ଅନ୍ତର୍ଜାତୀୟ ପର୍ଯ୍ୟାୟ ସାରଣୀ ବର୍ଷ ପାଳନ

ବଲାଙ୍ଗୀର ଅଫିସ, ୨୦।୮: ବଲାଙ୍ଗୀର ନବଜୀବନ ବିଦ୍ୟାପୀଠ ପରିସରରେ ବଲାଙ୍ଗୀର ବିଜ୍ଞାନ ସାହିତ୍ୟ ପରିଷଦ ପକ୍ଷରୁ ନବଜୀବନ ବିଦ୍ୟାପୀଠ ଓ ଜିଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସହଯୋଗିତାରେ ଅନ୍ତର୍ଜାତୀୟ ପର୍ଯ୍ୟାୟ ସାରଣୀ ବର୍ଷ ପାଳନ କରାଯାଇଛି। ଏହି ଉପଲକ୍ଷେ ମୌଳିକ ପଦାର୍ଥ ଗୁଡିକର ପର୍ଯ୍ୟାୟ ସାରଣୀ ଓ ମାନବ କଲ୍ୟାଣରେ ତାହାର ପ୍ରଭାବ ପ୍ରସଙ୍ଗରେ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଥିଲା। ଆଲୋଚନା ସଭାରେ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ତଥା ବିଜ୍ଞାନ ମଧୁପ ପତ୍ରିକାର ମୁଖ୍ୟ ପ୍ରକାଶକ ଡ. ଅଭିମନ୍ୟୁ ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ ଆଲୋଚନା ସଭାକୁ ଉଦ୍‌ଘାଟନ କରିଥିଲେ। ସଭାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରାଧ୍ୟାପକ ଡ. ଅମରେଶ ମିଶ୍ର, ବୁର୍ଲା ଏନ୍‌ଏସି କଲେଜର ସହଯୋଗୀ ପ୍ରାଧ୍ୟାପକ ଡ. ପ୍ରେମଚାନ୍ଦ ମହାନ୍ତି, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ରିଡର ଡ. ଗଜେନ୍ଦ୍ର କୁମାର ପଧାନ ଓ ପୃଥ୍ବୀରାଜ ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ରାମଗୋପାଳ ଖମାରୀ ଶର୍ମା ବକ୍ତା ଭାବେ ଯୋଗ ଦେଇଥିଲେ। ବକ୍ତାମାନେ ପର୍ଯ୍ୟାୟ ସାରଣୀର ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରି ଛାତ୍ରୀଛାତ୍ରଙ୍କୁ ଉକ୍ତ ପ୍ରସଙ୍ଗରେ ଗବେଷଣା କରିବା ଓ ଜାତୀୟ ଆଲୋଚନାଚକ୍ରରେ ଯୋଗଦାନ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ପର୍ଯ୍ୟାୟ ସାରଣୀର ମୁଖ୍ୟ ଉଦ୍ଭାବକ ବୈଜ୍ଞାନିକ ମେଣ୍ଡ୍‌ଲିଭ୍‌ଙ୍କ ଅବଦାନ ଉପରେ ଆଲୋକପାତ କରାଯାଇଥିଲା। ସରକାରୀ ବାଳିକା ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ସରୋଜ କୁମାର ନାୟକ ଅତିଥି ପରିଚୟ ପ୍ରଦାନ କରି ମଞ୍ଚ ପରିଚାଳନା କରିଥିଲେ। ବୁର୍ଡା ପଞ୍ଚାୟତ ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ ସହଯୋଗ କରିଥିଲେ। ସଭାର ପ୍ରାରମ୍ଭରେ ବିଦ୍ୟାଳୟ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ବିଦ୍ୟାପୀଠ ପ୍ରଧାନ ଶିକ୍ଷକ କିଶୋର ବାଗ ସ୍ବାଗତ କରିଥିଲେ। ପରିଷଦ ସଭାପତି ସନାତନ ଠାକୁର ଆଲୋଚନାଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଉତ୍ସବରେ ଜିଲାର ବିଭିନ୍ନ ବିଦ୍ୟାଳୟରୁ ୮୫ ଜଣ ପ୍ରତିଯୋଗୀ ଓ ୧୮ ଜଣ ବିଜ୍ଞାନ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ା ସମସ୍ତଙ୍କୁ ସଭା ଶେଷରେ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ା ଏହି ସଭାରେ ପୁଇଁନ୍ତଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ, ରାଜେନ୍ଦ୍ର ମହାବିଦ୍ୟାଳୟ ପଦାର୍ଥ ବିଜ୍ଞାନ ବିଭାଗ ଅବସରପ୍ରାପ୍ତ ରିଡର ଡ. ଆଦିକନ୍ଦ ଖମାରୀ ଓ ଜିଲା ବିଜ୍ଞାନ ସମିତି ଉପଦେଷ୍ଟା ପଦ୍ମଚରଣ ଆଚାର୍ଯ୍ୟ ଉପସ୍ଥିତ ଥିଲେ। ଶେଷରେ ପରିଷଦ ସମ୍ପାଦକ ଚିତ୍ତରଞ୍ଜନ ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ।


All Right Reserved By

ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍‌ ହରିଦାସ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜରେ ହରିଦାସ ଭୁଏ ପାରା ପ୍ରୋଟେକ୍ସନ ଫୋର୍ସରେ ୨୦୦୨ ସାଲୁ ଚାକରି କରୁଥିଲେ। ତାକର ଜମିବାଡି ବଲି...

ବାହାନଗା ବ୍ଲକରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା, ଯୋଗଦେଲେ ବିଧାୟକ, ଏମ୍‌ପି

ବାହାନଗା,୯।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ସାଉଡ଼ୁ ପଞ୍ଚାୟତ ଥାଲସଡ଼ା ଗ୍ରାମରେ ବିଜେଡି ପକ୍ଷରୁ ବୁଧବାର ଜନ ସମ୍ପର୍କ ପଦଯାତ୍ରା ହେବା ସହ ଏକ ମିଶ୍ରଣ...

ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୭ା୧୦-ଟ୍ରେନ ଆଗକୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗେଟବଜାର ଚନ୍ଦ୍ରମଣିପେଟା ସାହିର ରବି ବେହେରା (୨୨)। ସରକାରୀ ରେଳପଥ ପୋଲିସ...

ପ୍ରସୂତିଙ୍କୁ ବଞ୍ଚାଇଲା ବିରଳ ରକ୍ତ: ପ୍ରସବ ପରେ ଗୁରୁତର ଥିଲା ଅବସ୍ଥା; ‘ବମ୍ବେ ଓ-ପଜିଟିଭ୍‌’ ରକ୍ତ ଦେଲେ ରାଉରକେଲା ଯୁବକ

ବ୍ରହ୍ମପୁର ଅଫିସ୍‌,୨୦ା୧୦- ଠିକ୍‌ ସମୟରେ ବିରଳ ରକ୍ତ ମିଳିବା ଯୋଗୁ ଜଣେ ପ୍ରସୂତିଙ୍କ ଜୀବନ ବଞ୍ଚିଯାଇଛି। ରାଉରକେଲାର ଯୁବକ ଜଣକ ଆସି ରକ୍ତ ଦେଇଛନ୍ତି। ଏଭଳି...

ବାହ୍ୟ ମଳମୁକ୍ତ ପଞ୍ଚାୟତ ସୁନ୍ଦରିଆ: ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି

ଯାଜପୁର ଅଫିସ,୧୮।୮-ଯାଜପୁର ଜିଲାରେ ପାଇଖାନା ନିର୍ମାଣରେ ବ୍ୟାପକ ଅନିୟମିତତା ସଂକ୍ରାନ୍ତରେ ଓଡିଶା ଲୋକାୟୁକ୍ତ ଆଇନ ଧାରା ୨୦ରେ ପ୍ରଥମ କରି ଏକ ମାମଲା ଦାଏର ହୋଇଛି।...

ଭିନ୍ନକ୍ଷମ ଯୁବତୀଙ୍କୁୁ ବଳାତ୍କାର, ଅଭିଯୁକ୍ତ ଗିରଫ

କପ୍ତିପଦା,୪ା୮(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଶରତ ଥାନା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାକତ୍ାର କରିବା ଅଭିଯୋଗରେ ଶନିବାର ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ...

ଗୁଳିମାଡ଼ରେ ବ୍ୟବସାୟୀ ଗୁରୁତର

ଚିକିଟି,୬।୬(ଡି.ଏନ.ଏ.)-ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ବୀରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମର ଜଣେ ବ୍ୟବସାୟୀଙ୍କୁ ଗୁରୁବାର ସନ୍ଧ୍ୟା ପ୍ରାୟ ୬ଟାରେ ଗୁଳିମାଡ଼ ହୋଇଛି। ସେ ହେଲେ...

ଶିକ୍ଷକ ନିଯୁକ୍ତି ଦାବିରେ ଧାରଣାରେ ବସିଲେ ଛାତ୍ରୀଛାତ୍ର

ତୁମୁଡ଼ିବନ୍ଧ,୫।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ନିଯୁକ୍ତି ଦାବିରେ ଛାତ୍ରୀଛାତ୍ର ଓ ଅଭିଭାବକମାନେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ତୁମୁଡ଼ିବନ୍ଧ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *