Posted inଜାତୀୟ

ଚିଦାମ୍ବରମଙ୍କ ଘରେ ସିବିଆଇ, ଇଡି ଟିମ୍‌

ନୂଆଦିଲ୍ଲୀ,୨୧ା୮: ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ବରମ୍‌ଙ୍କୁ ବଡ଼ ଝଟକା ଲାଗିଛି। ତାଙ୍କର ଆଗୁଆ ଜାମିନ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଗିରଫରୁ ବର୍ତ୍ତିବା ପାଇଁ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତେବେ ବୁଧବାର ସକାଳ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସୁପ୍ରିମକୋର୍ଟ ଚିଦାମ୍ବରମଙ୍କୁ କହିଥିବା ଜଣାପଡିଛି। ଅନ୍ୟପକ୍ଷରେ ଚିଦାମ୍ବରମଙ୍କ ଦିଲ୍ଲୀ ବାସଭବନରେ ସିବିଆଇର ଏକ ଟିମ୍‌ ପହଞ୍ଚତ୍ଥିଲେ ହେଁ ତାଙ୍କୁ ନ ପାଇ ଫେରିଆସିଛନ୍ତି। ସିବିଆଇ ଟିମ୍‌ ଫେରିବା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଏକ ଟିମ୍‌ ମଧ୍ୟ ଚିଦାମ୍ବରମ୍‌ଙ୍କ ବାସଭବନରେ ପହଞ୍ଚତ୍ଥିଲା।
ସିବିଆଇ ଏବଂ ଇଡି ପକ୍ଷରୁ ଦାଏର ଦୁର୍ନୀତି ଓ ମନିଲଣ୍ଡରିଂ ମାମଲାରେ ଚିଦାମ୍ବରମଙ୍କ ପିଟିଶନ୍‌ ଖାରଜ ହୋଇଯାଇଥିବା ଜଷ୍ଟିସ୍‌ ସୁନୀଲ ଗୌର କହିଥିଲେ। ମାମଲାରେ ସେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ପ୍ରାଥମିକ ଅନୁଧ୍ୟାନରୁ ଜଣାପଡିଛି। ତେଣୁ ତାଙ୍କୁ ଜେରା କରିବାରେ ଅଦାଲତ ଆଇନଗତ ପ୍ରତିବନ୍ଧକ ଲଗାଇପାରିବେ ନାହିଁ ବୋଲି ବିଚାରପତି କହିଥିଲେ। ଏହା ମନିଲଣ୍ଡରିଂର ଏକ କ୍ଲାସିକ୍‌ ମାମଲା। ଅପରାଧର ଗୁରୁତ୍ୱ ଦୃଷ୍ଟିରୁ ଏବଂ ଜେରା ବେଳେ ଚିଦାମ୍ବରମ୍‌ ସନ୍ଦେହଜନକ ଜବାବ ରଖୁଥିବାରୁ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ କରିଦେଇଥିଲେ।
ହାଇକୋର୍ଟ ରାୟ ଘୋଷଣା କରିବା ପରେ ଚିଦାମ୍ବରମ୍‌ଙ୍କ ଓକିଲ ଦୟାନ କ୍ରିଷ୍ଣନ୍‌ ଏହା ବିରୋଧରେ ଅପିଲ ପାଇଁ ୩ ଦିନ ସମୟ ମାଗିଥିଲେ ହେଁ କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ। ତେଣୁ ଯେକୌଣସି ମୁହୂର୍ତ୍ତରେ ଚିଦାମ୍ବରମଙ୍କୁ ଗିରଫ ହୋଇପାରନ୍ତି। ତାଙ୍କୁ ହାଜତକୁ ନେଇ ଜେରା କରିବା ଆବଶ୍ୟକ ବୋଲି ଉଭୟ ସିବିଆଇ ଏବଂ ଇଡି ହାଇକୋର୍ଟରେ ଯୁକ୍ତି ରଖିଥିଲେ। ୨୦୦୭ରେ ଚିଦାମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନ୍‌ଏକ୍ସ ମିଡିଆ ଗ୍ରୁପ୍‌କୁ ବିଦେଶରୁ ୩୦୫ କୋଟି ଟଙ୍କା ଗ୍ରହଣ କରିବା ପାଇଁ ବିଦେଶୀ ପୁଞ୍ଜିନିବେଶ ପ୍ରୋତ୍ସାହନ ବୋର୍ଡ (ଏଫଆଇପିବି) ମଞ୍ଜୁରୀ ପ୍ରଦାନ କରିଥିଲା ବୋଲି ଉଭୟ ତଦନ୍ତକାରୀ ସଂସ୍ଥା କୋର୍ଟଙ୍କୁ ଜଣାଇଥିଲେ। ଯେଉଁ କମ୍ପାନୀଗୁଡ଼ିକ ଜରିଆରେ ଏହି ଅର୍ଥ ଟ୍ରାନ୍ସଫର ହୋଇଥିଲା ସେଗୁଡିକ ଚିଦାମ୍ବରମଙ୍କ ପୁଅ କାର୍ତ୍ତିଙ୍କ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ନିୟନ୍ତ୍ରଣରେ ରହିଛି। ତେଣୁ କାର୍ତ୍ତିଙ୍କ ହସ୍ତକ୍ଷେପ ଯୋଗୁ ଆଇଏନ୍‌ଏକ୍ସ ମିଡିଆକୁ ଏଫଆଇପିବି ମଞ୍ଜୁରୀ ପ୍ରଦାନ କରିଥିବା କୁହାଯାଉଛି। ଏହି ମାମଲାରେ ପୂର୍ବରୁ କାର୍ତ୍ତି ଚିଦାମ୍ବରମ ଓ ତାଙ୍କ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଏସ୍‌. ଭାସ୍କରରମଣ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ପରେ ସେମାନଙ୍କୁ ଜାମିନ ମିଳିଥିଲା।
ଆଇଏନ୍‌ଏକ୍ସ ମିଡିଆକୁ ଏଫ୍‌ଆଇପିବିର ମଞ୍ଜୁରୀ ପ୍ରଦାନରେ ଅନିୟମିତତାକୁ ନେଇ ସିବିଆଇ ୨୦୧୭ ମେ ୧୫ରେ ଏତଲା ଦାଏର କରିଥିଲା। ପରେ ୨୦୧୮ରେ ଇଡି ଏହି ଘଟଣାରେ ମନିଲଣ୍ଡରିଂକୁ ନେଇ ଆଉ ଏକ ମାମଲା ରୁଜୁ କରିଥିଲା। ସେହିବର୍ଷ ଜୁଲାଇ ୨୫ରେ ଦୁଇଟି ମାମଲାରେ ହାଇକୋର୍ଟ ଚିଦାମ୍ବରମଙ୍କୁ ଆଗୁଆ ଜାମିନ ପ୍ରଦାନ କରିବା ସହ ଏହାର ଅବଧିକୁ ଏକାଧିକ ଥର ବଢ଼ାଇଥିଲେ। ଶେଷରେ ହାଇକୋର୍ଟ ମଙ୍ଗଳବାର ତାଙ୍କ ଜାମିନ ଆବେଦନକୁ ଅଗ୍ରାହ୍ୟ କରି ଦେଇଛନ୍ତି। ସେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିବାକୁ ଯାଇଥିଲେ ହେଁ ତାଙ୍କୁ ବୁଧବାର ସକାଳେ ପିଟିଶନ ଦାଏର କରିବାକୁ କୁହାଯାଇଛି।


All Right Reserved By Dharitri.Com

ମୋଦିଙ୍କୁ ପ୍ରଶଂସା କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ,୨୪।୯: ଆମେରିକାର ହ୍ୟୁଷ୍ଟନ୍‌ରେ ‘ହାଓଡି ମୋଦି’ କାର୍ଯ୍ୟକ୍ରମକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ମୁମ୍ବାଇ  କଂଗ୍ରେସ ଅଧ୍ୟକ୍ଷ ମିଲିନ୍ଦ ଦେଓରା। ସେ କହିଛନ୍ତି,...

ବିଶ୍ୱର ଶକ୍ତିଶାଳୀ ପାସ୍‌ପୋର୍ଟ ତାଲିକା: ୮୪ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୦।୧: ବିଦେଶ ଯାତ୍ରା ପାଇଁ ଆବଶ୍ୟକ ପାସପୋର୍ଟକୁ ନେଇ ବିଭିନ୍ନ ସମୟରେ ଏହାର ର଼୍ୟାଙ୍କ କରୁଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସ ନିକଟରେ ଏକ ତାଲିକା ପ୍ରକାଶ...

କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୭: ଆଜି ସାରା ଦେଶରେ କାରଗିଲ୍‌ ବିଜୟ ଦିସ ପାଳନ କରାଯାଉଛି। ଏହି ଅବସରରେ କାରଗିଲ୍‌ ଶହୀଦ୍‌ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ...

ଏହି ଗାଁରେ ହୁଏନାହିଁ ନିର୍ବାଚନ ପ୍ରଚାର: ମତଦାନ ୯୬ ପ୍ରତିଶତ

ରାଜକୋଟ,୨୧।୪: ଗୁଜରାଟ ରାଜକୋଟ ଜିଲା ଅନ୍ତର୍ଗତ ରାଜସମଦିୟାଲ ଗାଁ ସବୁଠାରୁ ନିଆରା। ନିର୍ବାଚନ ସମୟରେ ସବୁଠି ପ୍ରଚାର ଗାଡି ବୁଲୁଥିବା ବେଳେ ଏହି ଗାଁରେ କିନ୍ତୁ...

ଟାର୍ଗେଟରେ ମନ୍ଦିର, ରେଳଷ୍ଟେଶନ

ଚଣ୍ଡିଗଡ଼/ରୋହତକ,୧୬ା୯ : ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯିବା ପରେ ଭାରତ ବିରୋଧରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ ବିଷ ଓକାଳୁଥିବାବେଳେ ପଡ଼ୋଶୀ ଦେଶର ଆତଙ୍କବାଦୀ ସଙ୍ଗଠନଗୁଡ଼ିକ...

ବିଧାନସଭା ସମ୍ମୁଖରେ ଶାର୍ଟ ଖୋଲି ଧାରଣା ଦେଲେ ଏସ୍‌ପି ବିଧାୟକ

ଲକ୍ଷ୍ନୌ/ମଓ,୧୭।୧୨: ଜାମିଆ ବିଶ୍ୱବିଦ୍ୟାଳୟର ଛାତ୍ରଙ୍କ ଉପରେ ହୋଇଥିବା ଲାଠିଚାର୍ଜକୁ ବିରୋଧ କରି ଉତ୍ତରପ୍ରଦେଶ ଲକ୍ଷ୍ନୌ ବିଧାନସଭା ବାହାରେ ସାମାଜବାଦୀ ପାର୍ଟି(ଏସ୍‌ପି)ର ନେତା ଓ କର୍ମକର୍ତ୍ତମାନେ ଧାରଣା...

ଲାଲୁ ଯାଦବଙ୍କ ସମେତ କିଛି ନେତାଙ୍କର କମିଲା ସୁରକ୍ଷା

ପାଟନା,୨୩।୭: ଗୃହ ମନ୍ତ୍ରଣାଳୟ ପକ୍ଷରୁ ବଡ଼ ବଡ଼ ନେତାଙ୍କୁ ଦିଆଯାଉଥିବା ସୁରକ୍ଷା ବ୍ୟବସ୍ଥା ଉପରେ ସଂଶୋଧନ କରାଯାଇଛି। ଏନେଇ ଏକ ନୋଟିସ ଜାରି କରାଯାଇଛି। ଏଥିରେ...

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ରିପୋର୍ଟକୁ ନେଇ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ,୨୫ା୧୨(ପି.ଟି./ଆଇଏଏନ୍‌ଏସ୍‌): ଏନ୍‌ସିଆର୍‌ ପ୍ରସ୍ତୁତି ପାଇଁ ଏନ୍‌ପିଆର୍‌ ପ୍ରଥମ ପଦକ୍ଷେପ ହେବ ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ବାର୍ଷିକ ରିପୋର୍ଟରେ ପ୍ରକାଶ ପାଇଥିଲା। ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ...

Leave a comment

Your email address will not be published. Required fields are marked *