ଦେବୀ ନଦୀ ଶଯ୍ୟା ଖନନ: ସ୍ଥିତି ଅନୁଧ୍ୟାନ କଲେ ବୁର୍ଲା ଜଳସମ୍ପଦ ବିଭାଗ ବିଶେଷଜ୍ଞ

କାକଟପୁର, ୨୦।୮(ଡି.ଏନ୍‌.ଏ.)-ପୋତି ହୋଇପଡ଼ିଥିବା ଦେବୀ ନଦୀ ଶଯ୍ୟା ଖନନ ହେବ। ଏଥିପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସମ୍ବଲପୁରର ବୁର୍ଲାସ୍ଥିତ ଜଳସମ୍ପଦ ବିଭାଗର ରିସର୍ଚ୍ଚ ଆଣ୍ଡ କ୍ୱାଲିଟି କଣ୍ଟ୍ରୋଲ ବିଭାଗ ନିର୍ଦ୍ଦେଶକ ତଥା ବିଶେଷଜ୍ଞ ସୁବାସଚନ୍ଦ୍ର ମିଶ୍ର ମଙ୍ଗଳବାର କାକଟପୁରର ଦେବୀ ନଦୀକୁ ଯାଇ ଅନୁଧ୍ୟାନ କରିଛନ୍ତି। ବିଶେଷଜ୍ଞ ମିଶ୍ର ବନ୍ଧର ଷାଠିଏବାଟିଠାରୁ ଡଙ୍ଗାରେ ନଦୀ ଗର୍ଭକୁ ଯାଇ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଥିଲେ। ଦେବୀ ନଦୀର ଶଯ୍ୟା ପୋତି ହୋଇଯାଇଥିବାରୁ ଏହାର ଖନନ ହେଲେ ବନ୍ୟା ପରିସ୍ଥିତି ନିୟନ୍ତ୍ରଣ ହୋଇପାରିବ ବୋଲି କାକଟପୁର ଜଳସେଚନ ବିଭାଗ ଉପନିର୍ବାହୀ ଯନ୍ତ୍ରୀ ପ୍ରତାପଚନ୍ଦ୍ର ବିଶ୍ୱାଳ କହିଥିଲେ। ବିଶେଷଜ୍ଞ ମିଶ୍ରଙ୍କ ସହିତ ନିମାପଡ଼ା ଜଳସେଚନ ବିଭାଗ ନିର୍ବାହୀ ଯନ୍ତ୍ରୀ ଶଶୀଭୁଷଣ ମିଶ୍ର, କାକଟପୁର ସହକାରୀ ଯନ୍ତ୍ରୀ ପ୍ରାଣବନ୍ଧୁ ବେହେରା, କନିଷ୍ଠ ଯନ୍ତ୍ରୀ ତପନ କୁମାର ନାୟକ ଉପସ୍ଥିତ ଥିଲେ।

ମହାନଦୀରେ ବନ୍ୟାଜଳ ପ୍ରବେଶ କଲେ ଏହାର ୬୦ଭାଗରୁ ଊର୍ଦ୍ଧ୍ୱ ଜଳ ଶାଖା ନଦୀମାନଙ୍କରେ ପ୍ରବାହିତ ହୋଇ ସମୁଦ୍ରକୁ ନିଷ୍କାସିତ ହୋଇଥାଏ। ମହାନଦୀର ଅନ୍ୟତମ ଶାଖା ନଦୀ ହେଉଛି ଦେବୀ ନଦୀ। ଦେବୀ ନଦୀର ଶେଷ ମୁଣ୍ଡ ଅର୍ଥାତ୍‌ କାକଟପୁର ଜଳସେଚନ ଉପଖଣ୍ଡ ଅଧୀନସ୍ଥ ଶିଖସେତୁଠାରୁ ମୁହଁାଣ ପର୍ଯ୍ୟନ୍ତ ଶଯ୍ୟାରେ ବାଲିଚଡ଼ା ସୃଷ୍ଟି ହୋଇଛି। ଫଳରେ ସମୁଦ୍ରକୁ ଠିକ୍‌ ଭାବେ ଜଳ ନିଷ୍କାସିତ ହୋଇ ନ ପାରି ପ୍ରତିବର୍ଷ ବନ୍ୟା ପରିସ୍ଥିତି ଗମ୍ଭୀର ହୋଇପଡ଼ୁଛି। ଦେବୀନଦୀ ଦକ୍ଷିଣପାର୍ଶ୍ୱ ବନ୍ଧର ବାଉରିଆକଣ ଏବଂ ଷାଠିଏବାଟିଠାରେ ବନ୍ୟାଜଳ ବନ୍ଧକୁ ଲାଗି ପ୍ରବାହିତ ହେଉଥିବାରୁ କାକଟପୁର ଓ ଅସ୍ତରଙ୍ଗ ବ୍ଲକ ଅଞ୍ଚଳର ଜନସାଧାରଣ ଆତଙ୍କିତ ହୋଇପଡ଼ୁଛନ୍ତି। ଦେବୀ ନଦୀରେ ବନ୍ୟା ନିୟନ୍ତ୍ରଣ ନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଆଇଆଇଟି ମାଡ୍ରାସକୁ ଦାୟିତ୍ୱ ଦିଆଯାଇଥିଲା। ମାଡ୍ରାସ ଆଇଆଇଟିର ବିଶେଷଜ୍ଞମାନେ ଏଠାକୁ ଆସି ପରିସ୍ଥିିତି ଅନୁଧ୍ୟାନ କରି ନଦୀର ଦକ୍ଷିଣପାର୍ଶ୍ୱ ବନ୍ଧ ତଳକୁ ୧୪ଟି ସ୍ପର୍‌(ହାଇଲେବୁଲ ବୁରୁଜ) ନିର୍ମାଣ ସହ ନଦୀର ଶଯ୍ୟା ଖନନ କରିବାକୁ ପରାମର୍ଶ ଦେଇଥିଲେ। କାକଟପୁର ଜଳସେଚନ ବିଭାଗ ପକ୍ଷରୁ ବନ୍ଧ ତଳେ ବିଭିନ୍ନ ସ୍ଥାନରେ ୧୪ଟି ସ୍ପର୍‌ ନିର୍ମାଣ କରାଯାଇଥିଲେ ବି ଶଯ୍ୟା ଖନନ କରାଯାଇନାହିଁ। ଫଳରେ ବନ୍ୟା ପରିସ୍ଥିତିରେ କୌଣସି ସୁଧାର ଆସିପାରିନାହିଁ। ଏହାର ଅନୁଧ୍ୟାନ କରିବାକୁ ଗତ ୧୫ତାରିଖରେ ଜଳସମ୍ପଦ ବିଭାଗ ସଚିବ ପ୍ରଦୀପ ଜେନା ସ୍ଥିତି ଅନୁଧ୍ୟାନ କରି ବାଲିଚଡା ସୃଷ୍ଟିହୋଇ ଶଯ୍ୟା ପୋତି ହୋଇଯାଇଥିବା ଦେଖିବା ପରେ ଖନନ ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା।


All Right Reserved By

ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଖୋଲିଲାନି ଏକାଦଶ: ହାଇକୋର୍ଟ ଯିବାକୁ ଅଭିଭାବକଙ୍କ ଚେତାବନୀ

ନୟାଗଡ଼ ଅଫିସ,୨୬।୫-ନୟାଗଡ଼ କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ବର୍ଷ ଏକାଦଶ ଶ୍ରେଣୀ ନ ଖୋଲିବାରୁ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଦେଇଛି। ଅଭିଭାବକ ସଂଘ ଏ ନେଇ ହାଇକୋର୍ଟ...

ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ:ବିଶ୍ୱରେ ୪୦% ସାମୁଦ୍ରିକ ବନ୍ୟପ୍ରାଣୀ କ୍ଷତିଗ୍ରସ୍ତ

ଭୁବନେଶ୍ୱର, ୪ା୯(ବ୍ୟୁରୋ):ଆଜି ଜାତୀୟ ବନ୍ୟପ୍ରାଣୀ ଦିବସ। ପ୍ରତିବର୍ଷ ସେପ୍ଟେମ୍ବର ୪କୁ ବନ୍ୟପାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ଉଦ୍ଦେଶ୍ୟରେ ପାଳନ କରାଯାଉଛି। ଏଥର ଏହି ଦିବସ ଥିମ୍‌...

ପୋଷ୍ଟମ୍ୟାନ୍‌ ନିଯୁକ୍ତି ପରୀକ୍ଷା ବାତିଲ: ସ୍ଥାନୀୟ ଭାଷାରେ ପୁଣି ହେବ

ନୂଆଦିଲ୍ଲୀ,୧୭ା୭(ପି.ଟି.) : ଗ୍ରାମାଞ୍ଚଳରେ ପୋଷ୍ଟମ୍ୟାନ୍‌ ଓ ଆସିଷ୍ଟାଣ୍ଟ ପଦବୀ ପାଇଁ ରବିବାର ଅନୁଷ୍ଠିତ ପରୀକ୍ଷାକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି। ତାମିଲ ପରିବର୍ତ୍ତେ କେବଳ ହିନ୍ଦୀ...

ମନବୋଧଙ୍କ ମୁହଁକୁ ଗ୍ରାସ କରିଚାଲିଛି ଟ୍ୟୁମର: ‘ସହାୟତା ନ ଦେଲେ ଇଚ୍ଛାମୃତ୍ୟୁ ପାଇଁ ଅନୁମତି ଦିଅ’

ଭୁବନେଶ୍ୱର,୨୫।୮(ବ୍ୟୁରୋ): ଯେଉଁ ବୟସରେ ରୋଜଗାର କରି ପରିବାର ପାଇଁ ସହାୟକ ହେବା କଥା, ସେହି ବୟସରେ ଜୀବନ ପାଲଟିଯାଇଛି ନର୍କ। କାରଣ ମୁହଁକୁ ଗ୍ରାସ କରିଚାଲିଛି...

ଚିପଟ ଅସ୍ତିଆବାସୀ ଅବହେଳାର ଶିକାର, ସମସ୍ୟାର ସମାଧାନ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୭ା୮- ମୟୂରଭଞ୍ଜ ଜିଲା ସଦର ମହକୁମା ବାରିପଦା ସୀମାଠାରୁ ୫୦୦ ମିଟର ଦୂରରେ ଅବସ୍ଥିତ ଶାମାଖୁଣ୍ଟା ବ୍ଲକର ଚିପଟ ଅସ୍ତିଆ ଗ୍ରାମ ଜନସାଧାରଣ ଦୀର୍ଘ...

ଶ୍ରବଣ ଶକ୍ତି ଫେରିପାଇଲେ ୨ ଝିଅ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ସାରା ଜୀବନ ପାଇଁ ବଧିର ହୋଇଯିବା ଆଶଙ୍କାରେ ଥିବା କୋରାପୁଟର ଦୁଇଜଣ କୁନି ଝିଅ ନିଜର ଶ୍ରବଣ ଶକ୍ତି ଫେରିପାଇଛନ୍ତି। ରାଜ୍ୟ ସରକାରଙ୍କ ସହାୟତାରେ...

ପୋଲ ଉପରେ ୩ଫୁଟ ବର୍ଷା ପାଣି: ବିଦ୍ୟାଳୟକୁ ଯିବା ଆସିବା ବାଧାପ୍ରାପ୍ତ; ରଶି ଟାଣି ଛାତ୍ରୀଛାତ୍ରଙ୍କୁ ଉଦ୍ଧାର କରାଗଲା

ତେଲକୋଇ, ୯।୮(ଡି.ଏନ.ଏ.)-ତେଲକୋଇ ବ୍ଲକ ଅଧୀନରେ ଥିବା ଓରିଆ ପଞ୍ଚାୟତ ପିଟାନାଳିରେ ରହିଛି ଆଦର୍ଶ ବିଦ୍ୟାଳୟ। ଲଗାଣ ବର୍ଷା ହେଲେ ଘାଟିରୁ ପାଣି ଯାକ ଏହି ନାଳ...

ଆବେଦନ ପତ୍ର କମିଟିର ତୃତୀୟ ବୈଠକ

ଭୁବନେଶ୍ୱର,୨୪।୯(ବ୍ୟୁରୋ): ବିଧାନସଭା ଆବେଦନ ପତ୍ର କମିଟି(୨୦୧୯-୨୦)ର ତୃତୀୟ ବୈଠକ ବିଧାୟକ ବଦ୍ରିନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ବିଧାନସଭା ସଚିବାଳୟ କମିଟି ପ୍ରକୋଷ୍ଠ ନଂ ୫୫ରେ ଅନୁଷ୍ଠିତ ହୋଇଯାଇଛି।...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *