Posted inଜାତୀୟ

ହତ୍ୟା ଉଦ୍ୟମ ମାମଲା: ଛୋଟା ରାଜନ୍‌ଙ୍କୁ ୮ ବର୍ଷ ଜେଲ୍‌

ମୁମ୍ବାଇ,୨୧ା୮(ପି.ଟି.): ଏକ ହତ୍ୟା ଉଦ୍ୟମ ମାମଲାରେ ଗ୍ୟାଙ୍ଗଷ୍ଟର ଛୋଟା ରାଜନ୍‌ ଓ ଅନ୍ୟ ୫ ଜଣଙ୍କୁ ୮ ବର୍ଷ ଜେଲ୍‌ଦଣ୍ଡ ମିଳିଛି। ୨୦୧୨ରେ ଏହି ଗ୍ୟାଙ୍ଗଷ୍ଟର ଏକ ହୋଟେଲ୍‌ର ମାଲିକଙ୍କୁ ହତ୍ୟା ଉଦ୍ୟମ କରିଥିବା ନେଇ ମାମଲା ଦାଏର ହୋଇଥିଲା। ସ୍ବତନ୍ତ୍ର କୋର୍ଟର ବିଚାରପତି ଏ.ଟି. ଓ୍ବାଙ୍ଖେଡେ ମକୋକା ଏବଂ ଭାରତୀୟ ପେନାଲ କୋଡ୍‌ର ବିଭିନ୍ନ ଧାରାରେ ୬ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିଲେ। ୮ ବର୍ଷ ଜେଲ୍‌ ସମେତ ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଲେଖାଏ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ହୋଟେଲ ବ୍ୟବସାୟୀ ବି.ଆର୍‌. ସେଟ୍ଟୀ ୨୦୧୨ ଅକ୍ଟୋବରରେ ତାଙ୍କର ଜଣେ ବନ୍ଧୁଙ୍କୁ ଭେଟିବା ପାଇଁ ଯାଉଥିବାବେଳେ ଅନ୍ଧେରିଠାରେ ତାଙ୍କୁ ଗୁଳି କରାଯାଇଥିଲା। ଏହି ମାମଲାରେ ନିତ୍ୟାନନ୍ଦ ନାୟକ, ସେଲଭିନ ଡାନିଏଲ, ରୋହିତ ଥାଙ୍ଗାପ୍ପାନ ଜୋସେଫ ଓରଫ ସତୀଶ କାଲିଆ, ଦିଲୀପ ଉପାଧ୍ୟାୟ ଏବଂ ତଲଭିନ୍ଦର ସିଂ ଦଣ୍ଡିତ ହୋଇଛନ୍ତି।


All Right Reserved By Dharitri.Com

କର୍ନାଟକରେ କଂଗ୍ରେସକୁ ବୁଦ୍ଧି ଶିଖାଇଲେ ଜନତା: ମୋଦି

ବରହି,୯।୧୨: ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଗୋଟିଏ ପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ଜନସଭାକୁ ଉଦ୍‌ବୋଧନ ଦେଉଥିବା ବେଳେ ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

ମାର୍କେଟରେ ମିଳୁଛି ମମତା-ମୋଦି ରାଖୀ

ନୂଆଦିଲ୍ଲୀ,୧୪।୮: ରାତି ପାହିଲେ ଦେଶରେ ଭାଇ ଭଉଣୀଙ୍କର ପବିତ୍ର ବନ୍ଧନର ପ୍ରତୀକ ଗହ୍ମାପୂର୍ଣ୍ଣିମା ପାଳନ କରାଯିବ। ଏନେଇ ଦୋକାନ ବଜାର ଚଳଚଞ୍ଚଳ ହୋଇଉଠିଛି। ସହରରେ ଚାରିଆଡେ...

୮ଫୁଟ ପାଣିକୁ ଡେଇଁ ଶିଶୁଙ୍କ ଜୀବନ ବଞ୍ଚାଇଲେ କନଷ୍ଟେବଳ

ଜୟପୁର,୧୬।୯: ରାଜସ୍ଥାନରେ ଲଗାଣ ବର୍ଷା ଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏବେ କୋଟ, ବୁନ୍ଦି, ଚିତୋରଗଡ଼ ଓ ଝାଲାବାଡର ଅଧିକାଂଶ ଅଞ୍ଚଳ ଜଳାର୍ଣ୍ଣବ ହୋଇଯାଇଛି।...

