ପଟ୍ଟାମୁଣ୍ଡାଇ ଏସ୍‌ଡିଏଚ୍‌ ପରିଦର୍ଶନ କଲେ କେନ୍ଦ୍ରାପଡ଼ା ଜିଲାପାଳ: ବାକି ଥିବା କାର୍ଯ୍ୟ ସାରିବା ଲାଗି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ, ୨୦।୮(ସ୍ବ.ପ୍ର.): କେନ୍ଦ୍ରାପଡା ଜିଲାପାଳ ସମର୍ଥ ବର୍ମା ମଙ୍ଗଳବାର ପୂର୍ବାହ୍ନରେ ପଟ୍ଟାମୁଣ୍ଡାଇ ଏସ୍‌ଡିଏଚ୍‌(ଉପଖଣ୍ଡସ୍ତରୀୟ ହସ୍ପିଟାଲ) ପରିଦର୍ଶନ କରିଛନ୍ତି। ତାଙ୍କ ସହିତ ତହସିଲଦାର ଶରତ କୁମାର ଗିରି, ପଟ୍ଟାମୁଣ୍ଡାଇ ପୌରନିର୍ବହୀ ଅଧିକାରୀ ସମ୍ପଦ କୁମାର ସ୍ବାଇଁ ଡା. ପ୍ରମୋଦ କୁମାର ପ୍ରହରାଜ ପ୍ରମୁଖ ଜିଲାପାଳଙ୍କ ସହ ବିଭିନ୍ନ ୱାର୍ଡକୁ ଯାଇ ପରିଦର୍ଶନ କରିଥିଲେ। ଏଥିସହ ହସ୍ପିଟାଲ ଥିବା ଶିଶୁ ଅପପୃଷ୍ଟି କେନ୍ଦ୍ର ଦେଖଥିଲେ। ନୂତନ ଭାବେ ନିର୍ମିତ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରକୁ ଯାଇ ବିଭିନ୍ନ ବିଭାଗରେ ବୁଲିଥିଲେ। ଏସ୍‌ଡିଏଚ୍‌ରେ ବାକିଥିବା ବିଭିନ୍ନ କାର୍ଯ୍ୟ ଓ ସାମାନ୍ୟ ବର୍ଷାରେ ଏସ୍‌ଡିଏଚ୍‌ ପରିସରରେ ଜମିରହିଥିବା ପାଣିର ତୁରନ୍ତ ପ୍ରତିକାର କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଜିଲାପାଳ ବର୍ମା ପଟ୍ଟାମୁଣ୍ଡାଇ ବାଇପାସ ଛକରେ ଥିବା ଆହାର କେନ୍ଦ୍ରକୁ ଯାଇ ଖାଦ୍ୟର ସୱାଦ ସମ୍ପର୍କରେ ପଚାରି ବୁଝିଥିଲେ। ଦୈନିକ କେତେ ଜଣଙ୍କ ଖାଦ୍ୟ ପ୍ରସ୍ତୁତ ହେଉଛି ଏବଂ କେତେ ଲୋକ ଖାଉଛନ୍ତି ତାହା ପଚାରି ବୁଝିଥିଲେ।


All Right Reserved By

ବିଷାକ୍ତ ଛତୁଖାଇ ୮ ଅସୁସ୍ଥ

ରାୟଗଡା ଅଫିସ୍‌, ୧୯।୫- ରାୟଗଡା ଜିଲା କାଶୀପୁର ବ୍ଲକ୍‌ ଗୋଡିବାଲିଠାରେ ବିଷାକ୍ତ ଛତୁଖାଇ ୮ଜଣ ଶ୍ରମିକ ଅସୁସ୍ଥ ହୋଇପଡିଛନ୍ତି । ସେମାନଙ୍କୁ ପ୍ରଥମେ ମାଣ୍ଡିବିଶି ପ୍ରାଥମିକ...

ଶ୍ରୋତା ପରିଷଦର ରାଜ୍ୟସ୍ତରୀୟ ସମ୍ମିଳନୀ:ଆକାଶବାଣୀ କାର୍ଯ୍ୟକ୍ରମ ସଦା ଆଦରଣୀୟ

ଢେଙ୍କାନାଳ ଅଫିସ,୩ା୯ ଢେଙ୍କାନାଳ ଜିଲା ସଦର ବ୍ଲକ ପଶ୍ଚିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆକାଶବାଣୀ ଶ୍ରୋତା ପରିଷଦର ଏକ ରାଜ୍ୟସ୍ତରୀୟ ସମ୍ମିଳନୀ ସୋମବାର ଅନୁଷ୍ଠିତ ହୋଇଯାଇଛି। ଆକାଶବାଣୀ...

ଏଟିଏମ୍‌ ତାଡ଼ି ଟଙ୍କା ଲୁଟ୍‌

ଛେଣ୍ଡିପଦା,୧ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅନ୍ତର୍ଗତ କୋଶଳା ଲକ୍ଷ୍ମୀ ବଜାରଠାରେ ଥିବା ଆକ୍ସିସ ବ୍ୟାଙ୍କ ଏଟିଏମ ତାଡ଼ି ଶନିବାର ରାତିରେ ଦୁର୍ବୃତ୍ତମାନେ ଟଙ୍କା ଲୁଟ୍‌...

କଂଗ୍ରେସକୁ ହରାଇ ଦ୍ୱିତୀୟ ଥର ପାଇଁ ବସ୍ତାରେ ବିଧାୟକ ହେଲେ ନିତ୍ୟାନନ୍ଦ

ବସ୍ତା,୨୪।୫(ସ୍ବ.ପ୍ର): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଚଳିତ ନିର୍ବାଚନର ଫଳାଫଳ ଶୁକ୍ରବାର ସକାଳେ ପ୍ରକାଶ ପାଇଛି । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଭୋଟ ଗଣତି...

ବରଗଡ଼ରେ ମାତିଛନ୍ତି ଚୋର: ଘରେ କେହି ନ ଥିବା ବେଳେ ନେଇଗଲେ ନଗଦ ଟଙ୍କା, ସୁନାଗହଣା; ଟାଉନ ଥାନା ପୋଲିସର ତନାଘନା

ବରଗଡ଼ ଅଫିସ୍‌,୨।୮- ବରଗଡ଼ ସହରରେ ଗତ କିଛିମାସ ହେଲା ଚୋରମାନେ ସକ୍ରିୟ ହୋଇପଡ଼ିଛନ୍ତି। ପୋଲିସକୁ ଚ୍ୟାଲେଞ୍ଜ କରି ସହରରେ ଗୋଟିଏ ପରେ ଗୋଟିଏ ଚୋରି ଘଟୁଛି...

ପଞ୍ଚାୟତ ଗଠନର ଅଢେଇ ବର୍ଷ ପୁରିଲା, ଉନ୍ନୟନ କାର୍ଯ୍ୟ ଶୂନ: ମାନିଗୁଡା ପଞ୍ଚାୟତବାସୀ ବିିଡିଓଙ୍କ ଦ୍ୱାରସ୍ଥ

ନୂଆପଡା ଅଫିସ,୧୧ା୬: ନୂଆପଡ଼ା ଜିଲା କୋମନା ବ୍ଲକ ମାନିଗୁଡା ଗ୍ରାମପଞ୍ଚାୟତଗଠନର ଆଜକୁ ଅଢେଇ ବର୍ଷ ଗଡିଯିବ ହେଲେ କୌଣସି ଉନ୍ନୟନ କାର୍ଯ୍ୟ ହୋଇ ନ ଥିବା...

ନିର୍ବନ୍ଧର ଗୋଟିଏ ଦିନ ପୂର୍ବରୁ ଯୁବକ ମୃତ

ଜଗନ୍ନାଥପ୍ରସାଦ,୨୧।୫(ଡି.ଏନ.ଏ.)-ନିର୍ବନ୍ଧର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ମଙ୍ଗଳବାର ଜଣେ ଯୁବକଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅଧୀନ ୨୧ନଂ. ରାଜ୍ୟ...

ଘରେ ପଶିଲା ବର୍ଷା ପାଣି

ଛେଣ୍ଡିପଦା, ୮ା୯(ଡି.ଏନ.ଏ.) – ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ତିନି ଦିନ ଧରି ବର୍ଷା ଲାଗି ରହିଛି। ଏଥିଯୋଗୁ ଜରପଡା ଥାନା ତୁକୁଡା ଗ୍ରାମର ଅନେକଙ୍କ ଘରେ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *