Posted inଜାତୀୟ

ପ୍ରେମରେ ବାଧା ଦେବାରୁ ପ୍ରେମିକ ସହ ମିଶି ପିତାଙ୍କୁ ହତ୍ୟା କଲେ ୧୫ବର୍ଷର ଝିଅ

ବେଙ୍ଗାଲୁରୁ, ୨୦।୮: କର୍ନାଟକ ରାଜଧାନୀ ବେଙ୍ଗାଲୁରୁରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମରେ ବାଧା ଦେବାରୁ ୧୯ ବର୍ଷ ପ୍ରେମିକ ସହ ମିଶି ପିତାଙ୍କୁ ହତ୍ୟା କରିଛନ୍ତି ୧୫ବର୍ଷର ଝିଅ। ପୋଲିସ ଝିଅ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ସେ ପିତାଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଘରେ ମା’ ଏବଂ ଭାଇ ବାହାରକୁ ଯାଇଥିବାବେଳେ ଅଭିଯୁକ୍ତ ଝିଅ ପିତାଙ୍କୁ ଖାଦ୍ୟରେ ୬ଟି ନିଦ ବଟିକା ଦେଇଥିଲେ। ପିତା ଶୋଇବା ପରେ ପ୍ରେମିକଙ୍କ ଘରକୁ ଡାକି ତାଙ୍କୁ ବେକଙ୍କୁ ବେଲ୍ଟରେ ଚାପି ଦେଇଥିଲେ। ପରେ ପିତାଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ପେଟ୍ରୋଲ ଜାଳି ପୋଡି ଦେବାକୁ ମଧ୍ୟ ପ୍ରୟାସ କରିଥିଲେ। ଘରୁ ଧୂଆଁ ବାହାରୁ ଥିବାରୁ ପଡୋଶୀ ଦେଖି ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝିଅ ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିଲେ। ପୋଲିସ କହିବା ଅନୁଯାୟର। ଉଭୟ ପରସ୍ପରକୁ ଭଲ ପାଉଥିଲେ। ପିତା ଏଥିପାଇଁ ଝିଅକୁ ବାରମ୍ବାର ଆକଟ କରୁଥିଲେ। ଏହି ରାଗରେ ସେ ଏଭଳି ନିଷ୍ପତ୍ତି ନେଇଥିଲେ ବୋଲି ସ୍ବୀକାର କରିଛନ୍ତି।


All Right Reserved By Dharitri.Com

୨୪ ବର୍ଷ ପରେ ସୋସିଆଲ ମିଡିଆରେ ଦେଖାହୋଇ ଠକିଦେଲେ ପିଲାଦିନର ବନ୍ଧୁ

ନୋଏଡା,୧।୭: ସୋସିଆଲ ନେଟଓ୍ବାର୍କିଂ ସାଇଟରେ ପିଲାଦିନର ସାଙ୍ଗକୁ ୨୪ ବର୍ଷ ପରେ ଦେଖାହୋଇ ଠକେଇର ଶୀକାର ହେଲେ ମହିଳା। ଏଭଳି ଘଟଣା ଘଟିଛି ଉତ୍ତରପ୍ରଦେଶ ନୋଏଡାରେ।...

ଟିଡିପିକୁ ପୁଣି ଝଟକା: ଭାଜପାରେ ମିଶିବେ ପୂର୍ବତନ ମନ୍ତ୍ରୀ

ହାଇଦ୍ରାବାଦ୍‌,୨୭ା୬:ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟିର ଅଧ୍ୟକ୍ଷ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ପୁଣି ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ମନ୍ତ୍ରୀ ପେଦ୍ଦୀ...

ହାପିନେସ୍‌ କ୍ଲାସରେ ମେଲାନିଆ

ନୂଆଦିଲ୍ଲୀ,୨୫।୨: ଆମେରିକାର ଫାଷ୍ଟ ଲେଡି ମେଲାନିଆ ଟ୍ରମ୍ପ ମଙ୍ଗଳବାର ରାଜଘାଟରୁ ଫେରି ଦିଲ୍ଲୀର ନାନକପୁରାରେ ଥିବା ସର୍ବୋଦୟ କୋ-ଏଡ ସିନିଅର ସେକେଣ୍ଡାରୀ ସ୍କୁଲ ଯାଇଛନ୍ତି। ସେଠାରେ...

‘ଅନ୍ୟାୟ ସୁଧାରିବ ସିଏଏ’

ନୂଆଦିଲ୍ଲୀ,୨୯ା୧(ପି.ଟି.): ଐତିହାସିକ ଅନ୍ୟାୟକୁ ସୁଧାରିବା ପାଇଁ ଦେଶରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ) ଅଣାଯାଇଛି। ଏହି ପଦକ୍ଷେପ ଯୋଗୁ ପଡ଼ୋଶୀ ଦେଶଗୁଡ଼ିକର ସଂଖ୍ୟାଲଘୁଙ୍କୁ ଭାଜପା ଦେଇଥିବା...

ପିଆଜ ଖାଇଲେ ଦୂରହେବ କରୋନାଭାଇରସ!

ଚେନ୍ନାଇ,୨।୨: କରୋନାଭାଇରସ ଏବେ ସାରା ବିଶ୍ୱର ଚିନ୍ତାର କାରଣ ପାଲଟିଛି। ହେଲେ ଏହି ସମୟରେ ତାମିଲନାଡୁ କରାଇକୁଡିର ଜଣେ ହୋଟେଲ ମାଲିକ ସହଜ ଉପାୟରେ କରୋନାଭାଇରସଠାରୁ...

ଏପରି ଚାକିରି ଯେଉଁଠି ଶୋଇଲେ ମିଳେ ଦରମା ୧୩ ଲକ୍ଷ…

ନାସା ପକ୍ଷରୁ କେତେକ ସମୟରେ ଏକ ଚାକିରୀର ବିଜ୍ଞାପନ ଦିଆଯାଇଥାଏ। ଏଥିରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କୁ ୭୦ ଦିନ ପାଇଁ କେବଳ ଶୋଇବାକୁ ପଡ଼ିବ। ନାସା...

ଗିନିଜ୍‌ ବୁକ୍‌ରେ ବିଶ୍ୱର ସବୁଠାରୁ ଲମ୍ବା କେକ୍‌

ତ୍ରିଶୂର୍‌(କେରଳ): ରେକର୍ଡ ପାଇଁ ଲୋକେ ସବୁବେଳେ କିଛି ନିଆରା ଚିନ୍ତା କରିଥାନ୍ତି। ଭାରତ ନାମରେ ଏପରି ଅନେକ ରେକର୍ଡ ସମ୍ମାନଜନକ ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି।...

ପୁଅ ମୃତ୍ୟୁ ପରେ ବି ଭାଙ୍ଗିପଡିଲେନି ପିତା: ସ୍ମୃତିରେ ଆରମ୍ଭ କଲେ ଫ୍ରି ଆମ୍ବୁଲାନ୍ସ ସେବା

ନୂଆଦିଲ୍ଲୀ, ୨୪।୬: ଡେଙ୍ଗୁରେ ପୁଅର ମୃତ୍ୟୁ ହେବା ପରେ ଭାଙ୍ଗି ନ ପଡି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ବବି ସହଗଲ। ପୁଅ ସ୍ମୃତିରେ...

Leave a comment

Your email address will not be published. Required fields are marked *