ଭୁବନେଶ୍ୱରରୁ ଜଗଦଲପୁର, ଜୁନାଗଡ଼କୁ ଚାଲିବ ପୃଥକ୍‌ ଟ୍ରେନ୍‌

ଭୁବନେଶ୍ୱର,୨୦।୮(ବ୍ୟୁରୋ):ଆଗକୁ ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ଟ୍ରେନ୍‌ ଚଳାଚଳ କରିବ। ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ କରିଥିବା ଅନୁରୋଧକୁ ରକ୍ଷା କରି ସେ ଏହାକୁ ସ୍ବୀକୃତି ଦେଇଛନ୍ତି। ରେଳମନ୍ତ୍ରୀଙ୍କ ସ୍ବୀକୃତି ମିଳିବାପରେ ଧର୍ମେନ୍ଦ୍ର ସାମାଜିକ ଗଣମାଧ୍ୟମ ଜରିଆରେ ଧନ୍ୟବାଦ ଜଣାଇଛନ୍ତି। ଏହାସହ ଧର୍ମେନ୍ଦ୍ର କହିଛନ୍ତି ଯେ, ଏହି ବ୍ୟବସ୍ଥା ଦ୍ୱାରା ରେଳଯାତ୍ରୀଙ୍କୁ ସୁବିଧା ମିଳିପାରିବ। ଟ୍ରେନ୍‌ ନମ୍ବର ୧୮୪୩୭/୧୮୪୩୮ ଭୁବନେଶ୍ୱର-ଜୁନାଗଡ ରୋଡ୍‌ ଏକ୍ସପ୍ରେସ ଭୁବନେଶ୍ୱର ଓ ଜୁନାଗଡ ମଧ୍ୟରେ ଏବଂ ଟ୍ରେନ୍‌ ନମ୍ବର ୧୮୪୪୭/୧୮୪୪୮ ଭୁବନେଶ୍ୱର-ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍‌ ଭୁବନେଶ୍ୱର ଜଗଦଲପୁର ମଧ୍ୟରେ ପୃଥକଭାବେ ଚଳାଚଳ କରିବ। ଏନେଇ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ବୋଲି ରେଳମନ୍ତ୍ରୀ ଚିଠି ମାଧ୍ୟମରେ ଜଣାଇଛନ୍ତି। ଏହାଦ୍ୱାରା ଯାତ୍ରୀମାନେ ବିଶେଷ ଲାଭ ପାଇପାରିବେ ବୋଲି ଗୋୟଲ ଆଶାବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ଧର୍ମେନ୍ଦ୍ର ଜୁଲାଇ ୧୮ରେ ରେଳମନ୍ତ୍ରୀଙ୍କୁ ଚିଠି ଲେଖି ଭୁବନେଶ୍ୱର-ଜଗଦଲପୁର ଏବଂ ଭୁବନେଶ୍ୱର-ଜୁନାଗଡକୁ ଦୁଇଟି ପୃଥକ ଟ୍ରେନ୍‌ ଚଳାଚଳ କରିବା ଲାଗି ଅନୁରୋଧ କରିଥିଲେ। ଏହାସହ ଏହି ଦୁଇଟି ଟ୍ରେନ୍‌ ଚଳାଚଳ ଲାଗି କଳାହାଣ୍ଡି ଜିଲାର ଭବାନୀପାଟଣା ଓ ଜୁନାଗଡ ଅଞ୍ଚଳର ଲୋକମାନେ ଦୀର୍ଘଦିନରୁ ଦାବି କରି ଆସୁଥିବା ଜଣାଇଥିଲେ। ବର୍ତ୍ତମାନ ଭୁବନେଶ୍ୱରରୁ ଯାଉଥିବା ଟ୍ରେନ୍‌ର ୧୦ଟି ବଗି ରାୟଗଡା ଷ୍ଟେସନରେ ଅଲଗା ହୋଇ ଜୁନାଗଡ ଅଭିମୁଖେ ଯାଉଛି। ଅବଶିଷ୍ଟ ୧୨ଟି ବଗି ଜଗଦଲପୁର ଅଭିମୁଖେ ଯାତ୍ରା କରୁଛି। ଫେରିବା ସମୟରେ ଉଭୟ ଜଗଦଲପୁର ଏବଂ ଜୁନାଗଡରୁ ଆସୁଥିବା ଭିନ୍ନଭିନ୍ନ ଟ୍ରେନ୍‌ ରାୟଗଡା ଷ୍ଟେଶନରେ ଗୋଟିଏ ଇଞ୍ଜିନରେ ଯୋଡି ହୋଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଛି। ଉପରୋକ୍ତ ବ୍ୟବସ୍ଥା ବିଶେଷଭାବେ କଳାହାଣ୍ଡି ଟ୍ରେନ୍‌ ଯାତ୍ରୀଙ୍କ ପାଇଁ ସମସ୍ୟା ସୃଷ୍ଟି କରୁଛି। ଏଭଳି ଜଟିଳ ବ୍ୟବସ୍ଥା ସମ୍ପର୍କରେ ସଚେତନ ନ ଥିବା ଯାତ୍ରୀମାନେ ଅନେକ ସମୟରେ ଠିକ୍‌ ବଗିରେ ଚଢି ନ ପାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ଉପରୋକ୍ତ ପ୍ରସ୍ତାବକୁ ସ୍ବୀକୃତି ମିଳିଲେ ରାଜଧାନୀ-ଭୁବନେଶ୍ୱର ଓ କଳାହାଣ୍ଡି ମଧ୍ୟରେ ଯାତାୟାତ ଲାଗି ବ୍ୟବସ୍ଥା ହେବ। ଏହାଦ୍ୱାରା ଯାତ୍ରୀଙ୍କ ଆଗ୍ରହ ଅଧିକ ଥିବାରୁ ଟ୍ରେନ୍‌ରେ ଯାତ୍ରୀ ଭିଡ ଅଧିକ ରହିବ ଏବଂ ପୂର୍ଣ୍ଣ ଯାତ୍ରୀ କ୍ଷମତାରେ ଚଳାଚଳ କରିବ। ଏହାବ୍ୟତୀତ ଯାତ୍ରୀଙ୍କ ପାଇଁ ଅଧିକ ସଂଖ୍ୟକ ସଂରକ୍ଷିତ ବଗି ଉପଲବ୍ଧ ହୋଇପାରିବ ବୋଲି ଧର୍ମେନ୍ଦ୍ର ଚିଠିରେ ଦର୍ଶାଇଥିଲେ।


All Right Reserved By

ଧାନବସ୍ତା ରଖି ଜାତୀୟ ରାଜପଥ ଅବରୋଧ: ଜିଲାପାଳଙ୍କ ଅଫିସ ଘେରାଉ କଲେ ଚାଷୀ

ନୂଆପଡା ଅଫିସ,୩ା୭: ନୂଆପଡା ଜିଲାରେ ରବି ଧାନକିଣାରେ ଅଚଳାବସ୍ଥା ଲାଗିରହିଛି । ଚାଷୀମାନେ ବାରମ୍ବାର ବ୍ଲକରୁ ଜିଲା ଅଫିସ ଦୌଡି ନୟାନ୍ତ ହେବା ପରେ ଜିଲାପାଳଙ୍କ...

କାହିଁ ଏତେ ଅନୁକମ୍ପା

ଭୁବନେଶ୍ୱର,୨୦।୭: ଗ୍ରାମାଞ୍ଚଳ କଥା ଛାଡ଼ନ୍ତୁ, ଖୋଦ୍‌ ରାଜଧାନୀ ଭୁବନେଶ୍ୱରର ସବୁ ଅଞ୍ଚଳରେ ୨୪ ଘଣ୍ଟା ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ ହୋଇପାରୁନାହିଁ। ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଲେ...

ଗୁଣାତ୍ମକ ଶିକ୍ଷାଦାନରେ ଗବେଷଣା ହେଉଛି ମେରୁଦଣ୍ଡ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ଏସିଆନ୍‌ ସ୍କୁଲ ଅଫ୍‌ ବିଜିନେସ୍‌ ମ୍ୟାନେଜମେଣ୍ଟ(ଏଏସ୍‌ବିଏମ୍‌) ପକ୍ଷରୁ ତ୍ରୟଦିବସୀୟ ଫାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ବିପିୟୁଟି ଡିନ୍‌(ମ୍ୟାନେଜମେଣ୍ଟ) ପ୍ରଫେସର...

ମହନ୍ତଙ୍କୁ ଧମକ ଚମକ: ମଙ୍ଗୁ ମଠକୁ ଜଗିଲା ପୋଲିସ

ପୁରୀ ଅଫିସ, ୧୪ା୯: ଶ୍ରୀମନ୍ଦିରର ସୁରକ୍ଷା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ଅଭିଯାନ ଚାଲିଛି। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ନିର୍ମାଣ ଭଙ୍ଗା ଯାଉଛି।...

କଟକ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଅଗ୍ନିକାଣ୍ଡ

କଟକ ଅଫିସ, ୨୦।୯: ସ୍ଥାନୀୟ ବଜ୍ରକବାଟୀ ରୋଡ଼ସ୍ଥିତ ବିଏସ୍‌ଏନ୍‌ଏଲ୍‌ ଅଫିସରେ ଶୁକ୍ରବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଏସ୍‌ଏନ୍‌ଏଲ୍‌ ଅଫିସର ଚତୁର୍ଥ ମହଲାରେ ଏହି ନିଆଁ ଲାଗିଥିବା...

ପରଲୋକରେ ସିନେ ଅଭିନେତା ସୁନିଲ ନାୟକ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ଓଡ଼ିଆ ଧାରାବାହିକ ତଥା ସିନେ ଅଭିନେତା ସୁନିଲ ନାୟକଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା। ହୃଦ୍‌ଘାତରେ ସୁନିଲଙ୍କ...

ନବୀନଙ୍କ ପରେ ଶପଥ ନେଲେ ୧୧ କ୍ୟାବିନେଟ୍‌, ୯ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ୫ମ ଥର ଲାଗି ମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି ନବୀନ। ନବୀନ ଶପଥ ନେବା ପରେ ୨୦ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ସେମାନଙ୍କ...

ପ୍ଲାଷ୍ଟିକ ମୁକ୍ତ ଅଭିଯାନ: ଅକ୍ଟୋବର ୨ରେ ବଡ଼ଦାଣ୍ଡରେ ଶୋଭାଯାତ୍ରା

ପୁରୀ ଅଫିସ, ୨୮।୯:  ପୁରୀ ସହରକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି। ଏହି ଅଭିଯାନକୁ ଆସନ୍ତା ଅକ୍ଟୋବର ୨...

selfi corner

Model This Week

Why Dharitri

Leave a comment

Your email address will not be published. Required fields are marked *