ବିଗ ବି’ଙ୍କ ଲିଭରର ୭୫ ପ୍ରତିଶତ କାମ କରୁ ନାହିଁ

ମୁମ୍ବାଇ: ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍‌କୁ ନେଇ ଚର୍ଚ୍ଚାରେ ରହିଥିବା ବିଗ ବି ଏବେ ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସଂଘର୍ଷ କରୁଛନ୍ତି। ସବୁବେଳେ ଫିଟ୍‌ ଓ ଆକ୍ଟିଭ୍‌ ଦେଖାଯାଉଥିବା ୭୬ ବର୍ଷୀୟ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଜୀବନର ପ୍ରତ୍ୟେକ କଥାକୁ ଶେୟାର କରିଥାନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ତାଙ୍କ  ଲିଭରର ୭୫ ପ୍ରତିଶତ କାର୍ଯ୍ୟ କରୁ ନ ଥିବା ବେଳେ ବାକି୨୫ ପ୍ରତିଶତ ଭରସାରେ ଜୀବନ ବିତାଉଥିବା ନେଇ କହିଛନ୍ତି। ଏଥିସହ ନିଜ ସ୍ବାସ୍ଥ୍ୟାବସ୍ଥା ଉପରେ ଆଲୋଚନା କରିବା ସହ ଲୋକମାନେ ନିଜର ରେଗୁଲାର ଚେକ୍‌ଅପ୍‌ କରିବା ଉଚିତ୍‌ ବୋଲି ସେ କହିଛନ୍ତି। ଅମିତାଭ ଟ୍ୟୁବରକ୍ଲୋସିସ୍‌ ସହ ବହୁ ରୋଗରେ ପୀଡିତ ଅଛନ୍ତି। ସେ କହିଛନ୍ତି, ଯଦି ଏହି ରୋଗ ବିଷୟରେ ସମୟ ଥିବା ବେଳେ ଜଣାପଡ଼ିଥାନ୍ତା ତେବେ ତାହାର ଚିକିତ୍ସା ସମ୍ଭବପର ହୋଇଥାନ୍ତା। ହେଲେ ଏହା ସତ୍ତ୍ୱେ ବି ତାଙ୍କର ମନୋବଳ ଭାଙ୍ଗି ନ ଥିବା ବେଳେ ସେ ଏବେ ବି ନିଜର ଫିଟନେସ୍‌କୁ ନେଇ ସଜାଗ ରହିଛନ୍ତି। ପ୍ରତିଦିନ ବ୍ୟାୟାମ କରିବା ସହ ଖାଦ୍ୟପାନୀୟର ମଧ୍ୟ ଧ୍ୟାନ ରଖିଥାନ୍ତି ବୋଲି ଅମିତାଭ କହିଛନ୍ତି।


All Right Reserved By Dharitri.Com

ଭୁଲି ପାରୁନାହାନ୍ତି ସୁକାନ୍ତି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ...

ଅଫିସର

ଏକ ରାଜ୍ୟରେ ପାଞ୍ଚଜଣ ଅଫିସରଙ୍କ ଭିତରେ ଥାଏ ଅତୁଟ ବନ୍ଧୁତା। ସତେଯେମିତି ସେମାନେ ଗୋଟିଏ ରଜ୍ଜୁରେ ବନ୍ଧା। କାହାର ଅସୁବିଧା ପଡ଼ିଲେ ଏକାଠି ହୋଇ ସାହାଯ୍ୟର...

ଶ୍ରେଷ୍ଠ ଚଳଚ୍ଚିତ୍ର ‘ଭିଜା ମାଟିର ସ୍ବର୍ଗ’

ଭୁବନେଶ୍ୱର,୨୦।୧୨(ବ୍ୟୁରୋ): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ୨୦୧୮ ମସିହା ପାଇଁ ୩୦ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ବରିଷ୍ଠ ଚଳଚ୍ଚିତ୍ର...

୩୦ଫୁଟ ପାଣି ଭିତରେ ୧୨ ଘଣ୍ଟା ରହିଲେ ଦିଶା-ଆଦିତ୍ୟ

ମୁମ୍ବାଇ: ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ମଲଙ୍ଗ’ରେ ଦିଶା ପଟାନୀ ଏବଂ ଆଦିତ୍ୟ ରାୟ କପୁର ଆଖି ଲାଖି ଗଲା ପରି ଶଟ୍‌ ଦେଇଛନ୍ତି। କିନ୍ତୁ...

ଫିଲ୍ମ ଫ୍ରାଇଡେ’:‘ପାନିପତ୍‌’ ବନାମ୍‌ ‘ପତି, ପତ୍ନୀ ଔର୍‌ ଓ୍ବ’

ଭୁବନେଶ୍ୱର,୪ା୧୨(ବ୍ୟୁରୋ):ଫିଲ୍ମ ଫ୍ରାଇଡେ’ରେ ଏଥର ପରଦାକୁ ଆସୁଛି ଦୁଇଟି ଫିଲ୍ମ। ବହୁ ପ୍ରତୀକ୍ଷିତ ହିନ୍ଦୀ ଐତିହାସିକ ଫିଲ୍ମ ‘ପାନିପତ୍‌’କୁ ଟକ୍କର ଦେବ ରୋମାଣ୍ଟିକ୍‌ କମେଡି ଫିଲ୍ମ ‘ପତି,...

ନିଦରେ ଚାଲନ୍ତି ଇଲିଆନା !

ମୁମ୍ବାଇ: ନିଦରେ ଚାଲନ୍ତି ଅଭିନେତ୍ରୀ ଇଲିଆନା ଡିକ୍ରୁଜ୍‌। କେବଳ ସେତିକି ନୁହେଁ ଏହାଦ୍ୱାରା ତାଙ୍କର ପାଦରେ ଦାଗ ଅଥବା ଖଣ୍ଡିଆ ମଧ୍ୟ ହୋଇଯାଏ। କଥାଟି ଆମେ...

କପିଲଙ୍କ ଶୋ’ରେ ଦୀପିକା, ଭାଇରାଲ ହେଉଛି ଶୁଟିଂ ବେଳର ଫଟୋ

ବମ୍ବେ: କମେଡି କିଙ୍ଗ କପିଲ ଶର୍ମା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ବଡ଼ ପ୍ରଶଂସକ। ଏପରିକି କପିଲ ଦୀପିକାଙ୍କୁ ପସନ୍ଦ କରୁଥିବା କଥା ସମସ୍ତେ ଜାଣନ୍ତି। ରଣବୀର...

କୁକୁର ଗୋଡ଼ାଇବା କଥା ଭୁଲି ପାରୁନି

ଦୀପକଙ୍କ ଓଲିଉଡ୍‌ କ୍ୟାରିୟର ଆରମ୍ଭ ହୋଇଥିଲା ଓଡ଼ିଆ ସିନେମା ‘ମନ ମୋର ପ୍ରଜାପତି’ରୁ। ଏହାର ଶୁଟିଂ ସମୟରେ ଏପରି ଏକ ଘଟଣା ଘଟିଥିଲା ଯାହାକୁ ଭୁଲି...

Leave a comment

Your email address will not be published. Required fields are marked *