Posted inଜାତୀୟ

ବୀର ଭୂମିରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ,୨୦।୮: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ୭୫ ତମ ଜନ୍ମ ବାର୍ଷିକୀ ଅବସରରେ ମଙ୍ଗଳବାର ବୀରଭୂମିଠାରେ କଂଗ୍ରେସର ମଧ୍ୟକାଳୀନ ଅଧ୍ୟକ୍ଷ ତଥା ରାଜୀବଙ୍କ ସ୍ତ୍ରୀ ସୋନିଆ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରାହୁଲ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଓ ଅନ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଉପରାଷ୍ଟ୍ରପତି ହମିଦ୍‌ ଅନସାରି, ଗୁଲାମ ନବି ଆଜାଦ, ଭୁପିନ୍ଦର ସିଂ ହୁଡା ଓ ଅହମ୍ମଦ ପଟେଲ ପ୍ରମୁଖ ବୀରଭୂମିଠାରେ ରାଜୀବଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ଓ ତାଙ୍କ ଝିଅ ମିରାୟା ଭଦ୍ରା ମଧ୍ୟ ସେଠାରେ ଉପସ୍ଥିତ ଥିବା ଦେଖାଯାଇଛି। ସୂଚନାଯୋଗ୍ୟ, ରାହୁଲ ଗାନ୍ଧୀ ସୋମବାର ଟୁଇଟ୍‌ କରି ଜଣାଇଥିଲେ କି ପିତାଙ୍କ ୭୫ ତମ ଜନ୍ମ ବାର୍ଷିକୀ ଅବସରରେ ଏକ ସପ୍ତାହ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।


All Right Reserved By Dharitri.Com

ନାଗରିକତା ସଂଶୋଧନ ବିଲ୍‌: ରାଜ୍ୟସଭାରେ ଭାଜପା ପାଇଁ ଅଡୁଆ ସ୍ଥିତି

ନୂଆଦିଲ୍ଲୀ,୪।୧୨: ନାଗରିକତା ସଂଶୋଧନ ବିଲ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟ୍‌ ମଞ୍ଜୁରୀ ମିଳିଛି। ଏବେ ବିଲ୍‌କୁ ଲୋକ ସଭା ଏବଂ ରାଜ୍ୟ ସଭାରେ ଆଗତ କରାଯିବ।...

ଆଣ୍ଡାମାନରେ ୧୦ କରୋନା ପଜିଟିଭ୍‌

ପୋର୍ଟବ୍ଲେୟାର,୩୧।୩: ଦେଶରେ କରୋନା ଭାଇରସ୍‌ର ପ୍ରକୋପ ତୀବ୍ରଗତିରେ ବଢ଼ିଚାଲିଛି। ଦିନକୁ ଦିନ କେରାନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମଙ୍ଗଳବାର ଆଣ୍ଡାମାନରେ କରୋନା ସଂକ୍ରମିତଙ୍କ...

୨୦୨୧ ପୂର୍ବରୁ କଶ୍ମୀରରେ ନିର୍ବାଚନ ସମ୍ଭବ ନୁହେଁ

ଜମ୍ମୁ/ଶ୍ରୀନଗର,୨୫ା୮ (ଆଇଏଏନ୍‌ଏସ୍‌): ଜମ୍ମୁ-କଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ୨୦୨୧ ପୂର୍ବରୁ ବିଧାନସଭା ନିର୍ବାଚନ ହେବା ସମ୍ଭବ ନୁହେଁ ବୋଲି ନିର୍ବାଚନ କମିଶନଙ୍କ ସୂତ୍ରରୁ ଜଣାପଡିଛି। କେନ୍ଦ୍ର ସରକାର...

ଜମ୍ମୁ-କଶ୍ମୀରରେ ଗିରଫ ହେଲେଣି ୪ ହଜାର

ନୂଆଦିଲ୍ଲୀ,୧୯ା୮: ଜମ୍ମୁ-କଶ୍ମୀରକୁ ନେଇ କେନ୍ଦ୍ର ସରକାରଙ୍କ ଅଗଷ୍ଟ ୫ ନିଷ୍ପତ୍ତି ପରଠୁ ଅଦ୍ୟାବଧି ୪,୦୦୦ ଜଣଙ୍କୁ ଗିରଫ କରାଯାଇଛି ବୋଲି ରାଜ୍ୟ ପ୍ରଶାସନ ମୁଖପାତ୍ର ରୋହିତ୍‌...

ସାମାଜିକ ଦୂରତା ହ୍ରାସ ପାଇଲେ ବଢ଼ିବ ସଙ୍କଟ: ମୋଦି

ନୂଆଦିଲ୍ଲୀ,୧୧।୫: ଦେଶରେ କରୋନା ଭାଇରସ୍‌ ମହାମାରୀ ସଙ୍କଟ ଜାରି ରହିଛି। ଦିନକୁ ଦିନ କରୋନା ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ...

ଭାଇରାଲ ହେଉଛି ଯୋଗୀ ଆଦିତ୍ୟନାଥଙ୍କ ପ୍ରଥମ ସେଲ୍‌ଫି

ଲକ୍ଷ୍ନୌ,୧୨।୧୨: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷରେ ସେଲ୍‌ଫି ମାୟାରେ ପଡି ଯାଇଛନ୍ତି। ସେ କାନପୁର ଗସ୍ତ କରିବା ସମୟରେ ଏକ ସେଲ୍‌ଫି ନେଇଥିବା...

ଭାଜପା ଉପରେ ରାଗିଲେ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା

ନୂଆଦିଲ୍ଲୀ,୨୭।୪: ଗୁରୁଦାସପୁରର ପୂର୍ବତନ ଭାଜପା ଏମ୍‌ପି ତଥା ବଲିଉଡ ନାୟକ ସ୍ବର୍ଗତଃ ବିନୋଦ ଖାନ୍ନାଙ୍କ ପତ୍ନୀ କବିତା ଖାନ୍ନା ଭାଜପା ଉପରେ ଖପ୍ପା ହୋଇଛନ୍ତି। ସେ...

ସ୍ବାଧୀନତା ଦିବସରେ ଓ୍ବାଘା ବର୍ଡରରେ ମିଠା ଦିଆନିଆ ହେଲାନି

ନୂଆଦିଲ୍ଲୀ, ୧୪।୮: ଜମ୍ମୁ କଶ୍ମୀରରୁ ଧାରା ୩୭୦ ହଟେଇ ଦିଆଯିବା ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ବୁଧବାର ପାକିସ୍ତାନ ସ୍ବାଧୀନତା ଦିବସ ଅବସରରେ ଅଟ୍ଟାରୀ-ଓ୍ବାଘା ବର୍ଡରରେ...

Leave a comment

Your email address will not be published. Required fields are marked *