ହରିୟାଣା-ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା: ହେବ ପ୍ରଥମ ପ୍ଲାଷ୍ଟିକ୍‌ ମୁକ୍ତ ନିର୍ବାଚନ

ନୂଆଦିଲ୍ଲୀ, ୨୧।୯: ହରିୟାଣା-ମହାରାଷ୍ଟ୍ର ବିଧାନସଭା ପାଇଁ ତାରିଖ ଘୋଷଣା ହୋଇଛି। ଶନିବାର ନିର୍ବାଚନ କମିଶନଙ୍କ ପକ୍ଷରୁ ଏନେଇ ଘୋଷଣା ହୋଇଛି। ଦୁଇ ରାଜ୍ୟରେ ଅକ୍ଟୋବର ୨୧ରେ...

ଶପଥ ଗ୍ରହଣ ପୂର୍ବରୁ ବାଜପେୟୀଙ୍କୁ ମନେ ପକାଇଲେ ମୋଦି

ନୂଆଦିଲ୍ଲୀ,୩୦।୫: ଦ୍ୱିତୀୟ ଥର ଲାଗି ଦେଶର ଶାସନ ଭାର ସମ୍ଭାଳିବାକୁ ଯାଉଛନ୍ତି ନରେନ୍ଦ୍ର ଦାମୋଦର ଦାସ ମୋଦି। ଗୁରୁବାର ସନ୍ଧ୍ୟାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ...

ମହାରାଷ୍ଟ୍ରରେ ପ୍ରବଳ ବର୍ଷା: ୬ ମୃତ

ମୁମ୍ବାଇ,୫ା୮(ଆଇଏଏନ୍‌ଏସ୍‌): ମହାରାଷ୍ଟ୍ରରେ ଦୁଇଦିନ ହେଲା ପ୍ରବଳ ବର୍ଷା ଲାଗି ରହିଥିବାବେଳେ ମୁମ୍ବାଇ ଓ ସତାରାରେ ୬ ଜଣଙ୍କର ମୃତ୍ୟୁ ଘଟିଛି। ବିଭିନ୍ନ ଅଞ୍ଚଳରେ ବନ୍ୟାପାଣି ଘେରରେ...

ଏକ୍‌ଜିଟ୍‌ ପୋଲ୍‌ ଭୁଲ୍‌ ସାବ୍ୟସ୍ତ ହେଲା: ଖଟ୍ଟରଙ୍କୁ ଦିଲ୍ଲୀ ଡାକରା

ଚଣ୍ଡିଗଡ଼,୨୪।୧୦: ହରିୟାଣା ବିଧାନସଭା ନିର୍ବାଚନର ଭୋଟ ଗଣତି ଜାରି ରହିଛି। ରାଜ୍ୟରେ ଭାଜପା ବହୁମତ ପାଇବା ଆଶା କ୍ଷୀଣ ହେବାରେ ଲାଗିଛି। ଏକ୍‌ଜିଟ୍‌ ପୋଲ୍‌ରେ ଭାଜପା...

ଭାରତ ସୀମାରେ ପ୍ରବେଶ କଲା ପାକିସ୍ତାନ ଡ୍ରୋନ୍‌

ଫିରୋଜପୁର,୮।୧୦: ପଞ୍ଜାବ ଫିରୋଜପୁରରେ ଥିବା ହୁସୈନିଓ୍ବାଲ ସୀମାନେ ପାକିସ୍ତାନର ଏହ ଡ୍ରୋନ୍‌ ମଙ୍ଗଳବାର ପ୍ରବେଶ କରିଥିବା ଜଣାପଡିଛି। ସାରା ଦେଶ ଦଶହରା ଉତ୍ସବରେ ବୁଡି ରହିଥିବା...

Leave a comment

Your email address will not be published. Required fields are marked *