Posted inUncategorized

ଆଜି ଘରୋଇ କଲେଜ ଅଧ୍ୟକ୍ଷଙ୍କ ସହ ମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜ୍ୟର ପ୍ରାୟ ୧ ହଜାର ଘରୋଇ ଡିଗ୍ରୀ କଲେଜ ଅଧ୍ୟକ୍ଷମାନଙ୍କ ସହ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏବଂ ବିଭାଗୀୟ ସଚିବ ବୁଧବାର ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିବେ। ଏହି ଅବସରରେ ଛାତ୍ରୀଛାତ୍ରମାନଙ୍କ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା ଉପରେ ବିଶେଷ ଗୁରୁତ୍ୱ ଦେବା ପାଇଁ କଲେଜ ଅଧ୍ୟକ୍ଷଙ୍କୁ କୁହାଯିବା ସହ ଆହୁରି ଅନେକ ପଦକ୍ଷେପ ନେବା ପାଇଁ ଆଲୋଚନା କରାଯିବ ବୋଲି ଜଣାପଡିଛି। ମିଳିଥିବା ସୂଚନା ମୁତାବକ, ଏହି ଆଲୋଚନା ସମୟରେ, କଲେଜରେ ଛାତ୍ରୀଛାତ୍ରଙ୍କ ୭୫ପ୍ରତିଶତ ଉପସ୍ଥିତି ଉପରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦିଆଯିବ। ଏହାସହ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁଷା) ପାଣ୍ଠିରୁ କେଉଁ କଲେଜ କେତେ ଟଙ୍କା ପାଇଛନ୍ତି ଏବଂ ସେହି ଅର୍ଥକୁ କେଉଁ ବାବଦରେ ଖର୍ଚ୍ଚ କରିଛନ୍ତି ସେନେଇ ମଧ୍ୟ ଆଲୋଚନା କରାଯିବ ବୋଲି ଜଣାପଡିଛି। ଏ କ୍ଷେତ୍ରରେ ଯଦି କୌଣସି କଲେଜ କର୍ତ୍ତୃପକ୍ଷ ଦୁର୍ନୀତି କରିଥିବେ ତା’ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ବିଭାଗ ଚିନ୍ତା କରିଛି। ଏତଦ୍‌ବ୍ୟତୀତ କଲେଜରେ ଯଦି ଛାତ୍ରୀଛାତ୍ର ଅନୁପସ୍ଥିତ ରହୁଥିବେ ତେବେ ସେନେଇ ପ୍ରୋଟୋକଲ ସିଷ୍ଟମ ଗ୍ରହଣ କରାଯିବ। ସେମାନଙ୍କ ଅନୁପସ୍ଥିତି ସମ୍ପର୍କରେ ଅଭିଭାବକମାନଙ୍କୁ ଜଣାଇବା ଦିଗରେ ଗୁରୁତ୍ୱ ଦିଆଯିବ ବୋଲି ମଧ୍ୟ ବିଭାଗ ଚିନ୍ତା କରିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗ ଯେପରି ଶିକ୍ଷକ ଏବଂ ଅଭିଭାବକମାନଙ୍କ ବୈଠକ କରୁଛି ପ୍ରାୟ ସେହିଭଳି ବ୍ୟବସ୍ଥା ହେବ। ଶିକ୍ଷକ ଏବଂ ଅଭିଭାବକ ବୈଠକ ଯଦିଓ ହେବ ନାହିଁ ପିଲାଙ୍କ ଅନୁପସ୍ଥିତି ସମ୍ପର୍କରେ ଘରକୁ ଜଣାଇବାର ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ। ଅନ୍ୟପଟେ ଶିକ୍ଷକ ଏବଂ ଅଭିଭାବକମାନଙ୍କ କାଉନସେଲିଂ ହେବା ନେଇ ମଧ୍ୟ ଯୋଜନା ରହିଛି। ଉପରୋକ୍ତ ପ୍ରସଙ୍ଗ ଉପରେ କଲେଜ ଅଧ୍ୟକ୍ଷଙ୍କୁ ଅବଗତ କରାଯିବ। ଏହାସହ କଲେଜର ଜମିଜମା ସମସ୍ୟା ଥାଏ ସେ ସମ୍ପର୍କରେ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବ।


All Right Reserved By Dharitri.Com

ଗୃହିଣୀଙ୍କ ପାଇଁ.

ଆଳୁକୁ ରୋଷେଇ କରିବା ପୂର୍ବରୁ ଚୋପା ଛଡାଇ ୧୫-୨୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ବୁଡାଇ ରଖିଲେ ତାହା ଜଲ୍‌ଦି ସିଝିଯାଏ। ସିଝା ଆଳୁ ଯଦି ପୁରୁଣା...

ଯୁବକଙ୍କ ଗୁପ୍ତାଙ୍ଗ କାଟିଲେ ଦୁର୍ବୃତ୍ତ

ପାଟଣା,୨୬ା୪(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ଥାନା ମୁଖ୍ୟାଳୟସ୍ଥିତ ସଁରାପଶି  ଗ୍ରାମରେ  ବନ୍ଦ ପଡ଼ିଥିବା ଏକ ଆବାସିକ ଶିଶୁମନ୍ଦିର ପ୍ରକୋଷ୍ଠରୁ ଶୁକ୍ରବାର ସକାଳେ ରକ୍ତ ଜୁଡୁବୁଡୁ...

ସରକାରୀ ସ୍କୁଲରେ ମିଠା ଦହି ଖାଇ ୨୫ ଛାତ୍ର ଅସୁସ୍ଥ

ଭୁବନେଶ୍ୱର,୩ା୧୨(ବ୍ୟୁରୋ): ଶହୀଦନଗର ଥାନା ଅଞ୍ଚଳରେ ଥିବା ଏକ ପ୍ରମୁଖ ସରକାରୀ ସ୍କୁଲ ହଷ୍ଟେଲରେ ମିଠାଦହି ଖାଇ ୨୫ ଜଣ ଛାତ୍ର ଅସୁସ୍ଥ ହୋଇପଡିଥିଲେ। ପ୍ରଥମେ ବାନ୍ତି...

ଖଣି କାରବାର ମାମଲା: ଅଭିଯୁକ୍ତ ଦିଲୁ ଯାଜପୁରରୁ ଗିରଫ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଖୋର୍ଦ୍ଧାରେ ଗତ କିଛିଦିନ ହେଲା ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ ଜାରି ରହିଥିବାବେଳେ ଜଣକ ପରେ ଜଣେ ଖଣି ମାଫିଆ ଧରାପଡ଼ୁଛନ୍ତି। ୧୫ଦିନ ତଳେ...

‘ବୈଶାଖୀ ମହୋତ୍ସବ’ର ଦ୍ୱିତୀୟ ସନ୍ଧ୍ୟା: ମନମୋହିଲା ନୃତ୍ୟାଭିନୟ ‘ମୁଁ’

ଭୁବନେଶ୍ୱର,୧୭।୪(ବ୍ୟୁରୋ)- ଚିନ୍ତା ଓ ଚେତନା ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ୪୦ତମ ବୈଶାଖୀ ମହୋତ୍ସବର ମଙ୍ଗଳବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ଏହି ଅବସରରେ ରାଜ୍ୟର ବହୁ...

ଓସିଏ ସମ୍ବିଧାନ ସଂଶୋଧନ ଘଟଣା: ଆମିକସ୍‌ କ୍ୟୁରିଙ୍କୁ ଭେଟିଲେ ଆଶୀର୍ବାଦ, ଧୀରେନ, ଦୀପକ

କଟକ ଅଫିସ,୧୩ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ବିଧାନ ସଂଶୋଧନକୁ ନେଇ ଏବେ ବି ଅଡୁଆ ରହିଛି। ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଯାଇଛି...

ଜମି ରହିଥିବା ବର୍ଷା ପାଣି

କଟକ ତୁଳସୀପୁର ପଞ୍ଚମୁଖୀ ହନୁମାନ ମନ୍ଦିର ଛକ ରାସ୍ତାରେ ଜମି ରହିଥିବା ବର୍ଷା ପାଣି।

କମଳନାଥଙ୍କ ଅଡୁଆ ବଢ଼ିଲା

ନୂଆଦିଲ୍ଲୀ,୧୦ା୯(ଆଇଏଏନ୍‌ଏସ୍‌): ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ମାମଲା ଫାଇଲ ପୁଣି ଥରେ ଖୋଲିବା ପ୍ରସ୍ତାବକୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମଞ୍ଜୁରୀ ଦେବା ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ...

Leave a comment

Your email address will not be published. Required fields are marked *