୍ଟରେ ପ୍ରତିଫଳିତ ହେବ ବୋଲି ଆଶା କରାଯିବା ସ୍ବାଭାବିକ।


All Right Reserved By Dharitri.Com

ଆଇଏଇଏ ମହାନିର୍ଦ୍ଦେଶକ

ବ୍ୟକ୍ତିତ୍ୱ/ଶିବ ପ୍ରସାଦ ପୁହାଣ ବିଶ୍ୱରେ ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗ କରିବା ଉଦ୍ଦେଶ୍ୟରେ ୨୯ ଜୁଲାଇ, ୧୯୫୭ରେ ଗଠିତ ହୋଇଛି ଇଣ୍ଟରନ୍ୟାଶନାଲ ଆଟମିକ୍‌ ଏନର୍ଜି ଏଜେନ୍ସି...

ସମସ୍ତଙ୍କ ବିଶ୍ୱାସଭାଜନ

ସପ୍ତଦଶ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି (ଭାଜପା) ୩୦୩ ଆସନ ପାଇ ଏକାକୀ ସଂଖ୍ୟାଗରିଷ୍ଠତା ହାସଲ କରିବା ସହ ସହଯୋଗୀଙ୍କୁ ନେଇ ଏନ୍‌ଡିଏ...

ଏଇ ଭାରତରେ

ପରିଣତ ବୟସରେ ମାତାପିତାଙ୍କୁ ଅଯଥା ବୋଝ ମନେକରି ସେମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଦିଆଯାଉଛି। କେତେକ ବ୍ୟକ୍ତି ସେମାନଙ୍କ ମାତାପିତାଙ୍କୁ ପ୍ରତିପୋଷଣ କରିବାକୁ କୁଣ୍ଠାବୋଧ କରିବା ସହ...

ସମ୍ପାଦକୀୟ/ ବାଉଳା ବିକାଶ

ନୀତି ଆୟୋଗ ପକ୍ଷରୁ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ସୂଚକାଙ୍କ ୨୦୧୯-୨୦କୁ ଏହାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଅମିତାଭ କାନ୍ତ ୩୦ ଡିସେମ୍ବରରେ ଉନ୍ମୋଚନ...

ପଦୋନ୍ନତି

ଚାକିରି ପାଇଥିବା ବ୍ୟକ୍ତିଙ୍କ ପରବର୍ତ୍ତୀ ଲକ୍ଷ୍ୟ ଥାଏ ପଦୋନ୍ନତି। ବିଶେଷକରି ସରକାରୀ ସଂସ୍ଥାରେ ଏଥିପାଇଁ ଆଗ୍ରହର ସହ ସମସ୍ତେ ଅପେକ୍ଷା କରିଥାଆନ୍ତି। ଯୋଗ୍ୟ ବ୍ୟକ୍ତିଙ୍କୁ ଠିକ୍‌...

ଜାଣିଛ ମୁଁ କିଏ

ପ୍ରକାଶ ତ୍ରିପାଠୀ ତାଜା ଚା’ର ଧ୍ୟାନ ଆକର୍ଷଣକାରୀ ବିଜ୍ଞାପନଟିଏ ଟିଭିରେ ପ୍ରଦର୍ଶିତ ହେଉଛି। ନେତାଙ୍କ ବେଶରେ ଥିବା ଜଣେ ବ୍ୟକ୍ତି ବିମାନବନ୍ଦର କାଉଣ୍ଟରରେ ଧାଡି ଭାଙ୍ଗି...

ଏଇ ଭାରତରେ

ଗୁଜରାଟର ଅମରେଲି ଜିଲାନିବାସୀ ଜଣେ ମୁସଲମାନ ଓ ତାଙ୍କ ବନ୍ଧୁମାନେ ସାମ୍ପ୍ରଦାୟିକ ସଦ୍‌ଭାବନାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସେମାନେ ଜଣେ ହିନ୍ଦୁ ବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି...

ଜଙ୍ଗଲ ନିଅଁା: କାରଣ ଓ ନିରାକରଣ

ଅଲେଖ ଚନ୍ଦ୍ର ସାମଲ ସର୍ବଭାରତୀୟ ସ୍ତରରେ ଜଙ୍ଗଲ ନିଅଁାରେ ଛତିଶଗଡ଼ର ସ୍ଥାନ ପ୍ରଥମ ହୋଇଥିବାବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା। ସର୍ବଭାରତୀୟ ଫରେଷ୍ଟ ଷ୍ଟାଟିଷ୍ଟିକ୍ସ ବ୍ୟୁରୋ...

Leave a comment

Your email address will not be published. Required fields are marked *