Posted inଫୁରସତ

ପବନରୁ ମିଳିବ ପାନୀୟ ଜଳ

ଚେକ୍‌ ଗଣରାଜ୍ୟର ପ୍ରାଗ ବିଶ୍ୱବିଦ୍ୟାଳୟର ଗବେଷକମାନେ ସ୍ବୟଂଚାଳିତ ସୋଲାର ସିଷ୍ଟମ୍‌ ଦ୍ୱାରା ପବନରୁ ପାଣି ସଂଗ୍ରହ କରିବାର ଏକ ପଦ୍ଧତି ପାଇଛନ୍ତି। ଏହାକୁ ସୋଲାର ଏୟାର ଓ୍ବାଟର ଆର୍ଥ ରିସୋର୍ସ( ଏସ୍‌ଏଡବ୍ଲ୍ୟୁଇଆର ବା ସାଓ୍ବେର )କୁହାଯାଉଛି। ଏହି ପଦ୍ଧତିରେ ସେମାନେ ଦିନକୁ ୧୦୦ ଲିଟର ପାନୀୟ ଜଳ ସଂଗ୍ରହ କରିପାରୁଛନ୍ତି। ପୃଥିବୀର ଯେକୌଣସି ସ୍ଥାନରେ ଏମିତି କି ମରୁଭୂମିରେ ମଧ୍ୟ ସାଓ୍ବେର ମାଧ୍ୟମରେ ଏହି ପରିମାଣର ଜଳ ସଂଗ୍ରହ କରାଯାଉଛି। ସାଓ୍ବେରର ପ୍ରଥମ ମଡେଲ ବା ପ୍ରତିକୃତିକୁ ଗବେଷକମାନେ ଆରବ ଏମିରେଟ୍‌ସର ଆବୁଧାବିଠାରୁ ୭୦ କିଲୋମିଟର ଦୂର ସ୍ବିହାନ ସହରରେ ଲଗାଯାଇଛି। ବିଭିନ୍ନ ଋତୁରେ ଏହା କିଭଳି ଜଳ ସଂଗ୍ରହ କରିପାରୁଛି ତାହା ଜାଣିବା ପାଇଁ ଏହାକୁ ୬ ମାସ ଯାଏ ସେଠାରେ ଲଗାଯାଇ ପରୀକ୍ଷା କରାଯିବ। ଲାବରେଟୋରିରେ ମଧ୍ୟ ଏହାର ପରୀକ୍ଷା ଜାରି ରହିବ ବୋଲି କୁହାଯାଇଛି। ସାଓ୍ବେର୍‌ରେ ଦୁଇଟି କଣ୍ଟେନର ରହିଛି। ଡିସ୍‌ଟିଲ୍‌ଡ ଓ୍ବାଟର ସହ ଏକ ପ୍ରଡକ୍ସନ ୟୁନିଟ ରହିଛି ଓ ଆଉ ଗୋଟିଏ କଣ୍ଟେନର୍‌ରେ ହିଟ୍‌ ଆଣ୍ଡ୍‌ କୋଲ୍ଡ ପ୍ରୋସେସ୍‌ ଲାଗି ଆକ୍ୟୁମୁଲେଟର ଲଗାଯାଇଛି। ଏଥିରେ ସୋଲାର ଶକ୍ତିକୁ ନିୟନ୍ତ୍ରଣ କରାଯିବାର ପଦ୍ଧତି ମଧ୍ୟ ରହିଛି । ସାଓ୍ବେର ମୂଲ୍ୟ ୪ ଲକ୍ଷ ଡଲାର ପାଖାପାଖି ରହିବ ଓ ଏଥିରୁ ଯେଉଁ ପାଣି ମିଳିବ ତାହାର ମୂଲ୍ୟ ପ୍ରଥମ ବର୍ଷ ୧ ଲିଟରକୁ ୧୦ ଡଲାର ରଖାଯିବ। ଏହି ପ୍ରୋଜେକ୍ଟକୁ ଦୁବାଇ ଏକ୍ସପୋରେ ୨୦୨୦ ଅକ୍ଟୋବରରୁ ଏପ୍ରିଲ ୨୦୨୧ ମଧ୍ୟରେ ପ୍ରଦର୍ଶନ କରାଯିବାର ଯୋଜନା କରାଯାଇଛି।


All Right Reserved By Dharitri.Com

କ୍ୟାମେରା ଦେଖି ପୋଜ୍‌ ଦେଉଛି ଏହି ଛେଳି, ଲୋକେ କୋରିଆ ପପ୍‌ଷ୍ଟାରଙ୍କ ସହ କରୁଛନ୍ତି ତୁଳନା

ଆଜିକାଲିର ସମୟରେ କ୍ୟାମେରା ଦେଖିଲେ ଯେ କେହିବି ଭଲ ପୋଜ୍‌ ଦେବାକୁ ଚାହିଁଥାଏ। ହେଲେ ମାଲେସିଆର ପେରାକ ରାଜ୍ୟର ଏକ ଫାର୍ମରେ ଥିବା ସନେନ ପ୍ରଜାତିର...

ହ୍ବିଲ ଚେୟାରରେ ବସି କଲେ ବିଶ୍ୱ ରେକର୍ଡ

ଯେଉଁ ବ୍ୟକ୍ତି ଦୁର୍ବଳତାକୁ ନିଜ ଶକ୍ତି କରିପାରେ ସେ ହିଁ ଆକାଶ ଛୁଇଁପାରେ। ସେମିତି ଜଣେ ବ୍ୟକ୍ତି ହେଉଛନ୍ତି ବ୍ରିଟେନ୍‌ର ପୂର୍ବତନ ସୈନିକ ମାର୍ଟିନ ଟୟ।...

ମାରିଟାଇମ ଜଗତରେ ମହିଳା ସଶକ୍ତୀକରଣ

ଜାତିସଂଘ:୨୦୧୯ସେପ୍ଟେମ୍ବର ୨୬, ଗୁରୁବାର ପାଳନ କରାଯାଉଛି ବିଶ୍ୱ ମାରିିଟାଇମ ଦିବସ। ‘ସାମୁଦ୍ରିକ ଜଗତ ସମ୍ପର୍କରେ ମହିଳାମାନଙ୍କୁ ସଶକ୍ତୀକରଣ କରିବା’ ସ୍ଲୋଗାନ ନେଇ ଏହି ଦିବସ ପାଳନ...

୭୯ ବର୍ଷରେ ମାଟ୍ରିକ୍‌ ପାସ୍‌

ଉଦ୍ଧମ ସିଂ ନଗର(ଉତ୍ତରାଖଣ୍ଡ): ଦୃଢ ଇଚ୍ଛାଶକ୍ତି ପାଖରେ ବୟସ ବି ହାର୍‌ ମାନିଥାଏ। ଏହାର ପ୍ରମାଣ ଦେଇଛନ୍ତି ୭୯ ବର୍ଷୀୟ ଅବସରପ୍ରାପ୍ତ ସିଆର୍‌ପିଏଫ୍‌ ସୁବେଦାର-ମେଜର। ପାଠ...

ଅଧିକ ଚାପରେ ଏବର ମଧ୍ୟବୟସ୍କ

ନ୍ୟୁୟର୍କ: ୧୯୯୦ ଅପେକ୍ଷା ବର୍ତ୍ତମାନର ମଧ୍ୟ ବୟସ୍କମାନେ ଅଧିକ ଚାପରେ ରହୁଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଏପରିକି କୋଭିଡ୍‌-୧୯ ଆରମ୍ଭ ହେବା ପୂର୍ବରୁ ଏଭଳି ସ୍ଥିତି...

୧୩୦ ଫୁଟ୍‌ ଉଚ୍ଚରେ ଦୀର୍ଘ ୨୬ ବର୍ଷ ହେଲା ବିତୁଛି ଏକୁଟିଆ ଜୀବନ

ଜର୍ଜିଆର ୧୩୦ ଫୁଟ୍‌ ଉଚ୍ଚ କତ୍‌ସ୍କି ଖମ୍ବ କାହଁି କେଉଁ ଯୁଗରୁ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଏପରିସ୍ଥଳରେ ସେଠାକୁ କେହି ବି ଯା’ଆସ କରନ୍ତି ନାହଁି।...

୧ ହଜାର କିମି ପଦଯାତ୍ରା ଆରମ୍ଭ କଲେ ଦମ୍ପତି, ଜାଣନ୍ତୁ କାରଣ

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିଚାରଗୁଡିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ତାମିଲନାଡୁ ମଦୁରାଇର ଏକ ଦମ୍ପତି ୧ ହଜାର କିମି ପଦଯାତ୍ରା ଆରମ୍ଭ କରିଛନ୍ତି।...

ପେଣ୍ଟିଂ ପରି ମାଛ, ଦେଖିଲେ ଭ୍ରମରେ ପଡ଼ିଯିବେ

ଅନେକ ପ୍ରକାର ମାଛ ଦେଖିଥିବେ। ହେଲେ ଏହି ମାଛକୁ ଦେଖିଲେ ଭ୍ରମରେ ପଡ଼ିଯିବେ, ଏହା ପ୍ରକୃତରେ ଏକ ମାଛ ନା ଏକ ପେଣ୍ଟିଂ। କାରଣ ଏହା...

Leave a comment

Your email address will not be published. Required fields are marked *