ସମ୍ଭାବ୍ୟ ମରୁଡି ପରିସ୍ଥିତିକୁ ନେଇ କୃଷି ବିଭାଗର ପ୍ରସ୍ତୁତି: ମାଓବାଦୀ ପ୍ରବଣ ଅଞ୍ଚଳରେ ଧାଡ଼ିରୁଆ ପାଇଁ ପଦକ୍ଷେପ

ଲାଞ୍ଜିଗଡ଼,୨୧।୮(ଡି.ଏନ.ଏ.)-ଚଳିତବର୍ଷ ଖରିଫ ଋତୁରେ ବିଳମ୍ବିତ ବର୍ଷା ଯୋଗୁ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖାଦେଇଥିବା ବେଳେ ବୁଣାବୁଣି, ରୁଆରୁଇ ମଧ୍ୟ ପଛେଇଯାଇଛି । ବିଳମ୍ବରେ ବର୍ଷା ଯୋଗୁ ଚାଷୀ ଥଳକୁଳ ପାଉ ନ ଥିବାବେଳେ କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏ ଦିଗରେ ଅଣ୍ଟା ଭିଡି ଚାଷୀଙ୍କ ପଛରେ ଠିଆ ହେବା ଦେଖିବାକୁ ମିଳିଛି। ପ୍ରଥମ ପର୍ଯ୍ୟାୟରେ ରବିଋତୁରେ କୁଆପଥର ମାଡ ଖାଇ କ୍ଷତିଗ୍ରସ୍ତ ଗୋବର୍ଦ୍ଧନପୁର ପଞ୍ଚାୟତ ଅଞ୍ଚଳର ଚାଷୀଙ୍କୁ ବିଜିଆର୍‌ଆଇ ଯୋଜନାରେ ଧାନ ବିହନ ଯୋଗାଇ ଦେଇଥିବାବେଳେ କୃଷି କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଧାଡିରୁଆ ପାଇଁ ପ୍ରବର୍ତ୍ତାଯାଉଛି । ସେହିପରି ବ୍ଲକର ମାଓବାଦୀ ପ୍ରବଣ ମାଳିଯୁବାଙ୍ଗ, ବିଜେପୁର ଆଦି ପଞ୍ଚାୟତରେ ପ୍ରଥମ ଥର ପାଇଁ ପାରମ୍ପରିକ ଧାନଚାଷରୁ ପରିବର୍ତ୍ତିତ କରି ଧାଡିରୁଆ ଚାଷ କରିବାକୁ ଚାଷୀଙ୍କୁ ବୁଝାଯାଉଥିବା ବେଳେ ପାହାଡିଆ ତଥା ବୃଷ୍ଟିରହିତ ଅଞ୍ଚଳରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦିଆଯାଉଛି । ଅତିରିକ୍ତ କୃଷି ଅଧିକାରୀ ସୁଧାଂଶୁ କୁମାର ମେହେରଙ୍କ ନେତୃତ୍ୱରେ ପରିଚାଳିତ ଏହି କାର୍ଯ୍ୟକ୍ରମକୁ କୃଷିକ୍ଷେତ୍ରରେ ଗ୍ରାମ୍ୟ କୃଷି କର୍ମଚାରୀମାନେ କାର୍ଯ୍ୟକାରୀ କରୁଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଆସନ୍ନ ମରୁଡିକୁ ଦୃଷ୍ଟିରେ ରଖି ବ୍ଲକ କୃଷି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ନିଆଯାଇଥିବା ପଦକ୍ଷେପ ସଫଳ ସାବ୍ୟସ୍ତ ହୋଇଥିବା ବେଳେ ବ୍ଲକର ଶହଶହ ଚାଷୀ ବୀମାଭୁକ୍ତ ହୋଇପାରିଥିଲେ ।


All Right Reserved By Dharitri.Com

ବାଣ ଫୁଟାକୁ ନେଇ ଗଣ୍ଡଗୋଳ, ଜଣେ ଗିରଫ

ବୁଗୁଡ଼ା,୩ା୧୧(ଡି.ଏନ.ଏ.): ବୁଗୁଡ଼ା ଥାନା ଚିଲିଖମାରେ ଗୋଟିଏ ପରିବାରର ସ୍ବାମୀ ଓ ସ୍ତ୍ରୀଙ୍କୁ ଠେଲାପେଲା, ଟଣାଓଟରା ଓ ଧମକ ଦେବା ଅଭିଯୋଗରେ ବୁଗୁଡ଼ା ପୋଲିସ ଶନିବାର ଜଣଙ୍କୁ...

ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ: ଉପଶାସ୍ତ୍ରୀ, ଶାସ୍ତ୍ରୀ ପରୀକ୍ଷା ଫଳ ପ୍ରକାଶ

ପୁରୀ ଅଫିସ,୩୦ା୫: ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ୨୦୧୯ ଉପଶାସ୍ତ୍ରୀ ଓ ଶାସ୍ତ୍ରୀ ତୃତୀୟ ବର୍ଷ ରେଗୁଲାର ଏବଂ ଏକ୍ସ ରେଗୁଲାର ପରୀକ୍ଷା ଫଳାଫଳ...

ଚିକିତ୍ସା ଲାଗି କଟକ ଶିଶୁ ଭବନ ଗଲେ ଚିନ୍ମୟୀ

କେସିଙ୍ଗା,୧୨।୭(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଚିକିତ୍ସା ଅଧ୍‌କାରୀକଁର ନିରଦେଶରେ ଚିନ୍ମୟୀକୁଁ ଉଚ ଚିକିସତ୍ା ଲାଗି କଟକ ଶିଶୁ ଭବନକେ ଗୁରୁବାର ପଠାଯାଇଛେ। କେସିଙ୍ଗା ସହର ଓ୍ବାର୍ଡ ନଂ.୩ରେ...

ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ

କଟକ ଅଫିସ, ୨୪।୯: ଗତ ସାଧାରଣ ନିର୍ବାଚନରେ ଲକ୍ଷ୍ମୀପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ପ୍ରଭୁ ଜାନି ବିଜୟୀ ହୋଇଛନ୍ତି। ତେବେ ପ୍ରାର୍ଥିପତ୍ର ଦାଖଲ...

ଟ୍ରେନ, ଷ୍ଟେଶନରେ କମିଛି ଫେରି ବିକ୍ରି

ଭୁବନେଶ୍ୱର,୩୧ା୧୦(ବ୍ୟୁରୋ): ଜିରୋ ଟଲରେନ୍ସ ନୀତିରେ ପୂର୍ବତଟ ରେଳପଥ ଷ୍ଟେଶନ ଓ ଟ୍ରେନରେ ଅଣସ୍ବୀକୃତିପ୍ରାପ୍ତ ଫେରିବାଲା ବିକ୍ରି ଉପରେ ଅଙ୍କୁଶ ଲଗାଯିବା ପରେ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟାନୁଷ୍ଠାନ...

ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣରେ ଅନିଶ୍ଚିତତା: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆନ୍ଦୋଳନ ଚେତାବନୀ

ବାଲେଶ୍ୱର ଅଫିସ,୧୨।୬: ବାଲେଶ୍ୱର ସଦର ବ୍ଲକ ଦେଇ ପ୍ରବାହିତ ବୁଢାବଳଙ୍ଗ ନଦୀରେ ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ ନେଇ ଅନିଶ୍ଚିତତା ଲାଗି ରହିଥିବାରୁ କ୍ରିୟାନୁଷ୍ଠାନ କମିଟି...

ପଥର ବୋଝେଇ ଟ୍ରକ୍‌କୁ ଧକ୍କା ଦେଲା ଆମ୍ବୁଲାନ୍ସ: ରୋଗୀଙ୍କ ସମେତ ୪ ଆହତ

ସୋର, ୨୮।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ଥାନା ଅଧୀନ ୧୬ନମ୍ବର ଜାତୀୟ ରାଜପଥ ବରଫକଳ ଛକଠାରେ ଏକ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆମ୍ବୁଲାନ୍ସ ମଧ୍ୟରେ ଥିବା ରୋଗୀଙ୍କ...

ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନିଲମ୍ବିତ

ତିହିଡ଼ି, ୭।୭ (ଡି.ଏନ.ଏ.) – ଭଦ୍ରକ ଜିଲା ତିହିଡ଼ି ବ୍ଲକ ଦୋଳସାହି ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ମଥନାଥ ଚୌଧୁରୀଙ୍କୁ ନିଲମ୍ବିତ କରାଯାଇଛି। ପଞ୍ଚାୟତର ଜଣେ ହିତାଧିକାରୀଙ୍କୁ...

Leave a comment

Your email address will not be published. Required fields are marked *