Posted inUncategorized

ପୃଥିବୀ ଉପରେ ଆକ୍ରମଣ କରିପାରନ୍ତି ଏଲିଏନ୍‌

ନୂଆଦିଲ୍ଲୀ,୨୦।୮: ଏପର୍ଯ୍ୟନ୍ତ ସମସ୍ତେ କେବଳ ଏଲିଏନ୍‌ ଓ ୟୁଏଫ୍‌ଓର ନାଁ ଶୁଣିଛନ୍ତି। ହେଲେ ଏହାର ଉପସ୍ଥିତି ସମ୍ପର୍କରେ ଏଯାବତ୍‌ କୌଣସି ସଠିକ୍‌ ସୂଚନା ମିଳିପାରି ନାହିଁ। ଆଉ କେବଳ ଚଳଚ୍ଚିତ୍ରରେ ଏଲିଏନ୍‌ ଓ (UFO-Unidentified flying object)କୁ ଆମେମାନେ ଦେଖି ସତକୁ ସତ ଏହାକୁ ଦେଖିବାକୁ ଉତ୍ସୁକତାର ସହ ଅପେକ୍ଷା ରଖିଛୁ। ହେଲେ ନିକଟରେ ନାସା ଏମିତି ଏକ ତଥ୍ୟ ଦେଇଛି ଯାହା ସମସ୍ତଙ୍କୁ ଚମକାଇ ଦେଇଛି। ନାସା କହିଛି ଏଲିଏନ୍‌ ପୃଥିବୀ ଉପରେ ଆକ୍ରମଣ କରିପାରେ। କାରଣ ନାସା ଦ୍ୱାରା ନିଆଯାଇଥିବା ଏକ ଫଟୋରୁ ଏହା ଅନୁମାନ କରାଯାଉଛି। Solar and Heliospheric Observatory (SOHO) ଯାହା ସୂର୍ଯ୍ୟ ଓ ସୌର ବାୟୁମଣ୍ଡଳ ମଧ୍ୟରେ ଥିବା ଅନେକ ତଥ୍ୟ ସଂଗ୍ରହ କରୁଛି ଏହା ହେଉଛି ନାସାର ଏକ ଭଲ ଉପଗ୍ରହ ତାଲିକାରେ ଅନ୍ତର୍ଭୁକ୍ତ। ଏହା ଗତ ୨୦ ବର୍ଷ ହେବ ପୃଥିବୀ ପରିକ୍ରମା କରୁଛି। ବିଶେଷ କରି ଏହା ସବୁ ଛୋଟବଡ ଘଟଣା ଉପରେ ନଜର ରଖିଛି। ଏହା ପ୍ରତିଥର ନାସାର ବୈଜ୍ଞାନିକଙ୍କୁ ସୂର୍ଯ୍ୟ ଉପରେ ତଥ୍ୟ ଦେଉଛି। ହେଲେ ଏବେ SOHO ସୂର୍ଯ୍ୟଙ୍କ ଉପରେ ଉଡୁଥିବା ଏକ ଉଡନ୍ତା ବସ୍ତୁର ଫଟୋ ଦେବାରୁ ଏବେ ଅନୁମାନ କରାଯାଉଛି କି ଏଲିଏନ୍‌ ଓ ୟୁଏଫ୍‌ଓର ସ୍ଥିତି ଅଛି। ୟୁଏଫ୍‌ଓ ଉପରେ କାମ କରୁଥିବା ଜଣେ ବୈଜ୍ଞାନିକ ସ୍କଟ ଓ୍ବାର୍ନିଂ କହିଛନ୍ତି SOHOର ଏହା ସବୁଠାରୁ ବଡ ସଫଳତା।


All Right Reserved By Dharitri.Com

Posted inUncategorized View All

କରୋନା ଭାଇରସ ଭୟ: ବିଶ୍ୱକପ୍‌ରୁ ଓହରିଲେ ଚାଇନିଜ ଜିମ୍ନାଷ୍ଟ

ମେଲବୋର୍ନ,୧୫।୨- ଚାଇନିଜ ଜିମ୍ନାଷ୍ଟିକ୍ସ ଦଳ ଅଷ୍ଟ୍ରେଲିଆର ମେଲବୋର୍ନଠାରେ ଆଗାମୀ ସପ୍ତାହରେ ହେବାକୁ ଥିବା ବିଶ୍ୱକପ୍‌ରୁ ଓହରି ଯାଇଛନ୍ତି। କରୋନା ଭାଇରସ ଯୋଗୁ ଅଷ୍ଟ୍ରେଲିଆନ ସରକାର ଚାଇନିଜ...

୮୦ ହଜାର ପର୍ଯ୍ୟନ୍ତ ଶସ୍ତା ହେବ ଇଲେକ୍ଟ୍ରିକ ଯାନ

ନୂଆଦିଲ୍ଲୀ,୨୮-୭: ପେଟ୍ରୋଲ ଓ ଡିଜେଲ ଗାଡ଼ି ଯୋଗୁ ସୃଷ୍ଟି ହେଉଥିବା ବାୟୁ ପ୍ରଦୂଷଣକୁ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଏବେ ଇଲେକ୍ଟ୍ରିକ ଯାନ ପ୍ରଚଳନ...

ଗ୍ୟାସ ଉପଭୋକ୍ତାଙ୍କୁ ଶୋଷଣ ଅଭିଯୋଗରେ ପ୍ରତିବାଦ

ଲୋଇସିଂହା,୯।୩(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଲୋଇସିଂହାସ୍ଥିତ ଏକ ଗ୍ୟାସ ଗୋଦାମରେ ଉପଭୋକ୍ତାଙ୍କଠାରୁ ଅଧିକ ଟଙ୍କା ନିଆଯାଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି...

ବିଦ୍ୟାଳୟ ଖେଳପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ବିରୋଧ

ଖଣ୍ଡପଡ଼ା,୧୦ା୧(ସ୍ବ.ପ୍ର.): ଖଣ୍ଡପଡା ବ୍ଲକର ଏକ ବିଦ୍ୟାଳୟ ଖେଳ ପଡିଆରେ ପଞ୍ଚାୟତ କାର୍ଯ୍ୟାଳୟର ଗୃହ ନିର୍ମାଣକୁ ସ୍ଥାନୀୟ ଅଧିବାସୀ ବିରୋଧ କରିଛନ୍ତି। ପ୍ରକାଶ ଯେ, ରାଜ୍ୟରେ ନୂତନ...

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ...

ଶିବସେନା ପାଇଁ ବୁମେରାଂ ସାଜିଲା ୫୦-୫୦ ଫର୍ମୂଲା

ମୁମ୍ବାଇ,୧୨।୧୧: ମହାରାଷ୍ଟ୍ରରେ ଭାଜପା ସହିତ ମିଶି ସରକାର ଗଠନ ପାଇଁ ଶିବସେନା ପକ୍ଷରୁ ୫୦-୫୦ ଫର୍ମୂଲା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏବେ ଏହା ଶିବସେନା ଲାଗି...

ବ୍ୟାଙ୍କିଙ୍ଗ କ୍ଷେତ୍ରକୁ ଏନ୍‌ପିଏ ଚିନ୍ତା

ନୂଆଦିଲ୍ଲୀ,୪। ୫: ଦେଶର ବ୍ୟାଙ୍କିଙ୍ଗ ସେକ୍ଟର ବର୍ତ୍ତମାନ ଅନାଦାୟ ଋଣ ସମସ୍ୟା ଦେଇ ଗତି କରୁଥିବା ବେଳେ କୋଭିଡ-୧୯ ଯୋଗୁ ଏହି ସମସ୍ୟା ଆହୁରି ବଢିଯିବ...

ରଜନୀକାନ୍ତଙ୍କୁ ଟିପ୍ସ ଦେଲେ ଅମିତାଭ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ତଥା ରାଜନେତା ରଜନୀକାନ୍ତଙ୍କୁ ବଲିଉଡ୍‌ ମହାନାୟକ ୩ଟି ଟିପ୍ସ ଦେଇଛନ୍ତି। ସୋମବାର ମୁମ୍ବାଇରେ ରଜନୀକାନ୍ତଙ୍କ ଫିଲ୍ମ ‘ଦରବାର’ର ହିନ୍ଦୀ ଟ୍ରେଲର ରିଲିଜ୍‌...

Leave a comment

Your email address will not be published. Required fields are marked *