ପୂଜାସ୍ଥଳୀ ଥିଲେ ବି ହେଉନି ବିକାଶ

କେନ୍ଦୁଝର, ୨୧ା୮- ଅବହେଳିତ ପୂଜା ସ୍ଥଳୀଗୁଡିକର ପୁନରୁଦ୍ଧାର କରିବା ସହ ପୁରାତନ ସଂସ୍କୃତିର ସୁରକ୍ଷା ପାଇଁ ସରକାର ବହୁ ଅର୍ଥ ଖର୍ଚ୍ଚ କରୁଛନ୍ତି। ହେଲେ ବିକାଶ ହୋଇପାରୁନାହିଁ। ପ୍ରତ୍ୟେକ ଜିଲାରେ ସ୍ବତନ୍ତ୍ର ଉନ୍ନୟନ କାଉନସିଲ ଗଠନ କରାଯାଇ ଏହି ସବୁ ପୂଜାସ୍ଥଳୀ ଗୁଡିକର ସୁରକ୍ଷା କରିବା ସହ ବିକାଶ କରିବା ପାଇଁ ପଦକ୍ଷେପ ନିଆଯାଇଛି। କେନ୍ଦୁଝର ଜିଲାରେ ସମୁଦାୟ ୪୨୭ ପୂଜାସ୍ଥଳୀ ଚିହ୍ନଟ କରାଯାଇ ସେସବୁର ବିକାଶ କରାଯାଉଛି। ତେବେ ଏବେ ମଧ୍ୟ ବହୁ ପୂଜାସ୍ଥଳୀ ଏପରି ଅଛି ଯାହାର ଚିହ୍ନଟ ହୋଇ ପାରିନାହିଁ କିମ୍ବା ବିକାଶ ହୋଇ ପାରୁ ନାହିଁ। ଏମିତି କେତେକ ମନ୍ଦିର ଅଛି ଯାହାକୁ ନେଇ ଲୋକଙ୍କ ପ୍ରଗାଢ଼ ବିଶ୍ୱାସ ମଧ୍ୟ ରହିଛି। କୌଣସି ସୁବିଧା ନ ଥିବାରୁ ଲୋକେ ସେଠାକୁ ଯାଇ ହଇରାଣ ହରକତ ହେଉଛନ୍ତି। ଏନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ହରିଚନ୍ଦନପୁର ବ୍ଲକର ତଅଁଳାହୋତା ଓ ଖୁଦପଶି ଗ୍ରାମରେ ଥିବା ମା ରଙ୍ଗାପାଟ ଶାଳ ସମେତ ଜିଲାର ଅନେକ ପୂଜାସ୍ଥଳୀର ବିକାଶ ହୋଇପାରିନାହିଁ। ଲୋକ ଦେଖାଣିଆ ଭାବେ କେତେକ ପୂଜା ସ୍ଥଳୀର ବିକାଶ କରାଯାଇ ଏଭଳି ଅନେକ ପୂଜାସ୍ଥଳୀକୁ ଅଣଦେଖା କରାଯାଇଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
ହୁଣ୍ଡା ପଞ୍ଚାୟତ ଅଧୀନ ତଅଁଳାହୋତାଠାରେ ଥିବା ପୂଜାସ୍ଥଳୀରେ ବହୁ କାଳରୁ ସ୍ଥାନୀୟ ଲୋକ ମାନଙ୍କ ଆସ୍ଥାବିଶ୍ୱାସର ଦେବୀ ରଙ୍ଗାପାଟ ପୂଜାପାଇ ଆସୁଛନ୍ତି। ଅଶ୍ୱତଥ ବୃକ୍ଷ ମୂଳରେ ଦେବୀ ପୂଜାପାଇ ଆସୁଥିବା ବେଳେ ଆମ୍ବ, କୁସୁମ,ସାହାଡା,ବେଲ ଆଦି ଗଛ ଘେରି ରହିଛି ା ଏହି ଦେବୀଙ୍କ ଉପରେ ଲୋକଙ୍କ ଅଗାଢ ବିଶ୍ୱାସ ରହିଛି ା ଏଠାରେ ମାନସିକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକମତ ରହିଛି। ଏହି ପୂଜାସ୍ଥଳୀରେ ଲୋକେ ୭ ଦିନ ବା ୨୧ ଦିନ ମାନସିକ କରି ଅଧିଆ ପଡିରହିଥାନ୍ତି ବୋଲି ସ୍ଥାନୀୟ ନିବାସୀ ପ୍ରକାଶ ନାୟକ କହିଛନ୍ତି। କିନ୍ତୁ ଏହି ପୂଜାସ୍ଥଳୀରେ ପାଚେରୀ ନାହିଁ କିମ୍ବା ପାଣି ବ୍ୟବସ୍ଥା ନାହିଁ ା ପାଖରେ ଘର ନ ଥିବାରୁ ଭକ୍ତ ମାନେ ବହୁ ଅସୁବିଧା ଭୋଗନ୍ତି। ତେନ୍ତଳାପଶି ପଞ୍ଚାୟତର ଖୁଦପଶି ଗ୍ରାମରେ ରହିଥିବା ମା’ ରଙ୍ଗପାଟ ଠାକୁରାଣୀ ସ୍ଥାନରେ ମଧ୍ୟ ପାଚେରି ଓ ଅନ୍ୟାନ୍ୟ ବ୍ୟବସ୍ଥା ନ ଥିବାରୁ ଅବହେଳିତ ହୋଇ ରହିଛି ା
ସବୁଆଡେ ଜଙ୍ଗଲ ପଦା ହେବାକୁ ବସିଥିବା ବେଳେ ଏହି ପୂଜାସ୍ଥଳୀ ଗୁଡିକରେ ଥିବା ବିଭିନ୍ନ ପ୍ରକାରର ବୃକ୍ଷଲତା ଜଙ୍ଗଲ ପରିବେଶର ସୁରକ୍ଷା କରୁଛି ା ଏସବୁ କେବଳ ଧାର୍ମିକ ଦୃଷ୍ଟି କୋଣରୁ ସମୃଦ୍ଧ ନୁହେଁ। ଏହା ଗ୍ରାମରେ ଲୋକଙ୍କ ମଧ୍ୟରେ ଏକତା ରକ୍ଷା କରିବା ସହ ଏକ ସୁସ୍ଥ ପରିବେଶ ସୃଷ୍ଟି କରିଥାଏ। ଏଣୁ ଏସବୁର ବିକାଶ ଓ ସୁରକ୍ଷା ହେବା ଜରୁରୀ ବୋଲି ପରିବେଶବିତ ଡ. ବିମ୍ବାଧର ବେହେରା କହିଛନ୍ତି। ପୂର୍ବତନ ଅଧ୍ୟକ୍ଷ ସ୍ବତନ୍ତ୍ର ଉନ୍ନୟନ କାଉନସିଲ ରାମରାୟ ମୁଣ୍ଡିଆ କହିଛନ୍ତି ଯେ ଯେଉଁ ସବୁ ପୂଜାସ୍ଥଳୀ ଚିହ୍ନଟ କରାଯାଇଥିଲା ଓ ଅର୍ଥ ଅନୁମୋଦିତ ହୋଇଥିଲା ସେସବୁର ଉନ୍ନତି କରଣ ଓ ବିକାଶ କରାଯାଇଛି ା ଯେଉଁ ସବୁ ରହିଯାଇଛି ସେସବୁ ପରବର୍ତ୍ତୀ ସମୟରେ ନୂତନ କାଉନସିଲ ନିଷ୍ପତ୍ତି କ୍ରମେ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

(ନରେଶ ଚନ୍ଦ୍ର ପଟ୍ଟନାୟକ)


All Right Reserved By Dharitri.Com

ପାର୍କିଂ ଫି ଆଦାୟ: ୧୦ ମଲ୍‌କୁ ବିଡିଏର ନୋଟିସ; ନିର୍ଦ୍ଦେଶ ନ ମାନିଲେ ବିଲ୍ଡିଂ ସିଲ୍‌

ଭୁବନେଶ୍ୱର, ୧୯ା୧୦(ବ୍ୟୁରୋ): ବ୍ୟବସାୟିକ ପ୍ରତିଷ୍ଠାନ, ସିନେମା ହଲ, ମଲ୍‌, ଆପାର୍ଟମେଣ୍ଟ, ହସ୍ପିଟାଲରେ ଲୋକଙ୍କ ପାଇଁ ପାର୍କିଂ ସମ୍ପୂର୍ଣ୍ଣ ମାଗଣା କରିବାକୁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)...

ନାବାଳିକାଙ୍କୁ ଘର ଆଗରୁ ଉଠାଇ ନେଇଥିଲେ, ଜେଲ୍‌ ଗଲେ ଯୁବକ

ନୟାଗଡ଼ ଅଫିସ,୧ା୯: ନୟାଗଡ଼ ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା(୧୩)ଙ୍କୁ ଅପହରଣ କରିବା ଅଭିଯୋଗରେ ଜଣେ ଯୁବକ ଗିରଫ ହୋଇ ଜେଲ୍‌ ଯାଇଛନ୍ତି। ଯୁବକ ଜଣକ...

ଅଡୁଆରେ ଭିସା ଷ୍ଟିଲ: କାରଖାନା ବନ୍ଦ ପାଇଁ ଏନ୍‌ଜିଟିର ନିର୍ଦ୍ଦେଶ

ଯାଜପୁର ଅଫିସ,୧୭ା୮- କଳିଙ୍ଗନଗର ଭିସା ଷ୍ଟିଲ କାରଖାନା ଦ୍ୱାରା ଉକତ୍ଟ ବାୟୁ ଓ ଜଳ ପ୍ରଦୂଷଣ ପାଇଁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ(ଏନ୍‌ଜିଟି) ପକ୍ଷରୁ ରାଜ୍ୟ ପ୍ରଦୂଷଣ...

‘ଆଗେ ଜମି ଦିଅ, ପରେ ଉଚ୍ଛେଦ’

ବାଲେଶ୍ୱର ଅଫିସ,୨୬।୮- ବାଲେଶ୍ୱର ସହରର ଅଙ୍ଗାରଗଡ଼ିଆ, କରଞ୍ଜିଆ, ଆଇଟିଆଇ ପମ୍ପହାଉସ ନିକଟବର୍ତ୍ତୀ ଅଞ୍ଚଳରେ ସରକାରୀ ଜମିରେ ଦୀର୍ଘଦିନ ଧରି ଗଢ଼ି ଉଠିଥିବା ସ୍ଥାୟୀ ବାସିନ୍ଦାଙ୍କୁ ଉଚ୍ଛେଦ...

କାଲିପୁସିଂ ନାଳରେ ପିକଅପ୍‌ ଭ୍ୟାନ ଖସିପଡ଼ିଲା

ମୋହନଗିରି,୭।୯(ଡି.ଏନ.ଏ.) କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ଅନ୍ତର୍ଗତ ମୋହନଗିରିଠାରୁ ୫ କି.ମି. ଦୂର କନ୍ଧମାଳ ଜିଲା ସୀମାନ୍ତ କାଲିପୁସିଂ ନାଳରେ ଶୁକ୍ରବାର ପୁଣି ଏକ ଖତ...

ନବନିର୍ମାଣ କୃଷକ ସଙ୍ଗଠନର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ:  ୬ରେ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ

ନୟାଗଡ଼ ଅଫିସ,୭।୯-ନୟାଗଡ଼ ଜିଲା ନବନିର୍ମାଣ କୃଷକ ସଙ୍ଗଠନର ଜିଲାସ୍ତରୀୟ ସାଙ୍ଗଠନିକ ବୈଠକ ସ୍ଥାନୀୟ ଗୁଣ୍ଡିଚା ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସଂଯୋଜକ ମହେଶ୍ୱର ଜେନାଙ୍କ ସଭାପତିତ୍ୱରେ...

ଭୁଲ୍‌ କରି ପୋଲିସ ନିନ୍ଦିତ

ଭୁବନେଶ୍ୱର, ୨୯ା୭: ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଅପରାଧ ରୋକିବା ପୋଲିସର କାର୍ଯ୍ୟ। ହେଲେ ଅଧିକାଂଶ କ୍ଷେତ୍ରରେ ପୋଲିସ ଏସବୁ କାର୍ଯ୍ୟ ଠିକ୍‌ ଭାବେ କରୁ...

ଶିକ୍ଷା ସବୁ ସମସ୍ୟାର ସମାଧାନ

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଶିକ୍ଷା ସମସ୍ତ ସମସ୍ୟାର ସମାଧାନ କରିପାରେ। ଉପଯୁକ୍ତ ଶିକ୍ଷା ପାଇପାରିଲେ ଜୀବନରେ ଶାନ୍ତି ଓ ସଫଳତା ମିଳେ। ଶିକ୍ଷା ସମସ୍ତଙ୍କର ଅଧିକାର ବୋଲି କହିଛନ୍ତି...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *