୨୦୧୪ର ଦାଦା ବଟୀ ମାମଲା: ଅଭିଯୁକ୍ତଙ୍କୁ ଦଣ୍ଡାଦେଶ

ଆସିକା,୨୦ା୮ (ଡି.ଏନ୍‌.ଏ.)- ୨୦୧୪ରେ ଘଟିଥିବା ଏକ ଦାଦାବଟୀ ମାମଲାର ବିଚାର କରି ମଙ୍ଗଳବାର ଆସିକାର ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ବର୍ଣ୍ଣପ୍ରଭା ସ୍ବାଇଁ ଅଭିଯୁକ୍ତଙ୍କୁ ଏକମାସ ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନା ଦଣ୍ଡ ଦେଇଛନ୍ତି। ସେ ହେଲେ ବାବୁଲା ପ୍ରଧାନ। ଜୋରିମାନା ଅନାଦେୟ ୪ ମାସ ସଶ୍ରମ କାରାଦଣ୍ଡ ଲାଗି ରାୟ ଶୁଣାଇଛନ୍ତି।

ପ୍ରକାଶ ଯେ, ୨୦୧୪ରେ ଆସିକାର ଆଇନଜୀବୀ ନାରାୟଣ ହୋତା ବାଇକ୍‌ରେ ଆସିକାରୁ ଧରାକୋଟ ଯାଉଥିଲା ବେଳେ ବାବୁଲା ଗୋଲାଦାମୋଦରପଲ୍ଲୀ ଗ୍ରାମରେ ତାଙ୍କୁ ଅଟକାଇ ୧୦ ହଜାର ଟଙ୍କା ଦେବା ଲାଗି ଦାବି କରିବା ସହ ଧମକଚମକ ଦେଇଥିଲେ। ହୋତା ଅଭିଯୋଗକୁ ଭିତ୍ତି କରି ଧରାକୋଟ ପୋଲିସ ନଂ. ୩୬୭/୧୪ରେ ଏକ ମାମଲା ରୁଜୁ କରିଥିଲା। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଫର୍ଦ୍ଦ ପ୍ରସ୍ତୁତ ପରେ ବିଚାର ପାଇଁ ଆସିକା ସ୍ଥିତ ବିଚାର ବିଭାଗୀୟ ଅଦାଲତକୁ ପଠାଇଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶରତ ଚନ୍ଦ୍ର ପାଢୀ ଓ ନାରାୟଣ ଜେନା ମାମଲା ଲଢୁଥିଲେ ା


All Right Reserved By Dharitri.Com

ପାଞ୍ଚ ବର୍ଷର ଝିଅକୁ ବଳାତ୍କାର

ବୋରିଗୁମ୍ମା,୭ା୧୧(ଡି.ଏନ୍‌.ଏ.): କୋରାପୁଟ ଜିଲା ବୋରିଗୁମ୍ମା ବ୍ଲକ ବିଜାପୁର ପଞ୍ଚାୟତର ଏକ ଗାଁରେ ଜଣେ ପାଞ୍ଚବର୍ଷର ଶିଶୁକନ୍ୟା ବଳାତ୍କାରର ଶିକାର ହୋଇଛି। ବୁଧବାର ଉକ୍ତ ଗ୍ରାମର ଡମୁ...

ହିନ୍ଦୋଳରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ହିନ୍ଦୋଳ, ୨୩।୮(ଡି.ଏନ.ଏ): ଢ଼େଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରlସୋଳ ଥାନା କାରନ୍ଦା କେଳା ଟାଙ୍ଗର ସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ମୃତ ଜଣଙ୍କ...

ସହର ଭିତରେ ଭାରୀଯାନ ଚଳାଚଳ ନିଷେଧ: କଟକଣା ଜାରି କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୧।୧୦-ଦୁର୍ଘଟଣା ହ୍ରାସ ଏବଂ ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବାଲେଶ୍ୱର ସହରର କେତେକ ବ୍ୟସ୍ତବହୁଳ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।...

୩ ଗ୍ରାମରେ ବିଦ୍ୟୁତ୍‌ ସମସ୍ୟା: ସେସୁ କାର୍ଯ୍ୟାଳୟ ଘେରିଲେ ଆଦିବାସୀ ଲୋକେ

ନୂଆଗାଁ,୫ା୯ (ଡି.ଏନ.ଏ.): ବିଦ୍ୟୁତ୍‌ ସମସ୍ୟା ନେଇ ବୁଧବାର ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଜାକେଡା ପଞ୍ଚାୟତର ସାନଜିରି, ବଡଜିରି ଓ ତାକୁଡା ଗ୍ରାମର ୫୦ରୁ ଉର୍ଦ୍ଧ୍ୱ...

ମାଲକାନଗିରିରେ କଂଗ୍ରେସର ମାଲା ମାଢ଼ି ଆଗୁଆ

ମାଲକାନଗିରି,୨୩ା୫(ସ୍ବ.ପ୍ର.): ମାଲକାନଗିରି ବିଧାନସଭା ନିର୍ବାଚନମଣ୍ଡଳୀର ତୃତୀୟ ରାଉଣ୍ଡରେ ଭାଜପା ପ୍ରାର୍ଥୀ ଆଦିତ୍ୟ ମାଢ଼ି ଆଗୁଆ ଥିବାବେଳେ ଚତୁର୍ଥ ରାଉଣ୍ଡରେ ଆଗେଇଛନ୍ତି କଂଗ୍ରେସର ମାଲା ମାଢ଼ି। ୩ୟ...

ଆର୍‌ଟିଓରେ ଭିଡ଼ ମହିଳାଙ୍କ ପାଇଁ ହେଉନି ସ୍ବତନ୍ତ୍ର ଧାଡ଼ି

ପୁରୀ ଅଫିସ, ୧୪ା୯: ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରେ ସବୁଠି ଏବେ ହଇଚଇ। ପୋଲିସ ଅଧିକ ସକ୍ରିୟ ହୋଇପଡିଥିବାବେଳେ ଜୋର୍‌ଦାର ଚାଲିଛି ଧରପଗଡ଼। ...

ଜରିମାନା ଆଦାୟକୁ ଗୋପାଳକଙ୍କ ବିରୋଧ: କମିଶନରଙ୍କୁ ଦାବିପତ୍ର ପ୍ରଦାନ

ବ୍ରହ୍ମପୁର ଅଫିସ,୩୦।୭: ରାସ୍ତାରେ ଏଣେତେଣ ବୁଲି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ଗାଈ, ଗୋରୁ ଏବଂ ମଇଁଷି ମାଲିକଙ୍କଠାରୁ ଜରିମାନା ଆଦାୟ ପାଇଁ ବ୍ରହ୍ମପୁର ମହାନଗର...

ଟ୍ରାଫିକ ବ୍ୟବସ୍ଥା ସୁଧାର ନେଇ ଜିଲାପାଳଙ୍କ ବୈଠକ

ଯୋଡା,୯।୮(ଡି.ଏନ୍‌.ଏ.): ଯୋଡା ପୌରପାଳିକା ସଭାଗୃହରେ ଜିଲାପାଳ ଆଶିଷ ଠାକ୍‌ରେ ଓ ଚମ୍ପୁଆ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଟ୍ରାଫିକ୍‌ ବ୍ୟବସ୍ଥାରେ ସୁଧାର ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।...

Leave a comment

Your email address will not be published. Required fields are marked *