ରାଜ୍ୟର ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା: ସରକାରଙ୍କ ଉପରେ ଏନ୍‌ଜିଟି କ୍ଷୁବ୍ଧ

ଭୁବନେଶ୍ୱର,୨୧।୮(ବ୍ୟୁରୋ): ସହରାଞ୍ଚଳରୁ ବାହାରୁଥିବା କୁଢ଼କୁଢ଼ ବର୍ଜ୍ୟବସ୍ତୁ ନେଇ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ (ଏନ୍‌ଜିଟି) କ୍ଷୁବ୍ଧ ହୋଇଛନ୍ତି। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ କୌଣସି ଦୀର୍ଘମିଆଦୀ ଯୋଜନା କରୁ ନ ଥିବାରୁ ରାଜ୍ୟ ସରକାରଙ୍କୁ ଏନ୍‌ଜିଟି କଡ଼ା ଭର୍ତ୍ସନା କରିଛନ୍ତି। ତୁରନ୍ତ ଏ ଦିଗରେ ପଦକ୍ଷେପ ନ ନେଲେ ଏନ୍‌ଜିଟି ସରକାରଙ୍କ ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରିବେ ବୋଲି ସତର୍କ କରାଇ ଦେଇଛନ୍ତି। ବର୍ଜ୍ୟବସ୍ତୁ ଯେପରି ପରିବେଶକୁ ତିଳେମାତ୍ର କ୍ଷତି ନ ପହଞ୍ଚାଇବ ସେ ଦିଗରେ କି ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଆସନ୍ତା ସେପ୍ଟେମ୍ବର ୨୫ ସୁଦ୍ଧା ହାଜର ହୋଇ ଜଣାଇବାକୁ ଏନ୍‌ଜିଟି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ସହରାଞ୍ଚଳରୁ ବାହାରୁଥିବା ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ରାଜ୍ୟ ସରକାର ସେପରି କୌଣସି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ଦୀର୍ଘଦିନ ଧରିି ଅଳିଆ ଆବର୍ଜନା ଟ୍ରାନ୍‌ଜିଟ ପଏଣ୍ଟରେ ପଡ଼ିରହୁଛି। ମନଇଚ୍ଛା ଯେଉଁଠି ନାହିଁ ସେଠି ଫିଙ୍ଗି ଦିଆଯାଉଛି। ଫଳରେ ପରିବେଶ ପ୍ରତି ଏହା ଭୟଙ୍କର ବିପଦ ସୃଷ୍ଟି କରୁଛି। ରାଜ୍ୟରେ ୧୧୪ଟି ପୌରାଞ୍ଚଳ ରହିଛି। ଏଥିରେ ରାଜ୍ୟର ସମୁଦାୟ ଜନସଂଖ୍ୟାର ୧୬.୬୮% ଲୋକ ବାସ କରୁଛନ୍ତି। ରାଜ୍ୟରେ ୫ଟି ମହାନଗର ନିଗମ ଥିବାବେଳେ ୪୮ ମ୍ୟୁନିସିପାଲିଟି ଏବଂ ୬୧ ବିଜ୍ଞାପିତ ଅଞ୍ଚଳ ପରିଷଦ ରହିଛି। ଏହିସବୁ ସହରାଞ୍ଚଳରୁ ବାର୍ଷିକ ୯୮ ନିୟୁତ ଟନ୍‌ ବର୍ଜ୍ୟବସ୍ତୁ ବାହାରୁଛି ବୋଲି ରାଜ୍ୟ ସରକାର ଏନ୍‌ଜିଟିକୁ ଦେଇଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି। ସେଥିରୁ ମାତ୍ର ୨୨.