ଆଇସିଜେ ଯିବ ପାକିସ୍ତାନ

ଇସ୍‌ଲାମାବାଦ,୨୧ା୮(ପି.ଟି.)- ଜମ୍ମୁ-କଶ୍ମୀରରୁ ଭାରତ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବାର ଦୁଇ ସପ୍ତାହ ପରେ ପାକିସ୍ତାନ ଏହି ପ୍ରସଙ୍ଗରେ ଅନ୍ତର୍ଜାତୀୟ ଅଦାଲତ (ଆଇସିଜେ)ଙ୍କ ଦ୍ୱାରସ୍ଥ ହେବାକୁ ଯାଉଛି। ପାକିସ୍ତାନର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ମଙ୍ଗଳବାର ଏକ ଟିଭି ଚ୍ୟାନେଲ୍‌କୁ ସାକ୍ଷାତ୍‌କାରରେ ଏହି ସୂଚନା ଦେଇଛନ୍ତି। ପ୍ରକାଶ ଯେ, ଅଗଷ୍ଟ ୫ରେ ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ଏହାର ଦିନକ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏହି ପ୍ରସଙ୍ଗକୁ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି) ସମେତ ସମସ୍ତ ଅନ୍ତର୍ଜାତୀୟ ମଞ୍ଚରେ ଉଠାଯିବ ବୋଲି ସେଠାକାର ପାର୍ଲାମେଣ୍ଟର ଜରୁରୀ ଅଧିବେଶନରେ କହିଥିଲେ। ପାକିସ୍ତାନର ଅନୁରୋଧକ୍ରମେ ଚାଇନା କଶ୍ମୀର ପ୍ରସଙ୍ଗକୁ ଶୁକ୍ରବାର ୟୁଏନ୍‌ଏସ୍‌ସିକୁ ଟାଣିଥିଲା। ସେଠାରେ ଅନୌପଚାରିକ ଆଲୋଚନା ବେଳେ ପାକିସ୍ତାନକୁ ଚାଇନା ବ୍ୟତୀତ କୌଣସି ରାଷ୍ଟ୍ର ସମର୍ଥନ କରି ନ ଥିଲେ। ଫଳରେ ଏବେ ଆଇସିଜେରେ ଫେରାଦ ହେବା ପାଇଁ ପାକିସ୍ତାନ ପ୍ରସ୍ତୁତ ହେଉଛି।


All Right Reserved By

ପୃଥିବୀ ଓ ଚନ୍ଦ୍ର ପରି ମଙ୍ଗଳରେ ବି ହେଉଛି ଭୂକମ୍ପ: ନାସା

ଓ୍ବାଶିଂଟନ,୨୫।୪: ମଙ୍ଗଳ ଗ୍ରହକୁ ମାନବ ମିଶନ ପଠାଇବା ପାଇଁ ଯୋଜନା ଚାଲିଛି। ତେବେ ମଙ୍ଗଳରେ ଭବିଷ୍ୟତରେ ବାସ କରିବାକୁ ଯାଉଥିବା ଲୋକେ ଭୂକମ୍ପର ଅନୁଭୁତି ପାଇପାରିବେ।...

ବ୍ରିଟିଶ ପାର୍ଲାମେଣ୍ଟ ସ୍ଥଗିତ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ:ପ୍ରତିବାଦରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ

ଲଣ୍ଡନ,୩୦-୮:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନର ପ୍ରସ୍ଥାନ ଲାଗି ଆଉ ମାତ୍ର କେଇ ସପ୍ତାହ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ପାର୍ଲାମେଣ୍ଟ ଅଧିବେଶନକୁ ସ୍ଥଗିତ ରଖିବା...

ସେପ୍ଟେମ୍ବର ସୁଦ୍ଧା ସରିବ କରତାରପୁର କରିଡର

ଇସଲାମାବାଦ,୨।୬: ପାକିସ୍ତାନ କହିଛି କରତାରପୁର କରିଡରର ନିର୍ମାଣ କାର୍ଯ୍ୟ ୯୦ ପ୍ରତିଶତ ସରିଛି। ତେଣୁ ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ...

ରାତିରେ ଶୁଣନ୍ତୁ ସଙ୍ଗୀତ; ଶରୀର ହେବ ସୁନ୍ଦର…

ଶରୀରକୁ ସୁନ୍ଦର ରଖିବା ପାଇଁ କେତେକ ଲୋକ ବିଭିନ୍ନ ଉପାୟ ଗ୍ରହଣ କରିଥାନ୍ତି। ତେବେ ନିୟମିତ ଅଭ୍ୟାସ କରି ରାତିରେ କିଛି ସମୟ ପାଇଁ ସଙ୍ଗୀତ...

ପାଣି ଭିତରେ ପ୍ରେମିକାଙ୍କୁ ପ୍ରପୋଜ୍‌ କରୁଥିବା ବେଳେ ବୁଡ଼ିଗଲେ ପ୍ରେମିକ

ପ୍ରେମିକମାନେ ପ୍ରେମିକାଙ୍କ ସମ୍ମୁଖରେ ନିଜ ଭଲପାଇବାକୁ ପ୍ରକାଶ କରିବା ସହ ନିଜର ଜୀବନସାଥୀ କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଇଥାନ୍ତି। ଆଉ ନିଜ ଆଡକୁ ଆକର୍ଷିତ...

କୋର୍ଟରୁମ୍‌ରେ ଟଳିପଡ଼ିଲେ ମୋର୍ସି

କାଏରୋ,୧୯ା୬(ଆଇଏଏନ୍‌ଏସ୍‌): ଇଜିପ୍ଟର ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ମୋର୍ସି(୬୭) କୋର୍ଟରୁମ୍‌ରେ ଅଚାନକ ଟଳିପଡ଼ିବା ପରେ ଆଖି ବୁଜିଦେଇଛନ୍ତି। ମୋର୍ସିଙ୍କ ପୁତ୍ର ଅହମଦ୍‌ଙ୍କ ସୂଚନା ଅନୁଯାୟୀ, ପିତାଙ୍କୁ ପୂର୍ବ...

ଚିକିତ୍ସାରେ ତ୍ରୁଟି ଯୋଗୁ ପ୍ରତିବର୍ଷ ଯାଉଛି ୨୬ ଲକ୍ଷରୁ ଅଧିକ ଜୀବନ: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା,୨୮।୯: ପ୍ରତିବର୍ଷ ଚିକିତ୍ସାରେ ତ୍ରୁଟି ଯୋଗୁ ୨୬ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ଯାଉଛି। ଏନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ...

ବ୍ରେକ୍‌ଜିଟ୍‌ ଆଲୋଚନା ବିଫଳ

ଲଣ୍ଡନ,୧୮ା୫(ପି.ଟି.): ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନ ଅଲଗା ହେବା ପ୍ରକ୍ରିୟା ନେଇ ଚାଲିଥିବା ‘ବ୍ରେକ୍‌ଜିଟ୍‌’ ଆଲୋଚନା ଶେଷରେ ବିଫଳ ହୋଇଛି। ବିରୋଧୀ ଦଳ ଲେବର ପାର୍ଟି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *