ବାଉଁଶ ଉତ୍ପାଦନ, ପ୍ରକ୍ରିୟାକରଣକୁ ରାଜ୍ୟ ସରକାରଙ୍କ ଗୁରୁତ୍ୱ: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟରେ ବାଉଁଶଭିତ୍ତିକ ପ୍ରକଳ୍ପ କାର୍ଯ୍ୟକାରିତାକୁ ରାଜ୍ୟ ସରକାର ଗୁରୁତ୍ୱ ପ୍ରଦାନ କରିଛନ୍ତି। ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍‌ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ବାଉଁଶ ସମ୍ପର୍କିତ କାର୍ଯ୍ୟକଳାପ ଏବଂ ଯୋଜନା ପାଇଁ ୨୭୩୩ ଲକ୍ଷ ଟଙ୍କା ଅନୁଦାନକୁ ମଞ୍ଜୁର କରାଯାଇଛି। ସମସ୍ତ ଯୋଜନାର ସଫଳ ରୂପାୟନ ପାଇଁ ମୁଖ୍ୟ ଶାସନ ସଚିବ ଓଡ଼ିଶା ବାଉଁଶ ଉନ୍ନୟନ ସଂସ୍ଥା(ଓବିଡିଏ)କୁ ନିର୍ଦ୍ଦେଶ ଦେଇଛନ୍ତି।
ତୃଣମୂଳସ୍ତରରେ ଏହି ଉନ୍ନୟନ ସଂସ୍ଥାକୁ ଯୁଗ୍ମ ଜଙ୍ଗଲ ପରିଚାଳନା କମିଟି, ଜୈବ ଉନ୍ନୟନ କମିଟି ଏବଂ କୃଷକ ଫାର୍ମ ଇତ୍ୟାଦି ସହଯୋଗ କରିବେ। ସେହିପରି ପୂର୍ବ ଯୋଜନା ଅନୁଯାୟୀ ଏହା କାର୍ଯ୍ୟକାରୀ ହୋଇଛି ନା ନାହିଁ, ସେ ନେଇ ତୃତୀୟ ପକ୍ଷ ସମୀକ୍ଷା ମଧ୍ୟ କରିବେ। ବୈଠକରେ ଜଙ୍ଗଲ ଓ ପରିବେଶ ପ୍ରମୁଖ ଶାସନ ସଚିବ ମୋନା ଶର୍ମା ପ୍ରକଳ୍ପ ସମ୍ପର୍କିତ ତଥ୍ୟ ଉପସ୍ଥାପନା କରିଥିଲେ। ସେହିପରି ଓବିଡିଏ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଏ.କେ. ପାଠକ କହିଥିଲେ ଯେ, ସରକାରୀ ଅଣଜଙ୍ଗଲ ଜମି ବ୍ୟତୀତ ରାଜ୍ୟର ବିଭିନ୍ନ ସ୍ଥାନ ତଥା ଘରୋଇ ମାଲିକାନାରେ ଥିବା ଜମିରେ ବାଉଁଶ ଉତ୍ପାଦନକୁ ଗୁରୁତ୍ୱ ଦିଆଯିବ। ଏହା ଦ୍ୱାରା ବାଉଁଶଭିତ୍ତିକ ଶିଳ୍ପ ପାଇଁ କଞ୍ଚାମାଲର ଅଭାବ ଅନୁଭୂତ ହେବ ନାହିଁ। ସେହିପରି ତୁଲ୍‌ଦା, ଭଲଗାରିଜ୍‌ ଏବଂ ନୁଟନ୍ସ ପ୍ରଭୃତି ପ୍ରଜାତି ରୋପଣ କରାଯିବ। ୩ ବର୍ଷ ପାଇଁ ଏକ ହେକ୍ଟର ଖେତରେ ବାଉଁଶ ଉତ୍ପାଦନ ପିଛା ୫୦,୦୦୦ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି। ଏକ ହେକ୍ଟର ଜମିରେ ପ୍ରାୟ ୪୧୭ଟି ମଞ୍ଜି ରୋପଣ କରାଯାଇପାରିବ। ପ୍ରତି ଚାରା ପିଛା ୧୨୦ ଟଙ୍କା ହିସାବରେ ସହାୟତା ପ୍ରଦାନ କରାଯିବ। ପିସିସିଏଫ୍‌ ସନ୍ଦୀପ ତ୍ରିପାଠୀଙ୍କ ପକ୍ଷରୁ ଗତବର୍ଷ ବାଉଁଶ ଉତ୍ପାଦନ କ୍ଷେତ୍ରରେ ନିଆଯାଇଥିବା ପଦକ୍ଷେପକୁ ପ୍ରଶଂସା କରାଯାଇଥିଲା। ୨୦୧୭-୧୮ରେ ବାଉଁଶ ଉତ୍ପାଦନ ୧୧.୨ ଲକ୍ଷ ହେକ୍ଟର ଜମିରେ ହୋଇଥିବାବେଳେ ୨୦୧୮-୧୯ରେ ଏହା ୧୪ ଲକ୍ଷ ହେକ୍ଟରକୁ ବୃଦ୍ଧି ପାଇଥିଲା।


All Right Reserved By Dharitri.Com

ୟେସ୍‌ ବ୍ୟାଙ୍କରୁ ଫେରି ଆସିବ ମହାପ୍ରଭୁଙ୍କ ଜମା ଟଙ୍କା

ପୁରୀ ଅଫିସ,୧୮।୩: ୟେସ୍‌ ବ୍ୟାଙ୍କରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ନେଇ ଗତ କିଛିଦିନ ଧରି ଯେଉଁ ବାଦବିବାଦ ଲାଗିରହିଛି, ସେଥିରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି। ଗୁରୁବାର...

ଆଜି ମୁଖ୍ୟମନ୍ତ୍ରୀଙ୍କ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ନୂଆଦିଲ୍ଲୀ ଗସ୍ତ କରିବେ। ସେହିଦିନ ଅପରାହ୍ନ ୫ଟା ୩୦ରେ ଓଡ଼ିଶା ଭବନରେ ଭାରତ ସରକାରଙ୍କ ବିଭିନ୍ନ ଅଧିକାରୀଙ୍କୁ ଭେଟିବାର...

କଲବଲ କରୁଛି ଗରମ, ଗୁଳୁଗୁଳି

ଭୁବନେଶ୍ୱର,୧୧ା୬(ବ୍ୟୁରୋ): ମୌସୁମୀ କେରଳ ଛୁଇଁ ସାରିଛି। ଓଡ଼ିଶାକୁ କେବେ ସୁଦ୍ଧା ମୌସୁମୀ ଆସିବ ସେ ନେଇ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅନ୍ୟପଟେ ରାଜ୍ୟରେ ଲେଉଟିଥିବା...

ନୀଳାଚଳ ଇସ୍ପାତ କାରଖାନା ଘରୋଇକରଣକୁ ବିରୋଧ: ମୁଖ୍ୟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା

ଡୁବୁରୀ,୨୪।୮(ଡି.ଏନ୍‌.ଏ.)- କଳିଙ୍ଗନଗରସ୍ଥିତ ଏକ ମାତ୍ର ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନୀଳାଚଳ ଇସ୍ପାତ କାରଖାନାକୁ ଘରୋଇକରଣ ଉଦ୍ୟମକୁ ନୀଳାଚଳ ବଞ୍ଚାଓ ସମିତି ବିରୋଧ କରିଛି। ଏହାର ପ୍ରତିବାଦରେ ଶୁକ୍ରବାର...

ସର୍ବକ୍ଷମା ଅବଧି ୬ ମାସ ବୃଦ୍ଧି ଲାଗି ବିଧାନସଭାରେ କଂଗ୍ରେସର ଦାବି

ଭୁବନେଶ୍ୱର,୨୦।୨(ବ୍ୟୁରୋ): ରାଜଧାନୀରେ ବେଆଇନ ଭାବେ ବହୁ ଅଟ୍ଟାଳିକା ଗଢ଼ି ଉଠୁଛି। ସେଗୁଡ଼ିକୁ ରେଗୁଲାରାଇଜ୍‌ କରିବା ଲାଗି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ...

୪.୭୭ ଲକ୍ଷ ଟଙ୍କା ଜବତ, ୬ ଗିରଫ

ଯାଜପୁର ଅଫିସ/କଳିଙ୍ଗନଗର, (ଡି.ଏନ୍‌.ଏ.) ୧୩ା୨: ଯାଜପୁରରୋଡ଼ ଥାନା ଅନ୍ତର୍ଗତ ଦାନଗଦୀ ହାଟ ନିକଟରୁ ଜାଲ୍‌ ନୋଟ କାରବାର ଚଳାଇଥିବା ଏକ ଆନ୍ତଃ ରାଜ୍ୟ ର଼୍ୟାକେଟକୁ ଜିଲା...

ଗୋଚର ଜମିରୁ ମୋରମ ଚାଲାଣକୁ ବିରୋଧ

ବଡ଼ସାହି,୧୯ା୧୧(ସ୍ବ.ପ୍ର)- ବଡ଼ସାହି ତହସିଲ ଅଧୀନ ଭୀମଦା ପଞ୍ଚାୟତ ଟିକାୟତପୁର ଗ୍ରାମରେ ଥିବା ଗୋଚର ଜମିରୁ ବେଆଇନ ମୋରମ ଚାଲାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏନେଇ ସେମାନେ...

ପ୍ରୋତ୍ସାହନ ଅଭାବ: ଦୁର୍ଦ୍ଦିନରେ ପଥର କାରିଗର

ଗଞ୍ଜାମ,୧୭ା୩(ଡି.ଏନ୍‌.ଏ.)ଗଞ୍ଜାମ ବ୍ଲକ କୁଶପଲି ଦଳିତ ସାହି ଓ ଆଖପାଖ ଅଞ୍ଚଳରେ ଥିବା ପଥର କାରିଗରମାନେ କିଛି ବର୍ଷ ଧରି ପଥରରେ ବିଭିନ୍ନ ପ୍ରକାର ଘରକରଣା ସାମଗ୍ରୀ...

Leave a comment

Your email address will not be published. Required fields are marked *