ଏଇ ଭାରତରେ

ପରିବାରରେ ସ୍ତ୍ରୀ ଓ ସ୍ବାମୀଙ୍କ ମଧ୍ୟରେ ବିବାଦ ଥିଲେ ଛାଡ଼ପତ୍ର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେବା ସାଧାରଣ କଥା। ମାତ୍ର ଉତ୍ତରପ୍ରଦେଶ ମିରଟ ଜିଲାରେ ଘଟିଛି ଏକ ଅଭାବନୀୟ ଘଟଣା। ଏଠାରେ ଜଣେ ସ୍ତ୍ରୀ ତାଙ୍କ ସ୍ବାମୀଙ୍କୁ ସବୁବେଳେ ଲଡୁ ଖାଇବାକୁ ଦେବାରୁ ଏଥିରେ ବିରକ୍ତ ହୋଇ ସ୍ବାମୀ ଛାଡ଼ପତ୍ର ପାଇଁ ଫ୍ୟାମିଲି କୋର୍ଟରେ ଆବେଦନ କରିଛନ୍ତି। ସେ କହିଛନ୍ତି, ତାଙ୍କ ଦେହ କିଛିଦିନ ତଳେ ଖରାପ ଥିଲା। ଏଥିନେଇ ସ୍ତ୍ରୀ ଜଣେ ତାନ୍ତ୍ରିକଙ୍କ ସହିତ ପରାମର୍ଶ କରିଥିଲେ। ତାନ୍ତ୍ରିକ ତାଙ୍କୁ ବୁଝାଇ ଦେଇଥିଲେ, ସବୁଦିନେ ଲଡୁ ଖାଇବାକୁ ଦେଲେ ତୁମ ସ୍ବାମୀ ଆରୋଗ୍ୟ ହୋଇଯିବେ। ସେବେଠାରୁ ଏହି ମହିଳା ତାଙ୍କ ସ୍ବାମୀଙ୍କୁ କେବଳ ଲଡୁ ହିଁ ଖାଇବାକୁ ଦେଉଛନ୍ତି। ଏପରିକି ତାଙ୍କୁ ବାହାରେ ଖାଇବାକୁ ମଧ୍ୟ ବାରଣ କରୁଛନ୍ତି। ଏଥିପାଇଁ ସ୍ବାମୀ ଅତିଷ୍ଠ ହୋଇପଡିଲେଣି। ସେ ଅନ୍ୟ କୌଣସି ଉପାୟ ନ ପାଇ ଶେଷରେ ସ୍ତ୍ରୀଙ୍କୁ ବିଦାକରିବା ଲାଗି ଛାଡ଼ପତ୍ର ଏକମାତ୍ର ବିକଳ୍ପ ବୋଲି ଭାବି ନେଇଛନ୍ତି। ତେଣୁ ସେ ଫ୍ୟାମିଲି କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଉକ୍ତ ମହିଳାଙ୍କୁ କାଉନ୍‌ସେଲିଂ ପାଇଁ ବ୍ୟବସ୍ଥା କରାଯାଇଛି। ସ୍ତ୍ରୀଙ୍କ ଅନ୍ଧବିଶ୍ୱାସକୁ କିପରି ଦୂର କରାଯିବ ସେ ଲାଗି ଚିନ୍ତା କରାଯାଉଛି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।


All Right Reserved By Dharitri.Com

କନ୍ଦାଉଛି ପିଆଜ

ଅନିଲ କୁମାର ବିଶ୍ୱାଳ ଲଙ୍ଗଳ କଥା ବୁଝୁଛି ଖେତ, ଖେତ କଥା ବୁଝେ ଚଷା, ଓଡ଼ିଆ ମନ ଓଡ଼ିଆ ପ୍ରାଣ ବୁଝେ ପଖାଳ କଂସା। ଆଉ...

ଏଇ ଭାରତରେ

ଶ୍ରାବଣ ମାସରେ ମହାଦେବଙ୍କୁ ଜଳ ଲାଗି ପାଇଁ କାଉଡ଼ିଆମାନେ ପବିତ୍ର ନଦୀଜଳ ବୋହି ନେଇଥାନ୍ତି। ଏମାନେ ମୁଖ୍ୟତଃ ହିନ୍ଦୁ। ତେବେ ଉତ୍ତରପ୍ରଦେଶର ଜଣେ ମୁସଲମାନ ଯୁବକ...

ନେତା ନୁହେଁ, ଜନତାର ସେବା

ବୈକୁଣ୍ଠନାଥ ମିଶ୍ର ବ୍ରିଟିଶ ରାଜତ୍ୱ ସମୟରୁ ଆଜି ପର୍ଯ୍ୟନ୍ତ ପୋଲିସ ପ୍ରତି ଭିନ୍ନ ଏକ ଧାରଣା ଜନମାନସରେ ରହିଆସିଛି। ଏ ଧାରଣାର ପ୍ରମୁଖ ଉତ୍ସ ହେଉଛି...

ଈର୍ଷାର ଅସୁର

ଚିତ୍ର ଚରିତ୍ର/ ନିରଞ୍ଜନ ପାଢ଼ୀ କ୍ରୋଧ ମଣିଷର ସବୁଠୁ ବଡ ଶତ୍ରୁ ବୋଲି ଯେଉଁମାନେ ବିଚାରନ୍ତି, ସେମାନଙ୍କ ସମ୍ପର୍କରେ ଗୋଟିଏ କଥା କୁହାଯାଇପାରେ ଯେ ସେମାନେ...

ମାନସିକ ରୋଗ ଓ ଆମ ଦାୟିତ୍ୱ

ସୁଜାତା ପରିଡ଼ା ଆଖିରେ ଆଖିଏ ସ୍ବପ୍ନ ଓ ମା’ ବାପାଙ୍କ ଆଶାକୁ ନେଇ ଆମ ରାଜ୍ୟ ଓଡ଼ିଶାର ବଲାଙ୍ଗୀରଠାରେ ଥିବା ସରକାରୀ ପଲିଟେକ୍‌ନିକ କଲେଜରେ ପାଠ...

ଏଇ ଭାରତରେ

ସ୍କୁଲରେ ପିଲାମାନେ ଶିକ୍ଷକଙ୍କ ଅନୁଶାସନରେ ଚାଲନ୍ତି, କିନ୍ତୁ ଛତିଶଗଡ଼ର ଏକ ସରକାରୀ ସ୍କୁଲ୍‌ ପିଲାଙ୍କ କ୍ୟାବିନେଟ ନିଷ୍ପତ୍ତିକୁ ଶିକ୍ଷକ ଓ ଗ୍ରାମବାସୀ ମାନୁଛନ୍ତି। ରାୟପୁରଠାରୁ ୩୫୦...

ଏଇ ଭାରତରେ

ସେବା କରିବାର ଇଚ୍ଛାଶକ୍ତି ଅନେକଙ୍କୁ ପଦପଦବୀ ଓ ଅର୍ଥ ଉପାର୍ଜନର ମୋହରୁ ଦୂରକୁ ନେଇଯାଏ। ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଗୁଜରାଟର ଜଣେ ମହିଳା...

ଭାଷଣ ଓ ଭୋଟ

ଆକାର ପଟେଲ କୋଡ଼ିଏ ବର୍ଷ ତଳେ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମୁମ୍ବାଇରେ ନିର୍ବାଚନ ଲଢ଼ୁଥିଲେ। ସମାଜବାଦୀ ପାର୍ଟି ଟିକେଟରେ ଠିଆହୋଇ ସେ ଶିବସେନା...

Leave a comment

Your email address will not be published. Required fields are marked *