Posted inଖେଳ

ଆଶେସ ସିରିଜ: ୩ୟ ଟେଷ୍ଟରୁ ସ୍ମିଥ୍‌ ବାଦ୍‌

ଲଣ୍ଡନ, ୨୦।୮ (ଏଏଫ୍‌ପି)- ଅଭିଜ୍ଞ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ୍‌ ଗୁରୁବାରଠାରୁ ଏଜ୍‌ବାଷ୍ଟନରେ ଆରମ୍ଭ ହେବାକୁ ଯାଉଥିବା ସମ୍ମାନଜନକ ଆଶେସ ଟେଷ୍ଟ ସିରିଜର ୩ୟ ମ୍ୟାଚ୍‌ରୁ ବାଦ୍‌ ପଡ଼ିଛନ୍ତି। କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ପକ୍ଷରୁ ମଙ୍ଗଳବାର ଏନେଇ ଘୋଷଣା କରାଯାଇଛି। ଲଡର୍‌ସରେ ସମାପ୍ତ ହୋଇଥିବା ୨ୟ ଟେଷ୍ଟର ୪ର୍ଥ ଦିବସରେ ବ୍ୟାଟିଂ କରୁଥିବାବେଳେ ଇଂଲଣ୍ଡ ନବାଗତ ଦ୍ରୁତ ବୋଲର ଜୋଫ୍ରା ଆର୍ଚରଙ୍କ ଏକ ଘାତକ ବାଉନ୍ସର ବଲ୍‌ ସ୍ମିଥ୍‌ଙ୍କ ବେକରେ ବାଜିଥିଲା। ଫଳରେ ୩୦ ବର୍ଷୀୟ ସ୍ମିଥ୍‌ ପିଚ୍‌ ଉପରେ ପଡ଼ିଯାଇଥିଲେ ଏବଂ ଏହାପରେ ପଡ଼ିଆ ଛାଡ଼ି ଚାଲିଯାଇଥିଲେ। ପରେ କିନ୍ତୁ ସେ ପ୍ରତ୍ୟାବର୍ତ୍ତନ କରି ବ୍ୟାଟିଂ କରିଥିଲେ। ମଙ୍ଗଳବାର ସ୍ମିଥ୍‌ କିନ୍ତୁ ଅଷ୍ଟ୍ରେଲିଆ ନେଟ୍ସକୁ ଅଭ୍ୟାସ ପାଇଁ ଆସି ନ ଥିଲେ। ଏହାପରେ ଦଳର ମୁଖ୍ୟ କୋଚ୍‌ ଜଷ୍ଟିନ ଲାଙ୍ଗର ୩ୟ ଟେଷ୍ଟରେ ସ୍ମିଥ୍‌ଙ୍କ ଅନୁପସ୍ଥିତି ନେଇ ଘୋଷଣା କରିଥିଲେ। ଚଳିତ ସିରିଜରେ ସ୍ମିଥ୍‌ ୩ଟି ଇନିଂସରୁ ଯଥାକ୍ରମେ ୧୪୨, ୧୪୪ ଓ ୯୨ ରନ୍‌ ସଂଗ୍ରହ କରିଛନ୍ତି। ତୃତୀୟ ଟେଷ୍ଟରେ ସ୍ମିଥ୍‌ଙ୍କ ବଦଳ ଖେଳାଳିଭାବେ କିଏ ଦଳ ସହ ଯୋଗଦେବେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ଲଡର୍‌ସ ଟେଷ୍ଟରେ ଅଷ୍ଟ୍ରେଲିଆର ୨ୟ ଇନିଂସରେ ସ୍ମିଥ୍‌ ବ୍ୟାଟିଂ କରିବାକୁ ଆସି ନ ଥିଲେ। ଫଳରେ ମାର୍ନସ ଲାବୁଶ୍ଚାନେ ବଦଳ ଖେଳାଳିଭାବେ ଫିଲ୍ଡିଂ ଓ ବ୍ୟାଟିଂ କରିଥିଲେ। ଏଥିସହ ଟେଷ୍ଟ କ୍ରିକେଟ୍‌ ଇତିହାସରେ ମାର୍ନସ ପ୍ରଥମ ବଦକ ଖେଳାଳି ହେବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। ଏହି ମ୍ୟାଚ୍‌ର ୨ୟ ଇନିଂସରେ ସ୍ମିଥ୍‌ଙ୍କ ଅନୁପସ୍ଥିତିରେ ସେ ବ୍ୟାଟିଂ କରି ୫୯ ରନ୍‌ ସଂଗ୍ରହ କରିଥିଲେ। ୫ ମ୍ୟାଚ୍‌ବିଶିଷ୍ଟ ଆଶେସ ସିରିଜର ପ୍ରଥମ ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ରହିଛି।


All Right Reserved By Dharitri.Com

Posted inଖେଳ View All

ବିଶ୍ୱର ୫ କ୍ରିକେଟର୍ସ ବିଷୟରେ ଜାଣନ୍ତୁ, ଯାହାଙ୍କ ସ୍ତ୍ରୀ ବି ଜଣେ ଜଣେ ବିଶ୍ୱସ୍ତରୀୟ ଖେଳାଳି

କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି, ଯେଉଁମାନେ ବ୍ୟକ୍ତିଗତ ଜୀବନରେ ଜଣେ ଖେଳାଳିଙ୍କୁ ବିବାହ କରିଛନ୍ତି। ଆସନ୍ତୁ ସେଭଳି ୫ ଯୋଡିଙ୍କ ବିଷୟରେ ଜାଣିବା… ମିଚେଲ...

ଶ୍ରୀଲଙ୍କା-ସ୍କଟ୍‌ଲାଣ୍ଡ ମ୍ୟାଚ୍‌ ବାତିଲ

ଏଡିନବର୍ଗ, ୧୯।୫- ଶ୍ରୀଲଙ୍କା ଓ ଘରୋଇ ସ୍କଟ୍‌ଲାଣ୍ଡ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମ୍ୟାଚ୍‌...

କୋହଲିଙ୍କ ଦ୍ୱିଶତକ ପରେ ଏମିତି ସେଲିବ୍ରେଶନ କଲେ ଅନୁଷ୍କା

ପୁଣେ,୧୨।୧୦: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରେ ନିଜର ସପ୍ତମ ଦ୍ୱିଶତକ ପୂରଣ କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଏଠାରେ ଚାଲିଥିବା...

ସୁଲତାନ ଜୋହର କପ୍‌ ହକି: ଭାରତର କ୍ରମାଗତ ଦ୍ୱିତୀୟ ବିଜୟ ନ୍ୟୁଜିଲାଣ୍ଡ ୮-୨ ଗୋଲ୍‌ରେ ପରାସ୍ତ

ଜୋହର ବାହରୁ,୧୩।୧୦(ପି.ଟି.)- ଏଠାରେ ଚାଲିଥିବା ସୁଲତାନ ଜୋହାର କପ୍‌ ହକି ଟୁର୍ନାମେଣ୍ଟରେ ଭାରତୀୟ ଜୁନିୟର ଦଳ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛି। ଶନିବାର ପ୍ରଥମ...

‘ରାବାଡାଙ୍କୁ ଆଇପିଏଲରେ ଖେଳିବାରୁ ରୋକିବାକୁ ଉଦ୍ୟମ କରିଥିଲୁ’

ସାଉଥାମ୍ପ୍‌ଟନ,୨୪।୬: ପାକିସ୍ତାନଠାରୁ ୪୯ ରନ୍‌ରେ ପରାସ୍ତ ହେବା ପରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପ୍‌ର ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଛି। ଏହାପରେ ଅଧିନାୟକ ଫାଫ୍‌ ଡୁପ୍ଲେସି...

ଷ୍ଟୋକ୍ସଙ୍କୁ ନାଇଟ୍‌ ଉପାଧି ମିଳିବ

ଲଣ୍ଡନ, ୧୭।୭(ପି.ଟି.)- ବିଶ୍ୱକପ୍‌ ହିରୋ ଇଂଲଣ୍ଡ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟେକ୍ସଙ୍କୁ ନାଇଟ୍‌ ଉପାଧି ପ୍ରଦାନ କରାଯିବ। ଦିନିକିଆ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଷ୍ଟୋକ୍ସ...

ଆଇସିସି ବିଶ୍ୱକପ୍‌: ଭାରତ- ପାକିସ୍ତାନ ହାଇଭୋଲ୍‌ଟେଜ ମୁକାବିଲା

ମାଞ୍ଚେଷ୍ଟର,୧୬।୬(ପି.ଟି.)- ପୁଣି ଥରେ ଉପମହାଦେଶର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଏକ ହାଇଭୋଲଟେଜ କ୍ରିକେଟ ମ୍ୟାଚ୍‌ରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଚଳିତ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)...

ବିଶ୍ୱକପ୍‌ ଆୟୋଜକଙ୍କୁ ଗାଭାସ୍କରଙ୍କ ସମାଲୋଚନା

ମାଞ୍ଚେଷ୍ଟର,୧୬ା୬: ପୂର୍ବତନ ଭାରତୀୟ ଅଧିନାୟକ ସୁନିଲ ଗାଭାସ୍କର ବିଶ୍ୱକପ୍‌ ଆୟୋଜକ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)କୁ ସମାଲୋଚନା କରିଛନ୍ତି। ବର୍ଷା ପ୍ରଭାବିତ ଗ୍ରାଉଣ୍ଡକୁ...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *