Posted inଖେଳ

ସୁଶୀଲଙ୍କୁ ବିଶ୍ୱ ଚାମ୍ପିୟନଶିନପ୍‌ ଟିକେଟ

ନୂଆଦିଲ୍ଲୀ,୨୧।୮(ପି.ଟି.)- ଫର୍ମରେ ନ ଥିବା ତାରକା ରେସଲର ସୁଶୀଲ କୁମାର ଶେଷରେ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ଯୋଗ୍ୟତା ହାସଲ କରିଛନ୍ତି। ମଙ୍ଗଳବାର ଏଠାରେ ଚାଲିଥିବା ଚୟନ ପ୍ରକ୍ରିୟାରେ ସେ ଜିତେନ୍ଦର କୁମାରଙ୍କୁ ୭୪ କେ.ଜି. ଫାଇନାଲରେ ୪-୨ରେ ପରାସ୍ତ କରି ବିଶ୍ୱ ଚାମ୍ପିୟନଶିପ୍‌ ଖେଳିବାକୁ ଭାରତୀୟ ଦଳରେ ସ୍ଥାନ ପାଇଛନ୍ତି। ଏହି ଫାଇନାଲ ମ୍ୟାଚ୍‌ରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଆଇଜିଆଇ ଷ୍ଟାଡିୟମରେ ସୁଶୀଲଙ୍କ ଖେଳ ଦେଖିବା ପାଇଁ ପାଖାପାଖି ୧୫୦୦ ଦର୍ଶକ ଭିଡ ଜମାଇଥିଲେ। ଫାଷ୍ଟ ପିରିୟଡରେ ସୁଶୀଲ ୪-୦ରେ ଅଗ୍ରଣୀ ହାସଲ କରିଥିଲେ। ସେକେଣ୍ଡ ପିରିୟଡରେ ସେ ଜିତେନ୍ଦରଙ୍କ ଆଖିରେ ଆଘାତ ଦେଇଥିଲେ। ଜିତେନ୍ଦର କିନ୍ତୁ ଜବରଦସ୍ତ ଲଢ଼େଇ କରିଥିଲେ ଓ ପରାଜୟ ବ୍ୟବଧାନକୁ କମାଇଥିଲେ। ଦୁଇଥର ଅଲିମ୍ପିକ୍‌ ପଦକ ହାସଲ କରିଥିବା ସୁଶୀଲଙ୍କୁ ବିଜୟୀ ହେବା ପାଇଁ କଷ୍ଟ କରିବାକୁ ପଡିଥିଲା। ପରାସ୍ତ ହୋଇଥିଲେ ମଧ୍ୟ ବିଶ୍ୱ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ କରିବାକୁ ସୁଶୀଲଙ୍କୁ ଫେଡେରେଶନ ଆଉ ଏକ ସୁଯୋଗ ଦେଇଛି। ସେ ୭୯ କେ.ଜି. ବର୍ଗରେ ବୀରଦେବ ଗୁଲିଆଙ୍କୁ ଭେଟିବେ। ବିଜୟୀ ହେଲେ ସେ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବେ। ସୁଶୀଲ ଜାଣିଶୁଣି ମୁକାବିଲା ବେଳେ ନିୟମ ଉଲ୍ଲଂଘନ କରୁଛନ୍ତି ବୋଲି ଜିତେନ୍ଦରଙ୍କ କୋଚ୍‌ ଜାଭିୟର ଅଭିଯୋଗ ଆଣିଛନ୍ତି। ସୁଶୀଲଙ୍କୁ ମଧ୍ୟ ରେଫରିମାନେ ସମର୍ଥନ କରୁଛନ୍ତି ବୋଲି ସେ କହିଛନ୍ତି। ତେବେ ଭାରତ ପାଇଁ ଏକମାତ୍ର ଖେଳାଳିଭାବେ ଦୁଇଟି ଅଲିମ୍ପିକ୍‌ ପଦକ ହାସଲ କରିଥିବା ସୁଶୀଲ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଳ୍ୟୁଏଫ୍‌ଆଇ) ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରନ ମଧ୍ୟ ସୁଶୀଲଙ୍କୁ ସମର୍ଥନ ଜଣାଇଛନ୍ତି।
ଏହାପୂର୍ବରୁ ସୁଶୀଲ ପାଖାପାଖି ଗୋଟିଏ ବର୍ଷ ପରେ ରେସଲିଂଙ୍କୁ ପ୍ରତ୍ୟାବର୍ତ୍ତନ କୀରି ବେଲାରୁଷରେ ଏକ ଟୁର୍ନାମେଣ୍ଟ ଖେଳିଥିଲେ। କିନ୍ତୁ ସେ ଏଥିରେ ବିଫଳ ହୋଇଥିଲେ। ବିଶ୍ୱ ଚାମ୍ପିୟନଶିପ୍‌ କାଜାଖସ୍ଥାନର ନୁର- ସୁଲତାନଠାରେ ସେପ୍ଟେମ୍ବର ୧୪ରୁ ୨୨ ତାରିଖ ମଧ୍ୟରେ ଖେଳାଯିବ।
ଅନ୍ୟ ମୁକାବିଲାଗୁଡିକରେ ରାହୁଲ ଆଓ୍ବରେ (୬୧ କେ.ଜି.), କରନ (୭୦ କେ.ଜି.), ପ୍ରବୀଣ (୯୨ କେ.ଜି.) ଓ ବୀରଦେବ ଗୁଲିଆ (୭୯ କେ.ଜି.)ରେ ନନ୍‌- ଅଲିମ୍ପିକ୍‌ ଡିଭିଜନ୍‌ରେ ବିଜୟୀ ହୋଇଛନ୍ତି।