୭% ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଥିବା ସରକାର ଦର୍ଶାଇଛନ୍ତି। ଏନ୍‌ଜିଟିଙ୍କ କଡ଼ା ତାଗିଦ୍‌ ପରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସହରାଞ୍ଚଳ ବର୍ଜ୍ୟବସ୍ତୁକୁ ଠିକ୍‌ ଢଙ୍ଗରେ ପରିଚାଳନା କରିବାକୁ ଅଣ୍ଟା ଭିଡ଼ିଛି। ବିଭାଗୀୟ ସଚିବଙ୍କ ସମେତ ୧୩ଜଣ ଅଧିକାରୀ ଚେନ୍ନାଇରେ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ବୁଲି ଦେଖିଛନ୍ତି। ଚେନ୍ନାଇ ଢାଞ୍ଚାରେ ଏଣିକି ରାଜ୍ୟର ସହରଗୁଡ଼ିକୁ ବର୍ଜ୍ୟବସ୍ତୁ ମୁକ୍ତ କରାଯିବ। ଆଉ କେଉଁଠି ଅଳିଆ ଗଦା ହୋଇ ରହିବ ନାହିଁ। ସଂଗ୍ରହ ହେବା ସହିତ ବର୍ଜ୍ୟବସ୍ତୁଗୁଡ଼ିକୁ ଅଲଗା କରି ତୁରନ୍ତ ନଷ୍ଟ କରାଯିବ। କୌଣସି ସ୍ଥାନରେ ଆଉ ପକାଇ ରଖାଯିବ ନାହିଁ। ଏଥିପାଇଁ ସହରର ବିଭିନ୍ନ ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଟିଂ ପ୍ଲାଣ୍ଟ ସ୍ଥାପନ କରାଯିବ। ଏହି କାର୍ଯ୍ୟରେ ମହିଳା ସ୍ବେଚ୍ଛାସେବୀ ସଂସ୍ଥାକୁ ନିୟୋଜିତ କରାଯିବ। ସେମାନଙ୍କ ମଧ୍ୟରୁ ୨୬୦୦ ସ୍ବଚ୍ଛସାଥୀ ଏବଂ ୬୫୦ ସୁପରଭାଇଜରଙ୍କୁ ଜନସଚେତନ ଓ ପ୍ଲାଣ୍ଟ ପରିଚାଳନା କାର୍ଯ୍ୟରେ ନିୟୋଜିତ କରାଯିବ। ପ୍ରତି ୬୦୦ ଜନସଂଖ୍ୟାରେ ଜଣେ ସ୍ବଚ୍ଛସାଥୀ ନିୟୋଜିତ ହେବେ। ପନିପରିବା ଚୋପା, ବିଭିନ୍ନ ଫଳମୂଳ ଓ ଶୀଘ୍ର ନଷ୍ଟ ହେଉଥିବା ବର୍ଜ୍ୟବସ୍ତୁକୁ ଜୈବିକ ଖତରେ ପରିଣତ କରାଯିବ। ସେହି ଖତଗୁଡିକକୁ ଚାଷୀଙ୍କୁ ଯୋଗାଇ ଦିଆଯିବ। ପଲିଥିନ ଓ ଅନ୍ୟାନ୍ୟ ସାମଗ୍ରୀକୁ ପୃଥକ୍‌ କରାଯାଇ ପ୍ରୋସେସିଂ ପ୍ଲାଣ୍ଟ ଏବଂ ସିମେଣ୍ଟ ପ୍ରସ୍ତୁତ କାରଖାନାକୁ ପଠାଯିବ। ଏ ବାବଦରେ ଯେଉଁ ଅର୍ଥ ଆୟ ହେବ ସେସବୁକୁ ସ୍ବୟଂ ସହାୟକ ଗୋଷ୍ଠୀଙ୍କ ମଧ୍ୟରେ ବାଣ୍ଟି ଦିଆଯିବ। କୋଟପାଡ ଏନ୍‌ଏସିକୁ ସମ୍ପୂର୍ଣ୍ଣ ବର୍ଜ୍ୟବସ୍ତୁ ମୁକ୍ତ ସହର ଭାବେ ଘୋଷଣା କରାଯାଇଛି। କଟକ ଓ ଭୁବନେଶ୍ୱର ମହାନଗରରେ ଯଥାକ୍ରମେ ୧୨ ଓ ୩୫ଟି ସ୍ଥାନରେ ମାଇକ୍ରୋ କମ୍ପୋଷ୍ଟିଂ ପ୍ଲାଣ୍ଟ ଆରମ୍ଭ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ସମସ୍ତ ସହରରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ୫-ଟି ଆଧାରରେ ସହରାଞ୍ଚଳ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଆଧୁନିକ ବୈଷୟିକ ଜ୍ଞାନକୌଶଳର ବ୍ୟବହାର କରାଯିବ ବୋଲି ପୌର ପ୍ରଶାସକ ସଂଗ୍ରାମଜିତ୍‌ ନାୟକ କହିଛନ୍ତି।


All Right Reserved By Dharitri.Com

ମାଗଣା ଔଷଧ ପାଇଁ ୪୨.୫୨ କୋଟି

କଟକ ଅଫିସ, ୧୯।୬: ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଲାଗୁ ହେବା ପରେ ଚିକିତ୍ସା ସେବାକୁ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ପୂର୍ବରୁ ମେଡିକାଲର ବିଭିନ୍ନ...

ଚନ୍ଦ୍ରପୁର ଆଇସିଡିଏସ କାର୍ଯ୍ୟାଳୟ: ରାଜୀବ ଗାନ୍ଧୀ ସେବା କେନ୍ଦ୍ରରେ ଚାଲିଛି ଅଫିସ କାମ

 ଚନ୍ଦ୍ରପୁର, ୨୮ା୪(ଡି.ଏନ୍‌.ଏ.)-ରାୟଗଡା ଜିଲା ଚନ୍ଦ୍ରପୁର ବ୍ଲକସ୍ଥିତ ସମନ୍ବିତ ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ଆଜକୁ ଦୀର୍ଘ ପାଞ୍ଚବର୍ଷରୁ ଉର୍ଦ୍ଧ୍ୱ ସମୟ ହେଲା ସଦର ମହକୁମାସ୍ଥିତ  ରାଜୀବ...

କର୍ତ୍ତବ୍ୟରେ ଅବହେଳା: ୨ ଶିକ୍ଷକଙ୍କ ଦରମା ବନ୍ଦ ଲାଗି ଗଣଶିକ୍ଷା ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୨।୨(ବ୍ୟୁରୋ): ଦାୟିତ୍ୱ ଗ୍ରହଣ କରିବା ପରଠାରୁ ଆକ୍ସନ ମୁଡ୍‌ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ରହିଆସୁଛନ୍ତି। କେତେବେଳେ ଅଚାନକ ସ୍କୁଲ ଗସ୍ତ...

ବୁଧବାର ୫ମ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ

ଭୁବନେଶ୍ୱର, ୨୮।୫(ବ୍ୟୁରୋ): ବିଜେଡି ପଞ୍ଚମ ପାଳି ଆରମ୍ଭ କରିବାକୁ ଯାଉଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ଲଗାତର ୫ମ ଥର ପାଇଁ ବୁଧବାର ମୁଖ୍ୟମନ୍ତ୍ରୀ ଭାବେ...

ହୀରାକୁଦ୍‌ ଡ୍ୟାମ୍‌ ପୁରସ୍କୃତ: ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୦ା୨(ବ୍ୟୁରୋ): ସମ୍ବଲପୁର ସ୍ଥିତ ହୀରାକୁଦ୍‌ ଡ୍ୟାମ୍‌କୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଏବଂ ଉତ୍ତମ ଭିତ୍ତିଭୂମି ପାଇଁ ପୁରସ୍କୃତ କରାଯାଇଛି। କେନ୍ଦ୍ରୀୟ ଜଳସେଚନ ଓ ଶକ୍ତି ବୋର୍ଡ (ସିବିଆଇପି)ପକ୍ଷରୁ...

ମାସ୍କ ଯୋଗାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୬ା୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମସ୍ତେ ମାସ୍କ ପିନ୍ଧିବା ପାଇଁ ରବିବାର କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି। ଫଳରେ ରାଜ୍ୟ...

ଆଗଭଳି ମିଳୁନି ତାଳପତ୍ର: ସଙ୍କଟରେ ତାଳପତ୍ର କାରିଗରଙ୍କ ଜୀବନ ଜୀବିକା

ଦିନ ଥିଲା ତାଳପତ୍ର କାରିଗର ଭଲ ଦି ପଇସା ରୋଜଗାର କରୁଥିଲେ। ଖରାଦିନେ ବିଞ୍ଚଣା ଆଉ ବର୍ଷାଦିନେ ପଖିଆ ବ୍ୟବହାର କରୁଥିଲେ ଲୋକେ। ଘରେ ଘରେ...

ପ୍ରବାସୀ ଜାଣିପାରିବେ ନିଜ ଅଞ୍ଚଳର କ୍ୱାରାଣ୍ଟାଇନ ସେଣ୍ଟର ସମ୍ପର୍କିତ ତଥ୍ୟ

ଭୁବନେଶ୍ୱର,୧୮ା୫(ବ୍ୟୁରୋ): କରୋନାର ସଠିକ୍‌ ତଥ୍ୟ ଓ ପରିଚାଳନା ପାଇଁ ଓଡିଶା ସ୍ପେଶ ଆପ୍ଲିକେସନସ୍‌ ସେଣ୍ଟର ତରଫରୁ ଏକ ଭୌଗୋଳିକ ତଥ୍ୟ ବ୍ୟବସ୍ଥା ଜିଆଇଏସ୍‌ ପ୍ରସ୍ତୁତ କରିଛି।...

Leave a comment

Your email address will not be published. Required fields are marked *