ଶିଳ୍ପାଙ୍କ ପୁଅ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ଭିଡିଓ ଭାଇରାଲ

ମୁମ୍ବାଇ,୧୭।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ପୁଅ ଭିଆନ କୁନ୍ଦ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓକୁ ଶିଳ୍ପାଙ୍କ ଫ୍ୟାନମାନେ ବେଶ୍‌ ପସନ୍ଦ କରିବା ସହ ପ୍ରଂଶସା ମଧ୍ୟ କରିଛନ୍ତି। ଭିଆନଙ୍କୁ ସଂସ୍କାରି ବୋଲି ମଧ୍ୟ କୁହାଯାଇଛି। ଭାଇରାଲ ହୋଇଥିବା ଭିଡିଓରେ ଶିଳ୍ପାଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ଗୋଡ଼ ଭିଆନ ମସାଜ କରୁଥିବା ଦେଖିବାକୁ ମିଳିଛି। ଏଥିରେ ଭିଆନ ବହୁତ କ୍ୟୁଟ ଦେଖାଯାଉଛନ୍ତି। ସୂଚନାଯୋଗ୍ୟ, ଶନିବାର ରାମ ନବମୀ ଦିନ ଶିଳ୍ପା ତାଙ୍କ ମା’, ଭଉଣୀ ଓ ଭିଆନଙ୍କ ସହ ମୁମ୍ବାଇର ଇସ୍କନ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ। ସେଠାରୁ ଆସିବା ପରେ ଭିଆନ ତାଙ୍କ ଆଇଙ୍କ ଗୋଡ଼ ମସାଜ୍‌ କରୁଥିବା ବେଳେ ଶିଳ୍ପା ତାଙ୍କର ଭିଡିଓ କରିଥିଲେ। ଭିଡିଓରେ ଶିଳ୍ପା କ’ଣ କରୁଛ ବୋଲି ତାଙ୍କୁ ପ୍ରଶ୍ନ କରିବାରୁ ସେ ଆଇଙ୍କ ଗୋଡ଼ ମସାଜ କରୁଛି ବୋଲି ଉତ୍ତର ଦେଇଥିଲେ। ଏହାପରେ ସୁନନ୍ଦା ଭିଆନଙ୍କ ମୁଣ୍ଡରେ ହାତ ରଖି ଆର୍ଶୀବାଦ ଦେଉଥିବା ନଜର ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ପୂର୍ବରୁ ମଧ୍ୟ ଭିଆନଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ବାହୁବଳୀ ଫେମ୍‌ ପ୍ରଭାସଙ୍କ ସେ ନକଲ କରିବା ପାଇଁ ଚେଷ୍ଟା କରିଥିଲେ।


All Right Reserved By Dharitri.Com

ଏସିଡ୍‌ ପୀଡିତାଙ୍କୁ ଭେଟିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ସେ ଦିଲ୍ଲୀରେ ଏସିଡ୍‌ ପୀଡିତାଙ୍କୁ ଭେଟିଛନ୍ତି। ଦୀପିକାଙ୍କ...

୪୧ ବର୍ଷରେ ଇମରାନ୍‌ ହାସ୍‌ମୀ: ବଲିଉଡ୍‌ରେ ଆରମ୍ଭ କରିଥିଲେ କିସିଂ-ଲିପ୍‌ଲକ୍‌ ଟ୍ରେଣ୍ଡ୍‌

ମୁମ୍ବାଇ: ବଲିଉଡ୍‌ର କିସିଂ ଷ୍ଟାର ଇମରାନ୍‌ ହାସ୍‌ମୀ ମଙ୍ଗଳବାର ୪୧ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୭୯ ମାର୍ଚ୍ଚ ୨୪ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ପ୍ରାଥମିକ...

ପୁଣି ବାଜିବ ଆଶୁତୋଷଙ୍କ ସାହାନାଇ

ଥରେ ମନେ ପକାନ୍ତୁ ନା ଗୌରୀ ଗଣନାଟ୍ୟ ପରିବେଷିତ ଅପେରା ନାଟକ ‘ବାଜିବ ଲୋ ସାହାନାଇ’କୁ। ସେହି ସମୟରେ ଆଶୁତୋଷ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏହି ନାଟକଟି...

ଦରଦୀ ଅଭିନେତା ଆକାଶ

ଓଡ଼ିଆ ଯାତ୍ରା ଜଗତରେ ଆକାଶ ନନ୍ଦ ଏକ ପରିଚିତ ନଁା। ଦରଦୀ ଗଳା। ସମୁଦ୍ର ପରି ଗଭୀର ଦୁଇ ଆଖିର ଚାହାଣି। ତାଙ୍କୁ ଦେଖିଲେ ଲାଗେ...

୭୫ ବର୍ଷର ସଂଘର୍ଷମୟ ଜୀବନ: ଜାଭେଦ୍‌ ଅଖତରଙ୍କ ମୁହଁକୁ ସ୍କ୍ରିଫ୍ଟ ଫୋପାଡ଼ି ଦେଇଥିଲେ ଜଣେ ଫିଲ୍ମ ନିର୍ମାତା

ମୁମ୍ବାଇ: ବିଶିଷ୍ଟ ଗୀତିକାର ଜାଭେଦ୍‌ ଅଖତର୍‌ ଶୁକ୍ରବାର ୭୫ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୪୫ ଜାନୁୟାରୀ ୧୭ରେ ଗ୍ବାଲିୟରଠାରେ ଜନ୍ମଗ୍ରହଣ କରିଥିଲେ। ଜୀବନର ପ୍ରାଥମିକ...

ଅଭିନେତା ହେବା ଭାଗ୍ୟରେ ଥିଲା

ଦେବଦତ୍ତ ମହାନ୍ତି! ଏହା ତାଙ୍କର ଅସଲ ନାମ। ମାତ୍ର ସମସ୍ତେ ତାଙ୍କୁ ଜାଣନ୍ତି ‘ଶଙ୍ଖାଳି’ ଭାବରେ। ଓଡ଼ିଆ ଯାତ୍ରାଜଗତର ସେ ଜଣେ ଆଗଧାଡ଼ିର ଅଭିନେତା। ତାଙ୍କ...

ବିବାହ ପରେ ପ୍ରଥମ ଥର ପରଦାରେ ନଜର ଆସିବେ ରଣବୀର- ଦୀପିକା

ରଣବୀର ସିଂହ ଫିଲ୍ମ ‘୮୩’ରେ କପିଳ ଦେବଙ୍କ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଦୀପିକାଙ୍କୁ ଦେଖିବାକୁ ମିଳିବ। ଏଥିରେ ଦୀପିକା କପିଲ ଦେବଙ୍କ ସ୍ତ୍ରୀ...

୧୨୦ ଏସିଡ୍‌ ପୀଡିତାଙ୍କୁ ସାହାଯ୍ୟ କରିବେ ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖଙ୍କ ଦରିୟା ଦିଲ୍‌ ଦେଖିବାକୁ ମିଳିଛି। ଏବେ ତାଙ୍କ ଫାଉଣ୍ଡେଶନ ପ୍ରାୟ ୧୨୦ ଏସିଡ୍‌ ପୀଡିତାଙ୍କୁ ସହାୟତା ଯୋଗାଇ ଦେବ ବୋଲି...

Leave a comment

Your email address will not be published. Required fields are marked *