Posted inUncategorized

ଆର୍ଥିକ ଅନିୟମିତତା ଅଭିଯୋଗ : ସମବାୟ ବ୍ୟାଙ୍କର ୨ଜଣଙ୍କୁ ଗିରଫ କଲା ଇଓଡବ୍ଲ୍ୟୁ

କାମାକ୍ଷାନଗର, ୧୮।୫(ଡି.ଏନ୍‌.ଏ.)-ଆର୍ଥିକ ହେର୍‌ଫେର ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅନୁଗୋଳ ସଂଯୁକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କର ଜଣେ ପୂର୍ବତନ କର୍ମଚାରୀଙ୍କ ସମେତ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ପରଜଙ୍ଗ ଶାଖାର ସୁପରଭାଇଜର ଶାନ୍ତନୁ କୁମାର ବରାଳ (୫୫) ଏବଂ କାମାକ୍ଷାନଗର ଶାଖାର ପୂର୍ବତନ ଆକାଉଣ୍ଟାଣ୍ଟ ସହଦେବ ସାହୁ (୬୧)। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସେମାନଙ୍କୁ କାମାକ୍ଷାନଗର ଜେଲ ହାଜତକୁ ପଠାଇ ଦିଆଯାଇଛି।
ଶାନ୍ତନୁ ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି ଶାଖାରେ ସମ୍ପାଦକ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ ନାମରେ ମିଥ୍ୟା ଋଣ ନାମରେ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିଥିଲା। ଏଥିରେ କେତେଜଣ ବ୍ୟାଙ୍କ କର୍ମଚାରୀଙ୍କ ହାତ ଥିବା ଜଣାପଡ଼ିଥିଲା। ବ୍ୟାଙ୍କ ଅଡିଟ୍‌ ବେଳେ ୧କୋଟି ୧୫ଲକ୍ଷ ୧୬ ହଜାର ୩୦୦ ଟଙ୍କାର ହିସାବ ମିଳି ନ ଥିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ ଲାଗି ଶାଖା କର୍ତ୍ତୃପକ୍ଷ କ୍ରାଇମ୍‌ବ୍ରାଞ୍ଚର ଦ୍ବାରସ୍ଥ ହୋଇଥିଲେ। ଏ ନେଇ କଟକ କ୍ରାଇମ୍‌ବ୍ରାଞ୍ଚ ଶାଖାରେ ନଂ. ୭/୧୯, ଦଫା ୪୦୯, ୪୬୭, ୪୭୧, ୪୭୭ (ଏ), ୧୨୦ରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ସମୟରେ ଶାନ୍ତନୁ, ସହଦେବଙ୍କ ସମେତ ତତ୍କାଳୀନ ଶାଖା ପରିଚାଳକ ଏବଂ କିରାଣିଙ୍କ ଏଥିରେ ସମ୍ପୃକ୍ତି ଥିବା ପ୍ରମାଣ ମିଳିଥିଲା। ଅଭିଯୁକ୍ତମାନେ ତରବରିଆ ଭାବେ ବ୍ୟାଙ୍କରେ କିଛି ଅର୍ଥ ଦାଖଲ କରିଥିଲେ। ଏହାସତ୍ତ୍ୱେ କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରଖିଥିଲା। ସୂଚନାଯୋଗ୍ୟ, ପୂର୍ବତନ ଶାଖା ପରିଚାଳକ, କିରାଣି, ଆକାଉଣ୍ଟାଣ୍ଟଙ୍କ କାର୍ଯ୍ୟରୁ ଅବସର ନେଇସାରିଛନ୍ତି। କେବଳ ଶାନ୍ତନୁ ଚାକିରି ଅବଧି ଶେଷ ହୋଇ ନ ଥିବା ଜଣାପଡ଼ିଛି।


All Right Reserved By Dharitri.Com

ବିମାନରେ ଯାନ୍ତ୍ରିକ ତ୍ରୁଟି: ଆଜି ପହଞ୍ଚିବ ଶହୀଦ ଅଜିତ୍‌ଙ୍କ ମରଶରୀର

କାମାକ୍ଷାନଗର, ୧୯।୬(ଡି.ଏନ୍‌.ଏ.): ବିମାନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ଶହୀଦ ଅଜିତ୍‌ ସାହୁଙ୍କ ମରଶରୀର ଓଡ଼ିଶା ଆସିବାରେ ବିଳମ୍ବ ହେଉଛି। ଗୁରୁବାର ତାଙ୍କ ମୃତଦେହ ଭୁବନେଶ୍ୱରେ ପହଞ୍ଚିବ।...

ଓସିଏ ସମ୍ବିଧାନ ସଂଶୋଧନ ଘଟଣା: ଆମିକସ୍‌ କ୍ୟୁରିଙ୍କୁ ଭେଟିଲେ ଆଶୀର୍ବାଦ, ଧୀରେନ, ଦୀପକ

କଟକ ଅଫିସ,୧୩ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ସମ୍ବିଧାନ ସଂଶୋଧନକୁ ନେଇ ଏବେ ବି ଅଡୁଆ ରହିଛି। ପୂର୍ଣ୍ଣ ସଦସ୍ୟତା ଦେବା କ୍ଷେତ୍ରରେ ଟାଳଟୁଳ ନୀତି ଆପଣାଯାଇଛି...

ଗାଁ ମାଟିରୁ ଅର୍ଥ ସାଉଁଟୁଛନ୍ତି ନଡିଆ ତୋଳାଳୀ ବୈକୁଣ୍ଠ

ଓଡ଼ଗାଁ ,୨୩।୭(ଆଦର୍ଶ କୁମାର ପଟ୍ଟନାୟକ)-ଗ୍ରାମର ଅନ୍ୟମାନଙ୍କ ଭଳି ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ରୋଜଗାର କରିବାକୁ ଉଚିତ ମନେ କଲେନି ସେ। ଗଁାରେ ରହି...

ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ: ଦୁଇ ଜୀବନ ଗଲା ପରେ ଖୋଲିଲା ସ୍ବତନ୍ତ୍ର ୱାର୍ଡ

ଅନୁଗୋଳ ଅଫିସ, ୨୬।୪-  ଅନୁଗୋଳକୁ ଡରାଇଲାଣି ସ୍ବାଇନ ଫ୍ଲୁ। ହଠାତ୍‌ ଏଭଳି ମାରାତ୍ମକ ରୋଗ ଆସିବା ଓ ଦୁଇ ଜଣଙ୍କ ଜୀବନ ନେବା ପରେ ସହରବାସୀ...

ବିପଦ ସୃଷ୍ଟି କରୁଛି ରାଜପଥ ପାର୍ଶ୍ୱ ଶୁଖିଲା ଗଛ

ଛେଣ୍ଡିପଦା,୩।୬(ସ୍ବ.ପ୍ର.) ଅନୁଗୋଳ ଛେଣ୍ଡିପଦା ୬୩ନଂ. ରାଜ୍ୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଅନେକ ଶୁଖିଲା ଗଛ କଟାଯାଉ ନ ଥିବାରୁ ଏହା ଯାତ୍ରୀଙ୍କ ପାଇଁ ବିପଦ...

ଜମିବାଡ଼ିକୁ କେନ୍ଦ୍ରକରି ୨ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ: ସାନ ପୁଅ ମାଡ଼ରେ ବାପା ଆହତ, ଉତ୍ତ୍ୟକ୍ତ ଲୋକେ ବାନ୍ଧିଲେ ପୁଅକୁ

ମହାକାଳପଡ଼ା, ୭।୬(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରାମକଣି ଗ୍ରାମରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ରାମଚନ୍ଦ୍ର ବେହେରାଙ୍କ ଦୁଇ ପୁଅ ବିଜୟ ଓ ଅଜୟଙ୍କ...

ବିପଦସଙ୍କୁଳ ରାମିଆଳ ସେତୁ

କାମାକ୍ଷାନଗର, ୨୩।୬(ଡି.ଏନ୍‌.ଏ.) – କାମାକ୍ଷାନଗର ସଦରରୁ ପରଜଙ୍ଗକୁ ସଂଯୋଗ କରୁଥିବା ୫୩ନଂ. ଜାତୀୟ ରାଜପଥର ଆଳତୁମାଠାରେ ରାମିଆଳ ନଦୀ ଉପରେ ନିର୍ମାଣ ସେତୁ ବିପଦସଙ୍କୁଳ ହୋଇପଡ଼ିଛି।...

ଖଟି ଖାଇବାରେ ମଜା ଅଲଗା

ଦହି ନେବ…ଦହି। ସ୍ନେହ ବୋଳା ଏହି ଦି ପଦ ଡାକ ଶୁଣିଲେ ଘରୁ ବାହାରି ଆସନ୍ତି ପିଲାଠାରୁ ବୟସ୍କ। ସକାଳୁ ସକାଳୁ ଲୋକଙ୍କ ଦୁଆର ମୁହଁକୁ...

Leave a comment

Your email address will not be published. Required fields are marked *