Posted inଜାତୀୟ

ସୋସିଆଲ୍‌ ମିଡ଼ିଆରେ ଆଧାର ସଂଯୋଗ ମାମଲା: କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ ନୋଟିସ୍‌ ଜାରି କଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ, ୨୦।୮: ସୋସିଆଲ୍‌ ମିଡ଼ିଆ ଆକାଉଣ୍ଟ୍‌ ସହିତ ଆଧାର କାର୍ଡ ସଂଯୋଗ ମାମଲାରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର କେନ୍ଦ୍ର ସରକାରଙ୍କ ସହିତ ଗୁଗଲ, ଟୁଇଟର ଏବଂ ୟୁଟ୍ୟୁବ୍‌କୁ ନୋଟିସ୍‌ ଜାରି କରିଛନ୍ତି। ଏନେଇ ଫେସ୍‌ବୁକ୍‌ ପକ୍ଷରୁ ଏକ ଆବେଦନ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଥିଲା। ଫେସ୍‌ବୁକ୍‌ ପକ୍ଷରୁ ବରିଷ୍ଠ ଅଧିବକ୍ତା ମୁକୁଲ୍‌ ରୋହତଗି କେରଳ ହାଇକୋର୍ଟଙ୍କ ରାୟ ସମ୍ପର୍କରେ ସୂଚିତ କରିଥିଲେ ଯେ, ଗୋଟିଏ ଦେଶରେ ଦୁଇଟି ଆଇନ ବ୍ୟବସ୍ଥା ହୋଇପାରିବ ନାହିଁ। ଅପରପକ୍ଷରେ ହ୍ବାଟସ୍‌ଅପ୍‌ ପକ୍ଷରୁ କପିଲ୍‌ ଶିବଲ୍‌ କହିଲେ ଯେ, ମୁଖ୍ୟ ମାମଲା ହ୍ବାଟସ୍‌ଆପ୍‌ ସହିତ ଜଡିତ। ଏହା ସରକାରଙ୍କ ନୀତି ସହିତ ସମ୍ବନ୍ଧିତ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୧୩ରେ ହେବ ବୋଲି ସର୍ବୋଚ୍ଚ ଅଦାଲତ ସୂଚନା ଦେଇଛନ୍ତି।


All Right Reserved By Dharitri.Com

‘ରାଜ୍ୟ ପୋଲିସର ସ୍ବାୟତ୍ତତା ସ୍ପଷ୍ଟ ହେଉ’

ନୂଆଦିଲ୍ଲୀ,୧୬ା୭: ଏନ୍‌ଆଇଏ (ସଂଶୋଧନ) ବିଲ୍‌କୁ ବିଜୁ ଜନତା ଦଳ (ବିଜେଡି) ସମର୍ଥନ ଜଣାଇଛି। ଦଳ ପକ୍ଷରୁ ବରିଷ୍ଠ ନେତା ଭର୍ତ୍ତୃହରି ମହତାବ ଆଲୋଚନାରେ ଅଂଶଗ୍ରହଣ କରି...

ମୋଦିଙ୍କ ପାଇଁ ନିଆରା ଉପହାର

ନୂଆଦିଲ୍ଲୀ, ୨।୬: ୨୦୧୪ ଲୋକ ସଭା ନିର୍ବାଚନଠାରୁ ଚା’ରେ ଚର୍ଚ୍ଚା ଏତେ ମାତ୍ରାରେ ବ୍ୟାପିଛି ଯେ, ଯାହା ଆଜି ପର୍ଯ୍ୟନ୍ତ ଥମିନି। ଚା’କୁ ନେଇ ଚର୍ଚ୍ଚା,...

ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କ ଆତ୍ମହତ୍ୟା: କାନ୍ଥରେ ଲେଖାଅଛି ସୁଇସାଇଡ୍‌ ନୋଟ୍‌

ଗାଜିଆବାଦ,୩।୧୨: ଉତ୍ତର ପ୍ରଦେଶର ଗାଜିଆବାଦରେ ମଙ୍ଗଳବାର ସକାଳୁ ଗୋଟିଏ ପରିବାରର ଜଣେ ପୁରୁଷ, ଜଣେ ମହିଳା ଓ ୨ ପିଲାଙ୍କ ମୃତ ଦେହ ମିଳିବା ପରେ...

ଦନ୍ତଓ୍ବାଡା ପ୍ରାଥମିକ ସ୍କୁଲ କାନ୍ଥରେ ମାଓବାଦୀଙ୍କ ବାର୍ତ୍ତା ପଢିଲେ ପିଲା

ଦନ୍ତଓ୍ବାଡା,୨।୭: ଛତିଶଗଡ଼ର ଦନ୍ତଓ୍ବାଡାରେ ଥିବା ପ୍ରାଥମିକ ସ୍କୁଲ କାନ୍ଥରେ ମାଓବାଦୀମାନେ ଲେଖିଥିବା ବାର୍ତ୍ତାକୁ ପିଲାମାନେ ପଢୁଛନ୍ତି। ତାହା ପୁଣି ଲୁଚାଇ ଛପାଇ ନୁହେଁ ବରଂ ବଡ...

ବାପାଙ୍କ ପରେ କଂଗ୍ରେସ ନେତାଙ୍କ ଝିଅଙ୍କୁ ଇଡିର ନୋଟିସ୍‌

ନୂଆଦିଲ୍ଲୀ,୧୦।୯: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ବରିଷ୍ଠ କଂଗ୍ରେସ ନେତା ଡି.କେ. ଶିବକୁମାରଙ୍କ ଝିଅଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି।...

ପିଓକେ ଭାରତର ଅଂଶ : ସେନା ମୁଖ୍ୟ

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ସେନା ମୁଖ୍ୟ ବିପିନ ରାଓ୍ବତ ଶୁକ୍ରବାର କହିଛନ୍ତି ପାକ୍‌ ଅଧିକୃତ କଶ୍ମୀର(ପିଓକେ) ଓ ଗିଲଗିଟ ବାଲତିସ୍ତାନ ଭାରତର ଅଂଶ। ଏହାକୁ ପାକିସ୍ତାନ ଆତଙ୍କବାଦୀ...

ଜମ୍ମୁ-କଶ୍ମୀରରେ ସନ୍ଦିଗ୍ଧଙ୍କୁ ଦେଖି ଆଲର୍ଟରେ ସୁରକ୍ଷାକର୍ମୀ

ଶ୍ରୀନଗର,୨।୧୦: ଜମ୍ମୁ-କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଭାରତରେ ଅନୁପ୍ରବେଶ ଲାଗି ଉଦ୍ୟମ ଚଳାଇଛି ପାକିସ୍ତାନ। ବୁଧବାର ଉଧମପୁର ଅଞ୍ଚଳରେ କିଛି ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି।...

ନୋଏଡ଼ାରେ ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ନୂଆଦିଲ୍ଲୀ, ୮।୮: ଉତ୍ତରପ୍ରଦେଶ ନୋଏଡ଼ାରେ ଆସନ୍ତା ୨ ମାସ ପର୍ଯ୍ୟନ୍ତ ୧୪୪ ଧାରା ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୁରକ୍ଷା ଦୃଷ୍ଟିରୁ...

Leave a comment

Your email address will not be published. Required fields are marked *