ବିଶ୍ୱ ଚାମ୍ପିୟନଶିପ୍‌ ପାଇଁ ଫ୍ରି ଷ୍ଟାଇଲ ଭାରତୀୟ ପୁରୁଷ ଦଳ:
୫୭ କେ.ଜି.: ରବି ଦହିୟା
୬୧: ରାହୁଲ ଆଓ୍ବରେ
୬୫: ବଜରଙ୍ଗ ପୁନିଆ
୭୦: କରନ
୭୪: ସୁଶୀଲ କୁମାର
୭୯: ଜିତେନ୍ଦର କିମ୍ବା ବୀରଦେବ ଗୁଲିଆ
୮୬: ଦୀପକ ପୁନିଆ
୯୨: ପ୍ରବୀଣ
୯୭: ମୌସମ ଖାତ୍ରୀ
୧୨୫: ସୁମିତ ମଲିକ


All Right Reserved By Dharitri.Com

Posted inଖେଳ View All

ସେମିରେ ସେରେନା, ଫେଡରର ଆଉଟ୍‌

ନ୍ୟୁୟର୍କ,୪।୯: ମହିଳା କିମ୍ବଦନ୍ତୀ ଖେଳାଳି ସେରେନା ଓ୍ବିଲିୟମ୍ସ ୟୁଏସ୍‌ ଓପନର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଅନ୍ୟପକ୍ଷରେ ସୁଇଜରଲାଣ୍ଡର ରୋଜର ଫେଡରର ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ମଙ୍ଗଳବାର...

ହର୍ଡଲ୍ସ ତାରକା ସାଲି ପିୟରସନଙ୍କ ଅବସର ଘୋଷଣା

ସିଡନୀ,୬।୮(ଏଏଫ୍‌ପି)- ଅଷ୍ଟ୍ରେଲିଆ ମହିଳା ହର୍ଡଲ୍ସ ବିଶ୍ୱଚାମ୍ପିୟନ ସାଲି ପିୟରସନ ମଙ୍ଗଳବାର ଅବସର ଘୋଷଣା କରିଛନ୍ତି। କ୍ରମାଗତ ଭାବେ ଇଞ୍ଜୁରିର ଶିକାର ହେବା କାରଣରୁ ସେ ସମସ୍ତଙ୍କୁ...

ବାଂଲାଦେଶକୁ ୧୪୯ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

ନୂଆଦିଲ୍ଲୀ,୩।୧୧: ଭାରତ ଓ ବାଂଲାଦେଶ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବାଂଲାଦେଶକୁ ବିଜୟ ପାଇଁ ୧୪୯ ରନ ଟାର୍ଗେଟ ଦେଇଛି ଭାରତ।...

ଇନ୍‌ଷ୍ଟାଗ୍ରାମ ପୋଷ୍ଟ ଯୋଗୁ ଅଷ୍ଟ୍ରେଲିଆ କ୍ରିକେଟର ବାସନ୍ଦ

ସିଡ୍‌ନୀ,୧୮।୧୧- କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ) ଦଳ ହବର୍ଟ ହିରକେନ୍ସ ଖେଳାଳି ଏମିଲି ସ୍ମିଥଙ୍କୁ ଏକ ବର୍ଷ ଲାଗି ବାସନ୍ଦ...

ରିଷଭ ପନ୍ତଙ୍କ ପିଲାଳିଆମି ଯାଉନି

ରାଜକୋଟ,୮।୧୧- ନିଜର ଶଟ୍‌ ଚୟନ ନେଇ ସର୍ବଦା ସମାଲୋଚନାର ସମ୍ମୁଖୀନ ହେଉଥିବା ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ବାଂଲାଦେଶ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦ୍ୱିତୀୟ...

ହଂକଂ ଅଧିନାୟକ ପଦ ଛାଡ଼ିଲେ ଓଡ଼ିଆ ଖେଳାଳି ଅଂଶୁମାନ

ନୂଆଦିଲ୍ଲୀ, ୧୨।୯- ଭାରତ ପକ୍ଷରୁ ଖେଳିବା ସ୍ବପ୍ନରେ ଓଡ଼ିଆ ପୁଅ ଅଂଶୁମାନ ରଥ ଗୁରୁବାର ହଂକଂ ଜାତୀୟ କ୍ରିକେଟ୍‌ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି।...

ଓସିଏ ଚୟନକର୍ତ୍ତାଙ୍କୁ ନ ଡ଼ାକି ଶେଷ କରିଦେଲେ ଚୟନ ପ୍ରକ୍ରିୟା

କଟକ ଅଫିସ,୧୫ା୯-୧୯ବର୍ଷରୁ କମ୍‌ ରାଜ୍ୟ ବାଳକ କ୍ରିକେଟ ଦଳର ଚୟନପ୍ରକ୍ରିୟା ସରିଗଲା ପଛେ ଚୟନକର୍ତ୍ତାଙ୍କୁ ଖୋଜା ପଡ଼ିଲାନି। ଚୟନ ପ୍ରକ୍ରିୟା ନେଇ ଥରେ ଫୋନ୍‌ କି...

ଶୁଟିଂ ବିଶ୍ୱକପ୍‌: ମନୁ ଭାକର ୭ମ ଭାରତୀୟ

ମ୍ୟୁନିକ୍‌, ୩୦।୫(ପି.ଟି.)- ଦେଶର ୭ମ ଶୁଟର ଭାବେ ମନୁ ଭାକର ୨୦୨୦ ଟୋକିଓ ଅଲିମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଚାଲିଥିବା...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *